ମୁମ୍ବାଇ ଟେଷ୍ଟ: ନ୍ୟୁଜିଲାଣ୍ଡ ଆଗରେ ୫୪୦ ରନର ବିଜୟ ଲକ୍ଷ୍ୟ

1 min read

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ଓ୍ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯାଉଛି ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ । ଏହି ମ୍ୟାଚରେ ବିଜୟ ପାଇଁ ନ୍ୟୁଜିଲାଣ୍ଡ ଆଗରେ ୫୪୦ ରନର ବିଜୟ ଲକ୍ଷ୍ୟ ରହିଛି । ଦ୍ୱିତୀୟ ମ୍ୟାଚରେ ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଥିଲା ଟିମ୍ ଇଣ୍ଡିଆ । ପ୍ରଥମ ଇନିଂସରେ ଭାରତ ୩୨୫ ରନ କରି ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଓପନର ମୟଙ୍କ ଅଗ୍ରଓ୍ୱାଲ ୧୫୦ ରନ କରିଥିବାବେଳେ ନ୍ୟୁଜିଲାଣ୍ଡ ପକ୍ଷରୁ ଏଜାଜ ପଟେଲ ଏକାକୀ ୧୦ ଓ୍ୱିକେଟ ଅକ୍ତିଆର କରିଥିଲେ । ୩୨୫ ରନରେ ଅଲଆଉଟ ହେବା ପରେ ଭାରତ ନ୍ୟୁଜିଲାଣ୍ଡକୁ ୬୨ ରନରେ ଅଲଆଉଟ କରିଥିଲା । ଯାହାଫଳରେ ଭାରତ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିବା ପୂର୍ବରୁ ୨୬୩ ରନର ଲିଡ୍ ରଖିଥିଲା ।

ତେବେ ଦ୍ୱିତୀୟ ଇନିଂସରେ ଭାରତୀୟ ବ୍ୟାଟ୍ସମ୍ୟାନ ଆକ୍ରମଣାତ୍ମକ ଆରମ୍ଭ କରିଥିଲେ । ଦ୍ୱିତୀୟ ଇନିଂସରେ ଭାରତ ୨୭୬ ରନ କରି ପାଳି ଘୋଷଣା କରିଥିଲା । ଭାରତ ପକ୍ଷରୁ ମୟଙ୍କ ଅଗ୍ରଓ୍ବାଲ ସର୍ବାଧିକ ୬୨ ରନ କରିଥିଲେ । ସେହିପରି ନ୍ୟୁଜିଲାଣ୍ଡ ପକ୍ଷରୁ ଏଜାଜ ପଟେଲ ୪ଟି ଓ୍ବିକେଟ ନେଇଥିବା ବେଳେ ରଚିନ ରବିନ୍ଦ୍ର ୩ଟି ଓ୍ୱିକେଟ ଅକ୍ତିଆର କରିଥିଲେ । ଏହି ମ୍ୟାଚକୁ ଜିତିବାକୁ ହେଲେ ନ୍ୟୁଜିଲାଣ୍ଡକୁ ୫୪୦ ରନର ବଡ଼ ସ୍କୋର ଚେସ୍ କରିବାକୁ ହେବ । ଅନ୍ୟପକ୍ଷରେ ଭାରତକୁ ଏହି ମ୍ୟାଚ ଜିତିବାକୁ ହେଲେ ୧୦ ଓ୍ୱିକେଟ ହାସଲ କରିବାକୁ ପଡ଼ିବ । ଅନ୍ୟପକ୍ଷରେ ରିପୋର୍ଟ ଲେଖା ହେବା ସମୟରେ ନ୍ୟୁଜିଲାଣ୍ଡ ଗୋଟିଏ ଓ୍ୱିକେଟ ବିନିମୟରେ ୩୩ ରନ କରିଛି ।

Leave a Reply