ପଞ୍ଚମ ଦିନରେ ଗୃହକୁ ଚଳେଇ ଦେଲେନି ବିରୋଧୀ

ଭୁବନେଶ୍ୱର:ଶୀତ ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ଅଚଳ ହେଲା ଗୃହକାର୍ଯ୍ୟ  । ବିରୋଧି ବିଜେପି ଓ କଂଗ୍ରେସର ବିଧାୟକ ମାନେ ହୋ ହଲ୍ଲା ହଟ୍ଟଗୋଳ କରିବା ଦ୍ୱାରା ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇ ପାରିନାହିଁ  । ତେବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି  । ସେପଟେ ଶାସକ ବିଜେଡ଼ିର ବିଧାୟକ ମଧ୍ୟ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧିନତା ସଂଗ୍ରାମ ଘୋଷଣା କରିବା ନେଇ ପ୍ରତିବାଦ କରିଛନ୍ତି  ।

ଗତ ୪ ଦିନରେ ଘଣ୍ଟାଏ ବି ଚାଲିପାରିଲାନି ଗୃହ । ପ୍ରଥମ ଦିନରେ ଶୋକ ପ୍ରସ୍ତାବକୁ ଛାଡି ୪ ମିନିଟ୍ ଚାଲିଥିଲା ଗୃହ । ଦ୍ବିତୀୟ ଦିନରେ ହୋହଲ୍ଲା ହଟ୍ଟଗୋଳ ଭିତରେ ଚାଲିଲା ୧୪ ମିନିଟ୍ । ତୃତୀୟ ଦିନରେ ହଟ୍ଟଗୋଳରେ ଗୃହ ୧୧ ମିନିଟ୍ ଚାଲିଥିବାବେଳେ  ଚତୁର୍ଥ ଦିନରେ ମାତ୍ର ୩ ମିନିଟ୍ ଚାଲିଛି ଗୃହ । ହଟ୍ଟଗୋଳ ଓ ହୋହଲ୍ଲା ଭିତରେ ରାଜ୍ୟର ସ୍ବାର୍ଥକୁ ଭୁଲି ଯାଉଛନ୍ତି ବିଜେପି ଓ କଂଗ୍ରେସ ସଦସ୍ୟ  ।

ବିଧାନସଭାରେ ପ୍ରତିଦିନ ହଟ୍ଟଗୋଳ କରିଚାଲିଛନ୍ତି ବିରୋଧୀ ସଦସ୍ୟ  । ସରକାରଙ୍କ ସ୍ପଷ୍ଟ ଆଭିମୁଖ୍ୟ ସ୍ୱତେ ମଧ୍ୟ  ବିରୋଧୀଙ୍କ ଏଭଳି ବେପାରୁଆ ମନୋଭାବ ବିଧାନସଭାର ମୂଲ୍ୟକୁ କୁଠାରଘାତ କରିଛି  । ବିଧାନସଭା ଚାଲିବାର ଚତୁର୍ଥ ଦିନରେ ମଧ୍ୟ ଗୃହକାର୍ଯ୍ୟ ଅଚଳ ରହିଛି  । ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟରେ ଏଭଳି ଅଭିନବ ପ୍ରତିବାଦର ପ୍ରତିଯୋଗିତା ଭିତରେ ବଳି ପଡ଼ିଯାଉଛି ଓଡ଼ିଶାର ସ୍ୱାର୍ଥ ।

 

Leave a Reply