ସୋସିଆଲ ମିଡିଆରେ ଭାଇରାଲ ହେଲା ଉତ୍ତରପ୍ରଦେଶ TET ପ୍ରଶ୍ନପତ୍ର

ଲକ୍ଷ୍ନୌ: ସୋସିଆଲ ମିଡିଆରେ ଘୁରି ବୁଲିଲା ପ୍ରଶ୍ନପତ୍ର । ଉତ୍ତର ପ୍ରଦେଶରେ ଶିକ୍ଷକ ଯୋଗ୍ୟତା ପରୀକ୍ଷା ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଘୁରି ବୁଲିଛି । ଯାହା ଫଳରେ ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପୂର୍ବରୁ ହିଁ ବାତିଲ ହୋଇଥିଲା ଏହି ପରୀକ୍ଷା । ଶିକ୍ଷକ ଯୋଗ୍ୟତା ପରୀକ୍ଷା ବାତିଲ ହେବା ପରେ ଉତ୍ତରପ୍ରଦେଶରେ ପ୍ରାୟ ୧୩ ଲକ୍ଷ ପରୀକ୍ଷାର୍ଥୀ ନିରାଶ ହୋଇଛନ୍ତି । ଏହି ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପୂର୍ବରୁ ମଥୁରା, ଗାଜିଆବାଦ ଏବଂ ବୁଲନ୍ଦଶର କିଛି ହ୍ବାଟସ ଆପ ଗ୍ରୁପରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ଯାହା ଫଳରେ ପ୍ରଶାସନ ପରୀକ୍ଷା ବାତିଲ କରିବାକୁ ନିଷ୍ପତି ନେଇଥିଲେ । ଏହି ମାମଲାରେ କିଛି ଲୋକଙ୍କ ଗିରଫ କରାଯାଇଛି । ଏହି ଘଟଣା ପରେ ଉତ୍ତରପ୍ରଦେଶ ଶିକ୍ଷା ମନ୍ତ୍ରୀ ୧ ମାସ ମଧ୍ୟରେ ଏହି ପରୀକ୍ଷା ଆଉ ଥରେ କରାଯିବ ବୋଲି ଆଶ୍ୱସନା ଦେଇଛନ୍ତି ।

 

 

 

 

ସୋସିଆଲ ମିଡିଆରେ ପ୍ରଶ୍ନପତ୍ରର ଫଟୋ ଭାଇରାଲ ହେବାରେ ଲାଗିଥିଲା । ଏହି ଫଟୋରେ ହିନ୍ଦି ଭାଷା ଏବଂ ଚାଇଲ୍ଡ ଡେଭଲପମେଣ୍ଟ ଓ ଟିଚିଂ ଆପ୍ଟିଚ୍ୟୁଡର ପେପର ଭାଇରାଲ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ ବାତିଲ ହୋଇଥିବା ପରୀକ୍ଷା ଏକ ମାସ ମଧ୍ୟରେ ଆଉ ଥରେ ଆୟୋଜିତ ହେବ ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ ସତୀଷ ଦ୍ବିବେଦୀ । ତେବେ ଛାତ୍ରଛାତ୍ରୀମାନଙ୍କ ଠାରୁ ଆଉ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ । ଏଥିସହ ପରୀକ୍ଷା ବାତିଲ ହେବା ପରେ ଛାତ୍ରଛାତ୍ରୀମାନେ ଫେରିବା ସମୟରେ ବସରେ ଆଡମିଟ୍ କାର୍ଡ ଦେଖାଇ ମାଗଣାରେ ଯାଇ ପାରିବେ ବୋଲି ସରକାରଙ୍କ ତରଫରୁ ଘୋଷଣା ହୋଇଛି ।

Leave a Reply