ବିଜେଡିର ଆନ୍ଦୋଳନକୁ ତାରାଙ୍କ ଧନ୍ୟବାଦ, କହିଲେ ଠକି ଚାଲିଛି କେନ୍ଦ୍ର ସରକାର

ଭୁବନେଶ୍ୱର: ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । କେନ୍ଦ୍ର ସରକାର ଉଜ୍ୱଳା ଯୋଜନା କହି ଲୋକଙ୍କୁ ଠକି ଚାଲିଛନ୍ତି । ୨୦୧୪ରେ ଗ୍ୟାସ ସିଲିଣ୍ଡର ଦର ୩୫୦ ଟଙ୍କା ଥିଲା । ଏବେ ଏହା ପାଖାପାଖି ହଜାରେ ଟଙ୍କାରେ ପହଞ୍ଚିଲାଣି । ତେଣୁ କେନ୍ଦ୍ର ବିରୋଧରେ ଆନ୍ଦୋଳନ ହେବା ଦରକାର ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି ।

ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଆଗକୁ ଆନ୍ଦୋଳନ କରିବ । ତୁରନ୍ତ କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍‌ ଉପରେ ସବସିଡି ଦିଅନ୍ତୁ । ସେହିପରି ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ ପାଇଁ ବିଜେଡିକୁ ତାରା ଧନ୍ୟବାଦ ଦେଇଛନ୍ତି । ଏହାସହ ପ୍ରଧାମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବାକୁ ସମର୍ଥନ କରିଛି କଂଗ୍ରେସ । ମହାମାରୀ କରୋନା ସମୟରେ ଲୋକ ପ୍ରଭାବିତ ହୋଇଛନ୍ତି । ତେଣୁ କେନ୍ଦ୍ର ସରକାର ତୁରନ୍ତ ଚାଉଳ ପ୍ରଦାନ କରିବାକୁ ତାରା ପ୍ରସାଦ ବାହିନୀପତି ଦାବି କରିଛନ୍ତି ।

Leave a Reply