ବିଜେପିର ହୀନ ରାଜନୀତି ଓ କୁତ୍ସିତ ମନୋଭାବକୁ ଯେତେ ନିନ୍ଦା କଲେ ବି କମ: ପ୍ରତାପ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ୍ ଉପରକୁ ବିଜେପି କର୍ମୀଙ୍କ ଅଣ୍ଡାମାଡ଼ ଘଟଣାକୁ ଆଇନମନ୍ତ୍ରୀ ପ୍ରତାପ ଜେନା ନିନ୍ଦା । କହିଲେ, ‘ବିଜେପିର ହୀନ ରାଜନୀତି ଓ କୁତ୍ସିତ ମନୋଭାବକୁ ଯେତେ ନିନ୍ଦା କଲେ ବି କମ ହେବ । ବିଜେପି ଗୋଟିଏ ବି ଭଲ କାମ କରିବାର ଦୃଷ୍ଟାନ୍ତ ନାହିଁ । ଯେଉଁମାନେ ଭଲ କାମ କରୁଛନ୍ତି, ସେମାନଙ୍କୁ ବିଜେପି ବିରୋଧ କରୁଛି । ଠାକୁରଙ୍କ କାମକୁ ବିଜେପି ବିରୋଧ କଲା । ଏହା ସ୍ପଷ୍ଟ କରୁଛି ଯେ, ଶ୍ରୀମନ୍ଦିର ଓ ପୁରୀ ଉନ୍ନତିକୁ ବିରୋଧ କରୁଛି ବିଜେପି । ଏହା ଅତ୍ୟନ୍ତ ଲଜ୍ଜାଜନକ ।’

ସେ କହିଛନ୍ତି, ‘ଶ୍ରୀମନ୍ଦିର ବିକାଶ ଉପରେ ରହିଛି ସାରା ବିଶ୍ବର ଜଗନ୍ନାଥ ପ୍ରେମୀଙ୍କ ନଜର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପୁରୀ ସହରର ବିକାଶ ହେବ । ଏହା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, ଏଥିରେ ଗଜପତି ବି ଉପସ୍ଥିତ ଥିଲେ । ସାଧୁସନ୍ଥଙ୍କୁ ନେଇ କାର୍ଯ୍ୟକ୍ରମ ଥିଲା ।  ସାରା ବିଶ୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରୁଛି । ହେଲେ ବିଜେପିର ହୀନ ରାଜନୀତି ଓ କୁତ୍ସିତ ମନୋଭାବକୁ ଯେତେ ନିନ୍ଦା କଲେ ବି କମ ହେବ ।’

Leave a Reply