କାମ କରି ଟଙ୍କା ମାଗିବାରୁ ଶ୍ରମିକଙ୍କ ହାତ କାଟିଲେ

ମଧ୍ୟପ୍ରଦେଶ : କାମ କରି ଟଙ୍କା ମାଗିଲେ ପାପ । ପରିଶ୍ରମ କରି ନିଜ ଅଧିକାର ମାଗିବାରୁ ଶ୍ରମିକଙ୍କ ହାତ କାଟିଦେଲେ । ମଧ୍ୟପ୍ରଦେଶର ରୀବା ଅଞ୍ଚଳରେ ଜଣେ ଶ୍ରମିକ ମଜୁରୀ କରି ନିଜ ପରିଶ୍ରମର ଟଙ୍କା ମାଗିବାରୁ ଦଳିତ ଶ୍ରମିକଙ୍କ ହାତ କାଟିଲେ ତିନି ଜଣ ବ୍ୟକ୍ତି । ଏହି ଘଟଣା ରିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୪୦ କିଲୋମିଟର ଦୂରରେ ଅବସ୍ଥିତ ସିରମୋରା ଥାନା ଅନ୍ତର୍ଗତ ଡୋଲମଓ ଗାଁର ।

ଘଟଣାରୁ ପ୍ରକାଶ ଡୋଲମଓ ଗାଁର ଜଣେ ଶ୍ରମିକ ମଜୁରୀ ସାରି ଗଣେଶ ମିଶ୍ରାଙ୍କୁ ନିଜ ଟଙ୍କା ମାଗିଥିଲେ । ମାତ୍ର ଗଣେଶ ତାଙ୍କୁ ଟଙ୍କା ଦେବା ପରିବର୍ତ୍ତେ ନିଜର ଦୁଇ ଭାଇଙ୍କ ସହ ମିଶି ଏକ ଧାରୁଆ ଅସ୍ତ୍ରରେ ଶ୍ରମିକଙ୍କ ଗୋଟିଏ ହାତ ହାଣିଦେଇଥିଲେ । ଉକ୍ତ ଶ୍ରମିକଙ୍କ ନାଁ ସାକେତ ବୋଲି ଜଣାପଡ଼ିଛି । ସାକେତ ପଡ଼ରୀ ଗାଁର ବାସିନ୍ଦା ହୋଇଥିବା ବେଳେ ଗରିବ ଏବଂ ଦଳିତ ଜାତିର ।

ଡୋଲମଓ ଗାଁରେ ସାକେତଙ୍କୁ ଏକ ନିର୍ମାଣ କାର୍ଯ୍ୟରେ ମିଶ୍ରା ନିୟୋଜିତ କରିଥିଲେ । କାମ ସାରି ଟଙ୍କା ମାଗିବାରୁ ମିଶ୍ରା ଏବଂ ସାକେତଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ମିଶ୍ରା ନିଜ ଦୁଇ ଭାଇଙ୍କ ସହଯୋଗରେ ସାକେତଙ୍କ ହାତ କାଟିଦେଇଥିଲେ । ଏହି ଘଟଣା ପୋଲିସ ପାଖରେ ପହଁଞ୍ଚିଯିବାରୁ ସମସ୍ତ ଅଭିଯୁକ୍ତ ଫେରାର ହେବାକୁ ଚେଷ୍ଟା କରିଥିଲେ । ମାତ୍ର ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା । ପୋଲିସ ଧାରା ୩୦୭ ଏବଂ ଅନୁସୂଚିତ ଜାତି ଅନ୍ତର୍ଗତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

 

Leave a Reply