spot_img
Home Blog Page 4966

ନୂଆପଡ଼ାରେ ଭୁଶୁଡ଼ୁଛି ମାଓଗଡ଼: ସିଆରପିଏଫ୍‌କୁ ଧନ୍ୟବାଦ ଦେଲେ ପୋଲିସ ଡିଜି

ନୂଆପଡ଼ା: ଜିଲ୍ଲାରେ ଭୁଶୁଡୁଛି ମାଓଗଡ଼ । ଏଥିପାଇଁ ପୋଲିସ ଓ ସିଆରପିଏଫକୁ ଧନ୍ୟବାଦ ଦେଲେ ପୋଲିସ ଡିଜି ଅଭୟ । ପୋଲିସ ଡିଜି ଅଭୟ ଆଜି ଦିନିକିଆ ନୂଆପଡ଼ା ଗସ୍ତରେ ଯାଇ ଖରିଆର ରୋଡ୍‌ ଏୟାର ଷ୍ଟ୍ରିପରେ ଓହ୍ଲାଇଥିଲେ ।

ଏସପି କାର୍ଯ୍ୟାଳୟରେ ପହଞ୍ଚି ଏସପି ପ୍ରତ୍ୟୁଷ ଦିବାକର ଓ ଉତ୍ତର ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତଙ୍କ ସହ ସେ ଆଲୋଚନା କରିଛନ୍ତି । ପରେ ସୁନାବେଡ଼ା ଅଞ୍ଚଳ ଗସ୍ତ କରିଛନ୍ତି ଡିଜିପି । CRPF କ୍ୟାମ୍ପ ଓ ଅଭୟାରଣ୍ୟ ପରଦର୍ଶନ କରିଛନ୍ତି ଅଭୟ । ଓଡ଼ିଶା-ଛତିଶଗଡ଼ ସୀମାରେ ସୁରକ୍ଷା ବ୍ୟବସ୍ଥାର କରିବେ ଏରିଏଲ ସର୍ଭେ । ନୂଆପଡ଼ା ପରେ ବୌଦ୍ଧ ଜିଲ୍ଲା ଗସ୍ତରେ ଯିବେ ପୋଲିସ ଡିଜି ଅଭୟ ।

ଏଥିସହିତ ପଢ଼ନ୍ତୁ: ୮ ମାସ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ କଙ୍କାଳ: ୫ ଜଣଙ୍କୁ ଗିରଫ କଲା ପୋଲିସ

୮ ମାସ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ କଙ୍କାଳ: ୫ ଜଣଙ୍କୁ ଗିରଫ କଲା ପୋଲିସ

ଲମତାପୁଟ: ୮ ମାସ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ କଙ୍କାଳ । କୋରାପୁଟ ଜିଲ୍ଲା ଲମତାପୁଟ ଡୁମୁରିବାରି ଗାଁର ଦାସ ହନ୍ତାଳଙ୍କ କଙ୍କାଳ ଉଦ୍ଧାର କରିଛି ପାଡୁଆ ଥାନା ପୋଲିସ । ତାଙ୍କୁ ହତ୍ୟା ପାଇଁ ସୁପାରି ଦେଇଥିବା ମୁଖ୍ୟ ଅଭିଯୁକ୍ତ ଶିବ ଖରା ସହ ୫ଜଣଙ୍କୁ ପୋଲିସ ଗିରଫ କରିଛି । ଗତ ମାର୍ଚ୍ଚ ମାସରେ ଦାସ ହନ୍ତାଳ ନିଖୋଜ ହୋଇଯାଇଥିଲେ । ରାଜନୀତିରେ ସକ୍ରିୟ ଥିବା ସହ କଣ୍ଟ୍ରାକ୍ଟର ଥିଲେ ଦାସ ହନ୍ତାଳ । ତାଙ୍କୁ ମାଓବାଦୀ ଉଠାଇ ନେଇଥିବା ପରିବାର ସନ୍ଦେହ କରିଥିଲେ । ଭୟରେ ପୋଲିସକୁ ଜଣାଇନଥିଲେ । ୩ ମାସ ଅପେକ୍ଷା କରିବା ପରେ ଜୁନ୍‌ ମାସରେ ଥାନାରେ ଏତଲା ଦେଇଥିଲେ ପରିବାର ଲୋକ ।

ତଦନ୍ତ ବେଳେ ଶିବ ଖରା ସହ ଦାସ ହନ୍ତାଳଙ୍କ ଶତ୍ରୁତା କଥା ଜାଣିବାକୁ ପାଇଥିଲା ପୋଲିସ । ଗତକାଲି ପୋଲିସ ଶିବ ଖରାକୁ ଉଠାଇ ନେଇ ପଚରାଉଚରା ବେଳେ ସତ ଉଗାରିଥିଲା ଶିବ । ପୂର୍ବ ଶତ୍ରୁତାରୁ ଦାସ ହତ୍ୟା କରାଯାଇଥିବା ଏସଡିପିଓ ସୂଚନା ଦେଇଛନ୍ତି । କିଛି ଯୁବକଙ୍କୁ ସୁପାରି ଦେଇ ଲକ୍ଷେ ଟଙ୍କାରେ ଡିଲ୍ ଫାଇନାଲ୍ କରିଥିଲା ଶିବ । ମେ ମାସରେ ୬୦ ହଜାର ଟଙ୍କା ଦେଇଥିଲା । ୫ ଯୁବକ ଦାସ ହନ୍ତାଳଙ୍କୁ ହତ୍ୟା କରି ଡୁମୁରିବାରି ଜଙ୍ଗଲରେ ପୋତିଦେଇଥିଲେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପାଡୁଆ ପୋଲିସ ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏଟ କରିବା ସହ କଙ୍କାଳ ଉଦ୍ଧାର କରିଛି । ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ଆସନ୍ତା ୧୦ ତାରିଖରୁ ରାଜ୍ୟରେ ବଢ଼ିବ ଶୀତ: ୨ରୁ୩ ଡିଗ୍ରୀ କମିବ ତାପମାତ୍ରା

 

ବିଜେପି ସଭାରେ ହଟହଟା ହେଲେ ବିଜେପି ସାଂସଦ ବସନ୍ତ ପଣ୍ଡା: ଅଞ୍ଚଳରେ ପୂରାଇଦେଲେନି ମହାଲିଙ୍ଗ ଗ୍ରାମବାସୀ

ଧର୍ମଗଡ଼: ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କୁ ମହାଲିଙ୍ଗବାସୀ ତୀବ୍ର ବିରୋଧ । ଫେଲ୍ ମାରିଲା ବିଜେପିର ମାଇଲେଜ୍ ରାଜନୀତି । ବିଜେପି ସଭାରେ ହଟହଟା ହୋଇଛନ୍ତି ବିଜେପି ସାଂସଦ ବସନ୍ତ ପଣ୍ଡା । ଅପ୍ରସଙ୍ଗକୁ ସବୁବେଳେ ପ୍ରସଙ୍ଗ କରୁଥିବା ବିଜେପିକୁ ପୁଣିଥରେ ହିନସ୍ତା ହେବାକୁ ପଡିଛି । କଳାହାଣ୍ଡି ସାଂସଦଙ୍କୁ ଅଞ୍ଚଳରେ ପୂରାଇ ଦେଲେନି ଲୋକ । ନିର୍ବାଚନ ଜିତିବାର ଏତେଦିନ ପରେ କଳାହାଣ୍ଡି ଯାଇଥିବାରୁ ପ୍ରଶ୍ନବାଣରେ ଘେରିଲେ ଜନସାଧାରଣ । ଏତେ ଦିନ କେଉଁଠି ଥିଲ ବୋଲି ପ୍ରଶ୍ନ କରିଛନ୍ତି ମହାଲିଙ୍ଗବାସୀ ।

୨୦୧୯ ନିର୍ବାଚନ ଜିତିବା ପେର ଅଞ୍ଚଳରେ ବିକାଶ ଓ ଶିକ୍ଷାର ଉନ୍ନତି ପାଇଁ କିଛିବି କରିନାହାନ୍ତି । କିନ୍ତୁ ମହାଲିଙ୍ଗ କଲେଜକୁ ବଦନାମ କରିବାକୁ ବାରମ୍ବାର ବିବାଦୀୟ ମନ୍ତବ୍ୟ ଦେଉଛନ୍ତି ବିଜେପି ନେତା । ଏଭଳି ପ୍ରଶ୍ନରେ ଉତକ୍ଷୀପ୍ତ ହୋଇ ବସନ୍ତ ପଣ୍ଡା ସ୍ଥାନୀୟ ଲୋକଙ୍କ ସହ ଯୁକ୍ତିତର୍କ କରିଥିଲେ । ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାକୁ ମହାଲିଙ୍ଗ ଅଞ୍ଚଳର ଲୋକ ତୀବ୍ର ବିରୋଧ କରିଛନ୍ତି । ଗତକାଲି ଏକ ଭିଡିଓ ବାର୍ତ୍ତା ଜାରି କରି ମମିତାଙ୍କ ପରିବାର ଏହାକୁ ନେଇ ରାଜନୀତି ନକରିବାକୁ ଅନୁରୋଧ କରିଥିଲେ ।

ମମିତା ଜଣେ ଭଲ ଝିଅ ଥିଲେ । ଏବଂ ମୃତ୍ୟୁକୁ ନେଇ ତାଙ୍କର ଚରିତ୍ର ସଂହାର କରାନଯାଉ । ପୋଲିସ ସଠିକ ଦିଗରେ ତଦନ୍ତ କରୁଛି । ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ଫାଷ୍ଟ୍ରାକ୍ କୋର୍ଟରେ ବିଚାର କାରଯାଇ ମାମଲାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦିଆଯିବା ବୋଲି ଉତ୍ତରାଞ୍ଚଳ ଡିଆଇଜି କହିବା ପରେ ପରିବାର ପକ୍ଷରୁ ରାଜନୀତି ନକରିବାକୁ ସବୁ ରାଜନୈତିକ ଦଳକୁ ଅନୁରୋଧ କରାଯାଇଥିଲା । ତଥାପି ବ୍ୟକ୍ତିଗତ ସ୍ୱାର୍ଥ ଓ ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି କଳାହାଣ୍ଡି ସାଂସଦ ମହାଲିଙ୍ଗରେ ଯେଉଁଭଳି ଆଚରଣ କଲେ ତାକୁ ବିଭିନ୍ନ ଅଞ୍ଚଳରେ ନିନ୍ଦା କରାଯାଇଛି ।

ଏଲପିଜି ସିଲିଣ୍ଡର ଦର ହ୍ରାସ କରିବାକୁ ମୁଁ କେନ୍ଦ୍ର ସରକାରଙ୍କୁ ଅପିଲ୍ କରିବି: ମେନକା ଗାନ୍ଧୀ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁଲତାନପୁରର ଭାରତୀୟ ଜନତା ପାର୍ଟିର ସାଂସଦ ମେନକା ଗାନ୍ଧୀ ଚାରି ଦିନ ପାଇଁ ତାଙ୍କ ସଂସଦୀୟ କ୍ଷେତ୍ର ଗସ୍ତରେ ଅଛନ୍ତି । ଏହି ଗସ୍ତ ସମୟରେ ପେଟ୍ରୋଲ-ଡିଜେଲ ଉପରେ ଏକ୍ସସାଇଜ ଟ୍ୟାକ୍ସ କମାଇବା ପାଇଁ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ସ୍ବାଗତ କରିଛନ୍ତି । ଏଥିସହ ଏଲପିଜି ସିଲିଣ୍ଡରର ଦର୍ କମ୍ କରିବାକୁ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି ମେନକା ଗାନ୍ଧୀ ।

ମେନକା ଗାନ୍ଧୀ କହିଛନ୍ତି କି କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଉପରୁ ଏକ୍ସସାଇଜ ଟ୍ୟାକ୍ସ କମାଇବା ପରେ ପେଟ୍ରୋଲ-ଡିଜେଲ ଦର କମିଛି । କିନ୍ତୁ ଏବେ ମୋଦି ସରକାର ଏଲପିଜି ସିଲିଣ୍ଡରର ଦର କମ କରିବାକୁ ଚେଷ୍ଟା କରନ୍ତୁ ବୋଲି କହିଛନ୍ତି ମେନକା । ମେନକା ଗାନ୍ଧୀ ତାଙ୍କ ସଂସଦୀୟ କ୍ଷେତ୍ର ସୁଲତାନପୁରରେ ଏକ କାର୍ଯ୍ୟକ୍ରମରେ ସେ ଏହି କଥା କହିଥିଲେ । ସେ ଆହୁରି କହିଛନ୍ତି ଯେ ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସସାଇଜ ହ୍ୟୁଟି ହ୍ରାସ କରାଯାଇଛି । ଏହାପରେ ବିଜେପି ଶାସିତ ରାଜ୍ୟମାନରେ ମଧ୍ୟ ଭାଟ୍ ହ୍ରାସ କରିଛନ୍ତି । ଯାହାଫଳରେ ଏହାର ପ୍ରଭାବ ସିଧାସଳଖ ସାଧାରଣ ଜନତାଙ୍କୁ ଉପକୃତ କରଛି । ଏହି ସମୟରେ ମେନକା ଗାନ୍ଧୀ ମଧ୍ୟ ଭାରତୀୟ ଜନତା ପାର୍ଟିର ଦେହଲି ବଜାର ଟାଉନସିପର ସଦସ୍ୟତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ମେନକା ଗାନ୍ଧୀ କହିଛନ୍ତି ଯେ ଆମେ ଇସୁଲି ବିଧାନସଭା ଜିତିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବୁ । ମୁଁ ଯେଉଁଆଡେ ଯାଉଛି ସେଠାରେ ସଦସ୍ୟତା ସୃଷ୍ଟି କରୁଛି । ୧୦୦ ଦିନରେ ୧୦୦ଟି ପୋଗ୍ରାମ କରିବୁ । କିନ୍ତୁ ଜିତିବାକୁ ହେଲେ ଆମକୁ ଏକ ବ୍ଲୁ ପ୍ରିଣ୍ଟ୍ କରିବାକୁ ପଡ଼ିବ ବୋଲି କହିଛନ୍ତି ମେନକା ଗାନ୍ଧୀ । ସେ ଆହୁରି କହିଛନ୍ତି କି ଆମକୁ ନିର୍ବାଚନ ଜିତିବାକୁ ପଡ଼ିବ ।  ଆମ ପାଖରେ ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତା ଅଛନ୍ତି । କିନ୍ତୁ ଜିଲ୍ଲା ପରିଷଦ ଭୋଟରେ ଗୋଟିଏ ବି ସିଟ୍ ଆମେ ଜିତି ପାରିନଥିଲୁ । ଯଦି କେବଳ ଆମ ବିଜେପି ଲୋକ ଭୋଟ ଦେଇଥାନ୍ତେ ତେବେ ଆମେ ବିଜୟ ଲାଭ କରିଥାନ୍ତୁ  ବୋଲି କହିଛନ୍ତି ମେନକା ଗାନ୍ଧୀ ।

 

ଭାଇରାଲ ହେଉଛି ସୋନମଙ୍କ ଟ୍ରାଡିସନାଲ୍ ଲୁକ୍: ଫଟୋ ଦେଖି କିଛି ଏଭଳି କହିଲେ ସ୍ୱାମୀ ଆନନ୍ଦ ଅହୁଜା

ଇଂଲଣ୍ଡ: ବଲିଉଡ୍ ସୁପରଷ୍ଟାର ଅନିଲ କପୁରଙ୍କ ଅଲିଅଳି ଝିଅ ସୋନମ କପୁର ନିଜ ୟୁନିକ ଏବଂ ଷ୍ଟାଇଲିଷ୍ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାର ଥାନ୍ତି  । କେତେବେଳେ ୱେଷ୍ଟର୍ନ ତ କେତେବେଳେ ଇଣ୍ଡିଆନ ଲୁକରେ ଦେଖାଯାଅନ୍ତି  । ତାଙ୍କର ଏହି ଭେରିଏସନ ପାଇଁ ଫ୍ୟାସନ ୱାର୍ଡରେ ତାଙ୍କୁ ଫ୍ୟାସନ ଆଇକନ ଭାବେ ମାନନ୍ତି  । ସୋନମଙ୍କ ସ୍ୱତନ୍ତ୍ରତା ସମସ୍ତଙ୍କୁ ପସନ୍ଦ ଆସେ  । ନିଜ ବୋଲ୍ଡ ଲୁକରେ ସେ ଯେତେ ଗ୍ରେସଫୁଲ୍ ଦେଖାଯାନ୍ତି ନିଜ ଟ୍ରାଡିସନାଲ ଲୁକରେ ବି ସିଏ ସେତେ କନଫିଡେଣ୍ଟ ଦେଖାଥାନ୍ତି  ।  ପୁଣି ଥରେ ଏଭଳି କିଛି ଟ୍ରାଡିସନାଲ ଲୁକରେ ଦେଖିବାକୁ ମିଳୁଛି ସୋନମଙ୍କୁ  ।

ଦୀପାବଳି ଏଭଳି ଏକ ଉତ୍ସବ ଯେଉଁଠାରେ ଇଣ୍ଡିଆନ ଲୁକ୍ ପିନ୍ଧିବାକୁ ସମସ୍ତେ ପସନ୍ଦ କରନ୍ତି  । ଆଉ ଏଭଳି ସୁଯୋଗକୁ କେହି ହାତଛଡ଼ା କରନ୍ତି ନାହିଁ  । ସେଥିରୁ ଫିଲ୍ମ ଷ୍ଟାର ବାଦ ପଡ଼ିବେ କେମିତି । ଷ୍ଟାରମାନଙ୍କୁ ଫେସଟିଭ୍ ଲୁକରେ ଦେଖିବାକୁ ସମସ୍ତେ ଆଗଭର ଥାନ୍ତି  । ଚଳିତ ଦୀପାବଳିରେ ସୋନମଙ୍କର ଏହି ଟ୍ରାଡିସନାଲ ଲୁକ୍ ସମସ୍ତଙ୍କୁ ପସନ୍ଦ ଆସିବା ସହ ତାଙ୍କ ଫ୍ୟାନ୍ସମାନେ ପ୍ରଶଂସା ମଧ୍ୟ କରିଛନ୍ତି  ।

ଦୀପାବଳିରେ ସୋନମ ଅନାରକଲି ସୁଟରେ ନିଜ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ  । ସେ ବର୍ତ୍ତମାନ ଲଣ୍ଡନରେ ଥିବାବେଳେ ଚଳିତ ବର୍ଷ ସେ ସେଠାରେ  ନିଜ ସ୍ୱାମୀ ଆନନ୍ଦଙ୍କ ସହ ଦୀପାବଳି ପାଳିଛନ୍ତି  । ସୋନମଙ୍କର ଏହି ଏମବ୍ରୋଡରି ଆଉଟଫିଟ ଡିଆଇନର ହେଉଛନ୍ତି ଅବୁ ଜାନୀ ସନ୍ଦିପ ଖୋସଲା  । ଯିଏ କି ଜଣେ ଫେମସ୍ ଫ୍ୟାସନ ଡିଜାଇନର୍  । ସୋନମଙ୍କର ଏହି ଲୁକରେ ତାଙ୍କ ସ୍ୱାମୀ ମଧ୍ୟ କମେଣ୍ଟ ଦେଇଥିବା ଜଣାପଡ଼ିଛି  ।

sonam kapoor looks beautiful in of white anarkali kurta set diwali photos anand ahuja

 

ବ୍ଲାକଲିଷ୍ଟ ପେଗାସସ୍ ସ୍ପାଏଓ୍ବେର ନିର୍ମାତା NSO ସହ ସମ୍ପର୍କ ଛିନ୍ନ କଲା ଇସ୍ରାଏଲ୍

ଜେରୁସଲମ: ସ୍ପାଏଓ୍ବେର ପେଗାସସ ଲାଗି ବଢିଲା ଅଡୁଆ । ଇସ୍ରାଏଲର ଏନଏସଓ ଗ୍ରୁପ ଆମେରିକା ଦ୍ବାରା କଳାତାଲିକାଭୁକ୍ତ ହେବା ପରେ ଇସ୍ରାଏଲ ସରକାର ଏହି ସଂସ୍ଥା ସହ ସମ୍ପର୍କ ଛିନ୍ନ କରିଛନ୍ତି । ବିଶ୍ବର ଅନେକ ରାଷ୍ଟ୍ରରେ ଏହି ସଫ୍ଟଓ୍ବେର ଦ୍ବାରା ଫୋନ ହ୍ୟାକ ଅଭିଯୋଗ କ୍ରମେ ଇସ୍ରାଏଲ ସରକାର ଏହି ପଦକ୍ଷେପ ନେଇଛନ୍ତି । ଗତ ଜୁଲାଇରେ ୧୭ଟି ଗଣମାଧ୍ୟମ ସଂସ୍ଥା ଦ୍ବାରା କରାଯାଇଥିବା ଅନୁସନ୍ଧାନରେ କୁହାଯାଇଛି ଯେ ଏନଏସଓର ପେଗାସସ ସଫ୍ଟଓ୍ବେର ଜରିଆରେ ବିଚାରପତି, ସାମ୍ବାଦିକ, ନେତା, ମନ୍ତ୍ରୀ, କୂଟନୀତିଜ୍ଞ ପ୍ରମୁଖଙ୍କ ଫୋନ ହ୍ୟାକିଂ ନେଇ ରିପୋର୍ଟ ପ୍ରକାଶିତ ହେବା ପରେ ବିଶ୍ବରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରାଳୟଠାରୁ ଲାଇସେନ୍ସ ହାସଲ ପାଇବା ପରେ ଏନଏସଓ କମ୍ପାନି ବିଦେଶକୁ ଏହି ସଫ୍ଟଓ୍ବେର ରପ୍ତାନି କରୁଥିଲା ।

ଏହି ସଫ୍ଟଓ୍ବେରର ବ୍ୟାପକ ଅପବ୍ୟବହାର ଅଭିଯୋଗ ପ୍ରକାଶ ପାଇବା ପରେ ଏହି କମ୍ପାନି ସହ ସରକାର ସମ୍ପର୍କ ଛିନ୍ନ କରିଛନ୍ତି ବୋଲି କହିଛନ୍ତି ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ୟାର ଲାପିଡ । ଲାପିଡ ଏକ ସାମ୍ବାଦିକ ସମ୍ମିଳନୀରେ କରି କହିଛନ୍ତି କି ଏନଏସଓ ଏକ ଘରୋଇ କମ୍ପାନୀ । ଏହା ଏକ ସରକାରୀ ପ୍ରକଳ୍ପ ନୁହେଁ । ଇସ୍ରାଏଲ ସରକାରଙ୍କ ନୀତି ସହ ଏହାର କୌଣସି ସମ୍ପର୍କ ନାହିଁ । ମୁଁ ଭାବୁନାହିଁ ଯେ ଦୁନିଆରେ ଆଉ ଅଛି ଯାହାର ସାଇବର ଯୁଦ୍ଧ ଅନୁଯାୟୀ ଏପରି କଠୋର ନିୟମ ରହିଛି ଏବଂ ଏହା ଇସ୍ରାଏଲ ଅପେକ୍ଷା ସେହି ନିୟମକୁ ଅଧିକ ଲାଗୁ କରୁଛି । ଗତ ବୁଧବାର ଆମେରିକାର ବାଣିଜ୍ୟ ବିଭାଗ ପକ୍ଷରୁ ଏନଏସଓ କମ୍ପାନୀକୁ କଳାତାଲିକାଭୁକ୍ତ କରାଯାଇଥିଲା । ସରକାରୀ ନିୟମର ଉଲ୍ଲଂଘନ କରି ଏହି କମ୍ପାନି ବିଭିନ୍ନ ହ୍ୟାକିଂ ଟୁଲ୍ ବିକ୍ରି କରିଥିବା ନେଇ ଅଭିଯୋଗ ହୋଇଥିଲା । କେବଳ ଆଇନସମ୍ମତ ସଂସ୍ଥା ଓ ଗୁଇନ୍ଦା ସଂସ୍ଥାକୁ ବିକ୍ରି କରିବା ଲାଗି ନିୟମ ଥିବା ସତ୍ତ୍ବେ ଏନଏସଓ ଏହି ନିୟମର ଉଲ୍ଲଂଘନ କରିଥିଲା । ଆମେରିକା ତାଲିକାରେ ଏହାର ଅନ୍ତର୍ଭୁକ୍ତ, ଆମେରିକାର ଜାତୀୟ ସୁରକ୍ଷା କିମ୍ବା ବୈଦେଶିକ ନୀତିର ସ୍ବାର୍ଥ ବିରୋଧରେ କାର୍ଯ୍ୟକଳାପରେ ଜଡିତ ହେବା ଅର୍ଥ ହେଉଛି ଯେ ଆମେରିକାର ପ୍ରତିପକ୍ଷଙ୍କଠାରୁ ସେମାନଙ୍କୁ ରପ୍ତାନି ସୀମିତ ଅଟେ । ଆମେରିକା ନିଷ୍ପତି ଦ୍ବାରା ଏହା ନିରାଶ ହୋଇଛି ଏବଂ ଏହା ସରକାରୀ ସଂସ୍ଥା ସହିତ ଚକ୍ତିନାମାକୁ ସମାପ୍ତ କରିଛି ଯାହା ଅପରାଧ ବିରୋଧରେ ଲଢ଼ୁଥିବା କର୍ତ୍ତୁପକ୍ଷଙ୍କୁ ଆତଙ୍କବାଦ ମୁକାବିଲା କରିବାରେ ବୈଧ ଉପକରଣ ଭାବରେ ପ୍ରୋତ୍ସାହିତ କରୁଛି ।

 

ଇଂଲଣ୍ଡ ପାଇଁ ବଢ଼ିଲା ଅଡୁଆ; ଆହାତ କାରଣରୁ ଟି-୨୦ ବିଶ୍ବକପରୁ ବାଦ୍ ପଡ଼ିପାରନ୍ତି ରୟ

ଦୁବାଇ: କ୍ରିକେଟ ପଡ଼ିଆରେ ଦୁର୍ଘଟଣା ହେବା ସାଧାରଣ କଥା । ତେବେ ଏମିତି କିଛି ଦୁର୍ଘଟଣା ଗତକାଲି ଦେଖିବାକୁ ମିଳିଥିଲା । ଗତକାଲି ଇଂଲଣ୍ଡ-ସାଉଥ ଆଫ୍ରିକା ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା । ସେମିଫାଇନାଲ ଯିବା ପାଇଁ ଉଭୟ ଦଳ ଚେଷ୍ଟା କରୁଥିଲେ । ଏହି ମ୍ୟାଚରେ ସାଉଥ ଆଫ୍ରିକା ବିଜୟଲାଭ କରିବା ପରେ ବି ନେଟ ରନରେଟ ପାଇଁ ସେମିଫାଇନାଲ ଟିକେଟ ହାସଲ କରିପାରିନଥିଲା ତେବେ ଏହି ମ୍ୟାଚରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହା ଦର୍ଶକଙ୍କୁ ଭାବପ୍ରବଣ କରିଥିଲା । ଇଂଲଣ୍ଡର ଓପନର ବ୍ୟାଟ୍ସମ୍ୟାନ ଆଘାତ କାରଣରୁ ପଡ଼ିଆରେ ଛଟପଟ ହେଉଥିବାର ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ସବୁ ଦର୍ଶକ ଭାବ ପ୍ରବଣ ହୋଇଯାଇଥିଲେ । ସାଉଥ ଆଫ୍ରିକା ଇଂଲଣ୍ଡ ଆଗରେ ୧୯୦ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଇଂଲଣ୍ଡ ଦଳ ମଧ୍ୟ ଦମଦାର ଆରମ୍ଭ କରିଥିଲେ ଜେସନ ରୟ ଓ ଜୋଶ ବଟଲର ଧୂଆଁଧାର ବ୍ୟାଟିଂ କରିଥିଲେ । ଉଭୟ ବ୍ୟାଟ୍ସମ୍ୟାନ ୪ ଓଭରରେ ୩୭ ରନ କରିଥିଲେ ।

ତେବେ ସାଉଥ ଆଫ୍ରିକା ପକ୍ଷରୁ କେଶବ ମହାରାଜା ପଞ୍ଚମ ଓଭର ବୋଲିଂ କରିବାକୁ ଆସିଥିଲେ । କେଶବ ମହାରାଜାଙ୍କ ପ୍ରଥମ ବଲରରେ ବଟଲର ଏକ ସଟ ମାରି ରନ ପାଇଁ ଦୌଡିଥିଲେ । ରୟ ମଧ୍ୟ ରନ ପାଇଁ ଦୌଡିଥିଲେ ।  କିନ୍ତୁ ରନ ନେଇ ଷ୍ଟମ୍ପ ପଛରେ ପଡ଼ିଯାଇଥିଲେ ରୟ ।  ପରେ ବହୁ ଚେଷ୍ଟା ପରେ ମଧ୍ୟ ଆଉ ଛିଡା ହୋଇପାରିନଥିଲେ ସେ । ତେବେ ଆହାତ କାରଣରୁ ଚଳିତ ବିଶ୍ବକପରୁ ବାହାରି ଯିବା ଆଶଙ୍କାରେ ପଡ଼ିଆ ମଝିରେ କାନ୍ଦିବାକୁ ଲାଗିଥିଲେ ରୟ । ଇଂଲଣ୍ଡ ଦଳର ଫିଜିଓ ଏହାପରେ ତାଙ୍କ ଚେକଅପ କରି ପଡ଼ିଆ ବାହାରକୁ ନେଇଯାଇଥିଲେ ।

ତେବେ ଏହି ଘଟଣା ପରେ ଆଉ ବ୍ୟାଟିଂ କରିବାକୁ ଆସିନଥିଲେ ରୟ । କିନ୍ତୁ ମ୍ୟାଚ ପରେ ସାଥୀ ଖେଳାଳିଙ୍କ ସହୟତାରେ ସାଉଥ ଆଫ୍ରିକା ଖେଳାଳିଙ୍କ ସହ ହାତ ମିଳାଉଥିବାର ନଜର ଆସିଥିଲେ । ତେବେ ଏବେ ରୟଙ୍କ ମେଡିକାଲ ରିପୋର୍ଟକୁ ଅପେକ୍ଷା କରାଯାଇଛି ।  ଯଦି ରୟ ଚଳିତ ବିଶ୍ବକପରୁ ବାହାର ହୋଇଯାଆନ୍ତି ତେବେ ସେମିଫାଇନାଲ ଯାଇସାରିଥିବା ଇଂଲଣ୍ଡ ପାଇଁ ଏହା ଏକ ବଡ଼ ଝଟକ୍କା ହେବ ।

ଦୁର୍ଘଟଣାର ଦିନ: ପୃଥକ ପୃଥକ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ

ଆନନ୍ଦପୁର: ପୃଥକ ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣା ।  ତିନୋଟି ସ୍ଥାନରେ ତିନିଟି ଦୁର୍ଘଟଣା ଘଟିଛି । ଫଳରେ ତିନିଜଣଙ୍କର ମୃତ୍ୟୁ ହୋଇଛି । ଘଷିପୁରା ଥାନା ଧକୋଠା ଛକରେ ବାଇକ୍ ଦୁର୍ଘଟଣାରେ ବାଇକ ଆରୋହୀ ଶୈଲଙ୍ଗ ଗାଁର ସଂଗ୍ରାମ ମୁଦୁଲିଙ୍କ ମୃତ୍ୟୁ ହୋଇଥିବା ବେଳେ, ଆନନ୍ଦପୁର ଥାନା ସିଲକାବେଡା ଛକ ନିକଟରେ ଦୁର୍ଘଟଣା ଘଟି ସାତକୋଶିଆ ଗାଁର ଦାମୋଦର ଲିଆଙ୍କିଙ୍କ ମୃତ୍ୟୁ ହୋଇଛି ।

ଅନ୍ୟପଟେ ବଡପୁରୁଣାପଣି ନିକଟରେ ଦୁର୍ଘଟଣା ଘଟି ବିଜୁ ବଦରାଙ୍କ ମୃତ୍ୟୁ ହୋଇଛି । ମୃତ ଦାମୋଦର ଓ ବିଜୁ ବଦରା ନିକଟସ୍ଥ ଚାଲିଥିବା ଯାତ୍ରା ଦେଖିବାକୁ ଯାଇ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଗୋଟିଏ ଦିନରେ ଆନନ୍ଦପୁରର ତିନୋଟି ସ୍ଥାନରେ ଦୁର୍ଘଟଣା ଯୋଗୁ ତିନି ଜଣଙ୍କୁ ମୃତ୍ୟୁ ହେବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଦେଖିବାକୁ ମିଳିଛି ।

 

ଏଥିସହିତ ପଢ଼ନ୍ତୁ: ଧାର ଟଙ୍କା ପାଇଁ ବୋମା ମାଡ଼: ସାନ ଭାଇର ବୋମା ମାଡ଼ରେ ବଡ଼ ଭାଇ ମୃତ

 

CRPFରେ ଚାକିରି କରେଇ ଦେବାକୁ କହି ଲକ୍ଷାଧିକ ଟଙ୍କା ହଡ଼ପ: ୨ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଭଦ୍ରକ: ଚାକିରି କରାଇଦେବା ନାଁରେ ଟଙ୍କା ହଡ଼ପ, ୨ ଗିରଫ । ଚେକ ବାଉନ୍ସରୁ ଫିଟିଲା ଗୁମର । ସି.ଆର.ପି.ଏଫରେ ଚାକିରି କରିଦେବାକୁ କହି ଲକ୍ଷାଧିକ ଟଙ୍କା ହଡ଼ପ ଘଟଣା ସାମ୍ନାକୁ ଆସିଛି । ଏନେଇ ଅଭିଯୋଗ ହେବା ପରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭଦ୍ରକ ଜିଲ୍ଲା ବନ୍ତ ପୋଲିସ । ସୂଚନା ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗଣିଜାଙ୍ଗ ପଞ୍ଚାୟତ ବେଲଦାର କରୁଣାକର ରାଉତ ନାମକ ଜଣେ ବ୍ୟକ୍ତି ସିଆର.ପି.ଏଫ. ରେ ଚାକିରି କରାଇଦେବାକୁ ଅନେକ ଯୁବକଙ୍କୁ ପ୍ରଲୋଭନ ଦେଖାଇଥିବା ଅଭିଯୋଗ ହୋଇଥିଲା । ଏନେଇ ଏକାଧିକ କିସ୍ତିରେ ପ୍ରାୟ ୫ ଲକ୍ଷରୁ ଅଧିକ ଟଙ୍କା ସେ ନେଇଥିବା ଜଣାପଡିଛି ।

ତେବେ ପ୍ରତିଶ୍ରୁତି ମୁତାବକ ଚାକିରି ନହେବାରୁ ସତ୍ୟପ୍ରକାଶ ନାମକ ଜଣେ ଯୁବକ କରୁଣାକରଙ୍କୁ ଦେଇଥିବା ଟଙ୍କା ମାଗିବାରୁ କରୁଣାକର ଏକ ଚେକ ଦେଇଥିଲେ । ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ବାଉନ୍ସ ହୋଇ ଫେରି ଆସିଥିଲା । ଏନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇ ଶେଷରେ ଥାନା ପର୍ଯ୍ୟନ୍ତ କଥା ଯାଇଥିଲା । ପୁଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ଏହି ଘଟଣାରେ କରୁଣାକର ରାଉତ ସହ ବନ୍ତ ଥାନା ନିଳୋକ ପଞ୍ଚାୟତ ଅନ୍ତର୍ଗତ ବୁଢ଼ଗଢିଆ ଗ୍ରାମର କିଷାନ ନାୟକ ମଧ୍ୟ ସମାନ ଠକେଇ କରିଥିବା ଜମାପଡିବା ପରେ ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ଏଥିସହିତ ପଢ଼ନ୍ତୁ: ଧାର ଟଙ୍କା ପାଇଁ ବୋମା ମାଡ଼: ସାନ ଭାଇର ବୋମା ମାଡ଼ରେ ବଡ଼ ଭାଇ ମୃତ

ଥାନାରେ ନିଆଁ ଲାଗି ୨୫ରୁ ଅଧିକ ଗାଡ଼ି ଜଳି ପାଉଁଶ

0

ଗୁଜୁରାଟ : ଗୁଜୁରାଟ ଖେଡ଼ା ପୋଲିସ ଷ୍ଟେସନରେ ଗତକାଲି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ।  ନିଆଁ ଲାଗି ୨୫ରୁ ଅଧିକ ଗାଡ଼ି ଜଳି ପାଉଁଶ ହୋଇଯାଇଛି । ଗତକାଲି ଖେଡ଼ା ଥାନାରେ ହଠାତ୍ ନିଆଁ ଲାଗିଥିଲା  । ନିଆଁ ଲାଗିବା କ୍ଷଣି ଥାନାର ପାଖଆଖ ଅଞ୍ଚଳରେ ଥିବା ସମସ୍ତ ଗାଡ଼ି ଜଳିଯାଇଥିବା ଖବର ମିଳିଛି  । ଏଥିରେ ୨୫ଟି ଗାଡ଼ି ପୋଡ଼ିଯାଇଥିବା କୁହାଯାଉଛି । ନିଆଁକୁ ଆୟତ୍ତ କରିବା ଲାଗି ସଙ୍ଗେ ସଙ୍ଗେ ଦମକଳବାହିନୀଙ୍କୁ ଖବର ଦିଆଯାଇଥିଲା  । ମାତ୍ର ସେତେବେଳକୁ ସମସ୍ତ ଗାଡ଼ିରେ ନିଆଁ ଲାଗିଯାଇଥିଲା  ଏବଂ ଏହାକୁ ଆୟତ୍ତ କରିବା ଅସମ୍ଭବ ହୋଇପଡ଼ିଥିଲା  ।

ସୂଚନାରୁ ଅନୁସାରେ ଘଟଣାରେ କୈାଣସି ବ୍ୟକ୍ତି କ୍ଷତି ନ ହୋଇଥିବା ଜଣାପଡ଼ିଛି  । ବର୍ତ୍ତମାନ ସୁଦ୍ଧା ଥାନାରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିବା କଥା ଥାନାର ଜଣେ ବରିଷ୍ଠ କର୍ମଚାରୀ ସୂଚନା ଦେଇଛନ୍ତି  । ଖୁବ୍ ଶୀଘ୍ର ଯାଞ୍ଚ କରାଯାଇ ଏହାର କାରଣ ସ୍ପଷ୍ଟ କରାଯିବ ବୋଲି ଥାନାଧିକାରୀ ପ୍ରକାଶ କରିଛନ୍ତି  । ନିଆଁ ଏତେ ପରିମାଣରେ ବଢ଼ିଯାଇଥିଲା ଯେ ଏହାକୁ ଆୟତ୍ତ କରିବା କଷ୍ଟକର ହୋଇଯାଇଥିଲା  ।