କ୍ୟାଟ୍ରିନାଙ୍କ ଗାଲ ପରି ସଡ଼କ ହେବା ଉଚିତ୍, ଏଭଳି ବୟାନ ଦେଲେ ରାଜସ୍ଥାନର ମନ୍ତ୍ରୀ

ନୂଆଦିଲ୍ଲୀ: ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରାଜସ୍ଥାନର ମନ୍ତ୍ରୀ ରାଜେନ୍ଦ୍ର ସିଂହ ଗୁଡ୍ଡା । ରାଜସ୍ଥାନର ରାସ୍ତା ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଗାଲ ଭଳି ହେବ ବୋଲି କହିଛନ୍ତି ରାଜେନ୍ଦ୍ର । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବା ପରେ ନୂଆ ନୂଆ ମନ୍ତ୍ରୀ ହୋଇଥିବା ରାଜେନ୍ଦ୍ର ସିଂହ ଗୁଡ୍ଡା ଏଭଳି ବୟାନ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ନୂଆ ମନ୍ତ୍ରିମଣ୍ଡଳରେ ରାଜେନ୍ଦ୍ରଙ୍କୁ ପଞ୍ଚାୟତିରାଜ ଏବଂ ଗ୍ରାମ୍ୟ ଉନ୍ନୟନ୍ନ ବିଭାଗ ମିଳିଛି । ଏହି ଅବସରରେ ନିଜ ନିର୍ବାଚନୀମଣ୍ଡଳ ଉଦୟପୁରଓ୍ବାତିରେ ଲୋକଙ୍କୁ ସମ୍ବୋଧନ କରିଥିଲେ । ଭିଡ ଭିତରୁ ଜଣେ ଲୋକ ରାସ୍ତାର ଦୁରାବସ୍ଥାକୁ ନେଇ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଏହି ଅବସରରେ ରାଜେନ୍ଦ୍ର, କ୍ୟାଟ୍ରିନାଙ୍କ ଗାଲ ପରି ଆଗକୁ ରାସ୍ତା ତିଆରି ହେବ ବୋଲି କହିଥିଲେ । ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳର ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଲାଲୁପ୍ରସାଦ ଯାଦବ ବିହାରର ରାସ୍ତାକୁ ହେମା ମାଳିନୀଙ୍କ ଗାଲ ପରି କରିଦେବେ ବୋଲି କହିଥିଲେ । ଏଥିରେ ତାଙ୍କୁ ପ୍ରବଳ ବିରୋଧ କରାଯାଇଥିଲା ।

 

Leave a Reply