spot_img
Home Blog Page 5045

ଅନନ୍ୟା ଗଞ୍ଜେଇ ଟ୍ରାଏ କରିବାକୁ ଚାହୁଁଥିଲେ, ଆର୍ୟନ ଦେଇଥିଲେ ଡିଲର ନମ୍ବର

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ଗଞ୍ଜେଇ ଟ୍ରାଏ କରିବାକୁ ଚାହିଁଥିଲେ । ଏଥିପାଇଁ ସେ ଆର୍ୟନଙ୍କ ସାହାଯ୍ୟ ଲୋଡିଥିଲେ । ଆର୍ୟନଙ୍କୁ ହ୍ୱାଟସଆପ୍ କରି ଅନନ୍ୟା ଗଞ୍ଜେଇ ଟ୍ରାଏ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ । ଯବାବରେ ଆର୍ୟ୍ୟନ ତାଙ୍କୁ ଜଣେ ଡ୍ରଗ୍ ପେଡଲରଙ୍କ ନମ୍ବର ଦେଇଥିଲେ । ଉଭୟଙ୍କ ମଧ୍ୟରେ ଏହି ଚାଟ୍ ୨୦୧୮ ଓ ୨୦୧୯ରେ ହୋଇଥିଲା ।


୨୧ ତାରିଖ ଦିନ ଏନସିବି ଜେରା ବେଳେ ଅନନ୍ୟାଙ୍କୁ ଏହି ଚାଟ୍ ବାବଦରେ ପଚରା ଯାଇଥିଲା । ତେବେ ଏନସିବିର ପ୍ରଶ୍ନବାଣରେ ଅନନ୍ୟା ବିଚଳିତ ହୋଇ ପଡିଥିବା ଜଣା ପଡିଛି । ଅନେକ ପ୍ରଶ୍ନର ଉତ୍ତରରେ ‘ମୋର କିଛି ମନେ ନାହିଁ’’ ବୋଲି ଅନନ୍ୟା କହିଥିଲେ ।

ଜଣେ ବରିଷ୍ଠ ଏନସିବି ଅଧିକାରୀଙ୍କ ଅନୁସାରେ ଅନନ୍ୟା ଓ ଆର୍ୟ୍ୟନଙ୍କ ମଧ୍ୟରେ ହୋଇଥିବା ଏକ ଚାଟରୁ ଜଣା ପଡିଛି ଯେ, ଅନନ୍ୟା ଆଗରୁ ମଧ୍ୟ ଗଞ୍ଜେଇ ସେବନ କରିଥିଲେ । ଚାଟରେ ସେ ପୁଣିଥରେ ଗଞ୍ଜେଇ ଟ୍ରାଏ କରିବାକୁ ଚାହୁଁଥିବା କଥା ଆର୍ୟନଙ୍କୁ କହିଥିଲେ ।

ଅନ୍ୟଏକ ଚାଟରେ ଆର୍ୟନ ଅନନ୍ୟାଙ୍କୁ ଗଞ୍ଜେଇ ଆରେଂଜ୍ ହୋଇ ପାରିବ କି ବୋଲି ପଚାରିଥିଲେ । ଯାହାର ଉତ୍ତରରେ ଅନନ୍ୟା କହିଥିଲେ ଯେ, ମୁଁ ଆରେଂଜ୍ କରିଦେବି । ଏହି ଚାଟକୁ ଯେତେବେଳେ ଏନସିବି ଅନନ୍ୟାଙ୍କୁ ଦେଖାଇ ଥିଲା ସେତେବେଳେ ଅନନ୍ୟା କହିଥିଲେ ଯେ, ମୁଁ ମଜାକ କରୁଥିଲି ।

ଏନସିବି ବାରମ୍ବାର ଅନନ୍ୟାଙ୍କୁ ଡ୍ରଗ୍ସ ବାବଦରେ ପଚାରିବା ପରେ ସେ ଉତ୍ତର ଦେଇଥିଲେ ଯେ, ଆମ ଭିତରେ ସିଗାରେଟକୁ ନେଇ ଚାଟ୍ ହୋଇଥିଲା । ମୁଁ କେବେ ମଧ୍ୟ ଡ୍ରଗ୍ସ ନେଇ ନାହିଁ ।

ଜେରା ପୂର୍ବରୁ କାନ୍ଦିଥିଲେ

ଏନସିବି ଅଫିସକୁ ବାପା ଚଙ୍କିଙ୍କ ସହିତ ଯାଇଥିବା ଅନନ୍ୟା ଜେରା ପୂର୍ବରୁ ନର୍ଭସ ଥିଲେ । ଇଣ୍ଟୋରଗେସନ୍ ରୁମକୁ ଯିବା ପୂର୍ବରୁ ସେ ବାପାଙ୍କୁ କୁଣ୍ଢାଇ ଧରି କାନ୍ଦିଥିଲେ । ଇଣ୍ଟୋରଗେସନ୍ ରୁମରେ ତାଙ୍କୁ ଜଣେ ଏନସିବି ଅଧିକାରୀ ଏକାକି ଜେରା କରିଥିଲେ ।
ଅନନ୍ୟାଙ୍କୁ କ’ଣ ପଚାରିଥିଲା ଏନସିବି ?
-ଆପଣ ଆର୍ୟନ ଖାନଙ୍କୁ ଜାଣିଛନ୍ତି କି ?
-ଆର୍ୟନ କେବେ ଡ୍ରଗ୍ସ ନେବା ଦେଖିଛନ୍ତି କି ?
-ଆର୍ୟନ ଡ୍ରଗ୍ସ କାହାଠାରୁ ନେଉଥିଲେ ?
-ଆର୍ୟନ ସହିତ ମିଶି କେବେ ଡ୍ରଗ୍ସ ନେଇଛନ୍ତି କି ?
-ଆର୍ୟନ କେବେଠାରୁ ଡ୍ରଗ୍ସ ସେବନ କରୁଛନ୍ତି ?
-ଆର୍ୟନ କେଉଁଭଳି ଡ୍ରଗସ୍ ସେବନ କରନ୍ତି ?
-ଡ୍ରଗ୍ସ ସପ୍ଲାଏର କିଏ ?
-କେବେ କେବେ ଡ୍ରଗ୍ସ ନେଇଥିଲେ ?
-ଡ୍ରଗ୍ସ ସେବନର ତାରିଖ ମନେ ଅଛି କି ?
-ଡ୍ରଗ୍ସ ସେବନ ବେଆଇନ ବୋଲି ଆପଣ ଜାଣିଛନ୍ତି କି ?

ଗୁଣିଆ ସନ୍ଦେହରେ ୩ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗରେ ୯ ଜଣଙ୍କୁ ଫାଶି ଦଣ୍ଡାଦେଶ

ଗୁଣୁପୁର: ଗୁଣିଆ ସନ୍ଦେହରେ ଗୋଟିଏ ପରିବାରର ତିନି ଜଣକୁ ଜଘନ୍ୟ ହତ୍ୟା କାଣ୍ଡର ରାୟ ପ୍ରକାଶ। ୯ ଜଙ୍କୁ ଫାଶି ଦଣ୍ଡାଦେଶକୁ କାଏମ୍‌ ରଖିଛନ୍ତି ରାୟଗଡ଼ା ଜିଲ୍ଲା ଦୌରା ଜଜ୍। ଗୁଣୁପୁର ପୁଟାସିଂ ଥାନା ଅନ୍ତର୍ଗତ କିନ୍ତୁଂ ଗାଁରେ ୯.୯.୨୦୧୬ ମସିହାରେ ଗୋଟିଏ ପରିବାର ତିନି ଜଣକୁ ଗୁହାଳରେ ବାନ୍ଧି କିଟନାଶକ ଔଷଧ ଦେଇ ତାଙ୍କୁ ଅଚେତ କରି ଗାତଖୋଳି ପୋତିଦିଆଯାଇଥିଲା। ପରେ ପ୍ରମାଣ ନଷ୍ଟ ପାଇିଁ ସେମାନଙ୍କୁ ପୁଣି ଥରେ ବାହାର କରି ଗୋଟିଏ ଯାଗାରେ ମୃତକ ତିନି ଜଣକୁ ଜାଳି ଦିଆଯାଇଥିଲା। ତେବେ ସେହି ସମୟରେ ଏହି ସମସ୍ତ ଘଟଣାକୁ ଦେଖିଥିପା ଜଣେ ପ୍ରତ୍ୟେକ୍ଷଦର୍ଶୀକୁ ମଧ୍ୟ ମାଡ ମରାଯାଇଥିଲା।

ଏହି ଘଟଣା ପ୍ରଘଟ ହେବା ପରେ ମିଲିତାଙ୍କୁ ପୁଟାସିଂ ପୋଲିସ୍ ଓ ଗୁଣୁପୁର ପୋଲିସ୍ ଉଦ୍ଧାର କରି ଥାନାରେ ମାମଲା ରୁଜୁ କରିଥିଲେ। ସେତେବେଳେ ଜଣେ ନାବାଳକ ସମେତ ୧୦  ଜଣକୁ ଗିରଫ କରିଥିଲା ପୋଲିସ୍। ଏହି ମାମଲାରେ ୨୦୧୮ ମସିହା ଏପ୍ରିଲ୍ ୧୩ ତାରିଖରେ ଗୁଣୁପୁର ଏଡିଜେ କୋର୍ଟ ସାକ୍ଷ୍ୟ ପ୍ରମାଣ ଭିତିକରି ୯ ଜଣ ଅଭିଯୁକ୍ତକୁ ଫାସି ଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ମାମଲା ଅଭିଯୁକ୍ତଙ୍କ ପକ୍ଷରୁ ହାଇକୋର୍ଟକୁ ଯାଇଥିଲା।

ହାଇକୋର୍ଟ ମାମଲାର ବିଚାର ପାଇିଁ ପୁଣି ଗୁଣୁପୁର ଏଡିଜେ କୋର୍ଟକୁ ପଠାଇଥିଲେ। ଗୁଣୁପୁର ଏଡିଜେ କୋର୍ଟ ରାୟଗଡାଜିଲ୍ଲା ଦୌରା ଜର୍ଜ କୋର୍ଟକୁ ମାମଲା ସ୍ଥାନାନ୍ତର କରିଥିଲେ। ଗତକାଲି ଏହି ମାମଲାର ଶୁଣାଣି ପରେ ତଳ କୋର୍ଟ ଦେଇଥିବା ରାୟକୁ କାଏମ୍ ରଖିଥିଲେ ଜିଲ୍ଲା ଦୌରା ଜର୍ଜ କୋର୍ଟ। ଫାସି ଦଣ୍ଡାଦେଶ କାଏମ ରହିଥିବାରୁ ପ୍ରତ୍ୟକ୍ଷଦର୍ଶୀ ମିଲିତା ଶବର ନନ୍ଦିଘୋଷ ଟିଭି ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ ବାପା ମାଁ ଓ ନାନୀ ଙ୍କୁ ଯେଉଁଭଳି ହତ୍ୟାକାଣ୍ଡ କରିଛନ୍ତି ସେମାନଙ୍କୁ ଫାସି ଦଣ୍ଡାଦେଶ ମିଳିବାରୁ କୋର୍ଟ ଓ ନ୍ୟାୟିକ ବ୍ୟବସ୍ଥାକୁ ଧନ୍ୟବାଦ ଦେଇଛନ୍ତି।

ପେଟ୍ରୋଲ ଟ୍ୟାଙ୍କରରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ

ଭୁବନେଶ୍ୱର: ଭଞ୍ଜେଇ ଚାଲାଣର ସ୍ମାର୍ଟ ତରିକା। ଆଉ କାର କି ଟ୍ରକ୍‌ ନୁହେଁ। ଏବେ ପେଟ୍ରୋଲ ଟ୍ୟାଙ୍କରରେ ଚାଲିଛି ଗଞ୍ଜେଇ ଚାଲାଣ। କରୋନା ସମୟରେ ବଢ଼ି ଚାଲିଛି ନିଶା କାରବାର। ନିଶା ବେପାରିଙ୍କର ଆଡ୍ଡା ପାଲଟିଛି ରାଜଧାନୀ ଭୁବନେଶ୍ୱର। କେତେବେଳେ ବ୍ରାଉନସୁଗର ତ ପୁଣି କେତେବେଳେ ନୀଳ ଜହର ମାନେ ଗଞ୍ଜେଇ। ରାତିର ଅନ୍ଧାରରେ ବଢ଼ି ଚାଲିଛି ଏହି ନିଶା କାରବାର। ପ୍ରତି ମୁହୂର୍ତ୍ତରେ ନିଶା ଦଲାଲ ମାନଙ୍କୁ ଗିରଫ କରୁଛି ପୋଲିସ୍‌। ହେଲେ ତିଳେ ମାତ୍ର ସୁଧୁରୁ ନାହାଁନ୍ତି ଏହି ଦଲାଲ।

ଆଜି ପୁଣି ରାଜଧାନୀରୁ ବିପୁଳ ପରିମାଣରେ ଜବତ କରାଯାଇଛି ଗଞ୍ଜେଇ। କେଜିଏ ନୁହେଁକି ୨ କେଜି ନୁହେଁ, ୨୫୦ କେଜିର ଗଞ୍ଜେଇ ଜବତ କରିଛି ଭୁବନେଶ୍ୱର NCB। ଏହି ଗଞ୍ଜେଇକୁ ସ୍ମାର୍ଟ ପ୍ଲାନ୍‌ ଯୋଗେ ଚାଲାଣ କରାଯାଉଥିଲା। ପେଟ୍ରୋଲ ଟ୍ୟାଙ୍କରରେ ବିପୁଳ ପରିମାଣରେ ଗଞ୍ଜେଇକୁ ପଶ୍ଚିମବଙ୍ଗରୁ ଭୁବନେଶ୍ୱରକୁ ଅଣାଯାଉଥିଲା। ଭୁବନେଶ୍ୱରରୁ ଅନ୍ୟ ସବୁ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥାନ୍ତା।

ତେବେ ସୂଚନା ପାଇ ପେଟ୍ରୋଲ ଟ୍ୟାଙ୍କ ଉପରେ ରେଡ କରିଥିଲା NCB। ଭୁବନେଶ୍ୱରର ରସୁଗଡ଼ ପାଖରେ ଧରାପଡ଼ିଥିଲା ଟ୍ୟାଙ୍କର। NCB ପେଟ୍ରୋଲ ଟ୍ୟାଙ୍କର ସହ ୨ ଜଣଙ୍କୁ ଗିରଫ କରିଛି। ଏହି ଦୁଇଜଣ ହେଉଛନ୍ତି ବିହାର ଭୋଜପୁରର। ଜଣଙ୍କ ନାମ ସୁନୀଲ ରାୟ ହୋଇଥିବା ବେଳେ ଆଉ ଜଣଙ୍କ ନାମ ହେଉଛି ଅଗ୍ନିଦେଓ ବିନ୍‌।

ବାଂଲାଦେଶ: ରୋହିଂଗ୍ୟା ରିଫ୍ୟୁଜି କ୍ୟାମ୍ପରେ ଗୁଳିଚାଳନା, ୭ ମୃତ

ଢ଼ାକା: ବାଂଲାଦେଶର ରୋହିଂଗ୍ୟାରେ  ଶୁକ୍ରବାର ଭାରି ମାତ୍ରାରେ ଗୁଳିଚାଳନା ହୋଇଛି । ଯେଉଁଥିରେ ୭ ଜଣଙ୍କ ଜୀବନ ଯାଇଥିବା କୁହାଯାଉଛି । ଗଣମାଧ୍ୟମର ଖବର ଅନୁସାରେ, ଏହି ଆକ୍ରମଣ ରୋହିଂଗ୍ୟା ରିଫ୍ୟୁଜି କ୍ୟାମ୍ପ୍‌ ସ୍ଥିତ ମଦରସେରେ ହୋଇଛି । ତେବେ କିଏ ଆକ୍ରମଣ କଲା ତାହାର କୌଣସି ପ୍ରକାରର ସୂଚନା ନାହିଁ ।

 ସୂଚନା ଅନୁସାରେ ଘଟଣାସ୍ଥଳରେ ୪ ଜଣ ଜୀବନ ହରାଇଥିଲେ । ଖବର ପାଇ ପୋଲିସ୍‌ ତତକ୍ଷଣାତ୍‌ ପହଞ୍ଚିଥିଲା ଏବଂ ବାକି ଆହତ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତିନିଜଣଙ୍କ ମୃତ୍ୟୁ ହୋଇଛି ।  ରିପୋର୍ଟ ଅନୁସାରେ ପୋଲିସ ଜଣକୁ ବନ୍ଧୁକ ଓ ଗୁଳି ସହ ଗିରଫ କରିଛି ।  ଏହା ବ୍ୟତୀତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଛାନଭିନ୍‌ ଜାରି ରହିଛି ।

ବାଂଲାଦେଶର କକ୍ସ ବଜାରରେ ଦୁନିଆର ସବୁଠାରୁ ବଡ଼ ରୋହିଂଗ୍ୟା ରିଫ୍ୟୁଜି କ୍ୟାମ୍ପ୍‌ ରହିଛି ।  ଯେଉଁଠାରେ ପ୍ରାୟ ୧୦ ଲକ୍ଷ ରୋହିଂଗ୍ୟା ରହୁଛନ୍ତି ।  ଏମାନେ ୨୦୧୭ରରେ ମିଆଁମାର ଛାଡ଼ି ଚାଲି ଆସିଥିଲେ ।

‘ପରିବାର ଉନ୍ନତିରେ ରାଜ୍ୟର ବିକାଶ‘

ଭୁବନେଶ୍ୱର: ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ‘ସ୍ମାର୍ଟ’ ଯୁଗର ମହାବିପ୍ଲବ। ମୟୂରଭଞ୍ଜରେ BSKYର ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ହାତରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି। ସାରା ଦେଶରେ ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ଓଡ଼ିଶା ଆଣିଲା ନୂଆ ବିପ୍ଳବ। ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ଼ ଦେବାରେ ଦେଶରେ ପ୍ରଥମ ରାଜ୍ୟ ଓଡ଼ିଶା। ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବା ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସହିଦ ସ୍ମୃତିଭବନ ପରିସରରେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି।

ମୟୂରଭଞ୍ଜ ଜିଲ୍ଲାରେ ୬ଲକ୍ଷ ହିତାଧିକାରୀ ବିଏସକେୱାଇ ସ୍ମାର୍ଟକାର୍ଡର ଲାଭ ପାଇବେ। ସେହିପରି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ୨ ହଜାର କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ପ୍ରକଳ୍ପ ଭେଟିଦେଇଛନ୍ତି ନବୀନ। ୪୦୫ଟି ପ୍ରକଳ୍ପର ଶିଳାନ୍ୟାସ ସହିତ ୧୩୪ଟି ପ୍ରକଳ୍ପ ଲୋକାର୍ପଣ  କରିଛନ୍ତି ମୁଖ୍ୟମନ୍ତ୍ରୀ। ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶାର ଲକ୍ଷ୍ୟ ରଖି ଅଗଷ୍ଟ ୧୫ ତାରିଖରୁ ଏହି ଡିଜିଟାଲ କାର୍ଡର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ବିଜୁ ସ୍ୱାସ୍ଥ୍ୟ କାର୍ଡରେ ମହିଳାମାନେ ୧୦ଲକ୍ଷ ଓ ପୁରୁଷମାନେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ପାଇବେ। ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩କୋଟି ଲୋକ ଏହି ଯୋଜନାରେ ଉପକୃତ ହେବେ।

ନିଜ ଉଦବୋଧନରେ ନବୀନ କହିଛନ୍ତି, ମୟୂରଭଞ୍ଜ ଆମ ଓଡ଼ିଶାର ଏକ ବଡ଼ ଜିଲ୍ଲା। ମୟୂରଭଞ୍ଜ ଲୋକଙ୍କ ହୃଦୟ ବହୁତ ବଡ଼। ବିକାଶର ଦିଗରେ ମୟୂରଭଞ୍ଜର ବଡ଼ ଅବଦାନ ରହିଛି। ପୂର୍ବତନ ମହାରାଜା ପୁର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ଏବଂ ଶ୍ରୀରାମଚନ୍ଦ୍ର ଭଞ୍ଜଦେବଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୁମିକା। ବିଏସ୍‌କେଓ୍ୱାଇ କାର୍ଡ ହେଉଛି ବିପଦ ସମୟରେ ପ୍ରକୃତ ବନ୍ଧୁ । ଏହି କାର୍ଡ ଆପଣଙ୍କୁ ଅସୁବିଧା ସମୟରେ ବହୁତ ସାହାଯ୍ୟ କରିବ। ପରିବାରର କେହି ଅସୁସ୍ଥ ହେଲେ ଚିନ୍ତା ବଢ଼ିଯାଏ। ଚିକିତ୍ସା ପାଇଁ କିଏ ଜମି ତ କିଏ ଗହଣା ବିକି ଅର୍ଥ ଯୋଗାଡ଼ କରିଥାନ୍ତି। ଏପରିକି ପିଲାଙ୍କ ପାଠପଢ଼ାରେ ବି ଡୋରି ଲାଗିଯାଏ। ଯାହା ତାଙ୍କୁ ଖୁବ ଦୁଃଖ ଦିଏ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଣିକି ଆଉ କାହାକୁ ଏପରି ଅସୁବିଧା ଭୋଗିବାକୁ ପଡ଼ିବନି।

ସ୍ମାର୍ଟ କାର୍ଡରେ ସୁବିଧାରେ ମିଳିବ ସମସ୍ତ ଚିକିତ୍ସା ସହାୟତା। କୋଭିଡ ଓ ଅଣକୋଭିଡ ଚିକିତ୍ସା ବିନା କାଗଜପତ୍ରରେ ଅବିଳମ୍ବେ ଏହି ସୁବିଧା ମିଳିବ। ତେଣୁ ସଂଚିତ ଅର୍ଥ ରୋଗ ପାଇଁ ଖର୍ଚ୍ଚ ନହୋଇ ପିଲାଙ୍କ ପଢ଼ାରେ ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି। ପ୍ରତି ଜୀବନ ମୂଲ୍ୟବାନ ବୋଲି ନବୀନ କହିଥିବାବେଳେ ଗାଁ ହେଉ କି ସହର ସମସ୍ତେ ସୁସ୍ଥରେ ରୁହନ୍ତୁ ବୋଲି କହିଛନ୍ତି। ଚିକିତ୍ସା ପାଇଁ ଅର୍ଥ ବାଧକ ନ ହେଉ ବୋଲି କହିଛନ୍ତି। ସୁସ୍ଥ ରହି ନିଜ ପରିବାରର ଉନ୍ନତି ପାଇଁ କାମ କରନ୍ତୁ। ପରିବାରର ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ ବୋଲି କହିଛନ୍ତି ନବୀନ। ରାଜ୍ୟର ସରକାରୀ ଡାକ୍ତର ଖାନାରେ ସମସ୍ତ ପ୍ରକାରର ଚିକିତ୍ସା ହୋଇପାରୁଛି। ଲକ୍ଷ ଲକ୍ଷ ଲୋକ ଚିକିତ୍ସା ହେଉଛନ୍ତି ।  ସେ ଚାଷୀ ହେଉ ମୁଲିଆ ହେଉ କି ରିକ୍ସାବା ହେଉ, ମୋ ପାଇଁ ସମସ୍ତ ଜୀବନ ମୂଲ୍ୟବାନ। ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ। ଟଙ୍କା ପାଇଁ କେହି ଅସୁବିଧାର ସାମ୍ନା ନକରନ୍ତୁ। ସମସ୍ତେ ସୁସ୍ଥ ରହି ନିଜ ପାଇଁ ଏବଂ ରାଜ୍ୟ ପାଇଁ କାମ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ପ୍ରଦୀପ କଂଗ୍ରେସ୍‌ ଛାଡ଼ିଲେ ତାର ଦଳ ଉପରେ କୌଣସି ଫରକ ପଡ଼ିବ ନାହିଁ: ସୁରେଶ ରାଉତରାୟ

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ପ୍ରଦୀପ ମାଝୀ। ତେବେ କଂଗ୍ରେସ ଦଳ ଛାଡ଼ିବା ପ୍ରସଙ୍ଗରେ ମତ ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସେ କହିଛନ୍ତି ଯାହାର ମନ ସ୍ଥିର ନାହିଁ ଯାହାର ପାଓ୍ୱାର ଦରକାର ଯାହାର ଟଙ୍କା ଦରକାର ସେମାନେ ଗୋଟିଏ ଦଳରେ ସ୍ଥିର ହୋଇ ରହିପାରିବେ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଦୀପ ଦଳ ଛାଡ଼ିବେ ବୋଲି ମୁଁ ୮ ମାସ ଆଗରୁ ଜାଣିଥିଲି। ସେଥିପାଇଁ କହିଥିଲି ଯଦି ଯିବାକଥା ଯାଅ କିଛି କହିବାର ନାହିଁ। କଂଗ୍ରେସ ତାଙ୍କୁ ସାଂସଦ କରିଛି ବିଭିନ୍ନ କମିଟିରେ ତାଙ୍କୁ ସ୍ଥାନ ଦେଇଛି। କଂଗ୍ରେସ ପ୍ରଦୀପଙ୍କୁ ପରିଚୟ ଦେଇଛି ବୋଲି ସେ କହିଛନ୍ତି।

ଦଳ ଛାଡ଼ିବା ଏଭଳି କାର୍ଯ୍ୟ ନିଶ୍ଟିନ୍ତରୂପରେ ଧୋକାବାଜ କାମ। ଦଳର ସ୍ୱାର୍ଥ କଥା ନଭାବି ନିଜ ସ୍ୱାର୍ଥ ପାଇଁ ପ୍ରଦୀପ ମାଝୀ ଦଳ ଛାଡିଛନ୍ତି। ନିଜର ସ୍ୱାର୍ଥ ପାଇଁ ଯେଉଁମାନେ ଦଳ ଛାଡିବାକୁ ଚାହୁଁଛନ୍ତି ସେମାନେ ଦଳ ଛାଡିଦିଅନ୍ତୁ ବୋଲି ଗଣମାଧ୍ୟମ ଜରିଆରେ ସୁର କହିଛନ୍ତି। ଆଗରୁ ମଧ୍ୟ ବହୁ ନେତା ଦଳ ଛାଡିଛନ୍ତି ଦଳ ଉପରେ କିଛିବି ପ୍ରଭାବ ପଡ଼ିନାହିଁ କି ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନ ଉପରେ ମଧ୍ୟ ଏହାର କିଛି ପ୍ରଭାବ ପଡିବ ନାହିଁ ବୋଲି ସଂଗ୍ରେସ୍‌ ବିଧାୟକ ସୁର ରାଉତରାୟ କହିଛନ୍ତି।

ମମିତା ହତ୍ୟା ମାମଲା : ଗୋବିନ୍ଦର ଡ୍ରାଇଭର ରାଧେ ଘରୁ ମିଳିଲା ଯୁବତୀଙ୍କ ଡ୍ରେସ୍‌ ଓ ମୋବାଇଲ

ଧର୍ମଗଡ଼: ମମିତା ମେହେର ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ଖାସମଖାସ ରାଧେ ଘରୁ ମିଳିଛି ବଡ଼ ପ୍ରମାଣ। ସେହି ପ୍ରମାଣକୁ ନେଇ  ମମିତା ହତ୍ୟା ଘଟଣା ଏବେ ନୂଆ ମୋଡ଼ ନେଇଛି। ରାଧେକୁ ପୋଲିସ୍‌ ଗିରଫ କରିବା ପରେ ରାଧେ ଘରେ ଚଢାଉ ହୋଇଥିଲା। ତେବେ ଚଢ଼ାଉ ସମୟରେ ରାଧେ ଘରୁ ଏକ ବ୍ୟାଗ୍‌ ମିତିଥିଲା। ସେହି ବ୍ୟାରେ କଣ ଅଛି ବୋଲି ଖୋଲିଲା ପରେ ସେଥିରୁ ଏକ ମୋବାଇଲ ଫୋନ, ୩ଟି ଲେଡିଜ ଡ୍ରେସ, ମେଡ଼ିସିନ ଓ ଏକ ମୋବାଇଲ ଚାର୍ଜର ଜବତ କରିଛି ପୋଲିସ। ତେବେ ରାଧେଶ୍ୟାମ ଚଣ୍ଡୀକୁ ବଙ୍ଗୋମୁଣ୍ଡା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମଦାଲତକୁ ପଠାଇଛି ସିଂଧେକେଲା ପୋଲିସ।

ସେପଟେ ରାଧେ ଗିରଫ ହେବା ପରେ ସ୍ତ୍ରୀ କହିଛ ମୋ ସ୍ୱାମୀ ନିର୍ଦୋଷ। ମୋତେ  ମୋ ସ୍ୱାମୀ ଫେରାଇ ଦିଅ। ମମିତା ହତ୍ୟାକାଣ୍ଡ ରେ ସ୍ଵାମୀ ର ହାତ ନାହିଁ। ଗୋବିନ୍ଦ ସାହୁ ପାଖରେ କିଛି ମାସ ହେଲା କାମ କରୁଥିଲେ ମୋ ସ୍ୱାମୀ। ମୁନ୍ସୀ ଭାବଗେ ଯେହେତୁ ସେ କାମ କରୁଥିଲେ ସେ ଗୋବିନ୍ଦକୁ ସବୁ ସହଯୋଗ କରୁଥିଲେ। ତେବେ ଆଜି ଯେତେବେଳେ ମୁଁ ଘରେ ମୋର ସ୍ୱାମୀ ର ବ୍ୟାଗ ପାଇଲି ତାହା ନେଇ ଆସିଥିଲି। କେଗାଁ ପୁଲିସ ମୋ ଠାରୁ ସେହି ବ୍ୟାଗ ଛଡାଇ ନେଇ କାହାକୁ କିଛି କହିବ ନାହିଁ ବୋଲ କହିଥିଲା। ତେବେ ବ୍ୟାଗ ଭିତରେ ଥିବା ସାମଗ୍ରୀ କାହାର ତାହା ଏବେ ତଦନ୍ତ ର ସାପେକ୍ଷ ବୋଲି କହିଛନ୍ତି ରାଧେର ସ୍ତ୍ରୀ।

କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ। କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଇଛନ୍ତି ଇସ୍ତଫା। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପ୍ରଦୀପ୍‌ ପଠାଇଲେ ତାଙ୍କର ଇସ୍ତଫା ପତ୍ର। ପ୍ରଦୀପ ମାଝୀ ହେଉଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ। ତେବେ ଏ ଇସ୍ତଫାରେ କୌଣସି ସୁଖ ନାହିଁ। କେବଳ ଦୁଃଖ ଓ କଷ୍ଟରେ ଏଭଳି ନିଷ୍ପତ୍ତି ନେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ପ୍ରଦୀପ ମାଝି।

ତେବେ କଂଗ୍ରେସ ଛାଡି ପ୍ରଦୀପ ବିଜେଡିରେ ଯୋଗଦେବା ନେଇ ନବରଙ୍ଗପୁରରୁ ଭୁବନେଶ୍ଵର ଯାଏ ଏବେ ଲମ୍ବିଛି ଚର୍ଚ୍ଚା। ପଞ୍ଚାୟତ ନିର୍ବାଚନ ପୂର୍ବରୁ ନବରଙ୍ଗପୁରରେ ଆୟୋଜିତ ହେବାକୁ ଥିବା ଏକ ବିରାଟ ସମାବେଶରେ  ନିଜ ଶତାଧିକ ସମର୍ଥକଙ୍କୁ ନେଇ ପ୍ରଦୀପ ମାଝୀ ବିଜେଡିରେ ମିଶିବେ ବୋଲି ଯୋଜନା ହୋଇଥିବା କୁହାଯାଉଛି। ଏକଦା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ଥିବା ପ୍ରଦୀପଙ୍କ ବାପା ଭଗବାନ ମାଝୀ ରାଜ୍ୟସଭା ସାଂସଦ ହୋଇଥିଲେ। ଆଉ କଂଗ୍ରେସରୁ ଲଗାତାର ଦୁଇ ଥର ହାରିବା ପରେ ପ୍ରଦୀପ ଏବେ ନିଜ ବାପାଙ୍କ ରାଜନୀତି ରାସ୍ତାରେ ଯାଇ ବିଜୁଙ୍କୁ ଆଦର୍ଶ କରି ଶଙ୍ଖ ଧରିବେ ବୋଲି ଚର୍ଚ୍ଚା ହେଉଛି।

କଂଗ୍ରେସର ଏହି ଯୁବ ନେତା ପୂର୍ବରୁ ନବରଙ୍ଗପୁର ଲୋକସଭା ସାଂସଦ ଭାବେ ଜିତିଥିଲେ। ପ୍ରଥମ ଥର ସାଂସଦ ଥିଲେ ବି ଯୁବ ନେତା ଭାବେ  ଦିଲ୍ଲୀ କଂଗ୍ରେସ  ରାଜନୀତିରେ ତାଙ୍କର ପ୍ରଭାବ ଭଲ  ଥିଲା। ଜ୍ୟୋତିରାଦିତ୍ୟ ସିନ୍ଧିଆ, ସଚିନ ପାଇଲଟଙ୍କ ଭଳି ପ୍ରଦୀପ ମାଝୀ ମଧ୍ୟ  ରାହୁଲ ଗାନ୍ଧୀଙ୍କ କୋର ଟିମରେ ସଦସ୍ୟ ଥିଲେ। ହେଲେ ଲଗାତାର ୨ ଥର ସାଂସଦ ପ୍ରାର୍ଥୀ ହୋଇ ବି  ହାରିବା ପରେ ଏବେ ଦଳ ଛାଡ଼ିଛନ୍ତି ।

 

ଚୀନ୍‌ରେ ପୁଣି ଉପର ମୁହାଁ କରୋନା ସଂକ୍ରମଣ, ଯାତ୍ରୀଙ୍କୁ ଦାୟୀ କଲା ଚୀନ୍‌ ସରକାର

ନୂଆଦିଲ୍ଲୀ: ଚୀନରେ କରୋନା ରିଟର୍ଣ୍ଣସ୍। ପୁଣିଥରେ ଦେଶରେ କରୋନା କାୟା ମେଲାଇବାରେ ଲାଗିଛି। ଲଗାତାର ସଂକ୍ରମଣ ମାମଲା ବଢୁଥିବା ବେଳେ ଚୀନ ସରକାରଙ୍କ ଚିନ୍ତା ବଢ଼ିଛି। କରୋନାକୁ କଣ୍ଟ୍ରୋଲକୁ ଆଣିବା ପାଇଁ କଟକଣା କଡ଼ାକଡ଼ି କରାଯାଇଛି। କେତେକ ସ୍ଥାନରେ ସ୍କୁଲ ବନ୍ଦ କରାଯାଇଥିବା ବେଳେ ବିମାନ ଚଳାଚଳ ବନ୍ଦ କରାଯାଇଛି। ଏହାସହ କେତେକ ସ୍ଥାନରେ ଲକଡାଉନ ଜାରି କରାଯାଇଛି। ଚୀନର ଉତ୍ତର ଓ ଉତ୍ତର-ପଶ୍ଚିମ ଅଞ୍ଚଳରେ ସଂକ୍ରମଣ ମାମଲା ବଢ଼ୁଥିବା ରେକର୍ଡ ହୋଇଛି।

ଦେଶରେ ପୁଣିଥରେ କରୋନା କହର ବଢୁବା ପାଇଁ ବାହାରୁ ଆସୁଥିବା ଯାତ୍ରୀଙ୍କୁ ଦାୟୀ କରାଯାଉଛି। ପର୍ଯ୍ୟଟନ କ୍ଷେତ୍ର ବନ୍ଦ କରାଯାଇଥିବା ବେଳେ ସମୂହ କରୋନା ପରୀକ୍ଷା କରାଯାଉଛି। କିଛି ଅଞ୍ଚଳରେ କଟକଣାକୁ କଡ଼ାକଡ଼ି ଦିଆଯାଇଛି। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନଥିଲେ ଘରୁ ନବାହାରିବାକୁ କଟକଣା ଜାରି କରାଯାଇଛି। ସଂକ୍ରମଣ ବଢୁଥିବାରୁ ଜି ଓ ଲାନଜୁ ଅଞ୍ଚଳରେ ପ୍ରାୟ ୬୦ପ୍ରତିଶତ ବିମାନ ଚଳାଚଳକୁ ବାତିଲ କରିଦିଆଯାଇଛି। କିଛି ଦିନର ବ୍ରେକ୍ ପରେ ପୁଣି ଥରେ ସଂକ୍ରମଣ ଉପରମୁହାଁ ହୋଇଥିବାରୁ ଏହା ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି।

ଚୀନ୍‌କୁ ଆମେରିକାର କଡ଼ା ଟକ୍କର, ହାଇପରସୋନିକ ମିସାଇଲର ସଫଳ ପରୀକ୍ଷଣ କଲା ଆମେରିକା

ନୂଆଦିଲ୍ଲୀ: ସୁପରପାଓ୍ୱାରଙ୍କ ସୁପରସୋନିକ ରେସ୍। ଚୀନକୁ ଆମେରିକାର ଟକ୍କର। ହାଇପରସୋନିକ ମିସାଇଲକୁ ସଫଳତାର ସହ ପରୀକ୍ଷା କରିଛି ଆମେରିକା। ଏହି ଟେକ୍ନୋଲୋଜି ବର୍ତ୍ତମାନ ସୁଦ୍ଧା କେବଳ ଚୀନ ଓ ଋଷ ନିକଟରେ ରହିଛି। ମିସାଇଲ ପରୀକ୍ଷା ନେଇ ସୂଚନା ଦେଇଛି ଆମେରିକା ନୌସେନା ବିଭାଗ। ଏହି ହାଇପରସୋନିକ ମିସାଇଲକୁ ଭିର୍ଜିନିଆର ଓ୍ୱାଲପ୍ସ ସ୍ଥିତ ନାସା ଫାସିଲିଟି ସେଣ୍ଟରରେ ପରୀକ୍ଷା କରାଯାଇଛି। ଏହି ସ୍ୱତନ୍ତ୍ର ଧରଣର କ୍ଷେପଣାସ୍ତ୍ର ଶବ୍ଦର ୫ ଗୁଣଠାରୁ ଅଧିକ ବେଗରେ ଗତି କରିପାରୁଛି। କ୍ଷେପଣାସ୍ତ୍ରକୁ ରାଡାର ପରଦାରେ ଠାବ କରିବା ସମ୍ଭବ ହୋଇପାରୁ ନଥିବାରୁ, ବର୍ତ୍ତମାନ ହାଇପରସୋନିକ ମିସାଇଲ ଏକ ନୂଆ ବିପଦ ଭାବେ ଉଭା ହୋଇଛି।

କିଛିଦିନ ତଳେ ଚୀନ ଆଣବିକ ସାମର୍ଥ୍ୟ ସମ୍ପନ୍ନ ସୁପରସୋନିକ ମିସାଇଲ ପରୀକ୍ଷା କରିଥିବା ବେଳେ, ଏହାକୁ ଟକ୍କର ଦେବା ଲାଗି ଆମେରିକା ଏହି ହାଇପରସୋନିକ ମିସାଇଲ ପରୀକ୍ଷା କରିଛି। ଚୀନର ପରୀକ୍ଷଣ ନେଇ ନିରସ୍ତ୍ରୀକରଣ ସଂକ୍ରାନ୍ତ ସମ୍ମିଳନୀର ଆମେରିକା ପ୍ରତିନିଧି ରବର୍ଟ ଉଡ ଚିନ୍ତା ବ୍ୟକ୍ତ କରିଥିଲେ। ରିପୋର୍ଟ ଅନୁସାରେ, ଚୀନ ପରୀକ୍ଷା କରିଥିବା କ୍ଷେପଣାସ୍ତ୍ର ଯଦିଓ ଏକ ସର୍କିଟ ଶେଷ କରିଥିଲା, ତଥାପି ଏହା ଟାର୍ଗେଟରେ ଲକ୍ଷ୍ୟଭେଦ କରିପାରି ନଥିଲା। ଯଦି ଗୋଟିଏ ରାଷ୍ଟ୍ର ନିଜ ରାଷ୍ଟ୍ରକୁ ଟାର୍ଗେଟ କରିବାକୁ ଉଦ୍ୟମ କରୁଛି, ତେବେ ଏହାର ପ୍ରତିରୋଧ କରିବା ଆବଶ୍ୟକ ବୋଲି କହିଛନ୍ତି ରବର୍ଟ।

୨୦୧୯ରେ ଚୀନ ଆଣବିକ ଶକ୍ତି ସମ୍ପନ୍ନ ଡିଏଫ୧୭ ମଧ୍ୟମ ଦୂରଗାମୀ ହାଇପରସୋନିକ ମିସାଇଲର ପରୀକ୍ଷା କରିଥିଲା। ଏହା ସର୍ବାଧିକ ୨୦୦୦ କିଲୋମିଟର ଦୂରରେ ଲକ୍ଷ୍ୟଭେଦ କରୁଥିଲା। ପରେ ଏହାର ଅଧିକ ଗବେଷଣା କରାଯାଇ ଅତ୍ୟାଧୁନିକ ମିସାଇଲ ନିର୍ମାଣ କରାଯାଇଛି। ଋଷ ମଧ୍ୟ ଜିର୍କନ ନାମକ ଏକ ହାଇପରସୋନିକ ମିସାଇଲ କିଛି ଦିନ ତଳେ ପରୀକ୍ଷଣ କରିଥିଲା। ଆସନ୍ତା ୨୦୨୫ ସୁଦ୍ଧା ଆମେରିକା ବିଭିନ୍ନ ସ୍ଥାନରେ ହାଇପରସୋନିକ ମିସାଇଲ ମୁତୟନ କରିବ ବୋଲି ପେଣ୍ଟାଗନ ପ୍ରକାଶ କରିଛି।