ପାକିସ୍ତାନରୁ ଆସିଥିଲା ଗମ୍ଭୀରଙ୍କ ପାଖକୁ ଧମକପୂର୍ଣ୍ଣ ଇ-ମେଲ

1 min read

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପୂବର୍ତନ ବ୍ୟାଟ୍ସମ୍ୟାନ ତଥା ଭାରତୀୟ ଜନତା ପାର୍ଟିର ଇଷ୍ଟ ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀରଙ୍କୁ ମିଳିଥିଲା ଧମକପୂର୍ଣ୍ଣ ଇ-ମେଲ । ତାଙ୍କୁ ଜୀବନରୁ ମାରି ଦେବା ପାଇଁ ମିଳିଥିଲା ଏହି ଧମକ ପୂର୍ଣ୍ଣ ଇ-ମେଲ । ତେବେ ଏହି ଇ-ମେଲ ପାକିସ୍ତାନରୁ ଆସିଛି ବୋଲି ସୂଚନା ମିଳିଛି । ମଙ୍ଗଳବାର ରାତିରେ ଗୌତମଙ୍କ ପାଖକୁ ଆସିଥିଲା ପ୍ରଥମ ଇ-ମେଲ । ଯେଉଁ ଇ-ମେଲରେ ଗୌତମ ଗମ୍ଭୀରଙ୍କୁ ଜୀବନରୁ ମାରିବା ପାଇଁ ଧମକ ଦିଆଯାଇଥିଲା । ତେବେ ଏହି ଧମକପୂର୍ଣ୍ଣ ଇ-ମେଲ ପାଇବା ପରେ ମଙ୍ଗଳବାର ପୋଲିସରେ ଅଭିଯୋଗ ଦାୟର କରିଥିଲେ ଗମ୍ଭୀର । ଯାହା ପରେ ଗୌତମ ଗମ୍ଭୀରଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରିଯାଇଥିଲା । କିନ୍ତୁ ବୁଧବାର ଅର୍ଥାତ ଗତକାଲି ଗୌତମ ଗମ୍ଭୀରଙ୍କ ପାଖକୁ ଆସିଥିଲା ଆଉ ଏକ ଧମକପୂର୍ଣ୍ଣ ଇ-ମେଲ । ଯେଉଁଥିରେ ଲେଖାଯାଇଥିଲା କି “ ଆମେ କାଲି ଆପଣଙ୍କୁ କାଲି ମାରିବାକୁ ଚାହୁଁଥିଲୁ, କିନ୍ତୁ ବଞ୍ଚିଗଲ । କାଶ୍ମୀରଠାରୁ ଦୂରରେ ରୁହ ବୋଲି ଏହି ମେଲରେ ଗମ୍ଭୀରଙ୍କୁ ଧମକ ମିଳିଥିଲା । ଏହି ମେଲ ସହ ଗୌତମ ଗମ୍ଭୀରଙ୍କ ଘର ବାହାରର ଏକ ଭିଡିଓ ବି ତାଙ୍କ ପାଖକୁ ପଠାଇଥିଲେ ।

ଗମ୍ଭୀରଙ୍କ ପାଖକୁ ମିଳିଥିବା ଏହି ମେଲ ISIS କାଶ୍ମୀର ପଠାଇଥିଲା ବୋଲି ଅଭିଯୋଗ କରିଥିଲେ । କିନ୍ତୁ ପ୍ରକୃତରେ ଏହି ମେଲ  ଗମ୍ଭୀରଙ୍କ ପାଖକୁ ପାକିସ୍ତାନରୁ ଆସିଥିଲା ।  ଏହି ମାମଲାରେ ଗମ୍ଭୀର ଦିଲ୍ଲୀ ପୋଲିସରେ ଅଭିଯୋଗ କରିବା ପରେ ଦିଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ଦିଲ୍ଲୀ ପୋଲିସ ଏହି ଇ-ମେଲ ବିଷୟରେ ଜାଣିବା ପାଇଁ  GOOGLE କୁ ସୂଚନା ଦେବାକୁ କହିଥିଲା । ତେବେ GOOGLE ଦେଇଥିବା ସୂଚନା ଅନୁସାରେ ଗମ୍ଭୀରଙ୍କୁ ମିଳିଥିବା ଏହି ଧମକପୂର୍ଣ୍ଣ ଇ-ମେଲ ପାକିସ୍ତାନରୁ ମିଳିଥିଲା ବୋଲି କହିଥିଲେ । ଆସିଥିବା ମେଲର ଆଇ ପି ଆଡ୍ରେସ ପାକିସ୍ତାନରୁ ମିଳିଥିଲା ବୋଲି GOOGLE ଦିଲ୍ଲୀ ପୋଲିସକୁ ଜଣାଇଥିଲା । ତେବେ ଏହି ମାମଲାରେ ଦିଲ୍ଲୀ ପୋଲିସ ବ୍ୟତୀତ ଅଲଗା ଅଲଗା ଏଜେନ୍ସି ମଧ୍ୟ ଏହି ଘଟଣା ଉପରେ ଅଧିକ ତଦନ୍ତ କରୁଛି ।

Leave a Reply