କ୍ରାଇମବ୍ରାଞ୍ଚର ୮ ପୋଲିସ କର୍ମଚାରୀଙ୍କ ଉପରେ ଡକାୟତ ଅଭିଯୋଗ

ଲକ୍ଷ୍ନୈା : ଲକ୍ଷ୍ନୈା ପୋଲିସ କ୍ରାଇମ୍ ବ୍ରାଞ୍ଚ ଉପରେ ଡକାୟତି ମାମଲା ରୁଜ୍ଜୁ କରାଯାଇଛି । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଲକ୍ଷ୍ନୈାର ଡିସିପି ଇଷ୍ଟ ପୋଲିସ କ୍ରାଇମ୍ ବ୍ରାଞ୍ଚର ୮ ଜଣ ପୋଲିସ କର୍ମଚାରୀଙ୍କ ଉପରେ କାନପୁରର କାକାଦେବ ଥାନାରେ ମାମଲା ରୁଜ୍ଜୁ କରିଯାଇଥିବା ଜଣାପଡ଼ିଛି ।  ଅଭିଯୋଗ ମୁତାବକ ଗତ ଜାନୁଆରୀ ମାସରେ ଡିସିପି ଇଷ୍ଟର ଟିମ୍ କ୍ରିକେଟରେ ବେଟିଙ୍ଗ୍ ଲଗାଇଥିବା କାନପୁରର ୮ ଜଣ ଯୁବକଙ୍କୁ ଗିରଫ କରିଥିଲା । ଗିରଫ କରିଥିବା ଯୁବକମାନଙ୍କୁ ପୋଲିସ ପ୍ରଥମେ ୧ କୋଟି ଟଙ୍କା ମାଗିଥିବା ବେଳେ ପରେ ୪୦ ଲକ୍ଷ ନେଇଥିଲେ । ଟଙ୍କା ନେବା ପରେ ମଧ୍ୟ ଏଥିମଧ୍ୟରୁ ୪ ଜଣ ଯୁବକଙ୍କୁ ପୋଲିସ ଗୈାମତିନଗର ଥାନାରୁ ଜେଲ ପଠାଇଦେଇଥିଲା ।

ଅନଲାଇନ୍ ବେଟିଙ୍ଗ୍ ଖେଳିବା ଆଧାରରେ ପୋଲିସ ଯୁବକମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ କରିବା ପରେ ପୋଲିସ ୧ କୋଟି ଟଙ୍କାର ଡିମାଣ୍ଡ କରିଥିଲା । ଶେଷରେ ୪୦ ଲକ୍ଷ ଟଙ୍କାରେ ରାଜି ହୋଇଥିଲା । ପୋଲିସଙ୍କୁ ଯୁବକମାନେ ୪୦ ଲକ୍ଷ ଟଙ୍କା ଦେବା ପରେ ମଧ୍ୟ ୪ ଜଣ ଯୁବକଙ୍କୁ ଛାଡ଼ିଦେଇଥିବା ବେଳେ ଅନ୍ୟ ୪ ଜଣଙ୍କୁ ଅଟକ ରଖିଥିଲା । ଏଥିମଧ୍ୟରୁ ମୟଂକ ସିଂ ନାମକ ଜଣେ ଯୁବକ ଲକ୍ଷ୍ନୈାର ୮ ପୋଲିସ କର୍ମୀଙ୍କ ନାଁରେ କାନପୁର ଥାନାରେ ଡକାୟତିର ଅଭିଯୋଗ କରିଥିଲେ । ଲକ୍ଷ୍ନୈା ପୋଲିସ କମିଶନର ଡିକେ ଠାକୁରଙ୍କ କହିବାନୁସାରେ ଏହି ୮ ଜଣ ପୋଲିସ କର୍ମଚାରୀଙ୍କ ନାଁରେ ମାମଲା ରୁଜ୍ଜୁ କରାଯାଇଛି ଏବଂ ଖୁବ୍ ଶୀଘ୍ର ମାମଲାର ଯାଞ୍ଚ କରାଯାଇ ତଦନ୍ତ ଆରମ୍ଭ ହେବ ।

Leave a Reply