ଆଜିଠୁ ବିଜେଡ଼ିର ବିକ୍ଷୋଭ, ୩ ଦିନ ଗ୍ୟାସ ପାଇଁ ଗର୍ଜନ

ଭୁବନେଶ୍ୱର: ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ଆଜିଠୁ ଗର୍ଜିବ ବିଜେଡି । ଚଳିବନି କେନ୍ଦ୍ରର ମନ୍‌ମାନି । ବର୍ଦ୍ଧିତ ଗ୍ୟାସ ଦର ପ୍ରତିବାଦରେ ଆଜିଠୁ ୩ଦିନ ଧରି ବିକ୍ଷୋଭ କରିବ ବିଜେଡି । ରାସ୍ତାକୁ ଓହ୍ଲାଇବେ ବିଜେଡି ଯୁବ, ଛାତ୍ର ଓ ମହିଳା ସଂଗଠନ । ଆର୍‌ଡିସି ଓ ବ୍ଲକ୍ ଅଫିସ୍ ସମ୍ମୁଖରେ ଧାରଣା ଦିଆଯିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯିବ । ଦର ନିୟନ୍ତ୍ରଣ ହେବା ଯାଏ ପୁରପଲ୍ଲୀରେ ବିଜେଡି ଆନ୍ଦୋଳନ ଜାରି ରଖିବ ।

ପ୍ରତି ଘରକୁ ଯାଇ କେନ୍ଦ୍ର ସରକାରଙ୍କ ବିଫଳତା ସମ୍ପର୍କରେ ଲୋକଙ୍କୁ ବୁଝାଇ ଆନ୍ଦୋଳନରେ ସାମିଲ କରାଯିବ । ଅଚ୍ଛେ ଦିନ୍‌ର ସ୍ବପ୍ନ ଦେଖାଇ ଗରିବଙ୍କୁ ଠକିଛନ୍ତି କେନ୍ଦ୍ର ସରକାର । ଫେଲ ମାରିଛି କେନ୍ଦ୍ରର ଉଜ୍ବଳା ଯୋଜନା । ଗତ ସାଢେ ତିନି ବର୍ଷରେ ରନ୍ଧନ ଗ୍ୟାସର ମୂଲ୍ୟ ୭୦ ପ୍ରତିଶତ ବୃଦ୍ଧି ପାଇଛି। ୩ବର୍ଷ ତଳେ ଗ୍ୟାସ ଦର ୫୪୯ ଟଙ୍କା ଥିଲା ।

ଏବେ ଏହା ୭୦ ପ୍ରତିଶତ ବଢି ହଜାରେ ଟଙ୍କାରେ ପହଞ୍ଚିଛି । ରାଜ୍ୟରେ ଉଜ୍ଜ୍ବଳା ଯୋଜନାର ସିଲିଣ୍ଡର ରିଫିଲିଂ କମୁଥିବା ସିଏଜି ରିପୋର୍ଟ ଦେଇଛନ୍ତି । ସେହିପରି ଜାତୀୟ ପରିବାର କଲ୍ୟାଣ ସର୍ଭେ କହୁଛି ୯୮ ପ୍ରତିଶତ ନୁହେଁ, ମାତ୍ର ୨୦ ପ୍ରତିଶତ ସିଲିଣ୍ଡର ବ୍ୟବହାର ହେଉଛି । ଯାହା ଉଜ୍ଜ୍ବଳା ଯୋଜନାର ବିଫଳତାକୁ ଦର୍ଶାଉଛି ।

Leave a Reply