ଦିଲ୍ଲୀରେ କେବେ ଖୋଲିବ ସ୍କୁଲ; ଶିକ୍ଷା ବିଭାଗ ଦେଲା ସୂଚନା

ଦିଲ୍ଲୀ: ଦିନକୁ ଦିନ ଦିଲ୍ଲୀରେ ସାଘଂତିକ ହେବାରେ ଲାଗିଛି ବାୟୁ ପ୍ରଦୂଷଣ । ସ୍ଥିତି ଏପରି ହୋଇଛି କି ସାଧାରଣ ଲୋକ ଘରେ ମଧ୍ୟ ମାସ୍କ ପିନ୍ଧିବାକୁ ପଡୁଛି । ଏପରି ସ୍ଥିତିରେ ଗତ ସପ୍ତାହରେ ସୁପ୍ରିମକୋର୍ଟ ନିଷ୍ପତି କ୍ରମେ ସବୁ ସ୍କୁଲ କଲେଜକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ଦିଲ୍ଲୀ ସରକାର । ଏହା ବ୍ୟତୀତ ସବୁ ସରକାର କାର୍ଯ୍ୟାଳୟକୁ ବି ଗୋଟିଏ ସପ୍ତାହ ପାଇଁ ଓ୍ବାର୍କ ଫ୍ରମ ହୋମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏବେ ଶିକ୍ଷା ବିଭାଗ ସ୍କୁଲ କଲେଜ ଖୋଲିବା ପାଇଁ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି ।

ଶିକ୍ଷା ବିଭାଗ ନୋଟିସ ଜାରି କରି କହିଛି କି ସବୁ ସ୍କୁଲକୁ ପରବର୍ତ୍ତୀ ଆଦେଶ ନଆସିବା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଏହି ନୋଟିସରେ କୁହାଯାଇଛି କି ସବୁ ସରକାରୀ, ବେସରକାରୀ, ସରକାରୀ ସହାୟତା ପ୍ରାପ୍ତ ଏଆଂ ଦିଲ୍ଲୀରେଥିବା ସବୁ ସ୍କୁଲକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଏହି ସମୟ ମଧ୍ୟରେ ଅନଲାଇନରେ ପାଠ ପଢ଼ା ଚାଲୁ ରହିବ । ଯେଉଁ ଶ୍ରେଣୀଗୁଡିକର ବୋର୍ଡ ପରୀକ୍ଷା ଚାଲୁଛି ସେହି ସବୁ ପରୀକ୍ଷାର୍ଥୀଙ୍କ ପାଇଁ ସ୍କୁଲ ଖୋଲିପାରିବେ । ଏହି ନିର୍ଦ୍ଦେଶ ସ୍କୁଲର ସବୁ ହେଡଙ୍କୁ ଦିଆଯାଇଛି । ଏହା ପୂର୍ବରୁ କରୋନା ମହାମାରୀ ପାଇଁ ଏକ ବର୍ଷରୁ ଅଧିକ ସମୟ ଧରି ସ୍କୁଲ ସବୁ ବନ୍ଦ ରହିଥିଲା । ତେବେ କରୋନା ପରେ ସ୍କୁଲ ଖେଲିଥିଲା କିନ୍ତୁ ଏବେ ବାୟୁ ପ୍ରଦୂଷଣ ପାଇଁ ପୁଣି ଥରେ ସ୍କୁଲକୁ ଛୁଟି କରିଦିଆଯାଇଛି ।

Leave a Reply