ତୃତୀୟ ଥର ପାଇଁ ବର ବେଶରେ ନଜର ଆସିବେ ଅମୀର; କୋ-ଷ୍ଟାରଙ୍କୁ କରିବେ ବିବାହ!

1 min read

ମୁମ୍ବାଇ: ଆସନ୍ତା ବର୍ଷ ପରଦାକୁ ଆସୁଛି ଅମୀର ଖାନଙ୍କର ଫିଲ୍ମ ଲାଲ ସିଂହ ଚଡ୍ଡା । ଅମୀର ଖାନ ତାଙ୍କ ପରବର୍ତ୍ତୀ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମର ପୋଷ୍ଟର ଶନିବାର ରିଲିଜ୍ ହୋଇଛି । ଏହି ଫିଲ୍ମରେ ଅମୀର ଶିଖ୍ ଭୂମିକାରେ ନଜର ଆସିବେ । ତେବେ ଏହି ମଧ୍ୟରେ ଅମୀର ଖାନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ପୁଣି ଥରେ ବାହା ହେବାକୁ ଯାଉଛନ୍ତି ବଲିଉଡ ସୁପରଷ୍ଟାର ଅମୀର ଖାନ । ତୃତୀୟ ଥର ପାଇଁ ବର ବନିବାକୁ ଯାଉଛନ୍ତି Mr. Perfectionist ।

ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି କି ଅମୀରଙ୍କ ଫିଲ୍ମ ଲାଲ ସିଂହ ଚଡ୍ଡା ରିଲିଜ୍ ହେବା ଠିକ ପରେ ହିଁ ଅମୀର ତାଙ୍କ ବିବାହ ନେଇ ଘୋଷଣା କରିପାରନ୍ତି । ଫିଲ୍ମ ଉପରୁ କାହାର ଧ୍ୟାନ ନହଟୁ ଏବଂ ବକ୍ସ ଅଫିସରେ କିଛି ପ୍ରଭାବ ନପଡ଼ୁ ସେଥିପାଇଁ ଅମୀର ତାଙ୍କ ବିବାହକୁ ନେଇ କୌଣସି ଘୋଷଣା କରୁନାହାନ୍ତି । ତେବେ ସୁପରଷ୍ଟାର ଅମୀର ଖାନ କାହାକୁ ବିବାହ କରିବେ ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି । ତେବେ ଏହି ଚର୍ଚ୍ଚା ଭିତରେ ଗୋଟିଏ ନାମ ସାମ୍ନାକୁ ଆସୁଛି ସେ ହେଉଛନ୍ତି ଫାତିମା ସନା ଶେଖ ।

ଫାତିମା ସନା ଶେଖଙ୍କ ପାଇଁ ଅମୀର ଓ କରିଣ ରାଓଙ୍କ ଅଲଗା ହୋଇଛନ୍ତି ବୋଲି କହୁଯାଉଛି । ଅମୀର ଖାନ ଓ କରିଣ ରାଓଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବା ପରେ ତା ପର ଦିନ ହିଁ ସୋସିଆଲ ମିଡିଆରେ ଫାତିମା ସିନା ଶେଖ ଟ୍ରେଣ୍ଡ କରିଥିଲେ । ତେବେ ଏହା ଏକ ଗୁଜବ ବୋଲି କହିଛନ୍ତି ଫାତିମା । ଅମୀର ଖାନ ତାଙ୍କ ଗୁରୁ ବୋଲି କହିଛନ୍ତି ଫାତିମା । ଏହି ଦୁଇଜଣ ପ୍ରଥମେ ଦଙ୍ଗଲ ଏବଂ ପରେ ଠଗ୍ସ ଅଫ ହିନ୍ଦୁସ୍ଥାନରେ କାମ କରିସାରିଛନ୍ତି ।

ଅମୀର ଖାନ ୧୯୮୬ରେ ରୀନା ଦତ୍ତଙ୍କ ସହ ପ୍ରଥମ ବିବାହ କରିଥିଲେ । ୨୦୦୨ ମସିହାରେ ରୀନାଙ୍କ ସହ ଅଲଗା ହେବା ପରେ ୨୦୦୫ରେ କିରଣ ରାଓଙ୍କ ସହ ଦ୍ବିତୀୟ ବିବାହ କରିଥିଲେ । ତେବେ ୨୦୨୧ରେ କିରଣଙ୍କୁ ଛାଡପତ୍ର ଦେବା ପରେ ଏବେ ତୃତୀୟ ବାହାଘର କରିବେ ବୋଲି ଚର୍ଚ୍ଚା ହେଉଛି ।

Leave a Reply