ସମୀର ୱାଙ୍ଖଡେଙ୍କ ନିକାହ ବେଳର ଫଟୋ ସେୟାର କଲେ ନୱାବ ମଲ୍ଲୀକ, ଲେଖିଲେ ‘ୟେ ତୁନେ କ୍ୟା କିୟା’

ମୁମ୍ବାଇ: ସମୀର ୱାଙ୍ଖଡ଼େ ଓ ନୱାବ ମଲ୍ଲୀକଙ୍କ ମଧ୍ୟରେ ବିବାଦ ଥମିବାର ନାଁ ଧରୁନି । ନିକଟରେ ୱାଙ୍ଖଡ଼େ ତାଙ୍କ ଜନ୍ମପ୍ରମାଣ ପତ୍ର ଦେଇ ତାଙ୍କୁ ଦାଉଦ ନଡାକିବାକୁ କହିଥିବା ବେଳେ କିନ୍ତୁ ନୱାବ ମଲ୍ଲୀକ କିନ୍ତୁ ତାଙ୍କୁ ପୁଣିଥରେ ଦାଉଦ୍ ବୋଲି ସମ୍ବୋଧନ କରିଛନ୍ତି। ନିଜ ଟ୍ୱିଟରରେ ନୱାବ ରବିବାର ରାତିରେ ଏକ ଫୋଟ ଶେୟାର କରିଛନ୍ତି ଯେଉଁଥିରେ ସମୀର ୱାଙ୍ଖଡ଼େ ଜଣେ କାଜୀଙ୍କ ପାଖରେ ନିକାହ (ବିବାହ) କବୁଲ କରୁଥିବାର ସେ ଦର୍ଶାଇଛନ୍ତି ।

ଏହି ଫଟୋ ଶେୟାର କରିବ ସହିତ ନୱାବ୍ ଲେଖିଛନ୍ତି “କୁବୁଲ୍ ହେ କୁବୁଲ ହେ, କୁବୁଲ ହେ,ଏ କ’ଣ କଲୁ ତୁ ?”

ଏନ୍‌ସିପି ନେତା ଆରମ୍ଭରୁ ସମୀରଙ୍କ ଉପରେ ଜାତିଗତ ପ୍ରମାଣପତ୍ର ହେର୍‌ଫେର୍ ନେଇ ଅଭିଯୋଗ କରିଆସୁଛନ୍ତି। ସିଭିଲ୍ ସର୍ଭିସ୍‌ ଚାକିରି ପାଇଁ ସେ ଜନ୍ମଗତ ପ୍ରମାଣ ପତ୍ରରେ ନିଜର ଏସ୍‌ଟି ବୋଲି ଦର୍ଶାଇ ଏଥିପାଇଁ ଥିବା ସଂରକ୍ଷଣର ଫାଇଦା ଉଠାଇଛନ୍ତି। ଅନ୍ୟପଟେ ୱାଙ୍ଖଡ଼େଙ୍କ ପରିବାର ଏହି ଅଭିଯୋଗ ଖଣ୍ଡନ କରିବା ସହିତ ନୱାବ ମିଛ ଅଭିଯୋଗ ଲଗାଇଛନ୍ତି ବୋଲି କହିଛନ୍ତି।

ଶନିବାର ନୱାବ ମଲ୍ଲିକଙ୍କ ଝିଅ ନିଲୋଫର ମଲ୍ଲିକ ଖାନ ସୋସିଆଲ୍‌ ମିଡିଆରେ ସମୀରଙ୍କ ବାହାଘର କାର୍ଡ ପୋଷ୍ଟ କରିଥିଲେ। ଏଥିରେ ସେ ଶବାନା କୁରେସୀଙ୍କୁ ବିବାହ କରିଥିବା ଦର୍ଶାଯାଇଥିଲା। ଏହି ବାହାଘର କାର୍ଡରେ ବରର ନାଁ ସମୀର ଲେଖା ହୋଇଥିଲା। ବାପାମାଙ୍କ ନାଁ ଶ୍ରୀଯୁକ୍ତ ଦାଉଦ୍ ଏବଂ ଶ୍ରମତୀ ଜହୀଦା ୱାଙ୍କଡ଼େ ଲେଖାଥିଲା। ପୂର୍ବରୁ ନୱାବ ମଧ୍ୟ ସମୀରଙ୍କ ବାପାଙ୍କ ନାଁ ଦାଉଦ୍ ବୋଲି ଦାବି କରିଥିବା ବେଳେ ନିଜ ସମୀର ଓ ତାଙ୍କ ପରିବାର ତାଙ୍କ ନାଁ ଧ୍ୟାନଦେବ ୱାଙ୍ଖଡ଼େ  ବୋଲି କହୁଛନ୍ତି।

Leave a Reply