spot_img
Home Blog Page 5040

ଭେଟେରାନ୍ ଅଭିନେତ୍ରୀ ମିନୁ ମମତାଜଙ୍କ କାନାଡ଼ାରେ ପରଲୋକ

ମୁମ୍ବାଇ: ମିନୁ ମମତାଜ, ମନକୁ ମୋହି ନେଉଥିବା ନାଁ ଟିଏ । ନାଁ ଯେମିତି, ଅଭିନୟ ବି ସେମିତି । ୫୦ ଦଶକରେ ଯୁବକଙ୍କ ଦିୱାନୀ ଥିଲେ ସେ । କାନାଡ଼ାରେ ବଲିଉଡର ଭେଟେରାନ୍ ଅଭିନେତ୍ରୀ ମିନୁ ମମତାଜଙ୍କ ପରଲୋକ ଘଟିଛି । ମିନୁଙ୍କ ଦେହାନ୍ତ ନେଇ ସୂଚନା ଦେଇଛନ୍ତି ଭାଇ ଅନୱର ଅଲୀ ।

Bollywood Actress Minoo Mumtaz Passes Away

ବିଶିଷ୍ଟ କମେଡିଆନ୍ ମହମୁଦ ଅଲୀଙ୍କ ଭଉଣୀ ହେଉଛନ୍ତି ମିନୁ ମମତାଜ । ୧୯୫୦ରୁ ୧୯୬୦ ମସିହା ମଧ୍ୟରେ ମିନୁ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ଦେଖାଇଥିଲେ ଅଭିନୟର ଯାଦୁ । ଡ୍ୟାନସର ଓ ଚରିତ୍ର ଅଭିନେତ୍ରୀ ଭାବେ ସେ ପ୍ରସିଦ୍ଧି ପାଇଥିଲେ । ମିନୁଙ୍କ ପ୍ରକୃତ ନାମ ମଲିକୁନିସା ଅଲୀ ଥିଲା, ଭେଟେରାନ ଅଭିନେତ୍ରୀ ମୀନା କୁମାରୀ ତାଙ୍କ ନାଁ ବଦଳାଇ ମିନୁ ରଖିଥିଲେ ।

ମିନୁ ମମତାଜଙ୍କ ପ୍ରଥମ ଫିଲ୍ମ ହେଉଛି ‘ସଖୀ ହାତିମ୍’ । ଏଥିରେ ସେ ବଲରାଜ ସାହିନଙ୍କ ଅପୋଜିଟ୍ ଲିଡ୍ ରୋଲରେ ନଜର ଆସିଥିଲେ । ଏହାଛଡ଼଼ା ଗୁରୁ ଦତ୍ତଙ୍କ ଏକାଧିକ ଫିଲ୍ମରେ ମିନୁ ମନତାଜ ଅଭିନୟ କରିଥିଲେ । କାଗଜ କା ଫୁଲ, ଚୌଦମ୍ବି କା ଚାନ୍ଦ, ସାହିବ ବିବି ଔର ଗୁଲାମ, ତାଜମହଲ, ଘୁଙ୍ଘଟ, ଇନସାନ ଜାଗ ଉଠା, ଘର ବସାକେ ଦେଖୋ, ଗଜଲ ଆଦି ଫିଲ୍ମରେ ଅଭିନୟ କରିଥିଲେ ମିନୁ ମମତାଜ ।

Bollywood Actress Minoo Mumtaz Passes Away

୧୯୬୩ ମସିହାରେ ନିର୍ଦ୍ଦେଶକ ଅଲୀ ଅକବରଙ୍କୁ ବିବାହ କରିଥିଲେ ମିନୁ । ତାଙ୍କର ତିନୋଟ ଝିଅ ଓ ଗୋଟିଏ ପୁଅ ଥିବାବେଳେ ସେ କାନାଡ଼ାରେ ଦୀର୍ଘ ବର୍ଷ ହେବ ରହୁଥିଲେ । ୭୯ ବର୍ଷ ବୟସରେ କ୍ୟାନସର ପୀଡ଼ିତ ମିନୁଙ୍କ ପରଲୋକ ହୋଇଛି ।

ଟି-୨୦ ବିଶ୍ୱକପ: ଆଜିଠୁ ଆରମ୍ଭ ହେବ ସୁପର-୧୨ ପର୍ଯ୍ୟାୟ ମ୍ୟାଚ୍

ୟୁଏଇ:  ଆହୁରି ରୋମାଞ୍ଚକର ହେବ ଟି-୨୦ କ୍ରିକେଟ୍ ବିଶ୍ୱକପ୍ । ଆଜିଠୁ ଆରମ୍ଭ ହେବାକୁ ଯାଉଛି ସୁପର୍ ଟୁଏଲଭ୍ ପର୍ଯ୍ୟାୟ । ସୁପର୍ ଟୁଏଲଭ୍ ପର୍ଯ୍ୟାୟରେ ପହଞ୍ଚିଛନ୍ତି ସ୍କଟଲ୍ୟାଣ୍ଡ, ବାଂଲାଦେଶ, ଶ୍ରୀଲଙ୍କା ଓ ନାମିମ୍ୱିଆ । ଭାରତ ସହ ଗ୍ରୁପ ବି ରେ ରହିଛନ୍ତି ପାକିସ୍ତାନ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ନାମ୍ବିଆ ଓ ସ୍କଟଲ୍ୟାଣ୍ଡ । ଆଜି ସୁପର ଟୁଏଲଭର ପ୍ରଥମ ଦିନରେ ହେବ ଡବଲ ଫାଇଟ୍ । ଅପରାହ୍ନ ୩ଟା ୩୦ ମିନିଟରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଟକ୍କର ସେହିଭଳି ସନ୍ଧ୍ୟା ୭ଟା ୩୦ରେ ମୁହାଁମୁହିଁ ହେବେ ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡ । ସେପଟେ କାଲି ହେବାକୁ ଯାଉଛି ହାଇଭୋଲଟେଜ୍ ଫାଇଟ । ସନ୍ଧ୍ୟା ୭ଟାରେ ମୁହାଁମୁହଁ ହେବେ ଭାରତ ଓ ପାକିସ୍ତାନ । ଏହି ମ୍ୟାଚ୍ ଉପରେ ରହିଛି ବିଶ୍ବବାସୀଙ୍କ ନଜର । ଭାରତ ପାକିସ୍ତାନ ବିରୋଧରେ ଆରମ୍ଭ କରିବାକୁ ଯାଉଛି ଟି-୨୦ ବିଶ୍ୱକପ୍ ଅଭିଯାନ  ।

ରାଜ୍ୟରେ ଆଉ ୪୪୧ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୪୪୧ ଜଣ କରୋନା ସଂକ୍ରମିତ ଚିହ୍ନଟ । ଏମାନଙ୍କ ମଧ୍ୟରୁ ୨୫୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ୧୮୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୭୫ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୩ ଜଣ, ବାଲେଶ୍ୱରରୁ ୬ ଜଣ, ବରଗଡ଼ରୁ ୫ ଜଣ, ଭଦ୍ରକରୁ ୧୩ ଜଣ, ବଲାଙ୍ଗୀରରୁ ୨ ଜଣ, ବୌଦ୍ଧରୁ ୪ ଜଣ, କଟକରୁ ୩୭ ଜଣ, ଦେବଗଡ଼ରୁ ୩ ଜଣ, ଢେଙ୍କାନାଳରୁ ୧ ଜଣ, ଗଜପତିରୁ ୬ ଜଣ, ଜଗତସିଂହପୁରରୁ ୧୬ ଜଣ, ଯାଜପୁରରୁ ୧୩ ଜଣ, କନ୍ଧମାଳରୁ ୧ ଜଣ, କେନ୍ଦ୍ରାପଡ଼ାରୁ ୫ ଜଣ, କେନ୍ଦୁଝରରୁ ୧ ଜଣ, ଖୋର୍ଦ୍ଧାରୁ ୨୦୫ ଜଣ, ମୟୂରଭଞ୍ଜରୁ ୧୦ ଜଣ, ନବରଙ୍ଗପୁରରୁ ୧ ଜଣ, ନୟାଗଡ଼ରୁ ୨ ଜଣ, ନୂଆପଡ଼ାରୁ ୩ ଜଣ, ପୁରୀରୁ ୭ ଜଣ, ରାୟଗଡ଼ାରୁ ୧୦ ଜଣ, ସମ୍ୱଲପୁରରୁ ୧୮ ଜଣ, ସୁନ୍ଦରଗଡ଼ରୁ ୧୪ ଜଣ ଓ ଷ୍ଟେଟ ପୁଲରୁ ୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୩୭ ହଜାର ୯୬୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୨୫ ହଜାର ୦୨୫ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୪ ହଜାର ୫୮୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ଅନ୍ୟନ୍ୟାଙ୍କୁ ଏନସିବର ସମନ: ସୋମବାର ହାଜର ହେବକୁ ନୋଟିସ୍

ମୁମ୍ୱାଇ: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଡ୍ରଗ୍ସ ଖଟିରେ ଆଉ କିଏ । ହ୍ୱାଟସ୍ଆପ୍ ଚାଟ୍‌ରୁ ଗୁମର ଖୋଜୁଛି ଏନସିବି । ଆର୍ଯ୍ୟନ ଖାନ୍‌ଙ୍କ ସହ ସମ୍ପର୍କକୁ ଅନନ୍ୟାଙ୍କୁ ଗତକାଲି ୪ ଘଣ୍ଟା ଧରି ଜେରା କରିଥିଲା ଏନସିବି । ଏଥିରେ ଆର୍ଯ୍ୟନଙ୍କ ସହ ବନ୍ଧୁତାଙ୍କୁ ସମ୍ପୂର୍ଣ୍ଣ ରୁପେ ଖଣ୍ଡନ କରିଛନ୍ତି ଅନନ୍ୟା । ହ୍ୱାଟସ୍‌ଆପ୍ ଚାଟ୍‌ ଅନୁସାରେ ଡ୍ରଗ୍ସ କିଏ ଯୋଗାଉଥିଲା ? ସିଧାସଳଖ ଡ୍ରଗ୍ସ ପେଡଲରଙ୍କ ସହ ନିଶା କାରବାରରେ ସମ୍ପୃକ୍ତ ଥିଲେ କି ? ପ୍ରତିଥର କେତେ ପରିମାଣରେ ଡ୍ରଗ୍ସ କିଣୁଥିଲେ ଅନନ୍ୟା ? କେବେଠାରୁ ଆର୍ଯ୍ୟନ ଖାନ୍‌ ସହ ଡ୍ରଗ୍ସ ସେବନ କରୁଛନ୍ତି ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ ଅନନ୍ୟା । ଏପଟେ ଏନସିବି କିନ୍ତୁ ତାଙ୍କ ଉତ୍ତରରେ ସନ୍ତୁଷ୍ଟ ହୋଇନାହିଁ । ଏଥିପାଇଁ ଆସନ୍ତା ସୋମବାର ପୁଣି ଅନନ୍ୟାଙ୍କୁ ଏନସିବି ସମନ କରିଛି ।

ଏଥିସହିତ ପଢ଼ନ୍ତୁ: ଜେଲରେ ଆଳତୀ କରୁଛନ୍ତି ଆର୍ୟନ,ଏବେ ଜାମିନ୍ ପାଇଁ ଭଗବାନ ଭରସା

ସଡ଼ଙ୍ଗୀ ଜଙ୍ଗଲରେ ମାଈ ହାତୀର ମୃତ୍ୟୁ: ଗୋଡ଼ରେ କ୍ଷତ ଥିବାରୁ ଚାଲିଥିଲା ଚିକିତ୍ସା

ଢେଙ୍କାନାଳ: ସଡଙ୍ଗୀରେଞ୍ଜ ଜଙ୍ଗଲରେ ମାଈ ହାତୀର ମୃତ୍ୟୁ । ହାତୀଟିର ବୟସ ପାଖାପାଖି ୧୦ ବର୍ଷ ହେବ । ହାତୀ ଗୋଡ଼ରେ କ୍ଷତ ହୋଇଥିବାରୁ ଚଲାବୁଲା କରିପାରୁନଥିଲା । ଗତ ୨୫ ଦିନ ହେଲା ବନବିଭାଗ ପକ୍ଷରୁ ହାତୀର ଚିକିତ୍ସା କରାଯାଉଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ହାତୀର ଜୀବନ ଯାଇଛି ।

ଅପରପକ୍ଷରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଫୋଗଳ ଅଞ୍ଚଳରେ ବଣୁଆ ହାତୀ ଆତଙ୍କ । ଏ ଅଞ୍ଚଳରେ ପୂର୍ବରୁ ହାତୀ କେବେ ନ ଆସିଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ହାତୀଟି ଧାନ କ୍ଷେତରେ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଲିଛି । ହାତୀଟି ଯାଜପୁର ଜିଲ୍ଲା ଡାଳିଯୋଡ଼ା ରେଞ୍ଜରୁ ଆସିଥିବା ଅନୁମାନ କରାଯାଉଛି । ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀ ଘଇଡାବାକୁ ଚେଷ୍ଟା ଜାରି ରହିଛି ।

ବଲାଙ୍ଗୀରରେ ମହିଳା କମିଶନ ଅଧ୍ୟକ୍ଷା: ମମିତାଙ୍କ ପରିବାର ଲୋକଙ୍କୁ ଭେଟିବେ

ଧର୍ମଗଡ଼: ବଲାଙ୍ଗୀରରେ ମହଳି କମିଶନର ଅଧ୍ୟକ୍ଷା ମୀନତି ବେହେରା । ମୀନତି ଆଜି ମୃତ ମମିତାଙ୍କ ପରିବାରକୁ ଭେଟିବେ । ୪ଜଣିଆ ଟିମ ସହ ଭେଟିବାର କାର୍ଯ୍ୟକ୍ରମ ରହିଛି । ମହାଲିଙ୍ଗ ଷ୍ଟାଡିୟମ ଓ ସ୍କୁଲ ପରିଦର୍ଶନ କରିବେ । କଳାହାଣ୍ଡି ଜିଲ୍ଲାପାଳଙ୍କୁ ମଧ୍ୟ ସାକ୍ଷାତ କରି ଘଟଣା ନେଇ ଆଲୋଚନା କରିବେ । ଗତକାଲି ବଲାଙ୍ଗୀର ଏସପି ଅଫିସରେ ପହଞ୍ଚି ମହିଳା କମିଶନ ଅଧ୍ୟକ୍ଷା ମମିତା ମେହେର ମର୍ଡର ନେଇ ଆଲୋଚନା କରିଥିଲେ । ତଦନ୍ତର ଅଗ୍ରଗତି ନେଇ ଏସପିଙ୍କ ସହ ଆଲୋଚନା କରିଛନ୍ତି ମୀନତି । ମୃତକଙ୍କ ପରିବାର କିପରି ନ୍ୟାୟ ପାଇବେ ଓ ଦୋଷୀ ଵିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ, ସେନେଇ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା କହିଛନ୍ତି ।

ସୂଚନା ଯୋଗ୍ୟ, ଗତକାଲି ହତ୍ୟାକାଣ୍ଡର ଡେମୋ ଦେଖାଇଛି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ମମିତାକୁ ଭବାନୀପାଟନା ସହରକୁ ନେଇ ନୂଆ ଡ୍ରେସ୍‌ କିଣିଦେଇଥିଲା ଗୋବିନ୍ଦ । ଫେରିଲା ବେଳେ ଗାଡି ଭିତରେ ତାର ଅନୈତି ଭିଡିଓ ବାହାରେ ପ୍ରଘଟ ନକରିବା ପାଇଁ ଅନୁରୋଧ କରିଥିଲା । ମମିତା ମଧ୍ୟ ଗୋବିନ୍ଦର ଅନୁରୋଧକୁ ମାନିଯାଇଥିଲେ ହେଲେ, ଗୋବିନ୍ଦ ମମିତାକୁ ବିଶ୍ୱାସକୁ ନେଇନଥିଲା । ମାଣିକେଶ୍ୱରୀ ମନ୍ଦିର ନେଇ ଶପଥ ପାଠ କରିବାକୁ କହିଥିଲା, ସେଥିରେ ମମିତା ରାଜି ହୋଇନଥିଲେ । ବାରମ୍ବାର ଅନୁରୋଧ ପରେ ବି ମମିତା ମନ୍ଦିରରେ ଶପଥ ପାଠ କରିବାକୁ ରାଜିନହେବାରୁ ମମିତାକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା ଗୋବିନ୍ଦ । ରାସ୍ତାରେ ସୁଯୋଗ ଦେଖି ତଣ୍ଟି ଚିପି ହତ୍ୟା କରିଥିଲା ବୋଲି, ଡେମୋ ସମୟରେ କହିଛି ଗୋବିନ୍ଦ । ସହଯୋଗୀ ରଧେଶ୍ୟାମ ଚଣ୍ଡୀ କିପରି ସହଯୋଗ କରିଥିଲେ ତାହା ମଧ୍ୟ ବଖାଣିଛି ଅଭିଯୁକ୍ତ । ପରେ ମହାଲିଙ୍ଗରୁ ହତ୍ୟାକାଣ୍ଡ ଘଟିଥିବା ସ୍ଥାନ କୁଡସୁଡକୁ ନେଇଥିଲା ପୋଲିସ । ସେଠାରେ କିପରି ମମିତାର ମୃତଦେହକୁ କାରରେ ନେଇ ଘର ପଛପଟେ ଲୁଚାଇଥିଲା ଓ ସନ୍ଧ୍ୟା ପରେ ଗାତରେ ନିଆଁ ଲଗାଇ ପୋଡ଼ି ଦେଇଥିଲା ସେ ସବୁ ବଖାଣିଛି ଅଭିଯୁକ୍ତ ।

ଏଥିସହିତ ପଢ଼ନ୍ତୁ: ମମିତା ମାନିନଥିଲେ ଗୋବିନ୍ଦଙ୍କ କଥା, ଏଣୁ ତଣ୍ଟି ଚିପି ମାରିଦେଇଥିଲେ

ଜମ୍ମୁ କଶ୍ମୀରରେ ବିଗୁଡୁଛି ସ୍ଥିତି : ୫୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ପଠାଇଲା କେନ୍ଦ୍ର

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ବିଗୁଡ଼ିଛି ସ୍ଥିତି । ସକ୍ରିୟ ହୋଇଛନ୍ତି ଆତଙ୍କୀ । ୫୦ କମ୍ପାନୀ ଅତିରିକ୍ତ ଅର୍ଦ୍ଧସାମରିକ ବାହିନୀ ପଠାଇଛି କେନ୍ଦ୍ର । ପୁଣି ପ୍ରତିଷ୍ଠା ହୋଇଛି ସିକ୍ୟୁରିଟି ବଙ୍କର । ଆତଙ୍କବାଦୀଙ୍କୁ ଦମନ କରିବା, ନାଗରିକଙ୍କ ଜୀବନର ସୁରକ୍ଷା ଲାଗି ଏହି ପଦକ୍ଷେପ ନିଆଯାଇଛି । ବିଶେଷ କରି ଶ୍ରୀନଗର ଉପରେ ଏହି ଯବାନ ଦୃଷ୍ଟି ନିବଦ୍ଧ କରିବେ । ଏହା ସହ ପ୍ରାୟ ୧୦ବର୍ଷ ପରେ ପୁଣି ଥରେ ସହରର ବିଭିନ୍ନ ରାସ୍ତାରେ ସିକ୍ୟୁରିଟି ବଙ୍କରମାନ ପ୍ରତିଷ୍ଠା କରାଯାଇଛି । ଗତ ଦୁଇ ସପ୍ତାହ ଧରି ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ସକ୍ରିୟ ହେବା ସହ ଲୋକଙ୍କୁ ହତ୍ୟା କରୁଥିବାରୁ ଏହି ପଦକ୍ଷେପ ନିଆଯାଇଛି ।

ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ୩ଦିନିଆ ଜମ୍ମୁ ଗସ୍ତ କରୁଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା । ଶ୍ରୀନଗରରେ ହେବାକୁ ଥିବା ସୁରକ୍ଷା ସମୀକ୍ଷା ବୈଠକରେ ହେବେ ସାମିଲ । ଜାମ୍ମୁ ଓ କାଶ୍ମୀରକୁ ଶାନ୍ତି ଓ ସ୍ଥିରତା ଫେରିବା ପରେ ଗତ ୨୦୧୦ ରୁ ୨୦୧୮ ମଧ୍ୟରେ ସେଠାରେ ଥିବା ସିକ୍ୟୁରିଟି ବଙ୍କରଗୁଡିକୁ ହଟାଇଦିଆଯାଇଥିଲା । ବଙ୍କର ପ୍ରତିଷ୍ଠା ହେବା ଯୋଗୁ ଆତଙ୍କବାଦୀଙ୍କ ମୁକ୍ତ ବିଚରଣ ଉପରେ ରୋକ ଲାଗିବ । ବର୍ତ୍ତମାନ ଆତଙ୍କବାଦୀମାନେ ଗୋଟିଏ ସ୍ଥାନରେ ଆକ୍ରମଣ କରି ଅନ୍ୟ ସ୍ଥାନକୁ ଅନାୟସରେ ଯାଇପାରୁଛନ୍ତି । ୨୦୧୦ରେ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀର ପରାମର୍ଶ କ୍ରମେ ସେହି ବର୍ଷରେ ହିଁ ୫୦ରୁ ଅଧିକ ବଙ୍କରକୁ ହଟାଇଦିଆଯାଇଥିଲା । ପରେ ପରେ ପ୍ରାୟ ସମସ୍ତ ବଙ୍କର ଉଠିଯାଇଥିଲା । ଗୁରୁତ୍ୱପୂର୍ଣ୍ଣ ଶ୍ରୀନଗର ବିମାନବନ୍ଦର ରୋଡ ଅନ୍ତର୍ଗତ ବାର୍ଜୁଲ୍ଲା ବ୍ରିଜରେ ଏବେ ଦୁଇଟି ବଙ୍କର ପ୍ରତିଷ୍ଠା ହୋଇଛି । ଶ୍ରୀନଗରର କିଛି ସନ୍ଦିଗ୍ଧ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରଯିବା ସହ ଦୁଇଚକିଆ ଯାନର ଜୋରଦାର ଚେକିଂ ଆରମ୍ଭ କରାଯାଇଛି ।

ଦୋକାନ ଆସିବାକୁ ମନା କରିବାରୁ ମାଲିକକୁ ଛୁରାମାଡ଼

ସମ୍ବଲପୁରରେ ଛୁରାମାଡ଼ । ବିଳମ୍ବିତ ରାତିରେ ଧନୁପାଲି ଥାନା କୁମ୍ଭାରପଡାରେ ଛୁରାମାଡ଼ ହୋଇଛି । ଛୁରାମାଡ଼ରେ ଯୁବକ ଗୁରୁତର । ଗୁରୁତର ମହମ୍ମଦ ଅବିଦ୍‌ଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଦୋକାନ ଆସିବାକୁ ମନା କରିବାରୁ ମାଲିକକୁ ଛୁରାମାଡ କରିଥିବା ସୂଚନା ମିଲିଛି । ଛୁରାମାଡ଼ କରିଥିବା ଅଭିଯୁକ୍ତ ଫେରାର, ପୋଲିସ ତଦନ୍ତ ଜାରି ।

ମୟୂରଭଞ୍ଜରେ ବିଜେପି ଓ ଜେଏମଏମ୍‌ କର୍ମୀଙ୍କ ବିଶୃଙ୍ଖଳା ଆଚରଣ: ୨ ଜଣ ଗିରଫ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ଦୁଇ ଗୋଷ୍ଠୀମଧ୍ୟରେ ଗଣ୍ଡଗୋଳକୁ ନେଇ ଗିରଫ ହେଲେ ଦୁଇ ଯୁବକ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାରିପଦା ଗସ୍ତରେ ଯାଇଥିଲେ । ଏହି ଜନକଲ୍ୟାଣ କାର୍ଯ୍ୟକ୍ରମ ସାରି ଫେରିବା ବେଳକୁ ବିଜେପି ଓ ଜେଏମ୍‌ଏମ୍‌ କର୍ମୀମାନେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ । ପୋଲିସ୍ ଆକଟ କରିବାରୁ ଉତ୍ତ୍ୟକ୍ତ ଯୁବକମାନେ ସଂଘବଦ୍ଧ ଭାବେ ପୋଲିସକୁ ମଧ୍ୟ ଆକ୍ରମଣ କରିଥିଲେ । ଏପରିକି ଏହାକୁ ଅଟକାଇବାକୁ ଯାଇ ବିଜେଡି କର୍ମୀଙ୍କୁ ମଧ୍ୟ ଲହୁଲୁହାଣ ହେବାକୁ ପଡିଥିଲା ।

ଏହି ଘଟଣା ପରେ ନିଜ ଦୋଷ ଲୁଚାଇବାକୁ ଉଭୟ ବିଜେପି ଓ ଜେଏମଏମର ନେତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେପଟେ ଏନେଇ ବାରିପଦା ଟାଉନ୍ ଥାନାରେ ୪ଟି ଏତଲା ପହଞ୍ଚିଛି । ଆକ୍ରମଣର ଶିକାର ହୋଇଥିବା ପୋଲିସ ଏଏସଆଇ ଥାନାରେ ଏତଲା ଦେଇଥିବା ବେଳେ ବିଜେଡି, ବିଜେପି ଓ ଜେଏମଏମର କର୍ମୀ ମଧ୍ୟ ଥାନାରେ ଅଭିଯୋଗ କରିଛନ୍ତି । ଏତଲାରେ ମୋଟ ୨୫ଜଣ ନାଁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨ଜଣଙ୍କୁ ଗିରଫ କରାଯାଇଛି । ବାରିପଦା ଏସଡିପିଓ କହିଛନ୍ତି, ଭିଡିଓ ଫୁଟେଜକୁ ଆଧାର କରି ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ।

ଝାରସୁଗୁଡ଼ାରେ ଗୁଳି ଫୁଟାଇ ଲୁଟିନେଲେ ବ୍ୟାଗ୍

ଝାରସୁଗୁଡ଼ା: ବାଇକରେ ଆସିଲେ, ଗୁଳି ଫୁଟାଇଲେ, ବ୍ୟାଗ ଲୁଟିନେଲେ । ଝାରସୁଗୁଡା ଜ଼ିଲ୍ଲା ଇବଥର୍ମାଲ ଥାନା ବନ୍ଧବାହାଲ ଠାରେ ଫାଙ୍କା ଗୁଳି ଚାଳନା କରିଛନ୍ତି ଦୁର୍ବୃତ୍ତ । ବନ୍ଧବାହାଲ ବଜାର ନିକଟ ଓଡିଶା ଅଳଙ୍କାର ଦୋକାନ ନିକଟରେ ଦୁର୍ବତ୍ତମାନେ ଫାଙ୍କା ଗୁଳି ଚାଳନା କରି ଏକ ବ୍ୟାଗ ନେଇ ଫେରାର ହୋଇଯାଇଛନ୍ତି । କେତେ ଜଣ ଦୁର୍ବୃତ୍ତ ଆସିଥିଲେ, ବ୍ୟାଙ୍କରେ କଣ ଥିଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ଘଟଣାସ୍ଥଳରେ ବ୍ରଜରାଜନଗର ଏସଡ଼ିପିଓ ପହଁଚି ଛାନଭିନ୍ ଆରମ୍ଭ କରିଛନ୍ତି ।