spot_img
Home Blog Page 5043

ଋଷ୍‌ର ଏକ ଗନ୍‌ ପାଉଡର ଫ୍ୟାକ୍ଟ୍ରିରେ  ଭୟାବହ ଅଗ୍ନିକାଣ୍ଡ, ୧୬ ମୃତ

ମସ୍କୋ: ରୁଷରେ ଥିବା ଏକ ଗନ୍‌ ପାଉଡର ଫ୍ୟାକ୍ଟ୍ରିରେ ହୋଇଛି ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣ ଯୋଗୁଁ ଘଟଣା ସ୍ଥଳରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି ।  ସୂଚନା ମୁତାବକ, ଦକ୍ଷିଣ-ପୂର୍ବ ମସ୍କୋ ଠାରୁ ୨୭୦ କିଲୋମିଟର ଦୂରରେ ଥିବା ରାୟଜନ ପ୍ରଦେଶର ଇଲାଷ୍ଟିକ ଫ୍ୟାକ୍ଟ୍ରିରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଯଦିଓ ପ୍ରଥମେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୯ ଜଣ ନିଖୋଜ ଥିଲେ ବୋଲି ରିପୋର୍ଟ ଆସିଥିଲା, ତଥାପି ଏହାର କିଛି ସମୟ ପରେ ସମସ୍ତଙ୍କୁ ମୃତ ଘୋଷଣା କରାଯାଇଥିଲା । କିନ୍ତୁ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଫ୍ୟାକ୍ଟ୍ରିରେ ଲାଗିଥିବା ଭୟଙ୍କର ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି । ଏଥିରେ ୧୭୦ ଜଣ ଜରୁରୀ କାଳୀନ କର୍ମଚାରୀ ନିୟୋଜିତ ଥିବାବେଳେ ଓ ୫୦ଟି ଗାଡ଼ି ନିୟୋଜିତ ହୋଇଛି ।

 

ସୂଚନା ମୁତାବକ, ଗନ ପାଉଡର ଉତ୍ପାଦନ ବେଳେ କୌଣସି ତ୍ରୁଟି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । କିନ୍ତୁ ବିସ୍ଫୋରଣର ବାସ୍ତବ କାରଣ ଏବେ ମଧ୍ୟ ଅସ୍ପଷ୍ଟ । ଅନ୍ୟପଟେ ଭୟାବହ ଅଗ୍ନିକାଣ୍ଡରେ ଫାକ୍ଟ୍ରି ଜଳିପୋଡ଼ି ପାଉଁଶ ହୋଇ ଯାଇଛି । ସୁରକ୍ଷା ଏବଂ ତଦନ୍ତକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କୁ ଏଠାକୁ ନିଷେଧ କରାଯାଇଛି ।

କ୍ରିକେଟ୍ ଦୁନିଆରେ ପାଦ ରଖିବେ ଦୀପିକା-ରଣବୀର, କିଣିବେ IPL ଟିମ୍

ନୂଆଦିଲ୍ଲୀ: ଚଳିତ ଥର ଆଇପିଏଲରେ ଆଉ ଦୁଇଟି ନୂଆ ଟିମ୍ ଦେଖିବାକୁ ମିଳିବ । ଯାହାର ବିଡିଂ କରିବେ ଅଭିନେତ୍ରୀ ଦୀପିକା ପାଦୁକୋଣ ଓ ରଣବୀର ସିଂହ । ଶାହରୁଖ ଖାନ୍ ଓ ପ୍ରୀତି ଜିଣ୍ଟାଙ୍କ ବ୍ୟତୀତ ଏହି ଦୁଇ ଜଣଙ୍କର ମଧ୍ୟ IPL ଟିମ୍ ହେବ ।

ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୫ରୁ ଟିମ୍ ବିଡିଂ ହୋଇପାରେ । ସବୁଠୁ ବଡ଼ ଦୁଇ ବିଡର୍ସଙ୍କୁ ଟିମର ରାଇଟ୍ସ ମିଳିବ । ଦୀପିକା ଓ ରଣବୀର ଖେଳ ପ୍ରେମୀ ହୋଇଥିବା ବେଳେ ବାପା ପ୍ରକାଶ ପାଦୁକୋନ୍ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍ ରହିସାରିଛନ୍ତି । ସେହିପରି ରଣବୀର ସିଂହ ଏନବିଏ ଓ ଇଂଲିସ ପ୍ରିମିୟର ଲିଗ୍ ଭଳି ଦୁଇ ବଡ଼ ସ୍ପୋର୍ଟିଂ ଟୁର୍ଣ୍ଣାମେଣ୍ଟର ଅଂଶ ରହିଛନ୍ତି ।

କେବଳ ଦୀପିକା ଓ ରଣବୀର ନୁହଁନ୍ତି, ଏହି ଦୁଇ ନୂଆ ଟିମ୍ ପାଇଁ ଆହୁରି ଅନେକ ଲୋକ ବିଡ଼ିଂରେ ଅଂଶ ଗ୍ରହଣ କରିବା ନେଇ ଜଣାପଡିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ଅଦାନୀ ଗ୍ରୁପ୍, ଗ୍ଲେଜର ଫ୍ୟାମିଲି, ଅରୋବିନ୍ଦୋ  ଫାର୍ମା, ଟରେଣ୍ଟ୍ ଫାର୍ମା, ଆରପି-ସଞ୍ଜୀବ ଗୋୟଙ୍କା ଗ୍ରୁପ୍, ଜିନ୍ଦଲ୍ ଷ୍ଟିଲ୍ (ନବୀନ ଜିନ୍ଦଲ୍), ହିନ୍ଦୁସ୍ଥାନ ଟାଇମ୍ସ ମିଡିଆ, ରନି ସ୍କୃବାଲା, କୋଟାକ ଗ୍ରୁପ୍, ସିଙ୍ଗାପୁରର ପିଇ ଫାର୍ମ, ସିବିସି ପାର୍ଟନର୍ସ ସମେତ ବ୍ରଡକାଷ୍ଟ ଆଣ୍ଡ୍ ସ୍ପୋର୍ଟ କନସଲ୍ଟିଂ ଏଜେନ୍ସି  ଆଇଟିଡବ୍ଲ୍ୟୁ ଓ ଗ୍ରୁପ୍ ଏମ୍ ।

ଗଣମାଧ୍ୟମର ସୂଚନା ଅନୁଯାୟୀ BCCI ପାଖାପାଖି ୭ ହଜାର କୋଟିରୁ ୧୦ ହଜାର କୋଟି ଟଙ୍କା ମଧ୍ୟରେ ବିଡିଂ ଟଙ୍କା ରଖିପାରେ । ଯାହାର ବେସ୍ ପ୍ରାଇସ୍ ରହିଛି ଦୁଇ ହଜାର ଟଙ୍କା । ଯେଉଁ ଗ୍ରୁପ୍ ମିଶିକି ବିଡ୍ କରିଥାଏ, ତାହା ପ୍ରତିବର୍ଷ ୩ ହଜାର କୋଟି ଟଙ୍କାର ଲାଭ ପାଇଥିବା ନଜର ରହିଛି ।

ଫିଲ୍ମ ସୁଟିଂ ବେଳେ ଦୁର୍ଘଟଣା: ସତରେ ଗୁଳି ମାରିଦେଲେ ଅଭିନେତା, ସିନେମାଟୋଗ୍ରାଫରଙ୍କ ମୃତ୍ୟୁ

ହଲିଉଡ ଫିଲ୍ମ ‘ରଷ୍ଟ’ ସୁଟିଂ ସେଟରେ ଘଟିଛି ଅଭାବନୀୟ ଘଟଣା । ଏଠାରେ ଅଭିନେତା ଆଲୋକ୍‌ ବାଲ୍ଡବିନ୍‌ ସୁଟିଂ ସମୟରେ  ଭୁଲରେ ଗୁଳି ଚଳାଇ ଦେଇଛନ୍ତି । ଏହି ଦୁର୍ଘଟଣାରେ ସିନେମାଟୋଗ୍ରାଫରଙ୍କର ମୃତ୍ୟୁ ଘଟିଛି । ଏହା ସହିତ ଫିଲ୍ମର ନିର୍ଦ୍ଦେଶକ ମଧ୍ୟ ଆହତ ହୋଇଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,  ଆଲେକ୍‌ ପ୍ରପ୍‌ ଗନ ବ୍ୟବହାର କରିଥିଲେ ।  ସୁଟିଂ ବେଳେ ଆଲେକ୍‌ ଗୁଳି ଚାଳନା କରୁ କରୁ ଗୁଳି ସିଧାସଳଖ ବାଜିଲା ସିନେମାଟୋଗ୍ରାଫର ହଲିନା ହଚିନ୍ସଙ୍କୁ । ଘଟଣା ପରେ ହଲିନାଙ୍କୁ ତତକ୍ଷଣାତ୍‌ ହେଲିକପ୍ଟର ସାହାଯ୍ୟରେ ହସ୍ପିଟାଲ ନେବା ସମୟରେ  ଅଧା ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ନିର୍ଦ୍ଦେଶକ ଜୋଏଲ ସୁଜା ମଧ୍ୟ ଆହତ ହୋଇଛନ୍ତି ।

ଏପର୍ଯ୍ୟନ୍ତ ପୋଲିସ କୌଣସି ଅପରାଧିକ ମାମଲା ରୁଜୁ କରିନାହିଁ ।  କିନ୍ତୁ ମାମଲାର ତଦନ୍ତ ଆରମ୍ଭ ହୋଇ ସାରିଛି ।  ପୋଲିସ ଏହା ଜାଣିବାକୁ ଚେଷ୍ଟା କରୁଛିଯେ, ବାସ୍ତବରେ ଏଥିରେ ଗୁଳି ଥିଲା ନା ଏଥିରୁ କୌଣସି ପ୍ରୋଜେକ୍ଟାଇଲ ବାହାରିଥିଲା ।

ଆଧାରକାର୍ଡରୁ କେମିତି ବଦଳାଇବେ ଫଟୋ, ଜାଣନ୍ତୁ…

ନୂଆଦିଲ୍ଲୀ: ବଦଳାଇ ହେବ ଆଧାରକାର୍ଡ ଫଟୋ। କାର୍ଡଧାରୀ ନିଜର ଫଟୋ ସହ ଅନ୍ୟ ସମସ୍ତ ତଥ୍ୟ ବଦଳାଇପାରିବେ । ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ ବା UIDAI ଏହି ନୂଆ ଫିଚର ଆଣିଛି । ଯାହା ସାହାଯ୍ୟରେ ଆଧାରକାର୍ଡରେ ପୂର୍ବରୁ ଥିବା ଫଟୋ, ନାମ, ଫୋନ୍ ନମ୍ବର ଓ ଠିକଣା ବଦଳାଇ ହେବ ।

ସୂଚନା ଅନୁଯାୟୀ, ନିକଟସ୍ଥ କୌଣସି ଏକ ଆଧାର ସେବା କେନ୍ଦ୍ରକୁ ଯାଇ ହିତାଧିକାରୀ କାର୍ଡରେ ଥିବା ତମାମ ତଥ୍ୟ ବଦଳାଇପାରିବେ। ପୂର୍ବରୁ ଫଟୋ ବଦଳାଇବା ପାଇଁ କୌଣସି ବିକଳ୍ପ ନଥିଲା। ଏବେ ହିତାଧିକାରୀ ଫଟୋ ମଧ୍ୟ ବଦଳାଇପାରିବେ ବୋଲି UIDAI କହିଛି। ଓ୍ବେବସାଇଟରୁ ଆଧାର ଏନରୋଲମେଣ୍ଟ ଫର୍ମ ଡାଉନଲୋଡ କରି ଫିଲଅପ କରିବା ପରେ ଏହାକୁ ଆଧାର କେନ୍ଦ୍ରରେ ଡିପୋଜିଟ କରିବାକୁ ହେବ।

ସେଠାରେ ନୂଆ ଫଟୋ ଉଠାଇବା ସହ ଆଧାରକାର୍ଡରେ ଅପଡେଟ କରାଯିବ। ଏଥିପାଇଁ କାର୍ଡଧାରୀଙ୍କୁ ୨୫ଟଙ୍କା ଦେବାକୁ ପଡ଼ିବ। ଭାରତୀୟଙ୍କ ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ କରାଯାଇଥିବା ବେଳେ ବ୍ୟାଙ୍କ, ପ୍ୟାନ କାର୍ଡ, ଇନ୍ସ୍ୟୁରାନ୍ସ ପଲିସି ଆଦି ସବୁ କ୍ଷେତ୍ରରେ ଆଧାରକାର୍ଡ ବାଧ୍ୟତାମୂଳକ କରାଯାଇଛି । ହେଲେ ଆଧାରକାର୍ଡ ପାଇଁ ଉଠୁଥିବା ଫଟୋ ଭଲ ଆସୁ ନଥିବାରୁ ଅନେକ ସେ ନେଇ ଅଭିଯୋଗ ଆସୁଥିବା ବେଳେ ନୂଆ ଫିଚର ଯୋଗେ ଫଟୋ ବଦଳାଇବା ଅପସନ ଆଣିଛି UIDAI।

ଆୟଲ୍ୟାଣ୍ଡରୁ ଫେସବୁକ୍ ପଠାଇଲା ‘ସୁଇସାଇଡ୍ ଆଲର୍ଟ’, ପୋଲିସ ବଞ୍ଚାଇଲା ଯୁବକଙ୍କ ଜୀବନ

ଆୟଲ୍ୟାଣ୍ଡ: ଆୟଲ୍ୟାଣ୍ଡରେ ଫେସବୁକ୍ କାର୍ଯ୍ୟନିର୍ବାହୀ ଓ ଦିଲ୍ଲୀ ପୋଲିସର ମିଳିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଗୁରୁବାର ଦିନ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଯାଇ ପାରିଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ଦିଲ୍ଲୀର ରାଜୗେରୀ ଗାର୍ଡେନ୍ ଅଞ୍ଚଳର ହୋଇଥିବା ବେଳେ ସେ ଆତ୍ମହତ୍ୟା ଉଦ୍ୟମ କରୁଥିଲେ।

ସୁଇସାଇଡ୍ ଆଲର୍ଟ ପାଇବା ମାତ୍ରେ ଦିଲ୍ଲୀର ପ୍ରସିଦ୍ଧ ସିଗ୍ନେଚର ବ୍ରିଜରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କୁ କିଛି ସମୟ ମଧ୍ୟରେ ଉଦ୍ଧାର କରାଯାଇଥିଲା। ଆସନ୍ତୁ ଜାଣିବା ଏହିଭଳି ଆଉ କେଉଁସବୁ ଘଟଣା ଘଟିଛି…

Parliamentary panel summons Google, Facebook officials over misuse of platforms

ଗତ ଗୁରୁବାର ଦିନ ଦିଲ୍ଲୀ ପୋଲିସର ସାଇବର ସେଲକୁ ଫେସବୁକ ପକ୍ଷରୁ ସୁଇସାଇଡ୍ ଆଲର୍ଟ ଦିଆଯାଇଥିଲା । ସାଇବର ସେଲ ଅନୁଯାୟୀ ଗୁରୁବାର ଦିନ ଅପରାହ୍ନ ପ୍ରାୟ ୨ଟା ସମୟରେ ଜଣେ ବ୍ୟକ୍ତି ଆତ୍ମହତ୍ୟା ନେଇ ଫେସବୁକରେ ପୋଷ୍ଟ କରିଥିବା ସୂଚନା ମିଳିଥିଲା। ଯାହା ପରେ ଟେକ୍ନିକାଲ୍ ସର୍ଭିଲାନ୍ସରୁ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ରାଜୗେରୀ ଗାର୍ଡେନ୍ ଅଞ୍ଚଳର ବୋଲି ଜଣାପଡିଥିଲା । ତତକ୍ଷଣାତ୍ ସାଇବର ବିଶେଷଜ୍ଞ ଏହି ବ୍ୟକ୍ତିଙ୍କ ସୂଚନା ବାହାର କରିବା ସହ ଦକ୍ଷିଣ-ପଶ୍ଚିମ ଏବଂ ପଶ୍ଚିମ ଜିଲ୍ଲା ପୋଲିସକୁ ଆଲର୍ଟ କରାଇଥିଲେ।

ପରେ ରାଜୗେରୀ ଗାର୍ଡେନ୍ ପୋଲିସ୍ ଉକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚି ସେଠାରେ ତାଙ୍କୁ ନିଶାସକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ।  ଥାଇରଏଡ ଚିକିତ୍ସାରେ ବ୍ୟବହୃତ ଔଷଧର ଚାଳିଶ ପଚାଶ ବୋତଲ ସେ ପିଇଦେଇଥିଲେ। ତାଙ୍କ ପତ୍ନୀ ତାଙ୍କୁ ଛାଡି ଚାଲିଯାଇଥିବା ବେଳେ ସେ ଫେରି ଆସନ୍ତୁ ବୋଲି ଚାହୁଁଥିଲେ ସମ୍ପୃକ୍ତ ବ୍ୟକ୍ତି ।

ସିଗ୍ନେଚର ବ୍ରିଜରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ, ଆୟଲ୍ୟାଣ୍ଡରୁ ଆସିଥିଲା ଆଲର୍ଟ

ଗତ ସେପ୍ଟେମ୍ବର ମାସ ୧୦ ତାରିଖ ଦିନ ଏକ ସୁଇସାଇଡ୍ ଆଲର୍ଟ ମେସେଜ୍ ଆସିଥିଲା ଦିଲ୍ଲୀ ପୋଲିସର ସାଇବର ସେଲକୁ । ଫେସବୁକ୍ ଯୁବକଙ୍କ ସୂଚନା ଓ ଲୋକେସନ୍ ଶେୟାର କରିବା ସହ ସେ ସିଗ୍ନେଚର ବ୍ରିଜ ନିକଟରେ ଅଛି ଏବଂ ଯେକୗେଣସି ସମୟରେ ଆତ୍ମହତ୍ୟା ଉଦ୍ୟମ କରିପାରେ ବୋଲି ଜଣାଇଥିଲା। ସାଇବର ସେଲ୍ ମାମଲାକୁ ଗମ୍ଭୀରତାର ସହ ନେଇ ତୁରନ୍ତ ପୋଲିସକୁ ଆଲର୍ଟ କରିଥିଲେ । ଯାହା ପରେ ତାକୁ ଉଦ୍ଧାର କରିବା ସହ କାଉନସିଲିଂ କରାଯାଇଥିଲା ।

ସମ୍ପୃକ୍ତ ଯୁବକ ଜଣକ ଏମବିଏ ପଢୁଥିବା ବେଳେ ଅଧାରୁ ଛାଡି ଦେଇଥିଲା । ପରେ ପ୍ରେମ ସମ୍ପର୍କ ମଧ୍ୟ ଭାଙ୍ଗିଯିବାରୁ ଚିନ୍ତିତ ହୋଇପଡିଥିଲା ସେ । ଯେଉଁଥିପାଇଁ ଆତ୍ମହତ୍ୟା ପାଇଁ ଚେଷ୍ଟା କରିଥିଲା ।

ମନୀଷ ଅନୁରାଗ ହତ୍ୟା ମାମଲା: ବଦଳିଲେ ତମାଣ୍ଡୋ ଥାନା ଅଧିକାରୀ

ଭୁବନେଶ୍ୱର:  ମନୀଷ ଅନୁରାଗ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ । ବଦଳିଲେ ତମାଣ୍ଡୋ ଥାନାଧିକାରୀ ପ୍ରମୋଦ ପଟ୍ଟନାୟକ । ଡିସିପି ମୁଖ୍ୟାଳୟକୁ ବଦଳି ହେଲେ ପ୍ରମୋଦ ପଟ୍ଟନାୟକ । ବଦଳି ନିର୍ଦ୍ଦେଶ ଦେଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଚନ୍ଦକା ଥାନା SI ଶୁଭ୍ରାଂଶୁ ଜେନାଙ୍କୁ ତମାଣ୍ଡୋ ଥାନା ଦାୟିତ୍ୱ ଦିଆଗଲା । ପୂର୍ବରୁ ଏହି ମାମଲାରେ  କନଷ୍ଟେବଳ ପ୍ରସନ୍ନ ବେହେରାଙ୍କୁ ନିଲମ୍ୱିତ କରାଯିବ ସହ ଅଟକ ରଖାଯାଇଛି । ‘ସାଉଥ ସିଟି’ର ବାର ଲିଜରେ ନେଇ ଚଳାଉଥିଲେ ପ୍ରସନ୍ନ । ବିନା ଲାଇସେନ୍ସରେ ବାର ଚାଲିଥିଲା । ବାରରେ ଚଢାଉ ବେଳେ ବିପୁଳ ପରିମାଣର ମଦ ଜବତ ହୋଇଛି । ପ୍ରସନ୍ନ ବେହେରାଙ୍କ ସହ ହୋଟେଲ ମାଲିକ ମଧ୍ୟ ଅଟକ ରଖାଯାଇଛି ।

ବିଳମ୍ବିତ ରାତି ଯାଏଁ କର୍ଫ୍ୟୁ ନିୟମ ଉଲ୍ଲଘଂନ କରି ବାର ଓ ଡ୍ୟାନ୍ସ ବାର ଚଳାଇବା ଅଭିଯୋଗ ଆସିଥିଲା ପ୍ରସନ୍ନଙ୍କ ବିରୋଧରେ। ପ୍ରସନ୍ନ ସାଉଥ ସିଟି ବାର୍ ଲିଜରେ ନେଇ ବିନା ଲାଇସେନ୍ସରେ ଚଳାଉଥିଲେ । ମନୀଷ ଓ ତାଙ୍କ ସାଙ୍ଗମାନେ ଏହି ହୋଟେଲରେ ମଉଜ କରିବା ପରେ ୩୫ ହଜାର ଟଙ୍କାର ବିଲକୁ ନେଇ ବଚସା ଏବଂ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ତେବେ କରୋନା କଟକଣା ଥିବା ବେଳେ, ରାତି ୪ଟା ଯାଏଁ କିଭଳି ହୋଟେଲ ଖୋଲିଥିଲା ? କିଏ ଦେଉଥିଲା ଏହି ହୋଟେଲକୁ ସୁରକ୍ଷା ? ଏ ନେଇ ଉଠିଛି ପ୍ରଶ୍ନ ।

ଉର୍ଫି ଜାଭେଦଙ୍କୁ ବୋଲ୍ଡ ସିନ୍‌ କରିବା ପାଇଁ ବାଧ୍ୟ କରିଥିଲେ ପ୍ରଯୋଜକ, ଆତ୍ମହତ୍ୟା ପାଇଁ ନିଷ୍ପତ୍ତି…..

ମୁମ୍ବାଇ: ବୋଲ୍ଡ ଆଉଟଫିଟକୁ ନେଇ ଆଜିକାଲି ଖୁବ୍‌ ଚର୍ଚ୍ଚାରେ ଉର୍ଫି ଜାଭେଦ । କିଛି ଦିନ ପୂର୍ବରୁ ସେ ତାଙ୍କ ଏୟାରପୋର୍ଟ ଲୁକ୍‌ ପାଇଁ ସୋସିଅଲ ମିଡିଆରେ ଖୁବ୍‌ ଚର୍ଚ୍ଚାକୁ ଆସିଥିଲେ । ଏଥିପାଇଁ ତାଙ୍କୁ ଖୁବ୍‌ ଟ୍ରୋଲ୍ସ ମଧ୍ୟ ହେବାକୁ ପଡ଼ିଥିଲା । ଅବଶ୍ୟ କଡ଼ା ଜବାବ ଦେଇ ଟ୍ରୋଲର୍ସଙ୍କ ମୁହଁ ବନ୍ଦ କରି ଦେଇଥିଲେ ଉର୍ଫି । ନିକଟରେ ଏଅି ଅଭିନେତ୍ରୀ ପୂର୍ବରୁ ଏକ ଓ୍ୱେବସିରିଜର ସୁଟିଂ ସମୟରେ ହୋଇଥିବା ଦୁର୍ବ୍ୟବହାରର ଖୁଲାସା କରିଛନ୍ତି ।

ସାକ୍ଷାତକାରରେ ଉର୍ଫି କହିଛନ୍ତିଯେ, ଓ୍ୱେବସିରିଜର ସୁଟିଂ ଚାଲିଥିବା ସମୟରେ ପ୍ରଯୋଜକ ତାଙ୍କୁ ବୋଲ୍ଡ ସିନ୍‌ କରିବାକୁ ବାଧ୍ୟ କରିଥିଲେ । ଉର୍ଫିଙ୍କ ବିନା ଅନୁମତିରେ ସେ କୋ-ଷ୍ଟାରଙ୍କୁ ଉର୍ଫିଙ୍କୁ ଛୁଇଁବା ପାଇଁ ଅନୁମତି ଦେଇଥିଲେ । ଯେଉଁ କଥା ଉର୍ଫିଙ୍କୁ ପୂର୍ବରୁ ଜଣାନଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବୋଲ୍ଡ ସିନ୍‌ କରିବାକୁ ମନା କରିବାରୁ  କଣ୍ଟ୍ରାକ୍ଟ ହିସାବରେ ୪୦ ଲକ୍ଷ ଟଙ୍କା ଜୋରିମନା ପକାଇବାକୁ ଧମକ ମିଳିଥିଲା ଉର୍ଫିଙ୍କୁ । ତେବେ ତାଙ୍କ ନିକଟରେ ଅଧିକ ଟଙ୍କା ନଥିବାରୁ ସେ ବାଧ୍ୟ ହୋଇଥିଲେ ପ୍ରଯୋଜକଙ୍କ କଥାରେ ।  ଏହି ଘଟଣା ତାଙ୍କୁ ଡିପ୍ରେସନକୁ ନେଇ ଯାଇଥିଲା । ଏହି ସମୟରେ ସେ ଆତ୍ମହତ୍ୟା କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ ।

ସୂଚନାଯୋଗ୍ୟ ୨୦୧୨ରେ କରଣ ଜୋହରଙ୍କ ଶୋ ବିଗବସ ଓଟିଟିରେ ନଜର ଆସିବା ପରେ ଉର୍ଫି ଚର୍ଚ୍ଚାକୁ ଆସିଲେ ।  ସେ ଥିଲେ ଶୋ’ରୁ ବାହାରିଥିବା ପ୍ରଥମ ପ୍ରତିଯୋଗୀ । ବିଗବସ ଘରେ କମ୍‌ ସମୟ ଥିଲେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସାରିଥିଲେ ଉର୍ଫି । ତାଙ୍କ ଏଲିମିନେସନ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା ।

ଓ୍ୱର୍କଫ୍ରଣ୍ଟ କଥା ଯଦି ଆଲୋଚନା କରିବା ତେବେ  ଉର୍ଫି ଜାଭେଦ ବଡ଼େ ଭେୟା କି ଦୁଲହନିୟା, ମେରୀ ଦୁର୍ଗା, ବେପନହା ଏବଂ ପଞ୍ଚ୍‌ ବିଟ୍‌ ସିଜନ୨ରେ ସେ ନଜର ଆସି ସାରିଛନ୍ତି ।  ଇଂଷ୍ଟାଗ୍ରାମରେ ତାଙ୍କର ୧.୬ ମିଲିୟନ ଫଲୋର୍ସ ମଧ୍ୟ ଅଛନ୍ତି ।

ବିନା ଛୁଞ୍ଚିରେ ଶିଶୁଙ୍କୁ ଦିଆଯିବ କରୋନା ଟିକା: ଆଜି ତାଲିମ୍ ନେବେ ସ୍ୱାସ୍ଥ୍ୟକର୍ମୀ

ଭୁବନେଶ୍ୱର: ବିନା ଛୁଞ୍ଚିରେ ଶିଶୁଙ୍କୁ କରୋନା ଟିକା ଦିଆଯିବ । ପିଲାମାନେ ସାଧାରଣତଃ ଇଞ୍ଜେକ୍ସନକୁ ଟିକେ ଡରନ୍ତି । ତେଣୁ ସେମାନଙ୍କୁ ଫର୍ମା ଡେପ୍‌ଥ ଟେକ୍ନୋଲୋଜି ମାଧ୍ୟମରେ ଟିକା ଦିଆଯିବ । ଏଥିପାଇଁ ସ୍ୱତନ୍ତ୍ର ଏସ୍‌ଓପି ଆସିବ ଓ ସେହି ଅନୁସାରେ ଟିକାକରଣ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ସଂଧ୍ୟାରେ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ତାଲିମ୍ ଦିଆଯିବ । ପିଲାଙ୍କୁ ଦୁଇ ପ୍ରକାର ଟିକା ଦେବା ପାଇଁ ପରାମର୍ଶ ଅଛି ।

୧୨ରୁ ୧୮ବର୍ଷ ଶିଶୁଙ୍କ ପାଇଁ ଜାଇକଭ‌- ଡି, ଯାହାକୁ ଡିସିଜିଆଇ ଅନୁମତି ଦେଇଛନ୍ତି । ସେହିପରି କୋଭାକସିନକୁ ଏକଜାମିନ କରି ଡିସିଜିଆଇ ଅନୁମତି ଦେବେ । ରାଜ୍ୟରେ ୨ବର୍ଷରୁ ୧୮ ବର୍ଷ ପର୍ଯ୍ୟନ୍ତ ୧କୋଟି ୪୦ ଲକ୍ଷ ଶିଶୁ ଅଛନ୍ତି । ଯଦି ଏକା ସାଙ୍ଗେ ସବୁ ଶିଶୁଙ୍କୁ ଟିକା ଦିଆଯିବ, ତେବେ ଟିକା କେନ୍ଦ୍ର ବଢ଼ାଇବାକୁ ପଡ଼ିବ । ନିର୍ଦ୍ଦେଶ ଆସିବା ଟିକାକରଣ ଆରମ୍ଭ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ କୋଟି ୫୦ଲକ୍ଷ ଡୋଜ୍‌ ଟିକା ଦିଆଗଲାଣି । ୨ କୋଟି ୪୭ଲକ୍ଷ ଲୋକ ପ୍ରଥମ ଡୋଜ ଓ ୧କୋଟି ୩ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି । ଆଜି ୧୮୩୦ଟି ଟିକାକେନ୍ଦ୍ରରେ ଟିକା ଦିଆଯାଉଛି ।ବର୍ତ୍ତମାନ ରାଜ୍ୟ ରେ ୨୬ ଲକ୍ଷ ଟିକା ମହଜୁଦ ଅଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି  ।

ଏଥିସହିତ ପଢ଼ନ୍ତୁ: ଋଷରେ ପୁଣି କରୋନା କାଳ: ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୦୨୮,ଦେଶରେ ଦରମା ସହ ଛୁଟି ଘୋଷଣା କଲେ ରାଷ୍ଟ୍ରପତି

କୋଟିଆ ହାତେଇବାକୁ ଆନ୍ଧ୍ର ଆପଣେଇଛି ନୂଆ ତରିକା: ଟଙ୍କା ବାଣ୍ଟି ଲୋକଙ୍କ ସମର୍ଥନ ନେବାକୁ ପ୍ରୟାସ

କୋଟିଆ: ବୁଝୁନି ବିସ୍ତାରବାଦୀ ଆନ୍ଧ୍ରର ମନ । କୋଟିଆକୁ ନିଜର କରିବାକୁ ପ୍ରାଣପ୍ରଣେ ଜାରି ରଖିଛି ଉଦ୍ୟମ । କଳେବଳେ କୌଶଳେ ଯେପରି ଉପାୟରେ ମଧ୍ୟ ଓଡ଼ିଶା ମାଟିରେ ସ୍ଥିତି ଜାହିର କରିବାକୁ ଚେଷ୍ଟା ଜାରି ରଖିଛି ଆନ୍ଧ୍ର ପ୍ରଶାସନ । ବାରମ୍ବାର ବିଫଳ ହେବା ପରେ ଏବେ ନୂଆ ଚାଲ୍ ଆରମ୍ଭ କରିଛି ଆନ୍ଧ୍ର । ଟଙ୍କା ବାଣ୍ଟି ଲୋକଙ୍କ ସମର୍ଥନ ନେବାକୁ ପ୍ରୟାସ । କୋଟିଆ ଦାୟିତ୍ୱରେ ଥିବା ପୋଲିସ ସିଆଇ ଫଗୁଣସିନେରୀ ଗାଁରେ ଜଣେ ବୃଦ୍ଧାଙ୍କୁ ଟଙ୍କା ବାଣ୍ଟୁଥିବାର ଦେଖିବାକୁ ମିଳିଛି ।

ଏପରି କରି ଲୋକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଯୋଜନା ଚଳାଇଛି ଆନ୍ଧ୍ର । ଗ୍ରାମର କିଛି ଯୁବକଙ୍କୁ ମାସିକ ପାରିଶ୍ରମିକ ଦେଇ ଏଜେଣ୍ଟ କରାଯାଇଛି । ସେମାନଙ୍କ ଜରିଆରେ ଓଡ଼ିଶା ପ୍ରଶାସନର ଗତିବିଧି ସମ୍ପର୍କରେ ଆନ୍ଧ୍ର ଖବର ରଖୁଛି । ଏହାଭିତରେ ଆନ୍ଧ୍ର ପୋଲିସ ଅଧିକାରୀ କୋଟିଆର ଫଗୁଣସେନେରୀ, କୋନାଦୋରା,ସଲପଗୁଡା ଗାଁକୁ ଗସ୍ତ କରିଛନ୍ତି ଲୋକଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରିଛନ୍ତି । ସେ ଗରିବ ଓ ବୟସ୍କ ଲୋକଙ୍କୁ ଦେଖି ଟଙ୍କା ବାଣ୍ଟୁଛନ୍ତି । ଆନ୍ଧ୍ରର ଏପରି ଦଲାଲଗିରି ଉପରେ କଡ଼ା ନଜର ରଖିଛି ଜିଲ୍ଲା ପ୍ରଶାସନ । ଆନ୍ଧ୍ରର ଚାଲ୍‌କୁ ବିଫଳ କରାଯିବା ସହିତ କଡା ଜବାବ୍ ଦିଆଯିବ ବୋଲି କୋରାପୁଟ ଜିଲ୍ଲାପାଳ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ମନୀଷ ଦାସ ମୃତ୍ୟୁ ମାମଲା, ହୋଟଲକୁ ଲିଜ୍‌ରେ ନେଇ ଚଲାଉଥିବା କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ

ପାକିସ୍ତାନୀ ବିରାଟଙ୍କ ଅପେକ୍ଷା ଏହି ଖେଳାଳିଙ୍କୁ ଅଧିକ ପସନ୍ଦ କରନ୍ତି

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ଓ୍ୱର୍ଲଡ କପ୍‌ ସମୟରେ ପ୍ରତି ଖେଳାଳିଙ୍କ ଉପରେ ରହିବ ସମସ୍ତଙ୍କର ନଜର । କିନ୍ତୁ ଟି-20ରେ ପାକିସ୍ତାନର ଟିମ୍‌  କୌଣସି ସମୟରେ ମଧ୍ୟ ନାମିଦାମି ଖେଳାଳିଙ୍କୁ ଖେଳରେ ଦ୍ୱନ୍ଦରେ ପକାଇ ପାରନ୍ତି । କାରଣ  ଟି-୨୦ରେ ୪-୫ଟି ବଲରେ ବାଜି ଓଲଟିଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ମଧ୍ୟରେ ମହା ମୁକାବିଲା ପୂର୍ବରୁ ପାକିସ୍ତାନର ପୂର୍ବ ନାମିଦାମି ବୋଲର ସୋଏବ ଅଖତର ଭାରତୀୟ ଖେଳାଳିଙ୍କୁ ଭୁରି ପ୍ରଶଂସା କରିଛନ୍ତି ।

ନିକଟରେ ଗଣମାଧ୍ୟମ ସାକ୍ଷାତକାରରେ ସୋଏବ  କହିଛନ୍ତିଯେ,  ଭାରତର କିଛି  ବୋଲର ପାକିସ୍ତାନରେ ଖୁବ୍‌ ଲୋକପ୍ରିୟ । ଏହା ମଧ୍ୟରେ ସେ ବିରାଟ କୋହଲିଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି । କିନ୍ତୁ ବିରାଟଙ୍କ ଠାରୁ ଅଧିକ ସେ ରୋହିତ ଶର୍ମାଙ୍କୁ ପ୍ରଶଂସା କରିଛନ୍ତି ।

 

ସୋଏବ କହିଛନ୍ତିଯେ, ଟି-୨୦ରେ କିଛି ମଧ୍ୟ ହୋଇପାରେ ।  ବଡ଼ ମ୍ୟାଚ୍‌ ବଡ଼ ଖେଳାଳି ନୁହେଁ ବରଂ ଖୁବ୍‌ ସାହସର ସହିତ ଜିତାଯାଏ । ନିଃସନ୍ଦେହ ଭାରତ ନିକଟରେ ଭଲ ଖେଳାଳି ଅଛନ୍ତି । କିନ୍ତୁ ସାହସ ଏବଂ ରଣନୀତିରେ ସବୁକିଛି ବଦଳି ଯାଇପାରେ ।  ଏହା ସହିତ ଟି-୨୦ ହେଉଛି ଏକ ଘଡ଼ିସନ୍ଧି ଫର୍ମାଟ । କିନ୍ତୁ କିଭଳି ପ୍ରଦର୍ଶନ କରିବେ ଏହା କେବଳ ଖେଳାଳିଙ୍କ ଉପରେ ନିର୍ଭର କରେ ।

 

ସୋଏବ କହିଛନ୍ତିଯେ, ରୋହିତ ଶର୍ମା ହେଉଛନ୍ତି ତାଙ୍କର ପ୍ରିୟ ଖେଳାଳି । ତେବେ ରୋହିତଙ୍କୁ ପାକିସ୍ତାନରେ ଖୁବ୍‌ ପ୍ରଶଂସା କରାଯାଏ ବୋଲି ସେ କହିଛନ୍ତି ।