ଟସ୍ ଜିତି ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ; ଦଳକୁ ଫେରିଲେ ଚହଲ

1 min read

କୋଲକାତା: ଆଜି କୋଲକାତାରେ ଖେଳାଯାଉଛି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ । ପ୍ରଥମ ଦୁଇଟି ମ୍ୟାଚରେ ବିଜୟଲାଭ କରି ସିରିଜକୁ ନିଜ ନାମରେ କରି ସାରିଛି ଟିମ୍ ଇଣ୍ଡିଆ ।ତେବେ ଆଜିର ମ୍ୟାଚରେ ଜିତି ଏହି ସିରିଜକୁ କ୍ଲିନ ସୁଇପ କରିବା ଲକ୍ଷ୍ୟରେ ରହିଛି ରୋହିତ ବ୍ରିଗେଡ । ଆଜିର ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଛି ଟିମ୍ ଇଣ୍ଡିଆ । ଏହି ସିରିଜରେ ଲଗାତର ଭାବରେ ତିନୋଟି ମ୍ୟାଚରେ ଟସ୍ ମଧ୍ୟ ଜିତିଛନ୍ତି ଅଧିନାୟକ ରୋହିତ ଶର୍ମା ।

ତେବେ ଆଜିର ମ୍ୟାଚେ ଭାରତ ପକ୍ଷରୁ ଦୁଇଟି ପରିବର୍ତ୍ତନ କରାଯାଇଛି । ଉପ ଅଧିନାୟକ କେଏଲ ରାହୁଲ ଓ ଏହି ସିରିଜରେ ଦମଦାର ବୋଲିଂ କରିଥିବା ରବି ଚନ୍ଦ୍ରନ ଅଶ୍ବିନୀଙ୍କୁ ବିଶ୍ରାମ ଦିଆଯାଇଛି । ରାହୁଲଙ୍କ ସ୍ଥାନରେ ଇଶାନ କିଶାନଙ୍କୁ ସ୍ଥାନ ମିଳିଥିବାବେଳେ ଅଶ୍ବିନୀଙ୍କ ସ୍ଥାନରେ ଦଳକୁ ଫେରିଛନ୍ତି ୟୁଜିବେନ୍ଦ୍ର ଚହଲ । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ କଥା ଯଦି କହିବା ତାହାଲେ ନ୍ୟୁଜିଲାଣ୍ଡ ପକ୍ଷରୁ ଗୋଟିଏ ପରିବର୍ତ୍ତନ କରାଯାଇଛି । ଅଧିନାୟକ ଟିମ୍ ସାଉଦିଙ୍କ ସ୍ଥାନରେ ଦଳରେ ସାମିଲ ହୋଇଛନ୍ତ ଆଡାମ ମିଲନ୍ । ତେବେ ଆଜିର ମ୍ୟାଚରେ ଭାରତ ଜିତି ଏହି ସିରିଜକୁ କ୍ଲିନ ସୁଇପ କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଅନ୍ୟପକ୍ଷରେ ଦୁଇଟି ମ୍ୟାଚରେ ପରାଜୟ ପରେ ଇଜ୍ଜତ ବଞ୍ଚାଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ ।

ଭାରତ: ରୋହିତ ଶର୍ମା(ଅଧିନାୟକ), ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଋଷଭ ପନ୍ତ, ଭେଙ୍କଟେଶ ଆୟର, ଅକ୍ଷର ପଟେଲ, ଭୁବନେଶ୍ଵର କୁମାର, ଦୀପକ ଚହର, ହର୍ଷଲ ପଟେଲ, ୟୁଜବେନ୍ଦ୍ର ଚହଲ।

ନ୍ୟୁଜିଲାଣ୍ଡ: ମାର୍ଟିନ ଗପ୍ଟିଲ, ଡାରିଲ ମିଚେଲ, ମାର୍କ ଚାପମାନ, ଗ୍ଲେନ ଫିଲିପ୍ସ, ଟିମ ସେଫର୍ଟ (ଓ୍ବିକେଟ କିପର), ଜେମ୍ସ ନିଶମ, ମିଚେଲ ସାଣ୍ଟନର୍ (ଅଧିନାୟକ), ଆଡାମ ମିଲନ୍, ଇସ୍ ସୋଢ଼ି, ଲୋକି ଫର୍ଗୁସନ୍, ଟ୍ରେଣ୍ଟ ବୋଲ୍ଟ

 

Leave a Reply