ଓମିକ୍ରନ୍ ପରୀକ୍ଷା ପାଇଁ କୋରିଆନ୍ ବୈଜ୍ଞାନିକଙ୍କ ନୂଆ କୌଶଳ, ୨୦ ମିନିଟରେ ଆସୁଛି ରିପୋର୍ଟ

1 min read
Korean Molecular Diagnostics Technology Can Detect Omicron Variants In 20 Minutes

ନୂଆଦିଲ୍ଲୀ: ଓମିକ୍ରନ ସଂକ୍ରମଣକୁ ନେଇ ପୂରା ଦୁନିଆ ଆତଙ୍କିତ ରହିଛି । ଦିନକୁ ଦିନ ବିଭିନ୍ନ ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସଂକ୍ରମଣ ବଢ଼ୁଥିବା ବେଳେ ଓମିକ୍ରନ ବିଳମ୍ବରେ ଚିହ୍ନଟ ହେଉଥିବାରୁ ଚିନ୍ତା ବଢ଼ୁଛି । ଏହାରି ଭିତରେ ଓମିକ୍ରନ ବିରୋଧୀ ଲଢ଼େଇକୁ ବଳ ଯୋଗାଇଛନ୍ତି କୋରିଆନ୍ ବୈଜ୍ଞାନିକ । ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ପାଇଁ ନୂଆ କୌଶଳର ଉପଯୋଗ କରୁଛନ୍ତି । ଯାହାଦ୍ୱାରା ମାତ୍ର ୨୦ ମିନିଟରେ ଜଣାପଡ଼ିବ ରେଜଲ୍ଟ ।

ଏଥିସହ ପଢ଼ନ୍ତୁ: ଏବେ ମାତ୍ର ୨ ଘଣ୍ଟାରେ ଚିହ୍ନଟ ହେବେ ଓମିକ୍ରନ ସଂକ୍ରମିତ, ICMR ଆଣିଲା ନୂଆ ଟେଷ୍ଟିଂ କିଟ୍   

ଏବେ ଓମିକ୍ରନ ଚିହ୍ନଟ ପାଇଁ ୩ରୁ ୫ ଦିନ ସମୟ ଲାଗୁଛି । ମୋଲେକୁଲାର ଡାଏଗ୍ନୋସିସ୍ ଟେଷ୍ଟ କୌଶଳ ଆସିବା ପରେ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତଙ୍କୁ ସହଜରେ ଚିହ୍ନଟ କରାଯାଇ ପାରିବ । କୋରିଆନ୍ ବୈଜ୍ଞାନିକ ପରମାଣୁ ନିଦାନ କୌଶଳ ବିକଶିତ କରିଛନ୍ତି । ଯାହାକି ଓମିକ୍ରନ ଭାରିଆଣ୍ଟକୁ ସ୍ୱଳ୍ପ ସମୟରେ ଚିହ୍ନଟ କରିପାରିବ । କୁହାଯାଉଛି ଏହି କୌଶଳ ବିକଶିତ କାର୍ଯ୍ୟ ସରିଯାଇଛି ।

ଓମିକ୍ରନ ଭାରିଆଣ୍ଟ କରୋନା ଭୂତାଣୁର ଏକ ପ୍ରକାର । ଯାହା ୨୬-୩୨ ସ୍ପାଇକ୍ ମ୍ୟୁଟେସନ୍ ହୁଏ । ବୈଜ୍ଞାନିକଙ୍କ ଅନୁସାରେ, ମୋଲିକ୍ୟୁଲର ଡାଏଗ୍ନୋସିସ୍ ଟେଷ୍ଟ ଏକଲ-ନ୍ୟୁକ୍ଲିୟୋଟାଇଡ୍ ଆଧାରରେ ମ୍ୟୁଟେସନକୁ ଅଲଗା କରିପାରେ । ଫଳରେ ଏହା ଷ୍ଟିଲଥ ଓମିକ୍ରନକୁ ଚିହ୍ନଟ କରିପାରିବ, ଯାହାକି ପିସିଆର୍ ପରୀକ୍ଷା ଦ୍ୱାରା ଜାଣିବା କଷ୍ଟକର ।

Leave a Reply