spot_img
Home Blog Page 5042

ଡାକ ବାକ୍ସ ଅଛି ଡାକ ନାହିଁ: ଅଲୋଡ଼ା ହୋଇପଡ଼ିରହିଛି ୧୭୦ ବର୍ଷ ପୁରୁଣା ପୋଷ୍ଟ ବକ୍ସ

ଆସିକା: ହଜିବାକୁ ବସିଲାଣି ଡାକବାକ୍ସ । ଚିଠି ମାଧ୍ୟମରେ ଭାବର ଆଦାନପ୍ରଦାନ କମୁଥିବାରୁ ଅବହେଳିତ ଅବସ୍ଥାରେ ପଡିଛି ଡାକବାକ୍ସ । ଦିନଥିଲା ପୋଷ୍ଟ ବକ୍ସ ଉପରେ ନିର୍ଭର କରୁଥିଲେ ଲୋକେ । ସମ୍ପର୍କ ମଧ୍ୟରେ ଦୂରତା କମାଇବା ପରେ ସହଯୋଗ କରୁଥିଲା । ହେଲେ ଏବେ ଆଧୁନିକତା ପାଇଁ ଏହା ଡାକଘର କାନ୍ଥରେ ଭଙ୍ଗା ଦଦରା ଅବସ୍ଥାରେ ଝୁଲୁଛି ।

ଆଧୁନିକତାରେ ଅଲୋଡ଼ା ଡାକବାକ୍ସ । କମିଛି ଚିଠିର ଆଦାନପ୍ରଦାନ । ଦଦରା ଅବସ୍ଥାରେ ଝୁଲୁଛି ଟିଣବାକ୍ସ । ଅଫ୍‌ଲାଇନ୍ ଉପରେ ଭାରିପଡ଼ିଛି ଅନଲାଇନ । ବଳି ପଡ଼ିଯାଇଛି ଚିଠି, ସମ୍ପର୍କରେ ଦୂରତା କମାଇଛି ଇଣ୍ଟରନେଟ୍ । ଟେଲିଫୋନ, ମୋବାଇଲ, ଇ-ମେଲ୍ ଯୋଗେ କ୍ଷଣିକରେ କଥାବାର୍ତ୍ତା ସହ ଭାବର ଆଦାନ ପ୍ରଦାନ ହେଇପାରୁଛି । ଫଳରେ ଦୀର୍ଘ ବର୍ଷ ଧରି ଚିଠି ଦିଆ ନିଆର ମାଧ୍ୟମରେ ପାଲଟିଥିବା ଡାକବାକ୍ସ ଅଲୋଡା ଦଦରା ହୋଇ ପଡିରହିଛି । ସତେ ଯେପରି ଅତୀତକୁ ମନେ ପକାଇ ସେ ଡାକଘର କାନ୍ଥରେ କାନ୍ଦୁଛି ।

ପ୍ରାୟ ୧୭୦ ବର୍ଷର ପରୁତନ ପରଚୟ ହଜାଇଛି ଡାକବାକ୍ସ । ଗଞ୍ଜାମ ଜିଲ୍ଲା ବିଭିନ୍ନ ସ୍ଥାନରେ ପୋଷ୍ଟ ବକ୍ସ ସବୁ ନଷ୍ଟ ହେବାକୁ ବସିଲାଣି । ବ୍ୟବହାର ହେଉନଥିବାରୁ କିଛି ସ୍ଥାନରେ ପୋତି ହୋଇଗଲାଣି । କେବଳ ସରକାରୀ ଚିଠିପତ୍ରକୁ ଝାଡିଦେଲେ ଆଉ ସେଭଳି କାମରେ ଆସୁନଥିବା ଡାକ କର୍ମଚାରୀ କହିଛନ୍ତି । ଆଧୁନିକତା ଭିତରେ ପୁରାତନକୁ ଭୁଲି ଯାଉଛନ୍ତି ଲୋକେ । ଏହା ଉପରେ ସଚେତନ ହେଲେ ଦିନ ଆସିବ ସ୍ମୃତି ହୋଇ ରହିଯିବ ଡାକବାକ୍ସ ।

ଏଥିସହିତ ପଢ଼ନ୍ତୁ: ମନୀଷ ଅନୁରାଗ ହତ୍ୟା ମାମଲା: ବଦଳିଲେ ତମାଣ୍ଡୋ ଥାନା ଅଧିକାରୀ

ଜେଲରେ ଆଳତୀ କରୁଛନ୍ତି ଆର୍ୟନ,ଏବେ ଜାମିନ୍ ପାଇଁ ଭଗବାନ ଭରସା

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ମାମଲାରେ ୧୯ ଦିନ ଧରି ଆର୍ଥର ଜେଲରେ ରହୁଛନ୍ତି କିଙ୍ଗ ଖାନଙ୍କ ପୁଅ ଆର୍ୟନ ଖାନ୍ । ସେ ଜେଲରେ ରହିବା ପରଠାରୁ ନଖାଇ ନପିଇ ଏକାକୀ ବସୁଥିବା ଖବର ମିଳୁଥିଲା । ହେଲେ ଏବେ ଦିନଚର୍ଯ୍ୟାରେ କିଛି କିଛି ପରିବର୍ତ୍ତନ ହେଉଥିବା ସୂଚନା ମିଳିଛି ।

ଜେଲ୍ କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ଆର୍ୟନ ଏବେ ଜେଲରେ ଥିବା ମନ୍ଦିରରେ ପ୍ରତିଦିନ ସନ୍ଧ୍ୟା ୭ଟା ଆଳତୀରେ ସାମିଲ ହେଉଛନ୍ତି । ଖାଲି ଏତିକି ନୁହେଁ ଆଳତୀ ସମାପ୍ତ ହେବା ଯାଏଁ ସେଠାରେ ରହୁଛନ୍ତି ମଧ୍ୟ।

 

ପୁଅକୁ ଭେଟ କରିବା ପାଇଁ ଗତ ଗୁରୁବାର ଦିନ କିଙ୍ଗ ଖାନ୍ ଶାହରୁଖ ଆର୍ଥର ଜେଲ୍ ଯାଇଥିଲେ । ସେଠାରେ ସେ ପ୍ରାୟ ୧୮ମିନିଟ୍ ରହିବା ସହିତ ଇଣ୍ଟରକମରେ ଆର୍ୟନଙ୍କ ସହ ୧୦ମି. କଥାବାର୍ତ୍ତା ହୋଇଥିଲେ । ସାକ୍ଷାତ କରିବା ପରେ ଭିଜିଟର୍ ରୁମରେ କାନ୍ଦିବାକୁ ଲାଗିଥିଲେ ଆର୍ୟନ । ଆଉ ଜଣେ କଏଦୀ ତାଙ୍କୁ ସାନ୍ତ୍ୱନା ଦେଇଥିଲା ବେଳେ କେହି କେହି ବିଲ୍ ମିଳିଯିବ ବୋଲି ଆଶ୍ୱସନା ଦେଇଥିଲେ । ଯାହାପରେ ତାଙ୍କୁ ବାରାକ କୁ ନିଆଯାଇଥିଲା ।

ଆର୍ୟନ ବାରାକ୍ କୁ ଯିବା ପରେ ଗୋଟିଏ କୋଣରେ ଚୁପଚାପ୍ ବସିଥିଲେ । ଆଉ କଏଦୀ ମାନେ ପଚାରି ଥିବା କିଛି ପ୍ରଶ୍ନ ଉତ୍ତର ମୁଣ୍ଡ ହଲାଇ ଦେଇଥିଲା । ଏପରିକି ବାପାଙ୍କୁ ସାକ୍ଷାତ କରି ଯିବାପରେ ସେ କିଛି ଖାଇନଥିବା ସୁତ୍ରରୁ ପ୍ରକାଶ ।

 

 

 

ମମିତା ମାନିନଥିଲେ ଗୋବିନ୍ଦଙ୍କ କଥା, ଏଣୁ ତଣ୍ଟି ଚିପି ମାରିଦେଇଥିଲେ

ଧର୍ମଗଡ଼: ମମିତା ମେହେରଙ୍କୁ କେମିତି କରାଯାଇଥିଲା ହତ୍ୟା । କ୍ରାଇମ୍ ସ୍ପଟରେ ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ। ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗୀର ଏସପିଙ୍କ ଉପସ୍ଥିତିରେ କ୍ରାଇମ୍‌ ସିନ୍‌ ରିକ୍ରିଏଟ୍‌ କରାଯାଇଛି। ଭୋର ୪ଟା ୧୫ ମିନିଟ ସମୟରେ କ୍ରାଇମସ୍ପଟକୁ ନେଇ ସିନ୍‌ ରିକ୍ରିଏସନ କରିଛି ପୋଲିସ । ସାଇଣ୍ଟିଫିକ ଟିମ, ଟେକନିକାଲ ଟିମ, ଭିଡ଼ିଓ ଗ୍ରାଫି ଟିମ ସହ ପୋଲିସର କଡାସୁରକ୍ଷା ବ୍ୟବସ୍ଥା ଭିତରେ ସିନ୍‌ ରିକ୍ରିଏସନ କରାଯାଇଛି । ଡେମୋ ବେଳେ ଗୋବିନ୍ଦ ଘଟଣା ଦିନର ସବୁ ସତ ବଖାଣିଛି ପୋଲିସ ଆଗରେ । ଇଜ୍ଜତ ଚାଲିଯିବା ଭୟରେ ମମିତାକୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲା ଗୋବିନ୍ଦ । ସିନ୍‌ ରିକ୍ରିଏସନ ସମୟରେ DIGଙ୍କ ଆଗରେ କହିଛି ଗୋବିନ୍ଦ । ଘଟଣା ନେଇ ଅନୁତପ୍ତ ହେବା ସହ ଗୋବିନ୍ଦ କହିଛି, ସବୁ ସପ୍ନ ବୃଥା ହୋଇଯାଇଛି, ଦୀର୍ଘ ଦିନ ଧରି କଠିନ ପରିଶ୍ରମ କରି ସ୍କୁଲ ଖୋଲିଥିଲି । ଗୋଟିଏ ଭୁଲ ନିଷ୍ପତ୍ତିରେ ସବୁ ଛାରଖାର ହୋଇଯାଇଛି ।

ମମିତାକୁ ଭବାନୀପାଟନା ସହରକୁ ନେଇ ନୂଆ ଡ୍ରେସ୍‌ କିଣିଦେଇଥିଲା ଗୋବିନ୍ଦ । ଫେରିଲା ବେଳେ ଗାଡି ଭିତରେ ତାର ଅନୈତିକ ଭିଡିଓ ବାହାରେ ପ୍ରଘଟ ନକରିବା ପାଇଁ ଅନୁରୋଧ କରିଥିଲା । ମମିତା ମଧ୍ୟ ଗୋବିନ୍ଦର ଅନୁରୋଧକୁ ମାନିଯାଇଥିଲେ ହେଲେ, ଗୋବିନ୍ଦ ମମିତାକୁ ବିଶ୍ୱାସକୁ ନେଇନଥିଲା । ମାଣିକେଶ୍ୱରୀ ମନ୍ଦିର ନେଇ ଶପଥ ପାଠ କରିବାକୁ କହିଥିଲା, ସେଥିରେ ମମିତା ରାଜି ହୋଇନଥିଲେ । ବାରମ୍ବାର ଅନୁରୋଧ ପରେ ବି ମମିତା ମନ୍ଦିରରେ ଶପଥ ପାଠ କରିବାକୁ ରାଜିନହେବାରୁ ମମିତାକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା ଗୋବିନ୍ଦ । ରାସ୍ତାରେ ସୁଯୋଗ ଦେଖି ତଣ୍ଟି ଚିପି ହତ୍ୟା କରିଥିଲା ବୋଲି, ଡେମୋ ସମୟରେ କହିଛି ଗୋବିନ୍ଦ । ସହଯୋଗୀ ରଧେଶ୍ୟାମ ଚଣ୍ଡୀ କିପରି ସହଯୋଗ କରିଥିଲେ ତାହା ମଧ୍ୟ ବଖାଣିଛି ଅଭିଯୁକ୍ତ । ପରେ ମହାଲିଙ୍ଗରୁ ହତ୍ୟାକାଣ୍ଡ ଘଟିଥିବା ସ୍ଥାନ କୁଡସୁଡକୁ ନେଇଥିଲା ପୋଲିସ । ସେଠାରେ କିପରି ମମିତାର ମୃତଦେହକୁ କାରରେ ନେଇ ଘର ପଛପଟେ ଲୁଚାଇଥିଲା ଓ ସନ୍ଧ୍ୟା ପରେ ଗାତରେ ନିଆଁ ଲଗାଇ ପୋଡ଼ି ଦେଇଥିଲା ସେ ସବୁ ବଖାଣିଛି ଅଭିଯୁକ୍ତ । ୫ ଦିନିଆ ରିମାଣ୍ଡରେ ଥିବା ଗୋବିନ୍ଦ ପୋଲିସ ଆଗରେ ପୁରା ଘଟଣାର ଗୋଟିଏ ପରେ ଗୋଟିଏ ରାଜ୍‌ ଖୋଲୁଛି। ଆଜି ତୃତୀୟ ଦିନରେ ବି ଗୋବିନ୍ଦକୁ ମାରାଥନ ଜେରା କରୁଛି ପୋଲିସ । ସେପଟେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ବଲାଙ୍ଗୀର ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ।

ଇନ୍ଦୋରରେ ଜରୁରୀକାଳୀନ ଲ୍ୟାଣ୍ଡିଂ କଲା ଭିସ୍ତାରା ଫ୍ଲାଇଟ୍‌, ରୋଗୀ ମୃତ ଘୋଷିତ

0

ଗୁରୁବାର ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଭିସ୍ତାରା ବିମାନକୁ ମଧ୍ୟପ୍ରଦେଶର ଇନ୍ଦୋରରେ ଦେବୀ ଅହିଲ୍ୟାବାଈ ହୋଲ୍କର ଅନ୍ତଃରାଷ୍ଟ୍ରୀୟ ବିମାନବନ୍ଦରରେ ଜରୁରୀକାଳୀନ ଲ୍ୟାଣ୍ଡିଂ କରାଯାଇଥିବା କହିଛନ୍ତି ଜଣେ ଏୟାରପୋର୍ଟ କର୍ମଚାରୀ ।

କର୍ମଚାରୀଙ୍କ କହିବା ହେଉଛି,  ଜଣେ ଯାତ୍ରୀ ହଠାତ୍‌ ଅଣନିଶ୍ୱାସୀ ଅନୁଭବ କରିବାରୁ ବାଙ୍ଗାଲୁରୁରୁ ଟେକ୍‌ ଅଫ୍‌ କରିଥିବା ଭିସ୍ତାରା ଫ୍ଲାଇଟ୍‌ UK-818, ଗୁରୁବାର ଇନ୍ଦୋରରେ ରାତି ୯ଟା ୩୦ରେ ଜରୁରୀକାଳୀନ ଭାବରେ ଲ୍ୟାଣ୍ଡ୍‌ କଲା ।  ଏହାପରେ ଉକ୍ତ ବ୍ୟକ୍ତିଙ୍କୁ ନିକଟସ୍ଥ ବନ୍ଥିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲରେ ଉକ୍ତ ବ୍ୟକ୍ତିଙ୍କୁ ମୃତ ଘୋଷଣା କରାଗଲା । ମୃତ ବ୍ୟକ୍ତିଙ୍କ ନାମ ହେଉଛି ମନୋଜ କୁମାର ଅଗ୍ରଓ୍ୱାଲ ।

 

ହସ୍ପିଟାଲ ନିର୍ଦ୍ଦେଶକଙ୍କ କହିବା ହେଉଛି ହୃଦଘାତ ଯୋଗୁଁ ମନୋଜଙ୍କର ମୃତ୍ୟୁ ହୋଇଥାଇପାରେ । ଏରୋଡୋମ ପୋଲିସ ଷ୍ଟେସନର ଜଣେ କର୍ମଚାରୀଙ୍କ କହିବା ହେଉଛି ମନୋଜଙ୍କ ଘର ଦିଲ୍ଲୀରେ ।   ତେବେ ପୋଷ୍ଟ ମର୍ଟମ ପରେ ମନୋଜଙ୍କ ମୃତ ଶରୀରକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ ।

ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି; ଛୁଟିରେ ଥାଇ ଆକ୍ରମଣରେ ମୃତ୍ୟୁ ହେଲେ ଅନ୍ ଡ୍ୟୁଟି ବିବେଚନା ହେବ

ନୂଆଦିଲ୍ଲୀ: ଛୁଟିରେ ଥାଇ କୌଣସି ସୈନିକଙ୍କର ଆକ୍ରମଣରେ ମୃତ୍ୟୁ ହେଲେ ତାକୁ ଅନ୍ ଡ୍ୟୁଟି ଭାବେ ବିବେଚନା କରାଯିବ। ସୂଚନା ଅନୁଯାୟୀ, ଛୁଟିରେ ଥିବାବେଳେ କୌଣସି ସୈନିକଙ୍କ ଉପରେ ଯଦି ଆତଙ୍କବାଦୀ କିମ୍ବା ମାଓବାଦୀ ଆକ୍ରମଣ ହୁଏ, ଆଉ ଏଥିରେ ଯଦି ଯବାନଙ୍କ ମୃତ୍ୟୁ ହୁଏ ତେବେ ତାକୁ ଅନ ଡ୍ୟୁଟି ଡେଥ ଭାବେ ବିବେଚନା କରାଯିବ। ପ୍ରତିରକ୍ଷା ବିଭାଗର ଏହି ନିର୍ଦ୍ଦେଶନାମା ପରେ ଡ୍ୟୁଟିରେ ଥାଇ ଶହୀଦ ହେଲେ ଯବାନଙ୍କୁ ଯେଉଁଭଳି କ୍ଷତିପୂରଣ ଦିଆଯାଏ, ସେହିପରି ସମସ୍ତ ସହାୟତା ରାଶି ଏମାନଙ୍କୁ ମଧ୍ୟ ମିଳିବ ।

ପ୍ରତିରକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଏହି ନିର୍ଦ୍ଦେଶାନାମା ତିନି ସେନା ଉପରେ ଲାଗୁ କରାଯାଇଛି। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଜଣେ ସୈନିକ ଛୁଟିରେ ଘରକୁ କିମ୍ବା ଅନ୍ୟ କୌଣସି ସ୍ଥାନକୁ ଯାଇଛନ୍ତି । ଏହି ସମୟରେ ତାଙ୍କୁ କେହି ଆତଙ୍କବାଦୀ କିମ୍ବା ଚରମପନ୍ଥୀ ଯଦି ହତ୍ୟା କରନ୍ତି, ତାହେଲେ ମୃତ୍ୟୁକୁ ଅନ ଡ୍ୟୁଟି ମୃତ୍ୟୁ ଭାବେ ଧରାଯିବ ବୋଲି ସ୍ପଷ୍ଟ କରାଯାଇଛି । ତାଙ୍କ ପରିଜନ ମାନଙ୍କୁ ମଧ୍ୟ କ୍ଷତିପୂରଣ ଦିଆଯିବ।

Army

ଉଲ୍ଲେଖଯୋଗ୍ୟ, ସାମରିକ କର୍ମଚାରୀ ଛୁଟିରେ ଥିବା ବେଳେ ସେମାନେ ଅଧିକ ଆକ୍ରମଣର ଶୀକାର ହେଉଥିବା ନେଇ ଖବର ଗତ କିଛି ଦିନ ହେବ ଆସୁଛି । ଏହିଭଳି ଆକ୍ରମଣ ଘଟଣା ଅଧିକାଂଶ କଶ୍ମୀରରେ ଘଟୁଛି । ଯାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶାନାମା ଜାରି କରାଯାଇଛି । ଯାହା ଯବାନ ମାନଙ୍କୁ ଏକପ୍ରକାର ଆଶ୍ୱସ୍ତି ପ୍ରଦାନ କରିଛି।

ଆମେରିକାରେ କଞ୍ଚା ପିଆଜ ଖାଇ ୬୫୦ରୁ ଅଧିକ ଅସୁସ୍ଥ

ନ୍ୟୁୟର୍କ:   ଆମେରିକାରେ ୩୭ଟି ରାଜ୍ୟରେ ସାଲମୋନେଲା ରୋଗ ଯୋଗୁଁ ଅସୁସ୍ଥ ହୋଇ ପଡ଼ିଛନ୍ତି ପ୍ରାୟ ୬୫୦ରୁ ଅଧିକ ଲୋକ । ତେବେ ମେକ୍ସିକୋର ଚିହୁହୁଆରୁ ଆମଦାନୀ ହୋଇଥିବା  ପିଆଜ ଏହା ପଛର କାରଣ ବୋଲି କହିଛି ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନସନ୍‌ ବା ସିଡିସି । ତେବେ ଏହାଦ୍ୱାରା ୬୫୨ ଜଣ ସଂକ୍ରମିତ ହୋଇଥିବା ବେଳେ ୧୨୯ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୁହାଯାଉଛି ।

ସୂଚନା ଅନୁସାରେ କଞ୍ଚା ପିଆଜ ଖାଇଥିବା ବ୍ୟକ୍ତିମାନେ ଏହି ରୋଗର ଶିକାର ହୋଇଛନ୍ତି । ପରିସ୍ଥିତିକୁ ନଜରରେ ରଖି ଧଳା, ଲାଲ୍‌ ଓ ହଳଦିଆ ରଙ୍ଗର ପିଆଜକୁ ନଖାଇବା ପାଇଁ ପରାମର୍ଶ ଦେଇଛି ସିଡିସି ।

ଖବର ଅନୁସାରେ ଏହି ରୋଗରେ ସଂକ୍ରମିତ ହେଲେ ଡାଇରିଆ, ଜ୍ୱର ଓ ପେଟ ବିନ୍ଧା ଆଦି ସମସ୍ୟା ଦେଖାଦିଏ ।  ଏହା ସହିତ  ୬ ଘଣ୍ଟାରୁ ୬ ଦିନ ମଧ୍ୟରେ ଏହାର ଲକ୍ଷଣ ପ୍ରକାଶ ପାଇଥାଏ । ତେଣୁ ଲେବଲ ଲାଗିନଥିବା ଏହି ସବୁ ରଂଗର ପିଆଜକୁ ନଖାଇବା ପାଇଁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ ଅସୁସ୍ଥ ହୋଇଥିବା ସମସ୍ତ ଲୋକଙ୍କ ରିପୋର୍ଟ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସର ଆକଳନ ଅନୁସାରେ ଧାର୍ଯ୍ୟ ହୋଇଛି । ଅଧିକତର ସଂକ୍ରମିତ ହେଉଛନ୍ତି ଟେକ୍ସାସ ଏବଂ ଓଖଲାହୋମାର । ଯଦିଓ ଅଗଷ୍ଟ ପରଠାରୁ ପିଆଜ ଆମଦାନୀ ହୋଇନାହିଁ ତଥାପି ଗଚ୍ଛିତ ଥିବା ପିଆଜ ଏହା ପଛର କାରଣ ବୋଲି ରିପୋର୍ଟରେ ପ୍ରକାଶିତ ।

କୋଟିପତି ନିଶା ବ୍ୟବସାୟୀ ଘରେ ରେଡ୍: ଗଞ୍ଜେଇ, ଅଫିମ୍ ସହ ୮କେଜି ୫୯୬ ଗ୍ରାମ ସୁନା ଜବତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ କୋଟିପତି ଗଞ୍ଜେଇ ଚାଲାଣକାରୀ ରଜନୀକାନ୍ତ ପଟ୍ଟନାୟକଙ୍କ ଘରେ ଚଢ଼ାଉ । ତାଙ୍କ ଘରୁ ୩୪ କେଜି ୯୪ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ୧୦ କେଜିରୁ ଅଧିକ ଅଫିମ, ୭୪ ଲକ୍ଷରୁ ଅଧିକ ଟଙ୍କା ଏବଂ ୮ କେଜି ୫୯୬ ଗ୍ରାମ ସୁନା ଜବତ ହୋଇଛି । ସେ ଅନେକ ଦିନ ଧରି ଗଞ୍ଜେଇ ଚାଲାଣ କରୁଥିଲେ । କନ୍ଧମାଳରୁ ଗଞ୍ଚେଇ ଆଣି ବିଭିନ୍ନ ସ୍ଥାନରୁ ସପ୍ଲାଏ କରୁଥିଲା ରଜନୀକାନ୍ତ । ଏଥିସହ ନିଜ ସ୍କୁଟିରେ ମଧ୍ୟ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗ ହୋଇଛି । ରଜନୀକାନ୍ତକୁ ପୋଲିସ ଗିରଫ କରିଥିବା ବେଳେ ଏନଡିପିଏସ ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

 

ଏଥିସହିତ ପଢ଼ନ୍ତୁ: ମନୀଷ ଅନୁରାଗ ହତ୍ୟା ମାମଲା: ବଦଳିଲେ ତମାଣ୍ଡୋ ଥାନା ଅଧିକାରୀ

 

ଋଷ୍‌ର ଏକ ଗନ୍‌ ପାଉଡର ଫ୍ୟାକ୍ଟ୍ରିରେ  ଭୟାବହ ଅଗ୍ନିକାଣ୍ଡ, ୧୬ ମୃତ

ମସ୍କୋ: ରୁଷରେ ଥିବା ଏକ ଗନ୍‌ ପାଉଡର ଫ୍ୟାକ୍ଟ୍ରିରେ ହୋଇଛି ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣ ଯୋଗୁଁ ଘଟଣା ସ୍ଥଳରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି ।  ସୂଚନା ମୁତାବକ, ଦକ୍ଷିଣ-ପୂର୍ବ ମସ୍କୋ ଠାରୁ ୨୭୦ କିଲୋମିଟର ଦୂରରେ ଥିବା ରାୟଜନ ପ୍ରଦେଶର ଇଲାଷ୍ଟିକ ଫ୍ୟାକ୍ଟ୍ରିରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଯଦିଓ ପ୍ରଥମେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୯ ଜଣ ନିଖୋଜ ଥିଲେ ବୋଲି ରିପୋର୍ଟ ଆସିଥିଲା, ତଥାପି ଏହାର କିଛି ସମୟ ପରେ ସମସ୍ତଙ୍କୁ ମୃତ ଘୋଷଣା କରାଯାଇଥିଲା । କିନ୍ତୁ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଫ୍ୟାକ୍ଟ୍ରିରେ ଲାଗିଥିବା ଭୟଙ୍କର ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି । ଏଥିରେ ୧୭୦ ଜଣ ଜରୁରୀ କାଳୀନ କର୍ମଚାରୀ ନିୟୋଜିତ ଥିବାବେଳେ ଓ ୫୦ଟି ଗାଡ଼ି ନିୟୋଜିତ ହୋଇଛି ।

 

ସୂଚନା ମୁତାବକ, ଗନ ପାଉଡର ଉତ୍ପାଦନ ବେଳେ କୌଣସି ତ୍ରୁଟି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । କିନ୍ତୁ ବିସ୍ଫୋରଣର ବାସ୍ତବ କାରଣ ଏବେ ମଧ୍ୟ ଅସ୍ପଷ୍ଟ । ଅନ୍ୟପଟେ ଭୟାବହ ଅଗ୍ନିକାଣ୍ଡରେ ଫାକ୍ଟ୍ରି ଜଳିପୋଡ଼ି ପାଉଁଶ ହୋଇ ଯାଇଛି । ସୁରକ୍ଷା ଏବଂ ତଦନ୍ତକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କୁ ଏଠାକୁ ନିଷେଧ କରାଯାଇଛି ।

କ୍ରିକେଟ୍ ଦୁନିଆରେ ପାଦ ରଖିବେ ଦୀପିକା-ରଣବୀର, କିଣିବେ IPL ଟିମ୍

ନୂଆଦିଲ୍ଲୀ: ଚଳିତ ଥର ଆଇପିଏଲରେ ଆଉ ଦୁଇଟି ନୂଆ ଟିମ୍ ଦେଖିବାକୁ ମିଳିବ । ଯାହାର ବିଡିଂ କରିବେ ଅଭିନେତ୍ରୀ ଦୀପିକା ପାଦୁକୋଣ ଓ ରଣବୀର ସିଂହ । ଶାହରୁଖ ଖାନ୍ ଓ ପ୍ରୀତି ଜିଣ୍ଟାଙ୍କ ବ୍ୟତୀତ ଏହି ଦୁଇ ଜଣଙ୍କର ମଧ୍ୟ IPL ଟିମ୍ ହେବ ।

ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୫ରୁ ଟିମ୍ ବିଡିଂ ହୋଇପାରେ । ସବୁଠୁ ବଡ଼ ଦୁଇ ବିଡର୍ସଙ୍କୁ ଟିମର ରାଇଟ୍ସ ମିଳିବ । ଦୀପିକା ଓ ରଣବୀର ଖେଳ ପ୍ରେମୀ ହୋଇଥିବା ବେଳେ ବାପା ପ୍ରକାଶ ପାଦୁକୋନ୍ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍ ରହିସାରିଛନ୍ତି । ସେହିପରି ରଣବୀର ସିଂହ ଏନବିଏ ଓ ଇଂଲିସ ପ୍ରିମିୟର ଲିଗ୍ ଭଳି ଦୁଇ ବଡ଼ ସ୍ପୋର୍ଟିଂ ଟୁର୍ଣ୍ଣାମେଣ୍ଟର ଅଂଶ ରହିଛନ୍ତି ।

କେବଳ ଦୀପିକା ଓ ରଣବୀର ନୁହଁନ୍ତି, ଏହି ଦୁଇ ନୂଆ ଟିମ୍ ପାଇଁ ଆହୁରି ଅନେକ ଲୋକ ବିଡ଼ିଂରେ ଅଂଶ ଗ୍ରହଣ କରିବା ନେଇ ଜଣାପଡିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ଅଦାନୀ ଗ୍ରୁପ୍, ଗ୍ଲେଜର ଫ୍ୟାମିଲି, ଅରୋବିନ୍ଦୋ  ଫାର୍ମା, ଟରେଣ୍ଟ୍ ଫାର୍ମା, ଆରପି-ସଞ୍ଜୀବ ଗୋୟଙ୍କା ଗ୍ରୁପ୍, ଜିନ୍ଦଲ୍ ଷ୍ଟିଲ୍ (ନବୀନ ଜିନ୍ଦଲ୍), ହିନ୍ଦୁସ୍ଥାନ ଟାଇମ୍ସ ମିଡିଆ, ରନି ସ୍କୃବାଲା, କୋଟାକ ଗ୍ରୁପ୍, ସିଙ୍ଗାପୁରର ପିଇ ଫାର୍ମ, ସିବିସି ପାର୍ଟନର୍ସ ସମେତ ବ୍ରଡକାଷ୍ଟ ଆଣ୍ଡ୍ ସ୍ପୋର୍ଟ କନସଲ୍ଟିଂ ଏଜେନ୍ସି  ଆଇଟିଡବ୍ଲ୍ୟୁ ଓ ଗ୍ରୁପ୍ ଏମ୍ ।

ଗଣମାଧ୍ୟମର ସୂଚନା ଅନୁଯାୟୀ BCCI ପାଖାପାଖି ୭ ହଜାର କୋଟିରୁ ୧୦ ହଜାର କୋଟି ଟଙ୍କା ମଧ୍ୟରେ ବିଡିଂ ଟଙ୍କା ରଖିପାରେ । ଯାହାର ବେସ୍ ପ୍ରାଇସ୍ ରହିଛି ଦୁଇ ହଜାର ଟଙ୍କା । ଯେଉଁ ଗ୍ରୁପ୍ ମିଶିକି ବିଡ୍ କରିଥାଏ, ତାହା ପ୍ରତିବର୍ଷ ୩ ହଜାର କୋଟି ଟଙ୍କାର ଲାଭ ପାଇଥିବା ନଜର ରହିଛି ।

ଫିଲ୍ମ ସୁଟିଂ ବେଳେ ଦୁର୍ଘଟଣା: ସତରେ ଗୁଳି ମାରିଦେଲେ ଅଭିନେତା, ସିନେମାଟୋଗ୍ରାଫରଙ୍କ ମୃତ୍ୟୁ

ହଲିଉଡ ଫିଲ୍ମ ‘ରଷ୍ଟ’ ସୁଟିଂ ସେଟରେ ଘଟିଛି ଅଭାବନୀୟ ଘଟଣା । ଏଠାରେ ଅଭିନେତା ଆଲୋକ୍‌ ବାଲ୍ଡବିନ୍‌ ସୁଟିଂ ସମୟରେ  ଭୁଲରେ ଗୁଳି ଚଳାଇ ଦେଇଛନ୍ତି । ଏହି ଦୁର୍ଘଟଣାରେ ସିନେମାଟୋଗ୍ରାଫରଙ୍କର ମୃତ୍ୟୁ ଘଟିଛି । ଏହା ସହିତ ଫିଲ୍ମର ନିର୍ଦ୍ଦେଶକ ମଧ୍ୟ ଆହତ ହୋଇଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,  ଆଲେକ୍‌ ପ୍ରପ୍‌ ଗନ ବ୍ୟବହାର କରିଥିଲେ ।  ସୁଟିଂ ବେଳେ ଆଲେକ୍‌ ଗୁଳି ଚାଳନା କରୁ କରୁ ଗୁଳି ସିଧାସଳଖ ବାଜିଲା ସିନେମାଟୋଗ୍ରାଫର ହଲିନା ହଚିନ୍ସଙ୍କୁ । ଘଟଣା ପରେ ହଲିନାଙ୍କୁ ତତକ୍ଷଣାତ୍‌ ହେଲିକପ୍ଟର ସାହାଯ୍ୟରେ ହସ୍ପିଟାଲ ନେବା ସମୟରେ  ଅଧା ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ନିର୍ଦ୍ଦେଶକ ଜୋଏଲ ସୁଜା ମଧ୍ୟ ଆହତ ହୋଇଛନ୍ତି ।

ଏପର୍ଯ୍ୟନ୍ତ ପୋଲିସ କୌଣସି ଅପରାଧିକ ମାମଲା ରୁଜୁ କରିନାହିଁ ।  କିନ୍ତୁ ମାମଲାର ତଦନ୍ତ ଆରମ୍ଭ ହୋଇ ସାରିଛି ।  ପୋଲିସ ଏହା ଜାଣିବାକୁ ଚେଷ୍ଟା କରୁଛିଯେ, ବାସ୍ତବରେ ଏଥିରେ ଗୁଳି ଥିଲା ନା ଏଥିରୁ କୌଣସି ପ୍ରୋଜେକ୍ଟାଇଲ ବାହାରିଥିଲା ।