ଉତ୍ତର ପ୍ରଦେଶରେ ଗର୍ଜିବେ ଚାଷୀ, ଲକ୍ଷ୍ନୌରେ କରିବେ ମହାପଞ୍ଚାୟତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଗର୍ଜିବେ କୃଷକ । ଲକ୍ଷ୍ନୌରେ ଚାଷୀଙ୍କ ହେବ ମହାପଞ୍ଚାୟତ । ଏହି ମହାପଞ୍ଚାୟରେ ସାମିଲ ହେବେ ଚାଷୀ ନେତାଙ୍କ ସହ ହଜାର ହଜାର ଅନ୍ନଦାତା । ଏ ନେଇ ଲକ୍ଷ୍ନୌ ଚଲୋ ନାରା ଦେଇଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଲଖିମପୁର ଖେରୀ ଚାଷୀ ମୃତ୍ୟୁ ମାମଲାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ଦାବି କରିଛନ୍ତି ଚାଷୀ ସଙ୍ଗଠନ ।

ଅଜୟ ମିଶ୍ରା ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୃତ ଚାଷୀଙ୍କୁ ଉଚିତ ନ୍ୟାୟ ମିଳିପାରିବ । ଏଥି ସହ କେନ୍ଦ୍ର ସରକାର ସମସ୍ତ ଦାବି ମାନିନେବା ପାଇଁ ଅପିଲ୍ କରାଯାଇଛି । ତିନି କୃଷି ଆଇନ୍ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିସାରିଛନ୍ତି କେନ୍ଦ୍ର ସରକାର । ହେଲେ ଅନ୍ୟ ଦାବି ଯେ ପର୍ଯ୍ୟନ୍ତ ସରକାର ମାନି ନାହାଁନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ସଙ୍ଗଠନ ସଫା ସଫା ଶୁଣାଇ ଦେଇଛନ୍ତି ।

ଗୁରୁ ନାନକ ଦେବଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧନ କରିବା ସହ ଚାଷୀ ଆଇନ ହଟାଇବା ନେଇ ଘୋଷଣା କରିଛନ୍ତି  । ଆନ୍ଦୋଳନରତ ଚାଷୀଙ୍କୁ ଆନ୍ଦୋଳନରୁ ଓହରିଯିବା ନେଇ ଘୋଷଣା କରିଥିଲେ  । ପୁଣି ଥରେ ଚାଷୀ ଭାଇମାନେ ରାସ୍ତାରୁ ହଟି କ୍ଷେତକୁ ଯିବା ପାଇଁ ଅନୁରୋଧ କରିଥିଲେ  ।

Leave a Reply