କେନ୍ଦ୍ର ବିରୋଧରେ ବିଜେଡିର ପ୍ରତିବାଦ

1 min read

ଭୁବନେଶ୍ୱର: ପୁଣି କେନ୍ଦ୍ରର ଅବହେଳା ପ୍ରସଙ୍ଗରେ ବିଜେଡିର ନାରାବାଜି । ରାଜ୍ୟ ପ୍ରତି କେନ୍ଦ୍ର ଲଗାତାର ଅବହେଳା କରିଆସୁଛି । ଏହି ଅଭିଯୋଗ ନେଇ ଆଜି ବି ବିଧାନସଭା ପରିସରରେ ପ୍ରତିବାଦ କରିଛି ବିଜେଡି । କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି କେନ୍ଦ୍ର ବିଜେପି ସରକାର । ମହାପ୍ରଭୁ ବିଜେପିକୁ ସଦବୁଦ୍ଧି ଦିଅନ୍ତୁ ବୋଲି କହିଛି ବିଜେଡି  ।

ସେହିପରି କେନ୍ଦ୍ରୀୟ ଅବହେଳା ନେଇ ବିଜେଡି ବିଧାୟକମାନେ ଆଜି ପୁଣି ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି । ପ୍ଲା-କାର୍ଡ ଓ ପୋଷ୍ଟର ଧରି ନାରାବାଜି କରିଥିଲେ ବିଜେଡି ସଦସ୍ୟ । ସଠିକ ପ୍ରସଙ୍ଗରେ ଆଲୋଚନା ନକରି ଅପ୍ରସଙ୍ଗ ନେଇ ଅଡି ବସିବା ସହ ବିଧାନସଭା ଚଲାଇ ଦେଉନାହାନ୍ତି ବିରୋଧୀ । ଫଳରେ ମିଳେଇଯାଉଛି ପ୍ରକୃତ ପ୍ରସଙ୍ଗ । ହଟ୍ଟଗୋଳ , ମୁଲତବୀ ଭିତରେ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଚପି ରହିଯାଉଥିବା କହିଛନ୍ତି ବିଜେଡି ବିଧାୟକ  ।

ତୈଳ ଦର ବୃଦ୍ଧି ହେଉ କି ଗ୍ୟାସ ଦର, କିମ୍ବା ଧାନର ଏମଏସପି ବୃଦ୍ଧି । ରାଜ୍ୟ ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ଯୋଗୁ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି । ଏଭଳି ଡ୍ରାମାକୁ ବିଜେଡି ବିରୋଧ କରୁଛି  । ରାଜ୍ୟ ସରକାରଙ୍କ ସକରାତ୍ମକଆଭିମୁଖ୍ୟ ସ୍ୱତେ ବିରୋଧି ଆଲୋଚନାକୁ ଆସୁ ନାହାଁନ୍ତି  । ଉଦ୍ଦେଶ୍ଯ ପ୍ରଣୋଦିତ ଭାବେ ଗୃହକୁ ଚଳାଇ ନଦେବାର ଶପଥ ନେଇଛନ୍ତି  । ଯାହାର ପ୍ରତିବାଦରେ ବିରୋଧ କରିଥିବା କହିଛି ବିଜେଡି  ।

Leave a Reply