କମ୍ପିବ କଳିଙ୍ଗ: ହକି ପ୍ରେମରେ ମତୁଆଲା ହେବେ ଦର୍ଶକ

1 min read

ଭୁବନେଶ୍ବର: ପୁଣି ମତୁଆଲା ହେବେ ହକି ପ୍ରେମୀ । କମ୍ପିବ କଳିଙ୍ଗ ଷ୍ଟାଡ଼ିୟମ, ଝୁମିବେ ଦର୍ଶକ । ଆସନ୍ତା ଫେବ୍ରୁଆରୀ ମାସରୁ କଳିଙ୍ଗ ଷ୍ଟାଡ଼ିୟମରେ ପୁରୁଷ ଓ ମହିଳା ଏଫଆଇଏଚ୍ ପ୍ରୋ-ହକି ଲିଗ୍ ଖେଳାଯିବ । ଏଥର ଦର୍ଶକଙ୍କ ଉପସ୍ଥିତିରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଆଉ ଏକ  ବିଶ୍ବସ୍ତରୀୟ ପ୍ରତିଯୋଗିତା । ଏଫଆଇଏଚ୍ ଏବଂ କ୍ରୀଡ଼ା ବିଭାଗ ଏଭଳି ସଙ୍କେତ ଦେଇଛନ୍ତି ।

ଆସନ୍ତା ଫେବୃଆରୀରୁ ଏଫ୍ଆଇଏଚ୍ ପୁରୁଷ ଓ ମହିଳା ପ୍ରୋ ଲିଗ୍ ଖେଳାଯିବ । ହକିର ଘରୋଇ ପର୍ଯ୍ୟାୟ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ହିଁ ଖେଳିବ ଭାରତ । କଳିଙ୍ଗ ଷ୍ଟାଡିୟମରେ ବିଶ୍ବର ଶ୍ରେଷ୍ଠ ଟିମ ସେମାନଙ୍କର ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିବେ । ଫେବ୍ରୁଆରି ୨୬ରୁ ଏଫଆଇଏଚ୍  ପୁରୁଷ  ହକି ଲିଗ୍ ଖେଳାଯିବାକୁ ଥିବାବେଳେ ଫେବ୍ରୁଆରୀ ୧୯ରୁ ମହିଳା ହକି ଲିଗ୍ ଖେଳାଯିବ । ପୁରୁଷ ବର୍ଗରେ  ୨୬ ଓ ୨୭ରେ ସ୍ପେନ୍, ମାର୍ଚ ୧୨ ଓ ୧୩ରେ ଜର୍ମାନି ଏବଂ ୧୯ ଓ ୨୦ ତାରିଖରେ ଆର୍ଜେଣ୍ଟିନା ସହ ଭାରତର ମୁକାବିଲା ରହିଛି । ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଏପ୍ରିଲ ୨ ଓ ୩ରେ ଖେଳାଯିବ । ଭାରତୀୟ ପୁରୁଷ ଟିମ୍ ମୋଟ ୮ଟି ମ୍ୟାଚ୍ ଖେଳିବା ସହ ମହିଳା ଟିମ୍ ମଧ୍ୟ କିଛି ମ୍ୟାଚ ଖେଳିବ ।

ଏଫ୍ଆଇଏଚ୍ ପ୍ରୋ ହକି ଲିଗର ଚଳିତ ସଂସ୍କରଣ ୨୦୨୧ ଅକ୍ଟୋବରରୁ ଆରମ୍ଭ ହୋଇଥିଲା ବେଳେ ଜୁନ୍ ୨୦୨୨ରେ ଶେଷ ହେବ ।

Leave a Reply