ଓଡ଼ିଶାର ଐତିହ୍ୟକୁ ଅବହେଳା, ୯୦ରେ ବିଜୁ ବାବୁ ଦାବି କରିଥିଲେ

ଭୁବନେଶ୍ୱର: ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧିନତା ସଂଗ୍ରାମର ମାନ୍ୟତା ଦାବିରେ ବିଜେଡ଼ି ଅଟଳ । ଦେଶର ପ୍ରଥମ ସ୍ବାଧିନତା ସଂଗ୍ରାମ ମାନ୍ୟତା ମିଳୁନଥିବାରୁ କେନ୍ଦ୍ରକୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶ । କେନ୍ଦ୍ରର ଏଭଳି ବୈମାତୃକ ମନୋଭାବ ଓଡ଼ିଶାର ଅସ୍ମିତା ଓ ସ୍ବାଭିମାନକୁ କୁଠାରଘାତ କରିଛି । ୧୯୯୦ ମସିହାରେ ବିଜୁ ପଟ୍ଟନାୟକ ଏହି ଦାବି କରିଥିଲେ ବୋଲି କହିଛନ୍ତି ପ୍ରଣବ  ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାରମ୍ବାର ଏନେଇ କେନ୍ଦ୍ର ନିକଟରେ ଦାବି କରିଆସୁଛନ୍ତି । କିନ୍ତୁ କେନ୍ଦ୍ର ସରକାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେଉନାହାନ୍ତି । ଯାହା ଓଡ଼ିଶା ପ୍ରତି କେନ୍ଦ୍ରର ଆଭିମୁଖ୍ୟ ସ୍ପଷ୍ଟ ହୋଇଛିବୋଲି କହିଛନ୍ତି ବିଜେଡ଼ି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ  ।

ସେପଟେ ବିଜେପି ବିଧାୟକ ବିଷ୍ଣୁ ସେଠୀ କହିଛନ୍ତି, ସଂସଦରେ କେନ୍ଦ୍ର ମନ୍ତ୍ରୀ ଦେଇଥିବା ଉତ୍ତର ଅମୂଳକ । କେବଳ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଏହା କହିଛନ୍ତି । ପ୍ରଧାନମନ୍ତ୍ରୀ କିମ୍ଭା ରାଷ୍ଟ୍ରପତି ଏସମ୍ପର୍କରେ ଅବଗତ ନୁହନ୍ତି । କେନ୍ଦ୍ର ସରକାର ଏନିଷ୍ପତ୍ତିର ପୁନର୍ବିଚାର କରନ୍ତୁ ପ୍ରତିକ୍ରିୟା ରଖିଛନ୍ତି  ବିଷ୍ଣୁ ସେଠୀ । ସେହିଭଳି ପାଇକ ପରିବାରରୁ ଆସିଥିବା ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ମଧ୍ୟ ନିଷ୍ପତ୍ତିର ପୁର୍ନବିଚାର ପାଇଁ ଦାବି କରିଛନ୍ତି  ।

Leave a Reply