ଭିମସାରରେ ଡେଲଟା ଭାରିଆଣ୍ଟ ଚିହ୍ନଟ, ସୂଚନା ଦେଲେ ଡିନ୍

ସମ୍ବଲପୁର: ବୁର୍ଲା ଭିମସାରରେ ପ୍ରବେଶ କରିଛି ଡେଲଟା ଭାରିଆଣ୍ଟ । ଆସିଲା ଜେନମ ସିକ୍ବେନ୍ସିଂ ରିପୋର୍ଟ। ୨ଜଣଙ୍କର ଡେଲଟା ଭାରିଏଣ୍ଟ ଚିହ୍ନଟ ହୋଇଥିବା ସୂଚନା ଦେଲେ ଭୀମସାର ଡିନ୍ ଜୟଶ୍ରୀ ଦୋରା । ପୂର୍ବରୁ ୫୬ ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨୧ ଜଣ ଛାତ୍ରଛାତ୍ରୀଙ୍କ ସ୍ୱାବ ନମୁନା ସଂଗ୍ରହ କରି ଜେନମ ସିକ୍ବେନ୍ସିଂ ପାଇଁ ଆଇଏଲଏସକୁ ପଠାଯାଇଥିଲା ।

ବର୍ତ୍ତମାନ ଯେଉଁଭଳି ଭାବେ ସମଗ୍ର ବିଶ୍ୱରେ ଓମିକ୍ରନ ଭାରିଆଣ୍ଟ ବ୍ୟାପିବାରେ ଲାଗିଛି, ତାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି  । ଭାରତରେ ମଧ୍ୟ ଓମିକ୍ରନ ମାମଲା ବଢିବାରେ ଲାଗିଛି  । ଏଭଳି ସ୍ଥିତିରେ କୋଭିଡ ଆକ୍ରାନ୍ତ ହୋଇଥିବା ଛାତ୍ରଛାତ୍ରୀଙ୍କ  ସିକ୍ବେନ୍ସିଂ ପରୀକ୍ଷା ପାଇଁ ଆଇଏଲଏସ ପଠାଯାଇଥିଲା  । ତେବେ  ନୂତନ ଭାରିଆଣ୍ଟ ଲକ୍ଷଣ ଥିବା ସନ୍ଦେହ କରି ଏହି ସ୍ୱାବ ସଂଗ୍ରହ କରି ପଠାଯାଇଥିଲା । ଏଥିରୁ ଦୁଇଜଣଙ୍କ ଠାରେ ଡେଲଟା ଭାରିଏଣ୍ଟ ଚିହ୍ନଟ ହୋଇଛି  ।

Leave a Reply