ଲିଙ୍ଗ ଅନୁପାତକୁ ନେଇ ଭଲ ଖବର, ପ୍ରଥମ ଥର ପାଇଁ ପୁରୁଷଙ୍କ ତୁଳନାରେ ବଢ଼ିଛି ମହିଳାଙ୍କ ସଂଖ୍ୟା

1 min read

Figures merge female to male

ନୂଆଦିଲ୍ଲୀ: ଲିଙ୍ଗ ଅନୁପାତର ଗୁଡ ନ୍ୟୁଜ । ପ୍ରଥମ ଥର ଲାଗି ଦେଶରେ ପୁରୁଷ ତୁଳନାରେ ବଢିଛି ମହିଳାଙ୍କ ସଂଖ୍ୟା । ପ୍ରତି ହଜାରେ ପୁରୁଷରେ ୧୦୨୦ ମହିଳା ରହିଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି । ସ୍ବାଧୀନତା ପରେ ପ୍ରଥମ ଥର ଲାଗି ମହିଳାଙ୍କ ସଂଖ୍ୟା ଏକ ହଜାର ଟପିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ନ୍ୟାସନାଲ ଫ୍ୟାମିଲି ଆଣ୍ଡ ହେଲଥ ସର୍ଭେ ରିପୋର୍ଟରୁ ଏହା ଜଣାପଡିଛି ।

ରିପୋର୍ଟ ଅନୁସାରେ, ଜନ୍ମ ସମୟରେ ମଧ୍ୟ ସେକ୍ସ ରେସିଓ ମଧ୍ୟ ବୃଦ୍ଧି ଘଟିଛି । ୨୦୧୫-୧୬ରେ ପ୍ରତି ହଜାରେ ପୁଅରେ ୯୧୯ ଝିଅ ଜନ୍ମ ହେଉଥିବା ବେଳେ ଏବେ ଏହି ସଂଖ୍ୟା ୯୨୯ ରେ ପହଞ୍ଚିଛି । ଜନ୍ମ ସମୟରେ ଝିଅଙ୍କ ସଂଖ୍ୟା ବୃଦ୍ଧି ଲିଙ୍ଗ ଅନୁପାତରେ ଝିଅ ଅଧିକ ହେବା ନିଶ୍ଚିତ ରୂପେ ଏକ ବଡ଼ ସଫଳତା । ଜନଗଣନାରୁ ଯଦିଓ ପ୍ରକୃତ ଚିତ୍ର ସ୍ପଷ୍ଟ ହେବ । ତଥାପି ସର୍ଭେ ରିପୋର୍ଟକୁ ଦେଖିଲେ ଏହା ସ୍ପଷ୍ଟ ଯେ, ମହିଳା ସଶକ୍ତିକରଣ ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଠିକ୍ ଦିଗରେ ଚାଲିଛି ଓ ଏହାର ଉନ୍ନତ ଫଳ ମଧ୍ୟ ମିଳିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବିକାଶ ଶେଲ କହିଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ସହର ଅପେକ୍ଷା ଗାଁରେ ଲିଙ୍ଗ ଅନୁପାତରେ ଯଥେଷ୍ଟ ସୁଧାର ଦେଖିବାକୁ ମିଳିଛି । ଗ୍ରାମାଞ୍ଚଳରେ ପ୍ରତି ହଜାରେ ପୁରୁଷରେ ୧୦୩୭ ମହିଳା ଥିବା ବେଳେ ସହରରେ ପ୍ରତି ହଜାରେ ପୁରୁଷରେ ୯୮୫ ମହିଳା ରହିଛନ୍ତି । ଦେଶର ୨୩ ରାଜ୍ୟରେ ପୁରୁଷଙ୍କ ତୁଳାରେ ମହିଳା ସଂଖ୍ୟା ଅଧିକ ରହିଛି । ପ୍ରତି ହଜାରେ ପୁରୁଷରେ ଉତ୍ତରପ୍ରଦେଶରେ ୧୦୧୭ମହିଳା, ବିହାରରେ ୧୦୯୦, ରାଜସ୍ଥାନରେ ୧୦୦୯, ଛତିଶଗଡ଼ରେ ୧୦୧୫, ଝାରଖଣ୍ଡରେ ୧୦୫୦ ମହିଳା ଅଛନ୍ତି ।

Leave a Reply