ଜୁନିୟର ହକି ବିଶ୍ୱକପ୍ ଉଦ୍‌ଘାଟନୀ ମ୍ୟାଚ୍‌: ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ହରାଇଲା ବେଲଜିୟମ୍

1 min read

ଭୁବନେଶ୍ୱର: ଆରମ୍ଭ ହୋଇଛି ଜୁନିୟର ହକି ବିଶ୍ୱକପ୍ । ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲର ଏକ ବଡ଼ ବ୍ୟବଧାନରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି ଶକ୍ତିଶାଳୀ ବେଲଜିୟମ । ଗତ ସଂସ୍କରଣର ଉପ ବିଜେତା ଥିବା ବେଲଜିୟମ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଜାରି ରଖିଥିଲା । ବେଲଜିୟମ ପକ୍ଷରୁ ମ୍ୟାଚର ୭ମିନିଟରେ ଡି ରୋମାନ ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରିଥିଲେ ।

ଏହାପରେ ବାରମ୍ବାର ଦକ୍ଷିଣ ଆଫ୍ରିକା ଗୋଲ ପୋଷ୍ଟରେ ଆକ୍ରମଣ କରିଥିଲେ ବେଲଜିୟମର ଖେଳାଳି । ସେପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାନ ଟଣ୍ଡର ଜାକିସ ସମ୍ମାନ ସୂଚକ ଗୋଲ ସ୍କୋର କରିଥିଲେ । ଦ୍ୱିତୀୟ ମ୍ୟାଚ ପୁଲ ଡି’ର ଦୁଇ ଶକ୍ତିଶାଳୀ ଟିମ ମଧ୍ୟରେ ହେବାକୁ ଯାଉଛି । ପୁଲ ଡି’ର ଦୁଇ ଶକ୍ତିଶାଳୀ ଟିମ୍ ପାକିସ୍ତାନ ଓ ଜର୍ମାନୀ ମଧ୍ୟରେ ଖେଳାଯାଉଛି । ଗତ ବିଶ୍ୱକପରେ ଜର୍ମାନୀ ତୃତୀୟ ସ୍ଥାନରେ ଥିବା ବେଳେ, ଭିସା ନମିଳିବାରୁ ପାକିସ୍ତାନ ଜୁନିୟର ବିଶ୍ୱକପ ଖେଳିବାରୁ ବଞ୍ଚିତ ହୋଇଥିଲା । ସନ୍ଧ୍ୟା ୮ଟାରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ଓ ଫ୍ରାନ୍ସ ମଧ୍ୟରେ ହେବ ଟକ୍କର । ସୁରକ୍ଷା ଲାଗି ୫ ଜଣ ଅତିରିକ୍ତ ଡିସିପି, ୮ ଜଣ ଡିଏସପି, ୨୬ ଜଣ ଆଇଆଇସି, ୭୨ ଜଣ ଅଫିସର, ୩୦ ହାବିଲଦାର ନିୟୋଜିତ ହୋଇଛନ୍ତି । ଷ୍ଟାଡିୟମ ଭିତରେ ଓ ବାହାରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: କାନପୁର ଟେଷ୍ଟ ପୂର୍ବରୁ ବିବାଦରେ ବିସିସିଆଇ; ଡାଏଟ ଚାର୍ଟକୁ ନେଇ ବିସିସିଆଇ ଉପରେ ବର୍ଷିଲେ ଫ୍ୟାନ

Leave a Reply