ଜୁନିଅର ହକି ବିଶ୍ବକପ; ପଞ୍ଚମ ଦିନରେ ଗୋଲ ବର୍ଷା କଲା ନେଦରଲାଣ୍ଡ୍ସ

1 min read

ଭୁବନେଶ୍ବର: ନଭେମ୍ବର ୨୪ରୁ ଆରମ୍ଭ ହୋଇଥିବା ଜୁନିଅର ହକି ବିଶ୍ବକପର ଆଜି ହେଉଛି ପଞ୍ଚମ ଦିନ । ପଞ୍ଚମ ଦିନରେ ଦ୍ୱିତୀୟ ମ୍ୟାଚକୁ ହାତେଇଛି ନେଦରଲାଣ୍ଡ୍ସ । ପଞ୍ଚମ ଦିନର ଦ୍ବିତୀୟ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ନେଦରଲାଣ୍ଡ୍ସ ଓ ୟୁନାଇଟେଡ ଷ୍ଟେଟ୍ସ ଅଫ ଆମେରିକା । ତେବେ ଏହି ମ୍ୟାଚରେ ନେଦରଲାଣ୍ଡ୍ସ ପକ୍ଷରୁ ଗୋଲ ବର୍ଷା ହୋଇଥିଲା । ଏହି ମ୍ୟାଚକୁ ନେଦରଲାଣ୍ଡ୍ସ ୧୪-୦ ଗୋଲରେ ନିଜ ନାମରେ କରିଥିଲା ।

ମ୍ୟାଚ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା ନେଦରଲାଣ୍ଡ୍ସ । ପ୍ରଥମ କ୍ବାଟରରେ ନେଦରଲାଣ୍ଡ୍ସ ୪ଟି ଗୋଲ ସ୍କୋର କରି ଆରମ୍ଭରୁ ଆମେରିକାକୁ ବ୍ୟାକଫୁଟରେ ରଖିଥିଲା ନେଦରଲାଣ୍ଡ୍ସ । ସେହିପରି ଭାବରେ ଦ୍ବିତୀୟ କ୍ବାଟରରେ ମଧ୍ୟ ସେହି ଆକ୍ରମଣାତ୍ମକ ପ୍ରଦର୍ଶନ ଜାରି ରଖିଥିଲା ନେଦରଲାଣ୍ଡ୍ସ । ଦ୍ବିତୀୟ କ୍ବାଟର ଶେଷ ସୁଦ୍ଧା ୭-୦ରେ ଆଗୁଆ ରହିଥିଲା ଟିମ୍ ନେଦରଲାଣ୍ଡ୍ସ । ସେହିପରି ତୃତୀୟ କ୍ବାଟର ଶେଷରେ ୧୨-୦ରେ ଆଗୁଆ ରହିଥିବାବେଳେ ଚତୁର୍ଥ କ୍ବାଟର ଶେଷ ସୁଦ୍ଧା ୧୪-୦ରେ ବିଜୟ ହୋଇଥିଲା ଟିମ୍ ନେଦରଲାଣ୍ଡ୍ସ । ନେଦରଲାଣ୍ଡ୍ସ ପକ୍ଷରୁ ବୁକକେନ୍ସ ମିଲେସ ସର୍ବାଧିକ ୫ଟି ଗୋଲ ସ୍କୋର କରିଥିଲେ।

Leave a Reply