spot_img
Home Blog Page 5039

ଭାରତ-ପାକିସ୍ତାନ ମ୍ୟାଚର ହାଇ ଭୋଲଟେଜ୍ ଡ୍ରାମା: ମିଆଁଦାଦଙ୍କ ବେଙ୍ଗ ଡିଆଁ, ଗମ୍ଭୀର ରାଗି ପଞ୍ଚମ

ଭୁବନେଶ୍ବର: ଟି-ଟ୍ବଣ୍ଟି ବିଶ୍ବକପରେ ଭାରତ ୨୪ ତାରିଖରୁ ଅଭିଯାନ ଆରମ୍ଭ କରିବ । ପ୍ରଥମ ମ୍ୟାଚ୍ ରହିଛି ପ୍ରାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହ । ଯାହା ଉପରେ କ୍ରିକେଟକୁ ପସନ୍ଦ କରୁଥିବା ସବୁ ଦେଶର ନଜର । କାରଣ ଭାରତ-ପାକିସ୍ତାନ ଯେତେବେଳେ ପଡ଼ିଆରେ ମୁହାଁମୁହିଁ ହୋଇଥାନ୍ତି ଏହା ଏକ ପ୍ରକାର ଯୁଦ୍ଧରେ ପରିଣତ ହୋଇଯାଇଥାଏ । ଖେଳ କଥା ଛାଡ଼ନ୍ତୁ, ମ୍ୟାଚରେ ଏମିତି ବି କିଛି ଦେଖିବାକୁ ମିଳିଥାଏ, ଯାହା ଦର୍ଶକ କେବେ ଚିନ୍ତା ବି କରିନଥାନ୍ତି । ସେ ଜାଭେଦ ମିଆଁଦାଦଙ୍କ ବେଙ୍ଗ ଡିଆଁ ହେଉ କି ସୋହେଲଙ୍କ ବ୍ୟାଟର ଇସାରା । ଅଖତର ଭଜିଙ୍କୁ ମାରିବାକୁ ହୋଟେଲରେ ପହଞ୍ଚି ଯିବା ହେଉ କି ଗମ୍ଭୀରଙ୍କ ରାଗ ଦର୍ଶକ ସବୁ ବେଳେ ମନେ ରଖିବେ ।

ଆସନ୍ତୁ ଜାଣିବା ଭାରତ-ପାକିସ୍ତାନ ମ୍ୟାଚର ଏମିତି କିଛି ହାଇ ଭୋଲଟେଜ୍ ଡ୍ରାମ ବିଷୟରେ ।

ମୋରେ-ମିଆଁଦାଦ

୧୯୯୨ ବିଶ୍ବକପର ଭାରତ-ପାକିସ୍ତାନ ମ୍ୟାଚ୍ ଦର୍ଶକ କେବେ ଭୁଲିବେ ନାହିଁ । କାରଣ ମ୍ୟାଚକୁ ଯେତିକି ଚର୍ଚ୍ଚା ହୋଇ ନଥିଲା ଜାଭେଦ ମିଆଁଦାଙ୍କ ବେଙ୍ଗ ଡିଆଁ ସେତିକି ହାଇଲାଇଟ୍ ହୋଇଥିଲା । ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନକୁ ୨୧୭ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଅମିର ସୋହେଲଙ୍କ ସହ ମିଶି ମିଆଁଦାଦ ପାକିସ୍ତାନର ସ୍କୋର ୨ ଓ୍ବିକେଟରେ ୧୦୦କୁ ନେଇଯାଇଥିଲେ । ଏହାପରେ ପାକିସ୍ତାନର ଗୋଟିଏ ପରେ ଗୋଟିଏ ଓ୍ବିକେଟ ପଡ଼ିବାକୁ ଲାଗିଥିଲା । ଓ୍ବିକେଟକିପର୍ କିରଣ ମୋରେ ବାରମ୍ବାର ଅପିଲ୍ କରୁଥିଲେ । ଏଥିରେ ରାଗି ପଞ୍ଚିମ ହୋଇ ଯାଇଥିଲେ ମିଆଁଦାଦ । ଏହି ସମୟରେ ଏକ ସର୍ଟ ଲଗାଇ ରନ୍ ନେବା ବେଳେ ଫିଲ୍ଡ ଥ୍ରୋରୁ ମୋରେ ଷ୍ଟମର ବେଲ୍ ଭାଙ୍ଗି ଦେଇଥିଲେ । ଏଥିରେ ରାଗି ମିଆଁଦାଦ ମୋରେଙ୍କ ଆଗରେ ବେଙ୍ଗ ଭଳି ଡେଇଁବାକୁ ଲାଗିଥିଲେ । ଏହାର କିଛି ସମୟ ପରେ ମିଆଁଦାଦ ଯେତେବେଳେ ଆଉଟ୍ ହୋଇଥିଲେ ମୋରେ ତାଙ୍କୁ ଚିଡ଼ାଇ ଠିକ୍ ସେହି ଭଳି ବେଙ୍ଗ ଡିଆଁ ମାରିଥିଲେ ।

ପ୍ରସାଦ-ସୋହେଲ

୧୯୯୬ ବିଶ୍ବକପରେ ଭାରତ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନକୁ ୨୮୮ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ୧୫ତମ ଓଭରରେ ଭେଙ୍କଟେଶ ପ୍ରସାଦଙ୍କ ଏକ ବଲକୁ ଅମିର ସୋହେଲ ଅଫ୍ ସାଇଡରେ ଚୌକା ମାରିଥିଲେ । ଏହାପରେ ସେ ପ୍ରସାଦଙ୍କୁ ବ୍ୟାଟ୍ ଦେଖାଇ ପରବର୍ତ୍ତି ବଲକୁ ବି ଭ୍ୟାବିଲିୟନ ବାହାରକୁ ପଠାଇବାକୁ ଇସାରା କରିଥିଲେ । ଏହାଦେଖି ସେତେବେଳେ ପ୍ରସାଦ କିଛି ନକହି ତାଙ୍କ ବୋଲିଂ ଲାଇନ ଅଫ୍କୁ ଚାଲି ଯାଇଥିଲେ । ପରବର୍ତ୍ତି ବଲରେ ପ୍ରସାଦ ସୋହେଲଙ୍କୁ ଚକମା ଦେଇ କ୍ଲିନ୍ ବୋଲ୍ଡ କରି ଦେଇଥିଲେ । ଏହାପରେ ପ୍ରସାଦ ସବୁ ରାଗ ଚିଲ୍ଲାଇ ଚିଲ୍ଲାଇ ବାହାର କରିବା ସହ ସୋହେଲଙ୍କୁ ଇସାରା ଇସାରାରେ ଭ୍ୟାବିଲିୟନର ରାସ୍ତା ଦେଖାଇ ଦେଇଥିଲେ ।

ହରଭଜନ-ଅଖତର

୨୦୧୦ ଏସିଆ କପ୍ ଭାରତ ପାକିସ୍ତାନ ମ୍ୟାଚ୍ ଆପଣଙ୍କର ମନେ ଅଛି ନା ନାହିଁ । ଏହି ମ୍ୟାଚରେ ହରଭଜନ ସିଂ ମହମ୍ମଦ ଅମିରଙ୍କ ବଲରେ ଛକା ମାରି ଭାରତକୁ ଜିତାଇଥିଲେ । ମ୍ୟାଚ ବେଳେ ଭଜି ଓ ଅଖତରଙ୍କ ମଧ୍ୟରେ ପଡ଼ିଆ ଭିତରେ ଜୋରଦାର ହଙ୍ଗାମା ହୋଇଥିଲା । ଅଖତର ଏତେ ରାଗି ଯାଇଥିଲେ ଯେ, ଖେଳ ଶେଷ ପରେ ଭଜିଙ୍କୁ ମାରିବାକୁ ସେ ରହୁଥିବା ହୋଟେଲରେ ପହଞ୍ଚି ଯାଇଥିଲେ । ହେଲେ ଭଜି ତାଙ୍କୁ ଭେଟିବାକୁ ମନା କରିଦେବା ପରେ ସେ ଫରିଥିଲେ ଓ ତାଙ୍କ ରାଗ ଶାନ୍ତ ହୋଇଥିଲା । କିଛିଦିନ ପୂର୍ବରୁ ଏହି ଘଟଣାକୁ ମନେ ପକାଇ ଅଖତର ଭଜିଙ୍କୁ ଭାଇ ବୋଲି ସମ୍ବଧୋନ କରିଥିଲେ । ସେ କହିଥିଲେ ଆମେ ସାଙ୍ଗ ହୋଇ ଲାହୋରରେ ବୁଲିଛୁ । ଆମ ସଂସ୍କୃତି ପ୍ରାୟ ଏକା ପରି । ମ୍ୟାଚ୍ ବେଳେ ଭଜି ଆମ ସହ ଖରାପ ବ୍ୟବହାର କରିଥିଲେ । ସେଥିପାଇଁ ରାଗରେ ମୁଁ ତାଙ୍କୁ ମାରିବାକୁ ହୋଟେଲ ରୁମ୍ ପର୍ଯ୍ୟନ୍ତ ପଳାଇଥିଲି । ପରେ ଭଜି ଘଟଣାକୁ ନେଇ ମୋତେ କ୍ଷମା ମାଗିଥିଲେ ।

ଗମ୍ଭୀର-ଅକମଲ

୨୦୧୦ ଏସିଆ କପରେ ଦୁଇ ଦଳ ମଧ୍ୟରେ ଆଉ ଏକ ଡ୍ରାମା ଦେଖିବାକୁ ମିଳିଥିଲା । ଏହି ଡ୍ରାମାଟି ଗୌତମ ଗମ୍ଭୀର ଓ କାମରାନ ଅକମଲଙ୍କ ମଧ୍ୟରେ ହୋଇଥିଲା । ମିଷ୍ଟର କୁଲ ଧୋନୀ ଓ ଗମ୍ଭୀର ବ୍ୟାଟିଂ କରୁଥିବା ବେଳେ ଅକମଲ ଓ୍ବିକେଟ୍ ପଛରୁ ବାରମ୍ବାର ଆଉଟ୍ ଅପିଲ କରିବା ଆରମ୍ଭ କରିଦେଇଥିଲେ। ଏଥିରେ ଗମ୍ଭୀର ରାଗି ଯାଇ ଅକମଲଙ୍କୁ ସହ ଝଗଡ଼ା ଆରମ୍ଭ କରି ଦେଇଥିଲେ । ଉଭୟ ପରସ୍ପରକୁ ଗାଳି ଦେବାକୁ ବି ପଛାଇ ନଥିଲେ । ଶେଷରେ ଅନ୍ୟ ଖେଳାଳି, ଫିଲ୍ଡ ଅମ୍ପାୟାର ଦୁଇ ଜଣଙ୍କୁ ଅଲଗା କରିଥିଲେ । ଝଗଡ଼ା ଛାଡି ଖେଳ ଉପରେ ଫୋକସ୍ କରିବାକୁ ଧୋନୀ କହିବା ପରେ ଗମ୍ଭୀର ଶାନ୍ତ ପଡ଼ିଥିଲେ।

ଏହି ଗୋଟିଏ ଘଟଣା ନୁହେଁ, ୨୦୦୭ରେ ଗମ୍ଭୀର ଏହିପରି ଶାହିଦ ଆଫ୍ରିଦଙ୍କ ସହ ମୁହାଁମୁହିଁ ହୋଇଥିଲେ । ପଡ଼ିଆରେ ଉଭୟ ଗାଳି ଦେବାକୁ ଲାଗିଥିଲେ । ଅମ୍ପାୟାର ଉଭୟଙ୍କୁ ଶାନ୍ତ କରାଇଥିଲେ ।

ଡେରିରେ ପହଞ୍ଚିବାରୁ ଅନନ୍ୟାଙ୍କୁ ତାଗିଦ୍, NCBର ଆଞ୍ଚଳିକ ନିର୍ଦ୍ଦେଶକ କହିଲେ- ଏହା କେନ୍ଦ୍ରୀୟ କାର୍ଯ୍ୟାଳୟ, ସମୟରେ ଆସ  

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଆର୍ୟନଙ୍କ ହ୍ୱାଟ୍ସଆପ୍ ଚାଟ୍ ଜରିଆରେ ଏନସିବି ଅନନ୍ୟା ପାଣ୍ଡେଙ୍କ ପାଖରେ ପହଞ୍ଚିଛି । ଶୁକ୍ରବାର ଅନନ୍ୟାଙ୍କୁ ପ୍ରାୟ ୪ ଘଣ୍ଟାର ଜେରା କରିଛି ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ । ସୋମବାର ପୁଣି ପଚରାଉଚରା ପାଇଁ ତଦନ୍ତକାରୀ ସଂସ୍ଥା ଅନନ୍ୟାଙ୍କୁ ଡାକିଛି । ମିଳିଥିବା ସୂଚନା ଅନୁସାରେ, ପଚରାଉଚରା ପାଇଁ ଡେରିରେ ପହଞ୍ଚୁଥିବା ଅନନ୍ୟାଙ୍କୁ ତାଗିଦ୍ କରିଛନ୍ତି ଏନସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାନଖେଡେ ।

Mumbai Ananya Panday At NCB Office In Drugs Case Related To Aryan Khan

ଗୁରୁବାର ଦ୍ୱି ପ୍ରହର ୨ଟା ବେଳକୁ ଆସିବାକୁ ଅନନ୍ୟାଙ୍କୁ କହିଥିଲା ଏନସିବି । ତେବେ ଅନନ୍ୟା ୨ଟା ପରିବର୍ତ୍ତ ପହଞ୍ଚିଥିଲେ ୪ଟାରେ । ସେହିଭଳି ଶୁକ୍ରବାର ଦିନ ୧୧ଟା ବେଳେ ଅନନ୍ୟାଙ୍କୁ ଆସିବାକୁ ଏନସିବି କହିଥିଲା । ହେଲେ ଅନନ୍ୟା ଦିନ ସାଢ଼େ ୨ଟାରେ ଏନସିବି କାର୍ଯ୍ୟାଳରେ ପହଞ୍ଚିଥିଲେ ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏନସିବି ମୁଖ୍ୟ କହିଛନ୍ତି- ଏହା କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟାଳୟ ଅଟେ, ଆପଣଙ୍କ ପ୍ରଡକ୍ସନ ହାଉସ୍ ନୁହେଁ । ଆପଣଙ୍କୁ ଯେଉଁ ସମୟରେ ଡକା ଯାଉଛି ସେହି ସମୟରେ ଆସନ୍ତୁ । ଅନନ୍ୟାଙ୍କୁ ଏନସିବି ଜେରା କରୁଥିବା ବେଳେ ଆର୍ୟନଙ୍କ ମାମଲାରେ କିଛି କାଗଜପତ୍ର ଧରି ଏନସିବି ଅଫିସରେ ପହଞ୍ଚିଛନ୍ତି ଶାହରୁଖ ଖାନଙ୍କ ମ୍ୟାନେଜର ପୂଜା ଡଡଲାନି । ଏବେ ସେ ଏନସିବି କାର୍ଯ୍ୟାଳୟରେ ଅଛନ୍ତି, ପଚରାଉଚରା ଚାଲିଛି ।

Mumbai Ananya Panday At NCB Office In Drugs Case Related To Aryan Khan

ଅନନ୍ୟା ତିନିଥର ଆର୍ୟନଙ୍କ ନିକଟରେ ଡ୍ରଗ୍ସ ପହଞ୍ଚାଇଥିବା ନେଇ ଏନସିବି ପ୍ରମାଣ ପାଇଛି । ତେବେ ଏଭଳି କଥା ସହ ଡ୍ରଗ୍ସ ନେଇ ଆର୍ୟନଙ୍କ ସହ କୌଣସି ଚାଟ୍ କରି ନଥିବା କହିଛନ୍ତି ଅନନ୍ୟା । ଏପରିକି ଡ୍ରଗ୍ସ ଯୋଗାଇବା କଥାକୁ ସେ ଅସ୍ୱୀକାର କରିଛନ୍ତି । ଏନସିବି ଅନୁସାରେ, ଅଭିନେତ୍ରୀ ଏକ ବଡ଼ ପାର୍ଟିରେ ଡ୍ରଗ୍ସ ନେଇ ଦେଇଥିଲେ । ଅନନ୍ୟା ଫୋନ୍ ଜବତ କରି ଚାଟର ଖୋଳତାଡ଼ କରୁଛି ଏନସିବି ।

ରିମାଣ୍ଡରେ ଆସିବେ ଖଲ୍ଲିକୋଟର କୋଟିପତି ନିଶା ବ୍ୟବସାୟୀ ରଜନୀକାନ୍ତ

ବ୍ରହ୍ମପୁର: ରିମାଣ୍ଡରେ ଆସିବେ କୋଟିପତି ନିଶା ବ୍ୟବସାୟୀ ଋଜନୀକାନ୍ତ ପଟ୍ଟନାୟକ । ଏ ନେଇ ସୂଚନା ଦେଇଛନ୍ତି ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ । ନିଶା କାରବାର ଅଭିଯୋଗରେ ଗତକାଲି ଖଲ୍ଲିକୋଟ ଥାନା ପୋଲିସ ଖୋଜାପଲ୍ଲି ଗ୍ରାମର ରଜନୀକାନ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ରଜନୀକାନ୍ତ ବହୁଦିନ ଆଗରୁ ନିଶା କାରବାର କରୁଥିବା ସୂଚନା ପାଇ ଏକ ସ୍ୱତନ୍ତ୍ର ଟିମ ତାଙ୍କ ଘରେ ଚଢାଉ କରିଥିଲା ।

ତେବେ ଚଢ଼ାଉ ବେଳେ ରଜନୀକାନ୍ତଙ୍କ ଘରୁ ଲକ୍ଷାଧିକ ଟଙ୍କା ,ପୁଳା ପୁଳା ସୁନା ସହ ୩୪ କେଜିରୁ ଉର୍ଦ୍ଧ ଗଞ୍ଜେଇ ଓ ୧୦ କେଜିରୁ ଉର୍ଦ୍ଧ ଅଫିମ ଜବତ କରିଥିଲା । ଏହା ଦେଖିବା ପରେ ଚଢାଉ କରିବାକୁ ଯାଇଥିବା ପୋଲିସ ତାଜୁବ ହୋଇଯାଇଥିଲେ । ତେବେ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଥିବା ବେଳେ ରଜନୀକାନ୍ତ ନିଶା କାରବାର କଳାସମ୍ରାଜ୍ୟର ଲିଙ୍କ କେଉଁ ପର୍ଯ୍ୟନ୍ତ ରହିଛି ତାହାର ଗୁମର ଖୋଲିବା ପାଇଁ ରଜନୀକାନ୍ତ କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ ।

ଏଥିସହିତ ପଢ଼ନ୍ତୁ: କୋଟିପତି ନିଶା ବ୍ୟବସାୟୀ ଘରେ ରେଡ୍: ଗଞ୍ଜେଇ, ଅଫିମ୍ ସହ ୮କେଜି ୫୯୬ ଗ୍ରାମ ସୁନା ଜବତ

 

ହିନ୍ଦୁ ଧର୍ମ ଗ୍ରହଣ କରିବେ ଇଣ୍ଡୋନେସିଆ ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ ସୁକ୍‌ମାଓ୍ୱତି

ଜାକାର୍ତ୍ତା: ହିନ୍ଦୁ ଧର୍ମ ଗ୍ରହଣ କରିବେ ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକୋର୍ଣ୍ଣଙ୍କ ଝିଅ ସୁକ୍‌ମାଓ୍ୱତି ସୁକର୍ଣ୍ଣୋପୁତ୍ରୀ । ଏ ନେଇ ବାର୍ଲି ସ୍ଥିତ ସିଙ୍ଗରାଜ୍ ହଲ୍‌ରେ ରୀତିନୀତି ଅନୁଷ୍ଠିତ ହେବ । ଏ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିବା ବେଳେ ତାଙ୍କ ଓକିଲ ଏହାକୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଧର୍ମ ପରିବର୍ତ୍ତନର ପ୍ରକ୍ରିୟା ଆସନ୍ତା ୨୬ ତାରିଖରେ ଅନୁଷ୍ଠିତ ହେବ । ସୁକମାଓ୍ୱତୀ ଦୀର୍ଘ ବର୍ଷ ଧରି ହିନ୍ଦୁଜିମ୍‌କୁ ଅଧ୍ୟୟନ କରିଆସୁଛନ୍ତି । ତାଙ୍କ ଜେଜେ ମାଆ ଇଦା ଆୟୁ ନୀୟୋମନ୍ ରାଇ ଶ୍ରୀମବେନ୍ ମଧ୍ୟ ଜଣେ ହିନ୍ଦୁ ଥିଲେ । ଧର୍ମ ପରିବର୍ତ୍ତନ ସୁକମାଓ୍ୱତୀଙ୍କ ବ୍ୟକ୍ତିଗତ ଇଚ୍ଛା ଏଣୁ ଆମକୁ ତାଙ୍କ ଇଚ୍ଛାକୁ ସମ୍ମାନ ଦେବାର ଆବଶ୍ୟକତା ଥିବା ତାଙ୍କ ଓକିଲ କହିଛନ୍ତି । ଅନ୍ୟ ପକ୍ଷରେ ଧର୍ମ ପରିବର୍ତ୍ତନ ଉତ୍ସବ ଦାୟିତ୍ୱରେ ଥିବା ଆଇ ଗୁସ୍ତି ନୁଗୁରାଡ୍ ଆର୍ଯ୍ୟ ଓ୍ୱେଦକର୍ଣ୍ଣ ମହେନ୍ଦ୍ରଦତ୍ତା ବେଦଶାସ୍ତ୍ରପୁଦ୍ର ସୁୟାସ ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି ।

ଅପରପକ୍ଷରେ ଧର୍ମ ପରିବର୍ତ୍ତନ ନେଇ ସୁକମାଓ୍ୱତୀ ତାଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିବା ବେଳେ ପରିବାର ଲୋକେ ମଧ୍ୟ ଏହାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ସୁକର୍ଣ୍ଣୋ ସ୍ୱାଧୀନ ଇଣ୍ଡୋନେସିଆର ପ୍ରଥମ ରାଷ୍ଟ୍ରପତି ଥିଲେ ସେ ୧୮ ଅଗଷ୍ଟ ୧୯୪୫ ମସିହାରୁ ୧୨ ମାର୍ଚ୍ଚ ୧୯୬୭ ଯାଏଁ ରାଷ୍ଟ୍ରପତି ଦାୟିତ୍ୱ ସମ୍ଭାଳିଥିଲେ । ସୁକର୍ଣ୍ଣୋଙ୍କ ତୃତୀୟ ଝିଅ ହେଉଛନ୍ତି ସୁକମାଓ୍ୱତୀ । ତେବେ ସୁକର୍ଣ୍ଣୋଙ୍କ ଭଳି କୌଣସି ରାଜନୈିତିକ ସଫଳତା ହାସଲ କରିପାରିନାହାନ୍ତି ସୁକମାଓ୍ୱତୀ ।

ବିଜେପି ନେତ୍ରୀଙ୍କ ଅଜବ ଉପଦେଶ, ‘ସନ୍ଧ୍ୟା ୫ଟା ପରେ ଥାନାକୁ ଯାଆନ୍ତୁନି ମହିଳା’

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଅସୁରକ୍ଷିତ ମହିଳା । ହାଥରସ୍ ହେଉ କି ଉନ୍ନାଓ ସବୁଠି ମହିଳା କେତେ ଯେ ଅସୁରକ୍ଷିତ ତାହା କାହାକୁ ଅଛପା ନାହିଁ । ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଏବେ ଭାବମୂର୍ତ୍ତି ସଜାଡ଼ିବାରେ ଲାଗିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅନ୍ୟପଟେ ଦଳର ବରିଷ୍ଠ ନେତ୍ରୀ ମହିଳା ଓ ଝିଅଙ୍କୁ ସନ୍ଧ୍ୟାରେ ଘରୁ ନ ବାହାରିବା ଲାଗି ଉପଦେଶ ଦେଇଛନ୍ତି । ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବେବି ରାଣୀ ମୋର୍ଯ୍ୟ କହିଛନ୍ତି ସନ୍ଧ୍ୟା ୫ଟା ପରେ ମହିଳା ଥାନାକୁ ନ ଯାଆନ୍ତୁ ।

ବାରଣାସୀରେ ଆୟୋଜିତ ଏକ ସଭାରେ ମହିଳାଙ୍କୁ ସନ୍ଧ୍ୟା ୫ଟା ପରେ ଥାନାକୁ ନଯିବା ଲାଗି କହିଛନ୍ତି ବିଜେପି ନେତ୍ରୀ । ଏଥିସହ କୃଷକଙ୍କୁ ଚାଷ ପାଇଁ ସାର୍ ମିଳୁ ନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି- ଥାନାରେ ମହିଳା ଅଧିକାରୀ ଓ ସବ୍ ଇନ୍ସପେକ୍ଟର ନିଶ୍ଚିତ ଥାଆନ୍ତି । କିନ୍ତୁ ସନ୍ଧ୍ୟା ୫ଟା ପରେ ଓ ଅନ୍ଧାର ହେବା ପରେ ଥାନାକୁ କେବେ ଯାଆନ୍ତୁ ନାହିଁ । ତା’ପରଦିନ ସକାଳେ ଯାଆନ୍ତୁ ଓ ସାଙ୍ଗରେ ଭାଇ, ସ୍ୱାମୀ କିମ୍ବା ବାପାଙ୍କୁ ନେଇ କରି ଥାନାକୁ ଯାଆନ୍ତୁ ।

ତେବେ, ବେବି ରାଣୀଙ୍କ ଏଭଳି ମନ୍ତବ୍ୟ କଣ ସୂଚାଉଛି ? ଉତ୍ତରପ୍ରଦେଶରେ ମହିଳାଙ୍କ ଲାଗି ଅସୁରକ୍ଷିତ ହୋଇ ପଡ଼ିଛି କି ପୋଲିସ ଥାନା ? ରାତି ହେଲେ ଥାନାରେ ରହୁନାହାଁନ୍ତି କି ମହିଳା ଅଧିକାରୀ ? ଏବେ ଏସବୁ ପ୍ରଶ୍ନ ଉଠୁଛି । ଏନସିଆରବି ରିପୋର୍ଟ ଅନୁସାରେ ଦେଶରେ ସର୍ବାଧିକ ଅପରାଧ ଉତ୍ତରପ୍ରଦେଶରେ ଘଟୁଛି । ୨୦୨୦ ମସିହାରେ ଦେଶରେ ସର୍ବାଧିକ ୩ ହଜାର ୭୭୯ଟି ହତ୍ୟା ୟୁପିରେ ହୋଇଛି ।

ମାଇଲେଜ୍ ନେବାକୁ ସମାନ ଘଟଣାରେ ଦ୍ୱିତୀୟ ଏଫଆଇର ଦେବାକୁ ଯାଇଥିଲା ବିଜେପି: ବିଜେଡି

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାରେ ବିଜେଡି ପ୍ରେସମିଟ୍ । ମମିତାଙ୍କ ହତ୍ୟା ଘଟଣାର ରାଜନୀତିକରଣ ନେଇ ବିଜେପକୁ ଟାର୍ଗେଟ କଲା ବିଜେଡି । ଏଭଳି ଏକ ସ୍ପର୍ଶକାତର ଘଟଣାକୁ ରାଜନୈତିକ ରୂପ ଦେବା ଲଜ୍ଜାଜନକ । ବିଜେପିର ଭାଷା ନିନ୍ଦନୀୟ। ଆଗରୁ ଶସ୍ତା ରାଜନୀତି କରୁଥିଲେ, ଏବେ ହୀନ ରାଜନୀତି କରୁଛନ୍ତି। ଦ୍ଵିତୀୟ ଥର ସମାନ ଘଟଣାରେ ଏଫ୍‌ଆଇଆର ହୁଏ ନାହିଁ । କିନ୍ତୁ ଗତକାଲି କ୍ୟାପିଟାଲ ଥାନା ଗଲେ । ସେମାନେ ମାଇଲେଜ ନେବାକୁ ଏଭଳି କରୁଥିବା କହିଛନ୍ତି ଛାତ୍ର ବିଜେଡି ମହାସଚିବ ଇପ୍‌ସିତା ସାହୁ ।

ସେହି ଶିକ୍ଷାନୁଷ୍ଠାନକୁ ବଦନାମ କରି ଶିଶୁଙ୍କ ଭବିଷ୍ୟତ ଅନ୍ଧାର କରିବାକୁ ଚାହୁଁଛନ୍ତି । ଯେଉଁ ରାଜ୍ୟ ବିଜେପି ଶାସନରେ ଅଛି, ସେଠି ମହିଳା ବିରୋଧୀ ହିଂସା ବଢୁଛି । ବିଜେପି ନେତା ହିଁ ସେହି ଅପରାଧରେ ସମ୍ପୃକ୍ତ । ସେ ସବୁ ଘଟଣାରେ ଓଡ଼ିଶା ବିଜେପିର ଭାଷା ଅଲଗା। କୁହନ୍ତି ଯେ ପ୍ରଶାସନ ଉପରେ ଭରସା ରଖ। ସେ ସବୁ ରାଜ୍ୟରେ ପୋଲିସ ପାଖରେ ପ୍ରମାଣ ଅଛି। ଏଠି ତ ଅଭିଯୁକ୍ତ ଗିରଫ ହୋଇଛି। ହେଲେ ଗତକାଲି ଯେଉଁ ବ୍ୟବହାର କଲେ ଥାନାରେ, ଠେଲାପେଲା କଲେ। ପ୍ରମାଣ ନେଇ ପୀଡିତାଙ୍କ ପରିବାର ପାଖକୁ ଯାଆନ୍ତୁ। ବୋଧେ ମହିଳା ବିଜେପିର ଶିକ୍ଷାଗତ ଯୋଗ୍ୟତା ନାହିଁ। କାରଣ ସେମାନେ ଦ୍ଵିତୀୟ ଥର FIR ନ ହେବା କଥା ଜାଣି ନାହାନ୍ତି। ଚେତି ଯାଅ ବିଜେପି, ନ ହେଲେ ରାଜ୍ୟବାସୀ ଜବାବ ଦେବେ। ସ୍କୁଲ ଓ ଛାତ୍ରକୁ ବଦନାମ କଲେ ଅଭିଭାବକ ଜବାବ ଦେବେ। ଆମ ହୃଦୟ ବି କାନ୍ଦୁଛି। ପୀଡିତା ନ୍ୟାୟ ପାଉ ଆମେ ତାହା ଚାହୁଁଛୁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

T20 ବିଶ୍ୱକପ୍: ପାକିସ୍ତାନ ବିପକ୍ଷ ମୁକାବିଲା ପୂର୍ବରୁ ଅଭ୍ୟାସରେ ବ୍ୟସ୍ତ ଭାରତ, ମେଣ୍ଟର ଭୂମିକାରେ ଧୋନି

ଦୁବାଇ: ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଟି-ଟ୍ୱେଣ୍ଟି ବିଶ୍ୱକପ ଅଭିଯାନ ଆରମ୍ଭ କରିବ ଭାରତ । ଆସନ୍ତାକାଲି ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ଏହି ମ୍ୟାଚର୍ ଉପରେ ରହିଛି ସମସ୍ତଙ୍କ ନଜର । ଭାରତୀୟ କ୍ରିକେଟ ଦଳର ନେତୃତ୍ୱ ବିରାଟ କୋହଲି ନେଉଥିବା ବେଳେ ପାକିସ୍ତାନର ମଙ୍ଗ ସମ୍ଭାଳୁଛନ୍ତି ବାବର ଆଜମ ।

India Vs Pakistan World Cup Match Mentor MS Dhoni Gives Throwdowns To Indian Batters

ଏହି ମୁକାବିଲା ପାଇଁ ଜୋରସୋରରେ ଅଭ୍ୟାସ କରୁଛି ଟିମ୍ ଇଣ୍ଡିଆ । ଟି-ଟ୍ୱେଣ୍ଟି ବିଶ୍ୱକପରେ ଟିମ୍ ଇଣ୍ଡିଆର ମେଣ୍ଟର ଏମଏସ୍ ଧୋନି ମଧ୍ୟ ନେଟ୍ ପ୍ରାକ୍ଟିସରେ ଖେଳାଳିଙ୍କୁ ସହଯୋଗ କରୁଛନ୍ତି । ଅଭ୍ୟାସ ବେଳେ ଧୋନି ଥ୍ରୋ ଡାଉନ୍ କରୁଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ଧୋନିଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପର କିଙ୍ଗ୍ସ ଚତୁର୍ଥଥର ଆଇପିଏଲ୍ ଚାମ୍ପିଅନ୍ ହୋଇଛି । ଏହାପରେ ଦୁବାଇରେ ଭାରତୀୟ ଟିମ୍ ସହ ଯୋଗ ଦେଇଛନ୍ତି ଧୋନି । ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୦୭ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିଥିଲା ।

ଏବେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଉପରେ ଭାରତର ନଜର ରହିଛି । ଭାରତୀୟ ଦଳ ଦୁଇଟି ୱାର୍ମ ଅପ୍ ମୁକାବିଲାରେ ବିଜୟୀ ହୋଇ ଶକ୍ତି ପ୍ରଦର୍ଶନ କରି ସାରିଛି । ପ୍ରଥମ ୱାର୍ମ ଅପ୍ ମୁକାବିଲାରେ ଭାରତୀୟ ଦଳ ଇଂଲଣ୍ଡକୁ ୭ ୱିକେଟରେ ମାତ୍ ଦେଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ବିରୋଧରେ ୮ ୱିକେଟରେ ଏକତରଫା ବିଜୟ ହାସଲ କରିଛି ।

India Vs Pakistan World Cup Match Mentor MS Dhoni Gives Throwdowns To Indian Batters

ଧୋନି ୨୦୨୦ ଅଗଷ୍ଟ ୧୫ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେଇଥିଲେ । ଭାରତ ପାଇଁ ଧୋନି ୩୫୦ଟି ଦିନିକିଆ, ୯୮ଟି ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ଓ ୯୦ଟି ଟେଷ୍ଟ ମ୍ୟାଚ୍ ଖେଳି ୧୭ ହଜାର ୨୬୬ ରନ୍ କରିଛନ୍ତି । ୧୦୮ଟି ଅର୍ଦ୍ଧଶତକ, ୧୬ଟି ଶତକ ମାହିଙ୍କ ନାଁରେ ରହିଛି । ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳ ୩ଟି ଆଇସିସି ଟ୍ରଫି ଜିତିଛି ।

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ଅଭ୍ୟାସ’ର ସଫଳ ପରୀକ୍ଷଣ: ଡିଆରଡିଓକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚାନ୍ଦିପୁର ଆଇଟିଆରରୁ ‘ଅଭ୍ୟାସ’ ଡ୍ରୋନର ପରୀକ୍ଷଣ ସଫଳ ହୋଇଛି । ଏ ନେଇ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପରୀକ୍ଷଣ ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ଆହୁରି ଅଧିକ ସଶକ୍ତ କରିବ ବୋଲି ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି । । ‘ଅଭ୍ୟାସ’କୁ ଆକାଶରୁ ଆକାଶ ମାର୍ଗକୁ ପ୍ରୟୋଗ କରାଯାଇପାରିବ । ଅଭ୍ୟାସକୁ ବିକଶିତ କରିବା ପାଇଁ ୨୦୧୨ରୁ ଗବେଷଣା କରାଯାଉଥିଲା । ଏହାକୁ ହାଇ ସ୍ପିଡ ଏକ୍ସପେଣ୍ଡେବଲ ଏରିଏଲ ଟାର୍ଗେଟ ବା ହିଟ୍‌ ମଧ୍ୟ କୁହାଯାଏ । ଏହାକୁ ଗ୍ୟାସ ଟରବାଇନ୍‌ ଇଞ୍ଜିନ ଦ୍ୱାରା ପରିଚାଳିତ କରାଯାଏ । ‘ଅଭ୍ୟାସ’ର ସଫଳ ପରୀକ୍ଷଣ ପରେ ଡିଆରଡିଓକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ ।

ଭେଟେରାନ୍ ଅଭିନେତ୍ରୀ ମିନୁ ମମତାଜଙ୍କ କାନାଡ଼ାରେ ପରଲୋକ

ମୁମ୍ବାଇ: ମିନୁ ମମତାଜ, ମନକୁ ମୋହି ନେଉଥିବା ନାଁ ଟିଏ । ନାଁ ଯେମିତି, ଅଭିନୟ ବି ସେମିତି । ୫୦ ଦଶକରେ ଯୁବକଙ୍କ ଦିୱାନୀ ଥିଲେ ସେ । କାନାଡ଼ାରେ ବଲିଉଡର ଭେଟେରାନ୍ ଅଭିନେତ୍ରୀ ମିନୁ ମମତାଜଙ୍କ ପରଲୋକ ଘଟିଛି । ମିନୁଙ୍କ ଦେହାନ୍ତ ନେଇ ସୂଚନା ଦେଇଛନ୍ତି ଭାଇ ଅନୱର ଅଲୀ ।

Bollywood Actress Minoo Mumtaz Passes Away

ବିଶିଷ୍ଟ କମେଡିଆନ୍ ମହମୁଦ ଅଲୀଙ୍କ ଭଉଣୀ ହେଉଛନ୍ତି ମିନୁ ମମତାଜ । ୧୯୫୦ରୁ ୧୯୬୦ ମସିହା ମଧ୍ୟରେ ମିନୁ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ଦେଖାଇଥିଲେ ଅଭିନୟର ଯାଦୁ । ଡ୍ୟାନସର ଓ ଚରିତ୍ର ଅଭିନେତ୍ରୀ ଭାବେ ସେ ପ୍ରସିଦ୍ଧି ପାଇଥିଲେ । ମିନୁଙ୍କ ପ୍ରକୃତ ନାମ ମଲିକୁନିସା ଅଲୀ ଥିଲା, ଭେଟେରାନ ଅଭିନେତ୍ରୀ ମୀନା କୁମାରୀ ତାଙ୍କ ନାଁ ବଦଳାଇ ମିନୁ ରଖିଥିଲେ ।

ମିନୁ ମମତାଜଙ୍କ ପ୍ରଥମ ଫିଲ୍ମ ହେଉଛି ‘ସଖୀ ହାତିମ୍’ । ଏଥିରେ ସେ ବଲରାଜ ସାହିନଙ୍କ ଅପୋଜିଟ୍ ଲିଡ୍ ରୋଲରେ ନଜର ଆସିଥିଲେ । ଏହାଛଡ଼଼ା ଗୁରୁ ଦତ୍ତଙ୍କ ଏକାଧିକ ଫିଲ୍ମରେ ମିନୁ ମନତାଜ ଅଭିନୟ କରିଥିଲେ । କାଗଜ କା ଫୁଲ, ଚୌଦମ୍ବି କା ଚାନ୍ଦ, ସାହିବ ବିବି ଔର ଗୁଲାମ, ତାଜମହଲ, ଘୁଙ୍ଘଟ, ଇନସାନ ଜାଗ ଉଠା, ଘର ବସାକେ ଦେଖୋ, ଗଜଲ ଆଦି ଫିଲ୍ମରେ ଅଭିନୟ କରିଥିଲେ ମିନୁ ମମତାଜ ।

Bollywood Actress Minoo Mumtaz Passes Away

୧୯୬୩ ମସିହାରେ ନିର୍ଦ୍ଦେଶକ ଅଲୀ ଅକବରଙ୍କୁ ବିବାହ କରିଥିଲେ ମିନୁ । ତାଙ୍କର ତିନୋଟ ଝିଅ ଓ ଗୋଟିଏ ପୁଅ ଥିବାବେଳେ ସେ କାନାଡ଼ାରେ ଦୀର୍ଘ ବର୍ଷ ହେବ ରହୁଥିଲେ । ୭୯ ବର୍ଷ ବୟସରେ କ୍ୟାନସର ପୀଡ଼ିତ ମିନୁଙ୍କ ପରଲୋକ ହୋଇଛି ।

ଟି-୨୦ ବିଶ୍ୱକପ: ଆଜିଠୁ ଆରମ୍ଭ ହେବ ସୁପର-୧୨ ପର୍ଯ୍ୟାୟ ମ୍ୟାଚ୍

ୟୁଏଇ:  ଆହୁରି ରୋମାଞ୍ଚକର ହେବ ଟି-୨୦ କ୍ରିକେଟ୍ ବିଶ୍ୱକପ୍ । ଆଜିଠୁ ଆରମ୍ଭ ହେବାକୁ ଯାଉଛି ସୁପର୍ ଟୁଏଲଭ୍ ପର୍ଯ୍ୟାୟ । ସୁପର୍ ଟୁଏଲଭ୍ ପର୍ଯ୍ୟାୟରେ ପହଞ୍ଚିଛନ୍ତି ସ୍କଟଲ୍ୟାଣ୍ଡ, ବାଂଲାଦେଶ, ଶ୍ରୀଲଙ୍କା ଓ ନାମିମ୍ୱିଆ । ଭାରତ ସହ ଗ୍ରୁପ ବି ରେ ରହିଛନ୍ତି ପାକିସ୍ତାନ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ନାମ୍ବିଆ ଓ ସ୍କଟଲ୍ୟାଣ୍ଡ । ଆଜି ସୁପର ଟୁଏଲଭର ପ୍ରଥମ ଦିନରେ ହେବ ଡବଲ ଫାଇଟ୍ । ଅପରାହ୍ନ ୩ଟା ୩୦ ମିନିଟରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଟକ୍କର ସେହିଭଳି ସନ୍ଧ୍ୟା ୭ଟା ୩୦ରେ ମୁହାଁମୁହିଁ ହେବେ ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡ । ସେପଟେ କାଲି ହେବାକୁ ଯାଉଛି ହାଇଭୋଲଟେଜ୍ ଫାଇଟ । ସନ୍ଧ୍ୟା ୭ଟାରେ ମୁହାଁମୁହଁ ହେବେ ଭାରତ ଓ ପାକିସ୍ତାନ । ଏହି ମ୍ୟାଚ୍ ଉପରେ ରହିଛି ବିଶ୍ବବାସୀଙ୍କ ନଜର । ଭାରତ ପାକିସ୍ତାନ ବିରୋଧରେ ଆରମ୍ଭ କରିବାକୁ ଯାଉଛି ଟି-୨୦ ବିଶ୍ୱକପ୍ ଅଭିଯାନ  ।