ବଳି ପଡୁଛି ସ୍ୱାର୍ଥ, ଅଚଳ ଦାବିରେ ବିରୋଧୀ

ଭୁବନେଶ୍ୱର: ଆଜି ବିଧାନସଭା ଶୀତ ଅଧିବେଶନର ଷଷ୍ଠ ଦିନ ଥିଲା  । ପଞ୍ଚାୟତିରାଜ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଉପରେ ପ୍ରଶ୍ନକାଳ ରହିଥିଲା । କିନ୍ତୁ ବିରୋଧି କଂଗ୍ରେସ ଓ ବିଜେପି ଗୃହ ଆରମ୍ଭରୁ ହୋ ହଲ୍ଲା ଓ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ । ବାଚସ୍ପତିଙ୍କ ଅନୁରୋଧ ପରେ ମଧ୍ୟ ଗୃହ ଚଳାଇବା ସମ୍ଭବପର ହୋଇନଥିଲା । ପ୍ଲାକାର୍ଡ ଓ ଫ୍ଲେକ୍ସ ଧରି ବାଚସ୍ପତିଙ୍କ ପୋଡ଼ିୟମ ପାଖକୁ ଚାଲିଯାଇଥିଲେ ଉଭୟ କଂଗ୍ରେସ ଓ ବିଜେପିର ବିଧାୟକ । ତେଣୁ  ଅପରାହ୍ନ ୪ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବି କରିଛନ୍ତି  ।

ମମିତା ମେହେର ପ୍ରସଙ୍ଗରେ ଘଣ୍ଟ ବଜାଇ ଗୃହରେ ପାଣି ଛିଞ୍ଚି ଗୃହକୁ ବିଶୋଧନ କରିବାର ଏକ ହାଇଡ୍ରାମା ଦେଖିବାକୁ ମିଳିଥିଲା ।  ଗୃହରେ ଯେ କୌଣସି ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଥିବା ବେଳେ ବିରୋଧୀ କିନ୍ତୁ ଗୃହ ଚଳାଇବା ସପକ୍ଷରେ ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିବୃତି ଏବଂ ସରକାର ଆଲୋଚନା ପାଇଁ ସକରାତ୍ମକ ଆଭିମୁଖ୍ୟ ପୋଷଣ କରୁଥିବାବେଳେ ବିରୋଧିଙ୍କ ଏଭଳି ହୀନ ରାଜନୈତିକ ଉଦ୍ଦେଶ୍ୟ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଛି ।

ତେଣୁ ମୋଟ ୬ ଦିନ ହେବ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିବା ସ୍ୱତେ ମଧ୍ୟ ଘଣ୍ଟାଏ ଚାଲିପାରିନି ଗୃହ । ଗତକାଲି ସର୍ବଦଳୀୟ ବୈଠକ ବସିଥିଲା । କିନ୍ତୁ ତାହା ସଫଳ ହୋଇନାହିଁ ।ଏପରି ସ୍ଥିତିରେ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇପାରୁନାହିଁ  । ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକଙ୍କ ହୀନ ଉଦ୍ୟମକୁ ଅନ୍ୟପଟେ ବିଜେଡି ଦଳର ନେତୃତ୍ୱ ନିନ୍ଦା ପ୍ରକତଟ କରିଛନ୍ତି  ।

Leave a Reply