ଲାଞ୍ଜିଗଡ଼ରେ ହାତୀ ଆତଙ୍କ; ଭାଙ୍ଗିଲେ ଘର, ଖାଇଲେ ଫସଲ

Elephant Broken House In Lanjigarh

ଏମ୍.ରାମପୁର: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ହାତୀ ଉପଦ୍ରବ । ପ୍ରାୟ ୧୦ ଦିନ ହେଲା ଜଙ୍ଗଲି ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇଥିବା ବେଳେ ଉଜୁଡ଼ି ଯାଉଛି ଚାଷୀଙ୍କ ସୁନାର ଫସଲ । ହାତୀପଲ ଏକର ଏକର ଧାନ, ମାଣ୍ଡିଆ, କୁଶୁଳା ଓ କପା ଚାଷକୁ ନଷ୍ଟ କରି ଦେଇଛନ୍ତି । ରାତି ହେଲେ ଲାଞ୍ଜିଗଡ଼ ଫରେଷ୍ଟ ଅଧୀନରେ ଥିବା ଝାଲିଆ ଜଙ୍ଗଲରୁ ୨୫ରୁ ଅଧିକ ହାତୀ ଜନବସତି ମୁହାଁ ହେଉଛନ୍ତି । ଛତ୍ରପୁର ପଞ୍ଚାୟତର କୁଟିଙ୍ଗପଦର ଗାଁରେ ହାତୀପଲ ବ୍ୟାପକ ଭଙ୍ଗା ରୁଜା କରିଛନ୍ତି ।

Elephant Broken House In Lanjigarh

ରାତିରେ ଗାଁ ମୁଣ୍ଡରେ ଭୀଷଣ ଗର୍ଜନ କରିଥିଲେ ହାତୀପଲ । ଶବ୍ଦ ଶୁଣି ପିଚି ଭଦ୍ର ମାଝୀଙ୍କ ପରିବାର ସହ ପଡ଼ୋଶୀ  ପିଚି ମାଝୀ ଘର ଛାଡ଼ି ପଳାଇ ଯାଇଥିଲେ । ଏହାପରେ ହାତୀପଲ ଭଦ୍ର ମାଝୀଙ୍କ ଘରକୁ ଭାଙ୍ଗି ଦେଇଛନ୍ତି । ଘରେ ଥିବା ୨୦ ପକେଟ ଧାନ, ୫ ପକେଟ ଚାଉଳ, ମାଣ୍ଡିଆ ସହ ଆସବାବପତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ହାତପଲ ପିଚି ମାଝୀଙ୍କ ଘର ଭାଙ୍ଗିବା ସହ ଆସବାବପତ୍ର ଭାଙ୍ଗିଛନ୍ତି । ଫକୀର ମାଝୀଙ୍କ ୧ ଏକର  ଧାନ ଫସଲ ନଷ୍ଟ କରିଛନ୍ତି ।

Elephant Broken House In Lanjigarh

ଖବର ପାଇଁ ଲାଞ୍ଜିଗଡ଼ ବନ କର୍ମଚାରୀ ଗାଁରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି । ଏଥିସହ ହାତୀପଲର ଗତିବିଧି ଉପରେ ନଜର ରଖା ଯାଇଥିବା କହିଛନ୍ତି ଫରେଷ୍ଟର ବେଶ୍ରା ପ୍ରକାଶ । ହାତୀପଲ ଘର ଭାଙ୍ଗିଦେବା ପରେ ଖୋଲା ଆକାଶ ତଳେ ଭଦ୍ରାଙ୍କ ୭ ପ୍ରାଣୀର କୁଟୁମ୍ବ ପଡ଼ି ରହିଥିବା ବେଳେ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

Leave a Reply