‘ବିରାଟ’ ବ୍ୟବଧାନରେ ଭାରତର ବୃହତ ବିଜୟ

1 min read

ମୁମ୍ବାଇ: ମୁମ୍ବାଇ ଟେଷ୍ଟରେ  । ନ୍ୟୁଜିଲାଣ୍ଡକୁ ୩୭୨ ରନରେ ହରାଇଛି ଟିମ୍ ଇଣ୍ଡିଆ । ଏଥିସହ ସିରିଜକୁ ୧-୦ରେ ଜିତି ନେଇଛି ବିରାଟ ବାହିନୀ । ରନ ବ୍ୟବଧାନ ଦୃଷ୍ଟିକୋଣରୁ ଭାରତର ଏହା ଏକ ବୃହତମ ବିଜୟ । ୫୪୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୧୬୭ ରନ କରିବାକୁ ସକ୍ଷମ ହୋଇଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଡାରେଲ ମିଚେଲ ୬୦ ରନ କରିଥିବା ବେଳେ, ହେନେରୀ ନିକୋଲସ ୪୪ ରନ କରିଥିଲେ ।

ତେବେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ସ୍ପିନରଙ୍କ ମୁକାବିଲା କରିପାରି ନ ଥିଲେ । ରବିଚନ୍ଦ୍ରନ ଅଶ୍ବିନୀ ଓ ଜୟନ୍ତ ଯାଦବ ୪ଟି ଲେଖାଁଏ ଓ୍ବିକେଟ ଅକ୍ତିଆର କରିଥିଲେ । ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୩୨୫ ରନ କରିଥିଲା । ଏହାର ଜବାବରେ ନ୍ୟୁଜିଲାଣ୍ଡ ୬୨ ରନ କରି ଅଲଆଉଟ ହୋଇଥିଲା । ଭାରତ ଦ୍ବିତୀୟ ଇନିଂସରେ ୨୭୬ରେ ଇନିଂସ ଘୋଷଣା କରିଥିଲା । ନ୍ୟୁଜିଲାଣ୍ଡ ଦ୍ବିତୀୟ ଇନିଂସରେ ୧୬୭ ରନ କରିବାକୁ ସକ୍ଷମ ହୋଇଥିଲା ।

Leave a Reply