‘ମୁଁ ଚଣ୍ଡିଗଡ଼ରେ ଅଛି, ତଦନ୍ତରେ ସହଯୋଗ କରିବି’ କହିଲେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର

ମୁମ୍ବାଇ: ଦୀର୍ଘଦିନର ଅପେକ୍ଷା ପରେ ମୁହଁ ଖୋଲିଛନ୍ତି ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ । ଏକ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ମୁଁ ଏବେ ଚଣ୍ଡିଗଡ଼ରେ ଅଛି ଓ ମୁମ୍ବାଇ ଗଲେ ଯାଞ୍ଚ କମିଟିକୁ ତଦନ୍ତରେ ସହଯୋଗ କରିବି ।

ସୂଚନା ଅନୁଯାୟୀ, ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ବିରୋଧରେ ମୁମ୍ବାଇ ଓ ଥାଣେରେ ୫ଟି ମାମଲା ରୁଜୁ ହୋଇଛି। ନିକଟରେ ଶ୍ରୀ ସିଂହଙ୍କ ଯାଚିକା ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ । ଏହି ସମୟରେ ଗିରଫଦାରୀକୁ ନେଇ କୋର୍ଟରୁ ତାଙ୍କୁ ଆଶ୍ୱସ୍ତୀ ମିଳିଥିଲା । ଏପରିକି ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଦର୍ଶାଇଥିଲେ ପରମବୀରଙ୍କ ଓକିଲ।

ଯାହାକୁ ନେଇ କୋର୍ଟ କହିଥିଲେ ଯେ, ଏହା ଆଶ୍ଚର୍ଯ୍ୟଜନକ ଘଟଣା । ମୁମ୍ବାଇର ପୂର୍ବତନ ପୋଲିସ କମିଶନରଙ୍କୁ ମୁମ୍ବାଇ ଆସିବା ଓ ଏଠାରେ ରହିବାକୁ ଡର ଲାଗୁଛି ।

ପରମବୀରଙ୍କ ନାଁରେ କି ଅଭିଯୋଗ ରହିଛି?

ଜୁଲାଇ ୨୨ ତାରିଖରେ ମୁମ୍ବାଇର ମରିନ ଡ୍ରାଇଭ ଥାନାରେ ଜଣେ ବିଲଡରଙ୍କୁ ୧୫ କୋଟି ଟଙ୍କା ଅର୍ଥ ମାଗିବା ନେଇ ପରମବୀର ସିଂହଙ୍କ ସମେତ ୫ଜଣ ପୋଲିସ କର୍ମୀଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା । ପରେ ତାଙ୍କ ନାଁରେ ଜାମିନ ବିହୀନ ୱାରେଣ୍ଟ ଜାରି ହେବା ପରେ କାହାର ଖୋଜଖବର ମିଳିନଥିଲା । ତେବେ  ଏହି ମାମଲାର ଯାଞ୍ଚ କ୍ରାଇମବ୍ରାଞ୍ଚ କରୁଛି ।

Leave a Reply