spot_img
Home Blog Page 5044

ପାକିସ୍ତାନୀ ବିରାଟଙ୍କ ଅପେକ୍ଷା ଏହି ଖେଳାଳିଙ୍କୁ ଅଧିକ ପସନ୍ଦ କରନ୍ତି

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ଓ୍ୱର୍ଲଡ କପ୍‌ ସମୟରେ ପ୍ରତି ଖେଳାଳିଙ୍କ ଉପରେ ରହିବ ସମସ୍ତଙ୍କର ନଜର । କିନ୍ତୁ ଟି-20ରେ ପାକିସ୍ତାନର ଟିମ୍‌  କୌଣସି ସମୟରେ ମଧ୍ୟ ନାମିଦାମି ଖେଳାଳିଙ୍କୁ ଖେଳରେ ଦ୍ୱନ୍ଦରେ ପକାଇ ପାରନ୍ତି । କାରଣ  ଟି-୨୦ରେ ୪-୫ଟି ବଲରେ ବାଜି ଓଲଟିଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ମଧ୍ୟରେ ମହା ମୁକାବିଲା ପୂର୍ବରୁ ପାକିସ୍ତାନର ପୂର୍ବ ନାମିଦାମି ବୋଲର ସୋଏବ ଅଖତର ଭାରତୀୟ ଖେଳାଳିଙ୍କୁ ଭୁରି ପ୍ରଶଂସା କରିଛନ୍ତି ।

ନିକଟରେ ଗଣମାଧ୍ୟମ ସାକ୍ଷାତକାରରେ ସୋଏବ  କହିଛନ୍ତିଯେ,  ଭାରତର କିଛି  ବୋଲର ପାକିସ୍ତାନରେ ଖୁବ୍‌ ଲୋକପ୍ରିୟ । ଏହା ମଧ୍ୟରେ ସେ ବିରାଟ କୋହଲିଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି । କିନ୍ତୁ ବିରାଟଙ୍କ ଠାରୁ ଅଧିକ ସେ ରୋହିତ ଶର୍ମାଙ୍କୁ ପ୍ରଶଂସା କରିଛନ୍ତି ।

 

ସୋଏବ କହିଛନ୍ତିଯେ, ଟି-୨୦ରେ କିଛି ମଧ୍ୟ ହୋଇପାରେ ।  ବଡ଼ ମ୍ୟାଚ୍‌ ବଡ଼ ଖେଳାଳି ନୁହେଁ ବରଂ ଖୁବ୍‌ ସାହସର ସହିତ ଜିତାଯାଏ । ନିଃସନ୍ଦେହ ଭାରତ ନିକଟରେ ଭଲ ଖେଳାଳି ଅଛନ୍ତି । କିନ୍ତୁ ସାହସ ଏବଂ ରଣନୀତିରେ ସବୁକିଛି ବଦଳି ଯାଇପାରେ ।  ଏହା ସହିତ ଟି-୨୦ ହେଉଛି ଏକ ଘଡ଼ିସନ୍ଧି ଫର୍ମାଟ । କିନ୍ତୁ କିଭଳି ପ୍ରଦର୍ଶନ କରିବେ ଏହା କେବଳ ଖେଳାଳିଙ୍କ ଉପରେ ନିର୍ଭର କରେ ।

 

ସୋଏବ କହିଛନ୍ତିଯେ, ରୋହିତ ଶର୍ମା ହେଉଛନ୍ତି ତାଙ୍କର ପ୍ରିୟ ଖେଳାଳି । ତେବେ ରୋହିତଙ୍କୁ ପାକିସ୍ତାନରେ ଖୁବ୍‌ ପ୍ରଶଂସା କରାଯାଏ ବୋଲି ସେ କହିଛନ୍ତି ।

୧୦ ଦିନ ପରେ ବନ୍ଦ ହୋଇଯିବ ହ୍ୱାଟ୍ସଆପ୍, ଆପଣଙ୍କ ନମ୍ବର ହିଟଲିଷ୍ଟରେ ଅଛି କି?

ନୂଆଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ Whatsapp ଆଗାମୀ ନଭେମ୍ବର ୧ ତାରିଖ ଠାରୁ ଅନେକ ସ୍ମାର୍ଟଫୋନରେ ଚାଲିବ ନାହିଁ। ମିଡିଆ ରିପୋର୍ଟ ମୁତାବକ ୧୦ ଦିନ ଭିତରେ ଅନେକ ମୋବାଇଲରେ ହ୍ୱାଟ୍ସଆପ କାମ କରିବା ବନ୍ଦ କରିଦେବ । ଆଉ ଏଭଳି ହେଲେ  ଆପଣ ପୁରୁଣା ଫୋନରେ ମେସେଜ୍, ଫଟୋ କିମ୍ବା ଭିଡ଼ିଓ ପଠାଇପାରିବେ ନାହିଁ କି ଦେଖିପାରିବେ ନାହିଁ । ଆସନ୍ତୁ ଜାଣିବା ସେସବୁ ସ୍ମାର୍ଟଫୋନ୍ ସମ୍ପର୍କରେ…

ହ୍ୱାଟ୍ସଆପ୍ ଆଣ୍ଡ୍ରୋଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମର ପୁରୁଣା ଭର୍ଜନରେ କାମ କରିବ ନାହିଁ। ଆଣ୍ଡ୍ରଏଡ୍ OS 4.1 ଏବଂ ତା’ପରର ଭର୍ଜନ ଓ iOS 10 ଏବଂ ତା’ପରର ଭର୍ଜନ ବ୍ୟବହାର କରୁଥିବା ଉପଭୋକ୍ତାମାନେ ହ୍ୱାଟ୍ସଆପ୍ ବ୍ୟବହାର କରିବେ । ତେବେ ୟୁଜର୍ସ ମାନେ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଫୋନର ସେଟିଂକୁ ଯାଇ ସଫ୍ଟୱେର୍ ଭର୍ସନ ଯାଞ୍ଚ କରିପାରିବେ ।

ଆପଲ୍: ଆପଲ୍ ଆଇଫୋନ୍ 6ଏସ୍, ଆପଲ୍ ଆଇଫୋନ୍ 6ଏସ୍ ପ୍ଲସ୍ ଏବଂ ଆପଲ୍ ଆଇଫୋନ୍ SE

ସାମସଙ୍ଗ: ସାମସଙ୍ଗ ଗାଲାକ୍ସି ଟ୍ରେଣ୍ଡ ଲାଇଟ୍, ସାମସଙ୍ଗ ଗାଲାକ୍ସି SII, ସାମସଙ୍ଗ ଗାଲାକ୍ସି ଟ୍ରେଣ୍ଡ II, ସାମସଙ୍ଗ ଗାଲାକ୍ସି S3 ମିନି, ସାମସଙ୍ଗ ଗାଲାକ୍ସି କୋର, ସାମସଙ୍ଗ ଗାଲାକ୍ସି ଏକ୍ସକୋଭର 2 ଏବଂ ସାମସଙ୍ଗ ଗାଲାକ୍ସି ଏସ 2।

ଏଲଜି: ଏଲଜି ଲ୍ୟୁସିଡ ୨, ଏଲଜି ଅପ୍ଟିମସ୍ L5 ଡ୍ୟୁଏଲ୍, ଏଲଜି ଅପ୍ଟିମସ୍ L4 II ଡ୍ୟୁଏଲ୍, ଏଲଜି ଅପ୍ଟିମସ୍ F3Q, ଏଲଜି ଅପ୍ଟିମସ୍ F7, ଏଲଜି ଅପ୍ଟିମସ୍ F5, ଏଲଜି ଅପ୍ଟିମସ୍ L3 II ଡ୍ୟୁଏଲ୍, ଏଲଜି ଅପ୍ଟିମସ୍ L5, ଏଲଜି ଅପ୍ଟିମସ୍ L5 II, ଏଲଜି ଅପ୍ଟିମସ୍ L3 II, ଏଲଜି ଅପ୍ଟିମସ୍ L7, ଏଲଜି ଅପ୍ଟିମସ୍ L7 II ଡ୍ୟୁଏଲ୍, ଏଲଜି ଅପ୍ଟିମସ୍ F6, ଏଲଜି ଅପ୍ଟିମସ୍ F3, ଏଲଜି ଇନେକ୍ଟ, ଏଲଜି ଅପ୍ଟିମସ୍ L4 II, ଏଲଜି ଅପ୍ଟିମସ୍ L2 II ଓ ଏଲଜି ଅପ୍ଟିମସ୍ ନାଇଟ୍ରୋ ଏଚଡି ଏବଂ 4x ଏଚଡି ।

ଜେଡଟିଇ: ZTE ଗ୍ରାଣ୍ଡ ଏସ୍ ଫ୍ଲେକ୍ସ, ZTE ଗ୍ରାଣ୍ଡ X କ୍ୱାଡ V987, ZTE V956 ଏବଂ ZTE ଗ୍ରାଣ୍ଡ ମେମୋ ।

Huawei: Huawei ଏସକେଣ୍ଡ G740, Huawei ଏସକେଣ୍ଡ ଡି କ୍ୱାଡ୍ ଏକ୍ସଏଲ୍, Huaweiଏସକେଣ୍ଡ ମେଟ୍, Huawei ଏସକେଣ୍ଡ P1 S, Huawei ଏସକେଣ୍ଡ D2 ଏବଂ Huawei ଏସକେଣ୍ଡ D1 କ୍ୱାଡ୍ XL ।

ମନୀଷ ଦାସ ମୃତ୍ୟୁ ମାମଲା, ହୋଟଲକୁ ଲିଜ୍‌ରେ ନେଇ ଚଲାଉଥିବା କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ

ଭୁବନେଶ୍ୱର: ଭୁବନେଶ୍ୱର ମନୀଷ ଦାସ ମୃତ୍ୟୁ ମାମଲାରେ ପ୍ରଥମ ବଡ଼ କାର୍ଯ୍ୟାନୁଷ୍ଠାନ। କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ। ଭୁବନେଶ୍ୱର କମିଶନରେଟ ହାବିଲଦାର ଓ କନେଷ୍ଟବଳ ସଂଘର ସଭାପତି ଅଛନ୍ତି ପ୍ରସନ୍ନ। ମନୀଷ ମୃତ୍ୟୁ ମାମଲାର ତଦନ୍ତ ଆଧାରରେ ଡିସିପି ପ୍ରସନ୍ନଙ୍କୁ ସସପେଣ୍ଡ କରିଛନ୍ତି। ବିଳମ୍ବିତ ରାତି ଯାଏଁ ଓ କର୍ଫ୍ୟୁ ନିୟମ ଉଲ୍ଲଘଂନ କରି ବାର ଓ ଡାନ୍ସ ବାର ଚଳାଇବା ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ପ୍ରସନ୍ନ ସାଉଥ ସିଟି ହୋଟେଲକୁ ଲିଜରେ ନେଇ ଚଳାଉଥିଲେ। ମନୀଷ ଓ ତାଙ୍କ ସାଙ୍ଗମାନେ ଏହି ହୋଟେଲରେ ମଉଜ କରିବା ପରେ ୩୫ ହଜାର ଟଙ୍କାର ବିଲକୁ ନେଇ ବଚସା ଏବଂ ପରେ ମର୍ଡର ହୋଇଥିବା ଅଭିଯୋଗ ହୋଇଥିଲା ।

ତେବେ କରୋନା କଟକଣା ଥିବା ବେଳେ, ରାତି ୪ଟା ଯାଏଁ କିଭଳି ହୋଟେଲ ଖୋଲିଥିଲା ? କିଏ ଦେଉଥିଲା ଏହି ହୋଟେଲକୁ ସୁରକ୍ଷା ? ମାମଲାରେ ତିନି ଦିନିଆ ରିମାଣ୍ଡରେ ଆଣି ଅଭିଯୁକ୍ତୁଙ୍କୁ ଜେରା କରିଛି । କିନ୍ତୁ କ୍ରାଇମ ସିଣ୍ଡିକେଟ ନିକଟରେ ପହଁଚି ପାରିନାହିଁ । ଆବଶ୍ୟକ ସ୍ଥଳେ ପୁଣି ସେମାନଙ୍କୁ ରିମାଣ୍ଡରେ ଆଣି ଲାଏ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି କହିଛନ୍ତି ଡିସିପି।

ବିରାଟ କୋହଲି vs ବାବର ଆଜମ; କିଏ ଅଧିକ ଶକ୍ତିଶାଳୀ ଜାଣନ୍ତୁ…

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି T20 ମହାମୁକାବିଲା । ଯାହାକୁ ନେଇ ଖୁବ୍ ଉତ୍ସାହିତ କ୍ରିକେଟ୍ ପ୍ରେମୀ। ଅକ୍ଟୋବର ୨୪ ରେ ହେବାକୁ ଥିବା ମୁକାବିଲା ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ମ୍ୟାଚର ଗୋଟିଏ ପଟେ କୋହଲି ସେନା ରହିଥିବା ବେଳେ ଅନ୍ୟ ପଟେ ବାବର ଆଜମଙ୍କ ଅଧିନାୟକତ୍ୱରେ ପାକିସ୍ତାନ ମଇଦାନକୁ ଓହ୍ଲାଇବ।

ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ପାଞ୍ଚଟି ମ୍ୟାଚ୍‌ରେ ପାକିସ୍ତାନ ପରାଜୟ ଦେଖିଥିବା ବେଳେ ଏହି ମ୍ୟାଚରେ ବିଜୟ ହାସଲ ପାଇଁ ପ୍ରାଣପଣେ ଚେଷ୍ଟା କରିବେ । ତେବେ ଏହି ମ୍ୟାଚରେ ଦୁଇ ଟିମର କ୍ୟାପଟେନ୍ ଙ୍କ ଉପରେ ସବୁକିଛି ନିର୍ଭର କରୁଛି। ଆସନ୍ତୁ ଜାଣିବା ବିରାଟ କୋହଲି ଏବଂ ବାବରଙ୍କ ମଧ୍ୟରେ କିଏ, କାହା ଉପରେ ଅଧିକ ଭାରୀ…

ଅନ୍ତର୍ଜାତୀୟ କ୍ୟାରିଅର୍ 
ବିରାଟ କୋହଲି: ଭାରତୀୟ ଅଧିନାୟକ ବିରାଟ କୋହଲି ଏହି ଫର୍ମାଟର କିଙ୍ଗ ବୋଲାଇଥାନ୍ତି। ତାଙ୍କ ନାମରେ ଅଧିକ ରନ୍ ଏବଂ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିବାର ବିଶ୍ୱ ରେକର୍ଡ ରହିଛି। ସେ ଗୋଟିଏ ପରେ ଗୋଟିଏ କ୍ରିକେଟର ବଡବଡ ରେକର୍ଡ ହାତେଇଛନ୍ତି। ଏପର୍ଯ୍ୟନ୍ତ ସେ ୯୦ଟି ମ୍ୟାଚ୍ ରେ ୨୮ଟି ଅର୍ଦ୍ଧଶତକ ବଳରେ ୩୧୫୯ ରନ୍ ସଂଗ୍ରହ କରିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୩୯.୦୪ ରହିଥିଲା ।

ବାବର ଆଜାମ: T-20 ଇଣ୍ଟରନ୍ୟାସନାଲରେ ବାବର ପାକିସ୍ତାନର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍। ସେ ୬୧ଟି ମ୍ୟାଚରେ ହାରାହାରି ୪୬.୮୯ରେ ୨୨୦୪ ରନ୍ କରିଛନ୍ତି। ଏହି ସମୟ ମଧ୍ୟରେ ଗୋଟିଏ ଶତକ ଏବଂ ୨୨ଟି ଅର୍ଦ୍ଧ ଶତକ ହାତେଇଛନ୍ତି । ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୩୦.୬୪ ରହିଛି।

ଶକ୍ତିଶାଳୀ-
ବିରାଟ କୋହଲି: ଗତ ୩ଟି T20 ଇନିଂସରେ ପାକିସ୍ତାନୀ ଟିମ୍ ବିରାଟଙ୍କୁ ଆଉଟ୍ କରିପାରି ନାହିଁ। ପାକିସ୍ତାନ ବିରୋଧରେ ବିରାଟଙ୍କ ଦମଦାର୍ ଓ ଆକ୍ରାମକ ପ୍ରଦର୍ଶନକୁ ଖୁବ୍ ପସନ୍ଦ କରନ୍ତି ପ୍ରଶଂସକ ମାନେ।

ବାବର ଆଜାମ: ଷ୍ଟ୍ରୋକିଂ ଖେଳାଳି ହେଉଛନ୍ତି ବାବର ଆଜମ। ବଡ଼ ଟିମ୍ ବିପକ୍ଷରେ ସେ ଖେଳିବାକୁ କମ୍ ସୁଯୋଗ ପାଇଛନ୍ତି । ତଥାପି ସଟସିଲେକ୍ସନକୁ ନେଇ କୋହଲିଙ୍କ ସହ ତାଙ୍କର ତୁଳନା କରାଯାଇପାରେ। ସେହିପରି କିଛି ପାକିସ୍ତାନୀ କ୍ରିକେଟର କଭର ଡ୍ରାଇଭରେ କୋହଲିଙ୍କ ଠାରୁ ବାବରଙ୍କୁ ଅଧିକ ଦମଦାର୍ ମାନନ୍ତି।

କାହାର କ’ଣ ଦୁର୍ବଳତା ରହିଛି-
ବିରାଟ କୋହଲି: ଅନ୍ତର୍ଜାତୀୟ ସ୍ତରରେ ଗତ ଦୁଇ ବର୍ଷ ମଧ୍ୟରେ ବିରାଟଙ୍କ ବ୍ୟାଟରୁ କୌଣସି ବଡ଼ ରନ୍ କରାଯାଇନାହିଁ। ଆଇପିଏଲ୍ ୨୦୨୧ରେ ଭଲ ପ୍ରଦର୍ଶନ ହୋଇଥିବା ବେଳେ ଅନ୍ତର୍ଜାତୀୟ ମ୍ୟାଚରେ ମଧ୍ୟ ଭଲ ପ୍ରଦର୍ଶନ ହେବ ବୋଲି ଆଶା କରାଯାଉଛି ।

ବାବର ଆଜାମ: ପ୍ରଥମ ଥର ପାଇଁ T-20ରେ ଭାରତ ବିପକ୍ଷରେ ଖେଳିବେ ବାବର ଆଜମ।

ପେଟ୍ରୋଲକୁ ନେଇ ହାହାକର, ଦେଶରେ ପ୍ରଥମ ଥର ପାଇଁ ଲିଟର ପିଛା ୧୨୦ ଟଙ୍କା

0

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲର ଦୈନିକ ଦରବୃଦ୍ଧି ଲୋକଙ୍କ ମୁଣ୍ଡରେ ଚଡ଼କ ପକାଇଛି । ଦେଶର କେତେକ ସହରରେ ଏବେ ପେଟ୍ରୋଲ ଦର ୧୨୦ ଟଙ୍କାରେ ପହଞ୍ଚି ସାରିଛି । ଅକ୍ଟୋବରରେ ଏପର୍ଯ୍ୟନ୍ତ ୧୭ ଥରରୁ ଅଧିକ ପେଟ୍ରୋଲ ଦର ବଢ଼ିଛି । ଦୈନିକ ବଢ଼ୁଥିବା ପେଟ୍ରୋଲ ଏବଂ ଡିଜେଲର ଦର ରେକର୍ଡ଼ ଭାଙ୍ଗିଛି ।

BJD Leader Sanjay Dasburma Demands Center To Withdraw Cess On Fuel

କେଉଁଠି କେତେ ?

ରାଜସ୍ଥାନର ଶ୍ରୀନଗରରେ  ପ୍ରଥମ ଥର ପେଟ୍ରୋଲ ୧୧୯.୦୫ ପଇସା ଏବଂ ଡିଜେଲର ଦର ୧୦୯.୮୮ ପଇସା ରହିଛି ।

ମଧ୍ୟପ୍ରଦେଶର ଅନୁପପୁରରେ ପେଟ୍ରୋଲ ୧୧୮.୩୫ ପଇସା ଏବଂ ଡିଜେଲର ଦର ୧୦୭.୫୦ ପଇସା ରହିଛି ।

ଅଲିରାଜପୁରରେ ପଟ୍ରୋଲ ଦର ୧୨୦ ଟଙ୍କା ଏବଂ ଡିଜେଲ ଦର ୧୦୫.୫୧ ପଇସା ରହିଛି । ଏହିଭଳି ମଧ୍ୟପ୍ରଦେଶର ଏକାଧିକ ସ୍ଥାନରେ ପେଟ୍ରୋଲ ଦର ପ୍ରାୟ ୧୨୦ ଟଙ୍କା ରହିଛି ।

ଦିଲ୍ଲୀରେ ପେଟ୍ରୋଲ ଦର ୧୦୬ ଟଙ୍କା ୮୯ ପଇସା ଏବଂ ଡିଜେଲ ଦର ୯୫.୬୨ ପଇସା ।

ମୁମ୍ବାଇରେ ପେଟ୍ରୋଲ ଦର ୧୧୨ ଟଙ୍କା ୭୮ ପଇସା ଡିଜେଲ ଦର ୧୦୩ ଟଙ୍କା ୯୨ ପଇସା ।

ଚେନ୍ନାଇରେ ପେଟ୍ରୋଲ ଦର ୧୦୩ ଟଙ୍କା ୯୨ ପଇସା ଏବଂ ଡିଜେଲ ଦର ୯୯ ଟଙ୍କା ୯୨ ପଇସା ।

କୋଲକାତାରେ ପେଟ୍ରୋଲ ଦର ୧୦୭ ଟଙ୍କା ୪୪ ପଇସା ଏବଂ ଡିଜେଲ ଦର ୯୮ ଟଙ୍କା ୭୩ ପଇସା ।

ଦେଶର ତିନୋଟି ଅଏଲ ମାର୍କେଟିଙ୍ଗ୍‌ କମ୍ପାନୀ HPCL, BPCL ଏବଂ IOC ଆପ୍‌ ଦୈନିକ ସକାଳେ  ପେଟ୍ରୋଲ ଡିଜେଲର ନୂଆ ଦର ଜାରି କରେ ।

ପାଠ ଶେଷ କରିନଥିବାରୁ ସପ୍ତମ ଶ୍ରେଣୀ ଛାତ୍ରକୁ ପିଟିପିଟି ମାରିଦେଲେ ଶିକ୍ଷକ

ତାଲଚେର: ଛାତ୍ରକୁ ପିଟିପିଟି ମାରିଦେଲେ ଶିକ୍ଷକ। ପାଠ ଶେଷ କରିନଥିବାରୁ ସପ୍ତମ ଶ୍ରେଣୀ ଛାତ୍ରକୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ରାଜସ୍ଥାନର ଚୁରୁ ଜିଲା ଅନ୍ତର୍ଗତ ସାଲାସାରର ଏ ଅଭାବନୀୟ ଘଟଣା। ଘରୋଇ ବିଦ୍ୟାଳୟ ଶିକ୍ଷକ ମନୋଜ କୁମାର ଛାତ୍ରକୁ ପିଟିପିଟି ମାରି ଦେଇଥିଲେ। ପିଲାଟି ମରିଯିବା ପରେ ତା’ ବାପାଙ୍କୁ ‘ସେ ମରିଯିବାର ଅଭିନୟ କରୁଛି’ ବୋଲି କହିବା ଆହୁରି ବିସ୍ମୟ ସୃଷ୍ଟି କରିଛି। ଅଭିଯୁକ୍ତ ଶିକ୍ଷକ ମନୋଜ କୁମାରଙ୍କୁ ଗିରଫ କରିଛି ପୁଲିସ। ମୃତ ଛାତ୍ରର ବାପା ଓମ୍‌ ପ୍ରକାଶଙ୍କ କହିବାନୁସାରେ ପୁଅ ଗତ ୧୫ ଦିନ ମଧ୍ୟରେ ପ୍ରାୟ ୫ଥର ଶିକ୍ଷକ ବିନା କାରଣରେ ବାରମ୍ବାର ପିଟୁଥିବାର ଅଭିଯୋଗ କରିଥିଲା।

ବୁଧବାର ସକାଳ ପ୍ରାୟ ୯ଟାରେ ପୁଅ ଅଚେତ ହୋଇଯିବା ସମ୍ପର୍କରେ ଫୋନ୍‌ କରି ଶିକ୍ଷକ ତାଙ୍କୁ ଜଣାଇଥିଲେ। ଜମିରେ ଥିବା ଓମ୍‌ ପ୍ରକାଶ ପତ୍ନୀଙ୍କ ସହ ଶିକ୍ଷକଙ୍କ ଘରେ ପହଞ୍ଚି ପୁଅ ନିସ୍ତେଜ ହୋଇ ପଡ଼ିଥିବା ଦେଖିଥିଲେ। ଉପସ୍ଥିତ ଅନ୍ୟ ଛାତ୍ରଛାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଥିଲେ। ଶିକ୍ଷକ ତାଙ୍କୁ ‘ଆପଣଙ୍କ ପୁଅ ପାଠ ଶେଷ କରି ନ ଥିବାରୁ ମୁଁ ତାକୁ ପିଟିଥିଲି। ଏଥିରେ ସେ ପେଖନା କାଢ଼ିବା ସହ ମରିଯିବାର ଅଭିନୟ କରି ପଡ଼ିରହିଛି’ ବୋଲି କହିଥିଲେ। ଅନ୍ୟ ପିଲାଙ୍କ କହିବାନୁସାରେ ଶିକ୍ଷକ ଅତି ନିର୍ଦ୍ଦୟ ଭାବେ ବାଡ଼ିରେ ପିଟିବା ସହ ଶରୀରରେ କଣ୍ଟା ଫୋଡ଼ି ଥିବା କହିଛନ୍ତି।

ହୋମ୍‌ ଓ୍ୱର୍କ କରିନଥିବାରୁ ଛାତ୍ରକୁ ପିଟିପିଟି ମାରିଦେଲେ ଶିକ୍ଷକ

ଚୁରୁ:  ଛାତ୍ରକୁ ପିଟିପିଟି ମାରିଦେଲେ ଶିକ୍ଷକ । ପାଠ ଶେଷ କରିନଥିବାରୁ ସପ୍ତମ ଶ୍ରେଣୀ ଛାତ୍ରକୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ରାଜସ୍ଥାନର ଚୁରୁ ଜିଲା ଅନ୍ତର୍ଗତ ସାଲାସାରରେ ଏଭଳି  ଅଭାବନୀୟ ଘଟଣା ଘଟିଛି । ଘରୋଇ ବିଦ୍ୟାଳୟ ଶିକ୍ଷକ ମନୋଜ କୁମାର ଛାତ୍ରକୁ ପିଟିପିଟି ମାରି ଦେଇଥିଲେ । ପିଲାଟି ମରିଯିବା ପରେ ତା’ ବାପାଙ୍କୁ ‘ସେ ମରିଯିବାର ଅଭିନୟ କରୁଛି’ ବୋଲି କହିବା ଆହୁରି ବିସ୍ମୟ ସୃଷ୍ଟି କରିଛି ।

ଅଭିଯୁକ୍ତ ଶିକ୍ଷକ ମନୋଜ କୁମାରଙ୍କୁ ଗିରଫ କରିଛି ପୋଲିସ୍‌। ମୃତ ଛାତ୍ରର ବାପା ଓମ୍‌ ପ୍ରକାଶଙ୍କ କହିବାନୁସାରେ ପୁଅ ଗତ ୧୫ ଦିନ ମଧ୍ୟରେ ପ୍ରାୟ ୫ଥର ଶିକ୍ଷକ ବିନା କାରଣରେ ବାରମ୍ବାର ପିଟୁଥିବାର ଅଭିଯୋଗ କରିଥିଲା । ବୁଧବାର ସକାଳ ପ୍ରାୟ ୯ଟାରେ ପୁଅ ଅଚେତ ହୋଇଯିବା ସମ୍ପର୍କରେ ଫୋନ୍‌ କରି ଶିକ୍ଷକ ତାଙ୍କୁ ଜଣାଇଥିଲେ। ଜମିରେ ଥିବା ଓମ୍‌ ପ୍ରକାଶ ପତ୍ନୀଙ୍କ ସହ ଶିକ୍ଷକଙ୍କ ଘରେ ପହଞ୍ଚି ପୁଅ ନିସ୍ତେଜ ହୋଇ ପଡ଼ିଥିବା ଦେଖିଥିଲେ। ଉପସ୍ଥିତ ଅନ୍ୟ ଛାତ୍ରଛାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଥିଲେ। ଶିକ୍ଷକ ତାଙ୍କୁ ‘ଆପଣଙ୍କ ପୁଅ ପାଠ ଶେଷ କରି ନ ଥିବାରୁ ମୁଁ ତାକୁ ପିଟିଥିଲି। ଏଥିରେ ସେ ପେଖନା କାଢ଼ିବା ସହ ମରିଯିବାର ଅଭିନୟ କରି ପଡ଼ି ରହିଛି’ ବୋଲି କହିଥିଲେ। ଅନ୍ୟ ପିଲାଙ୍କ କହିବାନୁସାରେ ଶିକ୍ଷକ ଅତି ନିର୍ଦ୍ଦୟ ଭାବେ ବାଡ଼ିରେ ପିଟିବା ସହ ଶରୀରରେ କଣ୍ଟା ଫୋଡ଼ି ଥିବା କହିଛନ୍ତି ।

ମୁମ୍ବାଇର ଏକ ୬୦ ମହଲା କୋଠାରେ ଭୟାବହ ଅଗ୍ନିକାଣ୍ଡ, ବଞ୍ଚିବା ପାଇଁ ଜାରି ରହିଛି ସଂଘର୍ଷ

0

ମୁମ୍ବାଇ:  ମୁମ୍ବାଇର ଲାଲବାଗ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ । ଲାଲବାଗର ଏକ ଘରୋଇ ବିଲ୍ଡିଂର ୧୯ତମ ମହଲାରେ ନିଆଁ ଲାଗି ଯାଇଛି । ଭିଆଇପି ଅଞ୍ଚଳ ଅଭିଗ୍ନ ପାର୍କ ସୋସାଇଟିରେ ଏହି ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିବା ବେଳେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ବିଲ୍ଡିଂରେ ନିଆଁ ଲାଗି ଯାଇଥିବା ଦେଖି ୧୯ ମହଲାରୁ ଜଣେ ବ୍ୟକ୍ତି ଡେଇଁ ପଡ଼ିବାକୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୬୦ମହଲା ବିଶିଷ୍ଟ ଏହି ବିଲ୍ଡିଂର ୧୯ମହଲରାରେ ନିଆଁ ଲାଗି ଯାଇଥିବା ବେଳେ ଏହା ପଞ୍ଚମ ମହଲାକୁ ବ୍ୟାପି ସାରିଲାଣି ।।

ଫାୟର ବ୍ରିଗେଡଙ୍କ ଅନୁସାରେ ଅବିଘ୍ନା ବିଲଡିଙ୍ଗରେ ପ୍ରାୟ ଦିନ ୧୨ଟା ବେଳେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଜୀବନ ବଞ୍ଚାଇବା ପାଇଁ ଲୋକ ଘରର ବାଲକୋନିରେ ଝୁଲିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି ।

 

ସୂଚନା ଅନୁସାରେ ଜୀବନ ବଞ୍ଚଶିବାକୁ ୩୦ ବର୍ଷୀୟ ଅରୁଣ ତିଓ୍ୱାରୀ ନାମକ ଜଣେ ବ୍ୟକ୍ତି ଘରର ବାଲକୋନିରେ ଓହଳି ପଡ଼ିଥିଲେ ।  ତାଙ୍କୁ ତତକ୍ଷଣାତ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଅରୁଣ ତଳକୁ ପଡ଼ି ଯାଇଥିବା ଭୟାବହ ଘଟଣାର ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି । ତେବେ ନିଆଁ କାବୁ କରିବା ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି ।

ଅନନ୍ୟା ଗଞ୍ଜେଇ ଟ୍ରାଏ କରିବାକୁ ଚାହୁଁଥିଲେ, ଆର୍ୟନ ଦେଇଥିଲେ ଡିଲର ନମ୍ବର

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ଗଞ୍ଜେଇ ଟ୍ରାଏ କରିବାକୁ ଚାହିଁଥିଲେ । ଏଥିପାଇଁ ସେ ଆର୍ୟନଙ୍କ ସାହାଯ୍ୟ ଲୋଡିଥିଲେ । ଆର୍ୟନଙ୍କୁ ହ୍ୱାଟସଆପ୍ କରି ଅନନ୍ୟା ଗଞ୍ଜେଇ ଟ୍ରାଏ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ । ଯବାବରେ ଆର୍ୟ୍ୟନ ତାଙ୍କୁ ଜଣେ ଡ୍ରଗ୍ ପେଡଲରଙ୍କ ନମ୍ବର ଦେଇଥିଲେ । ଉଭୟଙ୍କ ମଧ୍ୟରେ ଏହି ଚାଟ୍ ୨୦୧୮ ଓ ୨୦୧୯ରେ ହୋଇଥିଲା ।


୨୧ ତାରିଖ ଦିନ ଏନସିବି ଜେରା ବେଳେ ଅନନ୍ୟାଙ୍କୁ ଏହି ଚାଟ୍ ବାବଦରେ ପଚରା ଯାଇଥିଲା । ତେବେ ଏନସିବିର ପ୍ରଶ୍ନବାଣରେ ଅନନ୍ୟା ବିଚଳିତ ହୋଇ ପଡିଥିବା ଜଣା ପଡିଛି । ଅନେକ ପ୍ରଶ୍ନର ଉତ୍ତରରେ ‘ମୋର କିଛି ମନେ ନାହିଁ’’ ବୋଲି ଅନନ୍ୟା କହିଥିଲେ ।

ଜଣେ ବରିଷ୍ଠ ଏନସିବି ଅଧିକାରୀଙ୍କ ଅନୁସାରେ ଅନନ୍ୟା ଓ ଆର୍ୟ୍ୟନଙ୍କ ମଧ୍ୟରେ ହୋଇଥିବା ଏକ ଚାଟରୁ ଜଣା ପଡିଛି ଯେ, ଅନନ୍ୟା ଆଗରୁ ମଧ୍ୟ ଗଞ୍ଜେଇ ସେବନ କରିଥିଲେ । ଚାଟରେ ସେ ପୁଣିଥରେ ଗଞ୍ଜେଇ ଟ୍ରାଏ କରିବାକୁ ଚାହୁଁଥିବା କଥା ଆର୍ୟନଙ୍କୁ କହିଥିଲେ ।

ଅନ୍ୟଏକ ଚାଟରେ ଆର୍ୟନ ଅନନ୍ୟାଙ୍କୁ ଗଞ୍ଜେଇ ଆରେଂଜ୍ ହୋଇ ପାରିବ କି ବୋଲି ପଚାରିଥିଲେ । ଯାହାର ଉତ୍ତରରେ ଅନନ୍ୟା କହିଥିଲେ ଯେ, ମୁଁ ଆରେଂଜ୍ କରିଦେବି । ଏହି ଚାଟକୁ ଯେତେବେଳେ ଏନସିବି ଅନନ୍ୟାଙ୍କୁ ଦେଖାଇ ଥିଲା ସେତେବେଳେ ଅନନ୍ୟା କହିଥିଲେ ଯେ, ମୁଁ ମଜାକ କରୁଥିଲି ।

ଏନସିବି ବାରମ୍ବାର ଅନନ୍ୟାଙ୍କୁ ଡ୍ରଗ୍ସ ବାବଦରେ ପଚାରିବା ପରେ ସେ ଉତ୍ତର ଦେଇଥିଲେ ଯେ, ଆମ ଭିତରେ ସିଗାରେଟକୁ ନେଇ ଚାଟ୍ ହୋଇଥିଲା । ମୁଁ କେବେ ମଧ୍ୟ ଡ୍ରଗ୍ସ ନେଇ ନାହିଁ ।

ଜେରା ପୂର୍ବରୁ କାନ୍ଦିଥିଲେ

ଏନସିବି ଅଫିସକୁ ବାପା ଚଙ୍କିଙ୍କ ସହିତ ଯାଇଥିବା ଅନନ୍ୟା ଜେରା ପୂର୍ବରୁ ନର୍ଭସ ଥିଲେ । ଇଣ୍ଟୋରଗେସନ୍ ରୁମକୁ ଯିବା ପୂର୍ବରୁ ସେ ବାପାଙ୍କୁ କୁଣ୍ଢାଇ ଧରି କାନ୍ଦିଥିଲେ । ଇଣ୍ଟୋରଗେସନ୍ ରୁମରେ ତାଙ୍କୁ ଜଣେ ଏନସିବି ଅଧିକାରୀ ଏକାକି ଜେରା କରିଥିଲେ ।
ଅନନ୍ୟାଙ୍କୁ କ’ଣ ପଚାରିଥିଲା ଏନସିବି ?
-ଆପଣ ଆର୍ୟନ ଖାନଙ୍କୁ ଜାଣିଛନ୍ତି କି ?
-ଆର୍ୟନ କେବେ ଡ୍ରଗ୍ସ ନେବା ଦେଖିଛନ୍ତି କି ?
-ଆର୍ୟନ ଡ୍ରଗ୍ସ କାହାଠାରୁ ନେଉଥିଲେ ?
-ଆର୍ୟନ ସହିତ ମିଶି କେବେ ଡ୍ରଗ୍ସ ନେଇଛନ୍ତି କି ?
-ଆର୍ୟନ କେବେଠାରୁ ଡ୍ରଗ୍ସ ସେବନ କରୁଛନ୍ତି ?
-ଆର୍ୟନ କେଉଁଭଳି ଡ୍ରଗସ୍ ସେବନ କରନ୍ତି ?
-ଡ୍ରଗ୍ସ ସପ୍ଲାଏର କିଏ ?
-କେବେ କେବେ ଡ୍ରଗ୍ସ ନେଇଥିଲେ ?
-ଡ୍ରଗ୍ସ ସେବନର ତାରିଖ ମନେ ଅଛି କି ?
-ଡ୍ରଗ୍ସ ସେବନ ବେଆଇନ ବୋଲି ଆପଣ ଜାଣିଛନ୍ତି କି ?

ଗୁଣିଆ ସନ୍ଦେହରେ ୩ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗରେ ୯ ଜଣଙ୍କୁ ଫାଶି ଦଣ୍ଡାଦେଶ

ଗୁଣୁପୁର: ଗୁଣିଆ ସନ୍ଦେହରେ ଗୋଟିଏ ପରିବାରର ତିନି ଜଣକୁ ଜଘନ୍ୟ ହତ୍ୟା କାଣ୍ଡର ରାୟ ପ୍ରକାଶ। ୯ ଜଙ୍କୁ ଫାଶି ଦଣ୍ଡାଦେଶକୁ କାଏମ୍‌ ରଖିଛନ୍ତି ରାୟଗଡ଼ା ଜିଲ୍ଲା ଦୌରା ଜଜ୍। ଗୁଣୁପୁର ପୁଟାସିଂ ଥାନା ଅନ୍ତର୍ଗତ କିନ୍ତୁଂ ଗାଁରେ ୯.୯.୨୦୧୬ ମସିହାରେ ଗୋଟିଏ ପରିବାର ତିନି ଜଣକୁ ଗୁହାଳରେ ବାନ୍ଧି କିଟନାଶକ ଔଷଧ ଦେଇ ତାଙ୍କୁ ଅଚେତ କରି ଗାତଖୋଳି ପୋତିଦିଆଯାଇଥିଲା। ପରେ ପ୍ରମାଣ ନଷ୍ଟ ପାଇିଁ ସେମାନଙ୍କୁ ପୁଣି ଥରେ ବାହାର କରି ଗୋଟିଏ ଯାଗାରେ ମୃତକ ତିନି ଜଣକୁ ଜାଳି ଦିଆଯାଇଥିଲା। ତେବେ ସେହି ସମୟରେ ଏହି ସମସ୍ତ ଘଟଣାକୁ ଦେଖିଥିପା ଜଣେ ପ୍ରତ୍ୟେକ୍ଷଦର୍ଶୀକୁ ମଧ୍ୟ ମାଡ ମରାଯାଇଥିଲା।

ଏହି ଘଟଣା ପ୍ରଘଟ ହେବା ପରେ ମିଲିତାଙ୍କୁ ପୁଟାସିଂ ପୋଲିସ୍ ଓ ଗୁଣୁପୁର ପୋଲିସ୍ ଉଦ୍ଧାର କରି ଥାନାରେ ମାମଲା ରୁଜୁ କରିଥିଲେ। ସେତେବେଳେ ଜଣେ ନାବାଳକ ସମେତ ୧୦  ଜଣକୁ ଗିରଫ କରିଥିଲା ପୋଲିସ୍। ଏହି ମାମଲାରେ ୨୦୧୮ ମସିହା ଏପ୍ରିଲ୍ ୧୩ ତାରିଖରେ ଗୁଣୁପୁର ଏଡିଜେ କୋର୍ଟ ସାକ୍ଷ୍ୟ ପ୍ରମାଣ ଭିତିକରି ୯ ଜଣ ଅଭିଯୁକ୍ତକୁ ଫାସି ଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ମାମଲା ଅଭିଯୁକ୍ତଙ୍କ ପକ୍ଷରୁ ହାଇକୋର୍ଟକୁ ଯାଇଥିଲା।

ହାଇକୋର୍ଟ ମାମଲାର ବିଚାର ପାଇିଁ ପୁଣି ଗୁଣୁପୁର ଏଡିଜେ କୋର୍ଟକୁ ପଠାଇଥିଲେ। ଗୁଣୁପୁର ଏଡିଜେ କୋର୍ଟ ରାୟଗଡାଜିଲ୍ଲା ଦୌରା ଜର୍ଜ କୋର୍ଟକୁ ମାମଲା ସ୍ଥାନାନ୍ତର କରିଥିଲେ। ଗତକାଲି ଏହି ମାମଲାର ଶୁଣାଣି ପରେ ତଳ କୋର୍ଟ ଦେଇଥିବା ରାୟକୁ କାଏମ୍ ରଖିଥିଲେ ଜିଲ୍ଲା ଦୌରା ଜର୍ଜ କୋର୍ଟ। ଫାସି ଦଣ୍ଡାଦେଶ କାଏମ ରହିଥିବାରୁ ପ୍ରତ୍ୟକ୍ଷଦର୍ଶୀ ମିଲିତା ଶବର ନନ୍ଦିଘୋଷ ଟିଭି ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ ବାପା ମାଁ ଓ ନାନୀ ଙ୍କୁ ଯେଉଁଭଳି ହତ୍ୟାକାଣ୍ଡ କରିଛନ୍ତି ସେମାନଙ୍କୁ ଫାସି ଦଣ୍ଡାଦେଶ ମିଳିବାରୁ କୋର୍ଟ ଓ ନ୍ୟାୟିକ ବ୍ୟବସ୍ଥାକୁ ଧନ୍ୟବାଦ ଦେଇଛନ୍ତି।