‘ଠାକୁର ନାଁରେ ଭୋଟ ମାଗୁଥିବା ବିଜେପି ପ୍ରମାଣିତ କରିଛି ଯେ ସେ କେତେ ସଂସ୍କାରୀ’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଣ୍ଡା ମାଡ ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି  । ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରିଥିବା ବିଜେପି ଦଳର କାର୍ଯ୍ୟକୁ ନିନ୍ଦା କରିଛନ୍ତି  । ଆଜି ଭଳି ଏକ ପବିତ୍ର ଦିନରେ ମୁଖ୍ୟମନ୍ତ୍ରୀ ପୁରୀ ଏବଂ ଶ୍ରୀ ମନ୍ଦିରର ସୌନ୍ଦର୍ଯ୍ୟକୁ ଉନ୍ନତି କରଣ କରିବା ଉଦ୍ଦେଶ୍ୟ ନେ ଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମକୁ ଆସିଥିଲେ  । କିନ୍ତୁ ସଂସ୍କୃତି ଏବଂ ଠାକୁରଙ୍କ ନାଁରେ ଭୋଟ ହାତୋଉଥିବା ଭାରତୀୟ ଜନତା ପାର୍ଟ୍ଟି ଅଣ୍ଡା ମାଡ଼ କରି ପ୍ରମାଣିତ କରିଦେଇଛି ଯେ, ସେ କୁସଂସ୍କାରୀ  ।

ବିଜେପିର ଏହା ହିଁ ଅସଲ ପ୍ରକୃତି  । ତାଙ୍କ ଦଳ ଆଜି ପ୍ରମାଣିତ କରିଦେଇଛି ଯେ, ସେ କେତେ ସଂସ୍କାରୀ ? ଆଧ୍ୟାତ୍ମିକ କାର୍ଯ୍ୟରେ ଅଣ୍ଡା ମାଡ ନ କରିଥିଲେ ବିଜେପି ସଂସ୍କାରୀ ବୋଲି ଜଣାପଡିଥାନ୍ତା  । ବାହାରେ ଲୋକେ ଆଲୋଚନା କରୁଛନ୍ତି ବିଜେପି ସଂସ୍କାରୀ ନୁହେଁ  । ନିଜର ପ୍ରକୃତି କୁ ବିଜେପି ଛାଡିବ କେମିତି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ପଞ୍ଚାନନ  । ବିଜେପି ଧର୍ମ, ଠାକୁର ନାଁରେ ଭୋଟ ପାଉଛି  । କିନ୍ତୁ ଏଭଳି ଏକ  ଆଧ୍ୟାତ୍ମିକ କାମରେ ପ୍ରତିବାଦ ଗ୍ରହଣୀୟ ନୁହେଁ  । ସେହିପରି ପଞ୍ଚାନନ କହିଛନ୍ତି କିନ୍ତୁ ବିଜେପି ନା ଠାକୁରଙ୍କୁ ଚିହ୍ନିଚି ନା ଧର୍ମକୁ ଚିହ୍ନିଚି  ।

Leave a Reply