ମୁଖ୍ୟମନ୍ତ୍ରୀଙ୍କ କାରକେଡ଼କୁ ଅଣ୍ଡାମାଡ଼ ଘଟଣାରେ ଓଡିଶା ମନ୍ଦିର ସେବାୟତ ସଂଘର ନିନ୍ଦା

ଭୁବନେଶ୍ୱର: ପୁରୀରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ଼କୁ ଅଣ୍ଡାମାଡ଼ ଘଟଣାକୁ ତୀବ୍ର ନିନ୍ଦା କଲା ଓଡିଶା ମନ୍ଦିର ସେବାୟତ ସଂଘ । ଶ୍ରୀମନ୍ଦିର ପରିକ୍ରମା ଯୋଜନାର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବାବେଳେ ବିଜେପିର ଏଭଳି ଆଚରଣ ଓଡ଼ିଆଙ୍କ ଧାର୍ମିକ ଭାବନାକୁ କୁଠାରଘାତ କରିଛି । ସେଠାରେ କୌଣସି ଦଳୀୟ କାର୍ଯ୍ୟକ୍ରମ ହେଉନଥିଲା ବରଂ ମହାପ୍ରଭୁଙ୍କ ପାଇଁ କାର୍ଯ୍ୟକ୍ରମ ଚାଲିଥିଲା ।

ଯେଉଁଥିରେ ଗଜପତି ନିଜେ ଯୋଗ ଦେଇଥିଲେ। ସାରା ଓଡ଼ିଆ ଜାତି ପାଇଁ ସେହି ଦିନ ମହତ୍ତ୍ବ ବହନ କରୁଥିବା ବେଳେ ରାଜନୈତିକ ଅଭିସନ୍ଧି ରଖି ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଉପରକୁ ଅଣ୍ଡାମାଡ଼ କରିବା ହୀନ ମାନସିକତା ବୋଲି ସଂଘ କହିଛି । ଯେଉଁମାନେ ଏଭଳି କୁକର୍ମ କରୁଛନ୍ତି ସେମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ସେବାୟତ । ନହେଲେ ଆଗାମୀ ୩ ତାରିଖ ଦିନ ସାରା ରାଜ୍ୟର ସେବାୟତ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଘ ଚେତାବନୀ ଦେଇଛି ।

Leave a Reply