ଟେଷ୍ଟରେ ଡେବ୍ୟୁ କଲେ ଶ୍ରେୟସ ଆୟର; ଗାଭାସ୍କର ଦେଲେ ଟେଷ୍ଟ କ୍ୟାପ

1 min read

କାନପୁର: ଆଜିଠାରୁ କାନପୁରରେ ଆରମ୍ଭ ହେଉଛି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ । ପ୍ରଥମ ଟେଷ୍ଟରେ ଭାରତ ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଛି । ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ଯାହା ଫଳରେ ପ୍ରଥମ ଟେଷ୍ଟରେ ଅଧିନାୟକତ୍ବ କରୁଛନ୍ତି ଆଜିଙ୍କେ ରାହାଣେ । ସେହିପରି ବିରାଟଙ୍କ ସ୍ଥାନରେ ଆଜି ଭାରତୀୟ ଟେଷ୍ଟ ଦଳରେ ଡେବ୍ୟୁ କରିଛନ୍ତି ଶ୍ରେୟାୟ ଆୟର ।ବହୁ ଦିନର ଅପେକ୍ଷା ପରେ ଆଜି ଭାରତୀୟ ଦଳରେ ଡେବ୍ୟୁ କରିଛନ୍ତି ଆୟର । ତେବେ ଚଳିତ ବର୍ଷ ଟେଷ୍ଟରେ ଡେବ୍ୟୁ କରିଥିବା ପଞ୍ଚମ ଖେଳାଳି ବନିଛନ୍ତି ଶ୍ରେୟାସ ଆୟର । ମ୍ୟାଚ ପୂର୍ବରୁ ହିଁ ଆଜିଙ୍କେ ରାହାଣେ କହିସାରିଥିଲେ କି ଶ୍ରେୟାସ ଆୟର ଭାରତୀୟ ଦଳ ପାଇଁ ଡେବ୍ୟୁ କରିବେ ।

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ଆରମ୍ଭ ପୂର୍ବରୁ ଡେବ୍ୟୁ କରିଥିବା ଶ୍ରେୟାସ ଆୟରଙ୍କ ସ୍ବାଗତ କରାଯାଇଥିଲା । ଭାରତୀୟ କ୍ରିକେଟର ଲିଜେଣ୍ଡ ତଥା ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର ଶ୍ରେୟାସ ଆୟରଙ୍କୁ ଭାରତୀୟ ଦଳର ଟେଷ୍ଟ କ୍ୟାପ ଦେଇଥିଲେ । ଆୟରଙ୍କ ଟେଷ୍ଟ କ୍ୟାପ ନମ୍ବର ୩୦୩ ରହିଛି । ଏହା ପୂର୍ବରୁ ୩୦୨ କ୍ୟାପ ନମ୍ବର ସହ ଅକ୍ଷର ପଟେଲ ଚଳିତ ବର୍ଷ ଭାରତୀୟ ଟିମରେ ଡେବ୍ୟୁ କରିଥିଲେ ।

ଚଳତି ବର୍ଷ ଭାରତୀୟ ଟେଷ୍ଟ ଟିମରେ ୫ ଜଣ କ୍ରିକେଟର ଡେବ୍ୟୁ କରିଥିଲେ । ଯେଉଁମାନଙ୍କ ମଧ୍ୟରୁ ଶ୍ରେୟାସ ଆୟର ପ୍ରଥମ ବ୍ୟାଟ୍ସମ୍ୟାନ ଭାବରେ ଡେବ୍ୟୁ କରିଛନ୍ତି । ଚଳିତ ବର୍ଷ ସ୍ପିନର ଭାବରେ ଓ୍ବାସିଂଟନ ସୁନ୍ଦର ଓ ଅକ୍ଷର ପଟେଲ ଭାରତୀୟ ଦଳରେ ଡେବ୍ୟୁ କରିଥିବା ବେଳେ ଦ୍ରୁତ ବୋଲର ଭାବରେ ନବଦୀପ ସାଇନ ଓ ଟି ନଟରାଜନ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ । ଟେଷ୍ଟରେ ଡେବ୍ୟୁ କରିବାକୁ ବହୁତ ଦିନ ଅପେକ୍ଷା କରିବାକୁ ପଡ଼ିଥିଲା ଶ୍ରେୟାସ ଆୟରଙ୍କୁ । କିନ୍ତୁ ଏହା ପୂବର୍ରୁ ନଭେମ୍ବର ୨୦୧୭ରେ ଟି-୨୦ରେ ଭାରତ ପକ୍ଷରୁ ଖେଳି ସାରିଛନ୍ତି ଆୟର । ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିଲ୍ଲୀରେ ପ୍ରଥମ ଟି-୨୦ ମ୍ୟାଚ ଖେଳିଥିଲେ ।

Leave a Reply