ଫସଲ ଅମଳ ସମୟରେ ଆସୁଛି ଲଘୁଚାପ, ସତର୍କତା କଲେ ଏସଆରସି

1 min read

ଭୁବନେଶ୍ୱର: ଲଘୁଚାପ ନେଇ ସତର୍କ ସୂଚନା  ଜାରି କଲେ ରାଜ୍ୟ ସରକାର  । 30 ତାରିଖରେ ସୃଷ୍ଟ ଲଘୁଚାପ ନେଇ ସତର୍କତା ଜାରି କରିଛନ୍ତି SRC ପ୍ରଦୀପ ଜେନା ।  ସ୍ୱତନ୍ତ୍ର ରିଲିଫ କମିଶନର ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଶେଷ ତଥ୍ୟ ପ୍ରଦାନ କରିଛନ୍ତି  । ଲଘୁଚାପ ପ୍ରଭାବରେ ୬ଜିଲ୍ଲାରେ ପ୍ରବଳ ବର୍ଷା ହେବ  ।

ଏହି ଛଅଟି ଜିଲ୍ଲା ହେଉଛି ଯଥାକ୍ରମେ ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲା  । ଆସନ୍ତା  ୨ ଓ ୩ ତାରିଖରେ ଲଘୁଚାପ ପ୍ରଭାବରେ ବର୍ଷା ହେବା ସମ୍ଭାବନା ରହିଛି  । ତେଣୁ ଉପରୋକ୍ତ ସମସ୍ତ ଜିଲ୍ଲା ଗୁଡ଼ିକ  ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି  ।

ଆଣ୍ଡାମାନ ସାଗରରେ ଏହି ଲଢୁଚାପ ସୃଷ୍ଟି ହୋଇଛି  । ସେପଟେ ଯେଉଁ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଛନ୍ତି, ସେମାନେ ଦୁଇ ତାରିଖ ସୁଦ୍ଧା ଫେରିଆସିବାକୁ ନିର୍ଦେଶ ଦେଇଛନ୍ତି ପ୍ରଦୀପ ଜେନା  ।  ସେହିପରି ବର୍ତ୍ତମାନ ଧାନ ଅମଳ ସମୟ ଚାଲିଥିବାବେଳେ ଲଘୁଚାପକୁ ନେଇ ଚାଷୀଙ୍କ ମନରେ ଶଙ୍କା ସୃଷ୍ଟି ହୋଇଛି  । ଫସଲ କ୍ଷତି ହେବା ନେଇ ମଧ୍ୟ ସମ୍ଭାବନା ସୃଷ୍ଟି ହୋଇଛି  ।

Leave a Reply