spot_img
Home Blog Page 4959

କାଠଗଡ଼ାରେ ୟୁପି ସରକାର, ପୁଣି ଭର୍ତ୍ସନା କଲେ ସର୍ବୋଚ୍ଚ ଅଦାଲତ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀଙ୍କ ପୁଅକୁ ଅହେତୁକ ଅନୁକମ୍ପା । କାଠଗଡ଼ାରେ ୟୁପି ସରକାର । ପୁଣି ଭର୍ତ୍ସନା କଲେ ସର୍ବୋଚ୍ଚ ଅଦାଲତ । ତିନି ତିନି ଥର ନାଲି ଆଖି ସତ୍ତ୍ବେ ବେଫିକର ୟୁପି ସରକାର । ଉତ୍ତରପ୍ରଦେଶ ଲଖିମପୁର ଚାଷୀ ମୃତ୍ୟୁ ମାମଲାର ତଦନ୍ତରେ ପ୍ରବଳ ଢିଲା । ରାଜ୍ୟ ସରକାରଙ୍କ ଷ୍ଟାଟସ ରିପୋର୍ଟ ଦେଖି ସୁପ୍ରିମକୋର୍ଟ ନାଖୁସ୍ । ରିପୋର୍ଟରେ କିଛି ନୂଆ କଥା ନାହିଁ ବୋଲି କହିଛନ୍ତି କୋର୍ଟ । ମାମଲାରେ ଆଉ କିଛି ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଉଛି ବୋଲି ଏହି ଗୋଟିଏ ତଥ୍ୟ ନୂଆ ରହିଛି । ତଦନ୍ତ ପ୍ରକ୍ରିୟାରେ ଅସନ୍ତୋଷ ବ୍ୟକ୍ତ କରିବା ସହ କୋର୍ଟ ଜଣେ ପୂର୍ବତନ ହାଇକୋର୍ଟ ବିଚାରପତିଙ୍କୁ ତଦନ୍ତର ନିରୀକ୍ଷଣ ପାଇଁ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କେଉଁମାନେ ନିଯୁକ୍ତ ହେବେ ସେମାନଙ୍କ ନାଁକୁ ମଧ୍ୟ କୋର୍ଟରୁମ୍ରେ ଘୋଷଣା କରିଛନ୍ତି । ଏଥିସହ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଦାଦାଗିରି ସଂକ୍ରାନ୍ତ ମାମଲାରେ କ୍ଷୋଭ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଲ୍ୟାବ ରିପୋର୍ଟ ମଧ୍ୟ ବର୍ତ୍ତମାନ ସୁଦ୍ଧା କାହିଁକି ଆସିନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ହିଂସା ମାମଲାରେ କାହିଁକି ଭିନ୍ନ ଭିନ୍ନ ଦୁଇଟି ଏଫଆଇଆର ରୁଜୁ ହୋଇଛି ତାହା ବି ଜାଣିବାକୁ ଚାହିଁଛନ୍ତି କୋର୍ଟ । ଆସନ୍ତା ଶୁକ୍ରବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ସବୁ ମାମଲାର ତଦନ୍ତ ସିବିଆଇ କରିବ, ତାର କୌଣସି ଆବଶ୍ୟକତା ନାହିଁ । ଅନ୍ୟ ତଦନ୍ତକାରୀ ସଂସ୍ଥା ମାନଙ୍କ ଉପରେ ଭରସା ରହିବା ଦରକାର । ସିବିଆଇ ସବୁ ସମସ୍ୟାର ସମାଧାନ ନୁହେଁ । ଏଥିସହ ମାମଲାରେ କେବଳ ଆଶିଷ ମିଶ୍ରାଙ୍କର ଫୋନ୍ ସିଜ୍ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କର କାହିଁକି ମୋବାଇଲ୍ ସିଜ୍ ହୋଇନାହିଁ । ଅନ୍ୟମାନେ କଣ ମୋବାଇଲ ବ୍ୟବହାର କରୁନାହାନ୍ତି କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ୟୁପି ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ ହରିଷ ସାଲଭେ ଯୁକ୍ତି ରଖିଥିବା ବେଳେ ଅନ୍ୟମାନଙ୍କର ସିଡିଆର ବା କଲ ଡିଟେଲ୍ସ ରିପୋର୍ଟ ବାହାର କରାଯାଇଛି ବୋଲି କହିଛନ୍ତି ।

ମାମଲାର ଶୁଣାଣି କରିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ହିମା କୋହଲି । ଗତ ଶୁଣାଣିରେ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ ସୁପ୍ରିମକୋର୍ଟ । ଅକ୍ଟୋବର ୩ର ଏହି ଘଟଣାରେ ରାଜ୍ୟ ସରକାରଙ୍କ ତଦନ୍ତ ସନ୍ତୋଷଜନକ ନଥିଲା ବୋଲି କହିଥିଲେ କୋର୍ଟ । ଲଖିମପୁରରେ ଚାଷୀ ଆନ୍ଦୋଳନ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ନିଜ ସମର୍ଥକଙ୍କ ସହ ଚାଷୀଙ୍କ ଉପରେ କାର ଚଢାଇଦେଇଥିଲେ । ଘଟଣାରେ ୮ଜଣଙ୍କର ମୃତ୍ୟୁ ହୋଇଥିଲା ।

ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଛୁଟିଲା ସହାୟତା: ପୁରୀ ଝିଅ ନେହାକୁ ସହାୟତାର ହାତ ବଢ଼ାଇଲେ ଷ୍ଟାଲିନ୍ ଓ ରଞ୍ଜନ

0

କଟକ: ନନ୍ଦିଘୋଷ ଟିଭିରେ ପୁରୀର ଝିଅ ନେହାର ଦୁଃଖଭରା ଖବର ପ୍ରସାରଣ ହେବା ପରେ ଛୁଟିଲା ସହାୟତାର ସୁଅ । ପୁରୀ ବାଲିଘାଟର ଝିଅ ନେହା ବିଭିନ୍ନ ରୋଗରେ ଚିକିତ୍ସା ହେଉଛନ୍ତି । ଅଧିକ ସହାୟତା ପାଇଁ ପରିବାର ଲୋକେ ନିବେଦନ କରିଥିଲେ । ଖବର ପ୍ରସାରଣ ପରେ ଆଜି ଓଡିଶା ମୋ ପରିବାର ପୁରୀ ସଂଯୋଜକ ଷ୍ଟାଲିନ ପରିଜା ଓ କଟକ ସିଟି ଜୀବନ ବିନ୍ଦୁର ସଂଯୋଜକ ରଞ୍ଜନ କୁମାର ବିଶ୍ୱାଳ ନେହାଙ୍କ ନିକଟରେ ପହଞ୍ଚି ସହାୟତାର ହାତ ବଢ଼ାଇଛନ୍ତି ।

ଆଜି ପୁରୀରୁ ଷ୍ଟାଲିନ ପରିଜା କଟକରେ ପହଞ୍ଚି ରଞ୍ଜନ ବିଶ୍ୱାଳଙ୍କ ସହ ନେହାଙ୍କ ନିକଟକୁ ଆସି BSKY କାର୍ଡ ପ୍ରଦାନ କରିଥିଲେ । ଏଥିସହିତ ନେହା ପାଇଁ ଆବଶକୀୟ ଜିନିଷପତ୍ର ସହ କିଛି ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ଆଗକୁ ନେହାର ଉନ୍ନତ ଚିକିତ୍ସା ପାଇଁ ଯାହା ପଦକ୍ଷେପ ଦରକାର ତାହା ପୁରୀ ଜିଲ୍ଲାପାଳଙ୍କ ସହାୟତାରେ ସରକାର ସବୁ ପ୍ରକାର ସହଯୋଗ କରିବେ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନେହାଙ୍କ ପରିବାର ଲୋକେ ।

ଦୁଇ ବର୍ଷ ପରେ ପେଟ୍ରୋଲ ଗାଡ଼ି ଦାମରେ ବିକ୍ରି ହେବ ଇଲେକ୍ଟ୍ରିକ୍ କାର !

ପେଟ୍ରୋଲ, ଡିଜେଲ ମହଙ୍ଗା ହେବା ପରେ ମଧ୍ୟ ଇଚ୍ଛା ଥିଲେ ବି ଲୋକ ଇଲେକ୍ଟ୍ରିକ୍ କାର କିଣି ପାରୁନାହାଁନ୍ତି । ଯାହାର ଏକ ବଡ଼ କାରଣ ପେଟ୍ରୋଲ ଗାଡ଼ି ତୁଳନାରେ ଇଲେକ୍ଟ୍ରିକ୍ କାରର ଦାମ୍ ଅନେକ ଗୁଣ ଅଧିକ । ମାତ୍ର ଆସନ୍ତା ୨ ବର୍ଷ ମଧ୍ୟରେ ଏହି ଇଲେକ୍ଟ୍ରିକ୍ କାରର ଦାମ୍ କମ୍ ହେବ ବୋଲି କେନ୍ଦ୍ରୀୟ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ ସ୍ପଷ୍ଟ କରିଛନ୍ତି ।

ନୀତିନ ଗଡ଼କରୀଙ୍କ କହିବାନୁସାରେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ପେଟ୍ରୋଲ ଗାଡ଼ି ଓ ଇଲେକ୍ଟ୍ରିକ୍ କାରର ସମାନ ଦାମ୍ ରହିବ । ଅବଶ୍ୟ ବର୍ତ୍ତମାନ ଦୁଇ ଗାଡ଼ିର ଦାମ୍ ମଧ୍ୟରେ ଅନେକ ଫରକ ଥିଲେ ମଧ୍ୟ ୨ ବର୍ଷ ଭିତରେ ବଜାରରେ ସମାନ ଦାମରେ ବିକ୍ରି ହେବ ପେଟ୍ରୋଲ ଗାଡ଼ି ଓ ଇଲେକ୍ଟ୍ରିକ୍ କାର ।

ସସଟେନେବଲ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ୱେବିନାରରେ ଗଡ଼କରୀ କହିଛନ୍ତିଯେ ଇଲେକ୍ଟ୍ରିକ୍ କାର ଉପରେ GST ୫ ଶତକଡ଼ା ଥିବାବେଳେ ପେଟ୍ରୋଲ ଗାଡ଼ିମାନଙ୍କରେ ଏହା ଢେର ଅଧିକ ।

 

 

 

 

ଫେଲ୍ ମାରିଛି ସ୍ୱପ୍ନିଳ ପ୍ରତିଶ୍ରୁତି: ଦେଶରେ କୁପୋଷଣର ଶିକାର ୩୩ଲକ୍ଷରୁ ଊର୍ଦ୍ଧ୍ୱ ଶିଶୁ

ନୂଆଦିଲ୍ଲୀ: ଅନ୍ଧାରରେ କାଲିର ଭବିଷ୍ୟତ । ଫେଲ ମାରିଛି ଶିଶୁ ସୁରକ୍ଷା ଯୋଜନା । ଶସ୍ୟ ଶ୍ୟାମଳା ଭାରତରେ ବଢ଼ିଛି ଭୋକର ଦାଉ । ଖୋଦ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ଦେଶରେ କୁପୋଷଣର ଶିକାର ହୋଇଛନ୍ତି ୩୩ ଲକ୍ଷରୁ ଅଧିକ ଶିଶୁ । ମହାରାଷ୍ଟ୍ର ଶୀର୍ଷରେ ଥିବା ବେଳେ ଦ୍ୱିତୀୟ ବିହାର, ତୃତୀୟରେ ଗୁଜରାଟ ରହିଛି । ପୁଷ୍ଟିକର ଖାଦ୍ୟର ଅଭାବ ଯୋଗୁ ଗୁରୁତର ଅବସ୍ଥାରେ କାଳ କାଟୁଛନ୍ତି ୧୭ ଲକ୍ଷ ୭୬ ହଜାର ଶିଶୁ, ଯାହାକି ଗତବର୍ଷ ତୁଳନାରେ ୯୧ ପ୍ରତିଶତ ଅଧିକ । ସମନ୍ବିତ ଶିଶୁ ବିକାଶ ଯୋଜନା ପ୍ରଭାବିତ ହେବା ଯୋଗୁ ଏହାର ବିଶେଷ ଶିକାର ହୋଇଛନ୍ତି ଶିଶୁ ।

ଫେଲ୍ ମାରିଛି ସ୍ୱପ୍ନିଳ ପ୍ରତିଶ୍ରୁତି । ବିପଥଗାମୀ ବିକାଶ ସ୍ଲୋଗାନ । କୋଭିଡ ବିପଦ କାଳରେ ବଢିଛି ପିଲାଙ୍କ ଦୁର୍ଦ୍ଦଶା । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ରିପୋର୍ଟକୁ ନେଇ ଚିନ୍ତା । ଦେଶରେ କୁପୋଷଣର ଶିକାର ହୋଇଛନ୍ତି ୩୩ ଲକ୍ଷ ୨୩ ହଜାର ୩୨୨ ଶିଶୁ । ଶୀର୍ଷରେ ମହାରାଷ୍ଟ୍ର ଥିବାବେଳେ ଦ୍ୱିତୀୟ ସ୍ଥାନରେ ବିହାର ଓ ତୃତୀୟ ସ୍ଥାନରେ ରହିଛି ଗୁଜରାଟ । ଏହି ପିଲାଙ୍କ ମଧ୍ୟରୁ ୧୭ ଲକ୍ଷ ୭୬ ହଜାର ୯୦୨ ପିଲା ଗୁରୁତର କୁପୋଷଣ ବା ଏସଏଏମର ହୋଇଥିବାବେଳେ ୧୫ ଲକ୍ଷ ୪୬ ହଜାର ୪୨୦ ଶିଶୁ ମଧ୍ୟମ ଧରଣ ବା ଏମଏମର କୁପୋଷଣର ଶିକାର ହୋଇଛନ୍ତି । ନଭେମ୍ବର ୨୦୨୦ରୁ ୨୦୨୧ ଅକ୍ଟୋବର ୧୪ ମଧ୍ୟରେ କୁପୋଷଣର ଶିକାର ପିଲାଙ୍କ ସଂଖ୍ୟା ୯୧ ପ୍ରତିଶତ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ସର୍ବାଧିକ ୬ ଲକ୍ଷ ୧୬ ହଜାର ୭୭୨ ଏବଂ ବିହାରର ୪ ଲକ୍ଷ ୭୫ ହଜାର ୮୨୪ ଶିଶୁ କୁପୋଷଣର ଶିକାର ହୋଇଛନ୍ତି । ଗୁଜରାଟର ୩ ଲକ୍ଷ ୨୦ ହଜାର ୪୬୫ ଶିଶୁ କୁପୋଷଣର ଶିକାର ହୋଇ ଜୀବନ ସହ ସଂଘର୍ଷ କରୁଥିବା ରିପୋର୍ଟରେ କୁହାଯାଇଛି ।

କୁପୋଷଣ କାରଣରୁ ଦେଶରେ ଶିଶୁରୋଗ ଓ ଶିଶୁ ମୃତ୍ୟୁହାର ମଧ୍ୟ ବୃଦ୍ଧି ପାଇଛି । ବିଭିନ୍ନ ରାଜ୍ୟରେ ଚାଲିଥିବା ସମନ୍ୱିତ ଶିଶୁ ବିକାଶ ଯୋଜନା ବା ଆଇସିଡିଏସ କୋଭିଡ ଯୋଗୁ ବାଧାପ୍ରାପ୍ତ ହୋଇଥିବା କାରଣରୁ ଏହି ସମସ୍ୟା ସୃଷ୍ଟି ହୋଇଛି । କୁପୋଷଣ ଯୋଗୁ ଅନେକ ଶିଶୁ ସଂକ୍ରମିତ ହେବା ପରିଲକ୍ଷିତ ହେଉଛି । ଶିଶୁ ସମାଜ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବିଭିନ୍ନ ମହଲରୁ ହୋଇଛି ଦାବି । ଆସନ୍ତାକାଲିର ଭବିଷ୍ୟତ ଶିଶୁ ସମାଜ । ମାତ୍ର ସବୁ କ୍ଷେତ୍ରରେ ସେମାନେ ଅବହେଳିତ । ଯୋଜନା ପରେ ଯୋଜନା ହେଲେ ବି ଶିଶୁମାନେ ହେଉଛନ୍ତି କୁପୋଷଣର ଶିକାର ।

ପତ୍ନୀଙ୍କ କରୱାଚୋଥ୍ ପାଇଁ ମୃତ୍ୟୁରୁ ବର୍ତ୍ତିଲେ ସୁୁପରଷ୍ଟାର ଜିତେନ୍ଦ୍ର

ମୁମ୍ୱାଇ : ବଲିଉଡର ୯୦ ଦଶକ ସୁପରଷ୍ଟାର ଜିତେନ୍ଦ୍ର କପୁର । ଯାହାର ନାଁ ହିଁ କାଫି ।  ଅଭିନୟରେ ନିପୁଣ କଳାକାର ମଧ୍ୟରୁ ଜଣେ । ନିଜର ଆକ୍ଟିଙ୍ଗ ମାଧ୍ୟମରେ ସମସ୍ତଙ୍କ ମନ ଜିଣନ୍ତି ସେ । ସୋନିରେ ଚାଲୁଥିବା ବିଗ୍ କମେଡି ସୋ ‘ଦ କପିଲ୍ ଶର୍ମା ସୋ’ରେ ଅତିଥି ଭାବେ ଆସିଥିଲେ ଜିତେନ୍ଦ୍ର ଓ ତାଙ୍କ ଝିଅ ଏକତା । ସୋ ମାଧ୍ୟମରେ ନିଜ ଜୀବନର କିଛି ସତ ଘଟଣା ଦର୍ଶକଙ୍କୁ ଜଣାଇଥିଲେ । ସୋରେ ସେ କହିଥିଲେଯେ କେମିତି ସେ ମୃତ୍ୟୁ ମୁଖରୁ ବଞ୍ଚିଥିଲେ ଏବଂ ତାଙ୍କୁ ଆଉ କେହି ନୁହେଁ ତାଙ୍କ ଧର୍ମପତ୍ନୀ ଶୋଭା କପୁର ହିଁ ତାଙ୍କୁ ଏଭଳି ଅଘଟଣରୁ ବଞ୍ଚାଇଥିଲେ । ଥରେ କରୱାଚୋଥରେ ସେ କୈାଣସି କାମରେ ବାହାରକୁ ବାହାରୁଥିଲେ । ପତ୍ନୀଙ୍କ ପାଇଁ ଜିତେନ୍ଦ୍ରଙ୍କୁ ଫ୍ଲାଇଟ୍ ଧରିବାକୁ କିଛି କ୍ଷଣ ବିଳମ୍ବ ହୋଇଥିଲା । ଆଜି ସେ ଯଦି ଜୀବିତ ଅଛନ୍ତି ତେବେ କେବଳ ତାଙ୍କ ପତ୍ନୀଙ୍କ ପାଇଁ ।

ପ୍ଲେନ୍ କ୍ରାସରୁ ବର୍ତ୍ତିଥିଲେ ଜିତେନ୍ଦ୍ର :

ରାମାନାଇଡୁ ଦ୍ୱାରା ନିର୍ମିତ ଏକ ଚଳଚ୍ଚିତ୍ରର ସୁଟିଂ ପାଇଁ ଜିତେନ୍ଦ୍ରଙ୍କୁ ଚେନ୍ନାଇ ଯିବାର ଥିଲା । ସେଦିନ କରୱାଚୋଥ ଥିବା କାରଣରୁ ପତ୍ନୀ ଶୋଭା ତାଙ୍କୁ କିଛି କ୍ଷଣ ରହିବାକୁ କହିଥିଲେ । ଶୋଭାଙ୍କୁ ଅନୁରୋଧ କରିବା ସତ୍ତ୍ୱେ ସେ ଜିଦ୍ ଧରି ବସିଥିଲେ । ଏଣୁ ବାଧ୍ୟ ହୋଇ ଜିତେନ୍ଦ୍ରଙ୍କୁ କିଛି ସମୟ ଘରେ ରହିବାକୁ ପଡ଼ିଥିଲା  । ଜିତେନ୍ଦ୍ରଙ୍କ ଫ୍ଲାଇଟ୍ ସନ୍ଧ୍ୟା ୭ଟା ବେଳେ ଥିଲା । ସେ ଏୟାରପୋର୍ଟରେ ପହଁଞ୍ଚିବା ପରେ ଫ୍ଲାଇଟ୍ ଆସିବାରେ ବିଳମ୍ୱ ହେବା ଶୁଣି ଘରକୁ ଫେରିଆସିଥିଲେ । ଚାନ୍ଦ ବାହାରି ନଥିବାରୁ ତାଙ୍କ ପତ୍ନୀ ତାଙ୍କୁ ଯିବାକୁ ଦେଇନଥିଲେ । ଜିତେନ୍ଦ୍ରଙ୍କ ଘରଠୁ କିଛି ଦୂର ଏୟାରପୋର୍ଟ ଥିବାରୁ ଆକାଶରୁ ଏକ ଉଲକାପିଣ୍ଡ ଆସି ପ୍ଲେନ୍ ଉପରେ ଖସିବାର ସେ ଦେଖିଥିଲେ । ଉଲକାପିଣ୍ଡ ଖସିଥିବା ଫ୍ଲାଇଟରେ ସେ ଟିକେଟ୍ ବୁକ୍ କରିଥିବା ପରେ ଜାଣିବାକୁ ପାଇଲେ ।

 

 

 

 

 

 

ଟ୍ୟାକ୍ସି ଡ୍ରାଇଭର ଫୋନ କଲରେ ଛାନିଆ ପୋଲିସ, ମୁକେଶ ଅମ୍ବାନୀଙ୍କ ଘର ଆଗରେ ପୋଲିସର କଡ଼ା ପ୍ରହରା

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ଘର ଆଗରେ ପୋଲିସର ପ୍ରହରା  ।  ହଠାତ ଆଣ୍ଟୋଲିଆ ଚତୁପାର୍ଶ୍ୱରେ କଡ଼ାକଡି କରିଦିଆଗଲା ସୁରକ୍ଷା ବ୍ୟବସ୍ଥା  ।  ପୋଲିସ ବଳୟରେ ସମ୍ପୂର୍ଣ୍ଣ ଘର  । ଏମିତି ଦୃଶ୍ୟ ହଠାତ ସେଠାକାର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା  ।  କାହିଁକି ପୋଲିସ ଆଣ୍ଟୋଲିଆ ଜଗିବାକୁ ହଠାତ ପଳାଇଆସିଲା ? ଏ ପ୍ରଶ୍ନ ସଭିଙ୍କ ମନରେ ଉଙ୍କିମାରୁଥାଏ  । ମିଳିଥିବା ସୂଚନା ମୁତବାକ, ଜଣେ ଟ୍ୟାକ୍ସି ଡ୍ରାଇଭରର ଫୋନ କଲ ହିଁ ପୋଲିସର ନିଦ ହଜାଇଦେଇଛି  ।  ଗୋଟିଏ କଲରେ ହିଁ ଅମ୍ବାନୀଙ୍କ ଘର ଆଗରେ ହୋଇଥିଲା କଡ଼ା ସୁରକ୍ଷା ବ୍ୟବସ୍ଥା  ।

ଦୁଇ ଜଣ ସନ୍ଦିଗ୍ଘ ବ୍ୟକ୍ତି ଜଣେ ଚ୍ୟାକ୍ସି ଡ୍ରାଇଭରଙ୍କୁ ଆଣ୍ଟୋଲିଆର ଲୋକେସନ ଅର୍ଥାତ ସ୍ଥାନ ବିଷୟରେ ପଚାରୁଥିଲେ  । ସେଠାକାର ସ୍ଥିତି ଏବଂ ସୁରକ୍ଷା ବ୍ୟବସ୍ଥା ମାଧ୍ୟମରେ ମଧ୍ୟ ସୂଚନା ନେଉଥିଲେ  ।  ଏବଂ ଏହି ଦୁଇ ବ୍ୟକ୍ତିଙ୍କ ହାତରେ ବ୍ୟାଗ ଥିବାବେଳେ ଦୁହେଁ କିଛି ଅଘଟଣ ଘଟାଇବା ଉଦେଶ୍ୟରେ ଆସିଥିବା ଅନୁଭବ କରିଥିଲେ ଉକ୍ତ ଟ୍ୟାକ୍ସି ଡ୍ରାଇଭର  । ଏନେଇ ସେ ତତକ୍ଷଣାତ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ  । ଦୁଇ ବ୍ୟକ୍ତି ତାଙ୍କୁ ପଚାରିଥିବା ସମସ୍ତ କଥା ବିଷୟରେ ମଧ୍ୟ ସୂଚନା ଦେଇଥିଲେ ଟ୍ୟାକ୍ସି ଡ୍ରାଇଭର ଜଣଙ୍କ  ।

ଏପରି ସୂଚନା ପାଇବା ପରେ ସୁରକ୍ଷା ଭଳୟ ଭିତରେ ଥିବା ଆଣ୍ଟୋଲିଆକୁ ଆହୁରି ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା  । ତନ୍ନ ତନ୍ନ କରି ଯାଞ୍ଚ ଚଳାଇଛି ମୁମ୍ବାଇ ପୋଲିସ  ।  ସେପଟେ ସୂଚନା ଦେଇଥିବା ଯୁବକ ଟ୍ୟାକ୍ସି ଡ୍ରାଇଭରର ବୟାନ ରେକର୍ଡ କରିଛି  ଆଜାଦ ମୈଦାନ ପୋଲିସ  । ଏହା ପୂର୍ବରୁ ମଧ୍ୟ ଫେବୃୟାରୀ ମାସରେ ବିସ୍ପୋଖ ଭର୍ତ୍ତି ଏକ କାର ମୁକେଶ ଅମ୍ବାନୀଙ୍କ ଘର ଆଗରୁ ମିଳିଥିଲା  । ଯାହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ରହିଥିବା ବୋଲି ପରବର୍ତ୍ତୀ ସମୟରେ ସ୍ପଷ୍ଟ ହୋଇଥିଲା  ।

କ୍ୟାପଟେନ୍ କୋହଲି: ସବଳ ଖେଳାଳି, ଦୁର୍ବଳ ନେତୃତ୍ୱ

ନନ୍ଦିଘୋଷ ବ୍ୟୁରୋ: ଚଳିତ ଟି ୨୦ ବିଶ୍ୱକପରୁ ବିଦାୟ ନେଇସାରିଛି ଭାରତ  । ସେମିଫାଇନାଲ ଯିବା ବାଟ ବନ୍ଦ ହୋଇସାରିଥିବା ସ୍ୱତେ ନାମିବିଆ ସହ ଟିମ୍ ଇଣ୍ଡିଆ ଖେଳିବ ଶେଷ ମ୍ୟାଚ  । କ୍ୟାପଟେନ୍ସି ରେ ମଧ୍ୟ ଏହା ବିରାଟ କୋହଳିଙ୍କ ଶେଷ ମ୍ୟାଚ ହେବ  । ଏହି ମ୍ୟାଚ ଜିତିବା ସହ ବିରାଟ ଅଧିନାୟକ ପଦବୀକୁ ବାଏ ବାଏ କରିବାକୁ ଚାହୁଁଥିବେ  । କିନ୍ତୁ ଅସଲ ନିର୍ଣ୍ଣୟ ତ ପଡିଆରେ ହିଁ ଜଣାପଡ଼ିବ  ।  କାରଣ ବିରାଟ କୋହଲି ଏମିତି ଜଣେ କ୍ୟାପଟେନ ଯାହାଙ୍କ ଗଣିତ ଭାରି ଜଟିଳ  ।  ମାନେ ଏକଥା ମଧ୍ୟ କୁହାଯାଇପାରିବ  ।  ବିରାଟ ସବୁଠୁ ଜଣେ ଭଲ ଖେଳାଳୀ, ଆଉ ସବୁଠୁ ଖରାପ କ୍ୟାପଟେନ  ।

ସଦ୍ୟ ଅଧିନାୟକ ପଦରୁ ବିଦାୟ ନେବାକୁ ଯାଉଥିବା ବିରାଟ କୋହଲିଙ୍କ ପ୍ରଦର୍ଶନ ଅଛପା ନାହିଁ । ପ୍ରତିପକ୍ଷ ଟିମର ବଲ ପଡ଼ିବ ମାନେ ବିରାଟଙ୍କ ବ୍ୟାଟ ଚାଲିବ ହିଁ ଚାଲିବ  ।   ଦଳକୁ ଲିଡ କରିବାରେ ମଧ୍ୟ କିଛି ମାତ୍ରାରେ ତାଙ୍କ ଭୂମିକା ଭଲ ରହିଛି  । କିନ୍ତୁ ଆଇସିସି ଟୁର୍ଣ୍ଣାମେଣ୍ଟରେ ବିରାଟଙ୍କ ଭୂମିକା ଫିକା ପଡ଼ିଥିବା ଜଣାଯାଏ  । କୋହଲି ଏପର୍ଯ୍ୟନ୍ତ ୬୫ ଟେଷ୍ଟ ମ୍ୟାଚରେ ଅଧିନାୟକାତ୍ୱ ଭାର ସମ୍ଭାଳିଛନ୍ତି  । ଯାହା ମଧ୍ୟରୁ ୩୮ ଟି ମ୍ୟାଚରେ ହିଁ ଭାରତ ବିଜୟ ହାସଲ କରିଛି  ।

ଇଏ ସେହି ବିରାଟ କୋହଲି  ।  ଯିଏ ଦିନିକିଆ ଅନ୍ତ୍ରର୍ଜାତୀୟ ମ୍ୟାଚରେ ପୂର୍ବତନ କ୍ୟାପଟେନ ଏମଏସ ଧୋନି,  ମହମ୍ମଦ ଆଜାରୁଦ୍ଧିନ, ଏବଂ ସୌରଭ ଗାଙ୍ଗୁଲିଙ୍କ ପରେ ଚତୁର୍ଥ ସଫଳ କ୍ୟାପଟେନ  ।  ବିରାଟ ଏବେ ଯାଏଁ ୯୫ଟି ଦିନିକିଆ ମ୍ୟାଟରେ ଟିମ ଇଣ୍ଡିଆର କ୍ୟାପଟେନ ଭାର ସମ୍ଭାଳିଛନ୍ତି  ।  ଏବଂ ଏଥିମଧ୍ୟରୁ ୬୫ ଟି ମ୍ୟାଚରେ ଭାରତକୁ ବିଜୟ ମିଳିଛି  ।  ଯାହା ଏକ ରେକର୍ଡ ମଧ୍ୟ  ।  ଏହା ବ୍ୟତୀତ ବିରାଟ କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ ୪୯ଟି  T20 ମ୍ୟାଚରେ ମଧ୍ୟ ଟିମ୍ ଇଣ୍ଡିଆକୁ ଲିଡ଼ କରିଛନ୍ତି  ।

 କ୍ୟାପଟେନ କୋହିଲଙ୍କ ବ୍ୟାଟିଂ ରେକର୍ଡ ?

୩୩ ବର୍ଷୀୟ ବିରାଟ କୋହଲି ଟେଷ୍ଟ କ୍ରିକେଟ ଇତିହାସରେ ସର୍ବାଧିକ ରନ୍ କରିଥିବା ଭାରତୀୟ ଅଧିନାୟକ  ।  କ୍ୟାପଟେନ ଭାବେ ୬୫ଟି ଟେଷ୍ଟ ମ୍ୟାଚ ଖେଳିଥିବା କୋହଲି  ୫୬୬୭ ରନ୍ ସଂଗ୍ରହ କରିଛନ୍ତି  ।  ଯେଉଁଥିରେ ରହିଛି ୨୦ଟି ଶତକ ଏବଂ ୧୭ଟି ଅର୍ଦ୍ଧ ଶତକ  ।  ସେହିପରି ବିରହାଟ କୋହଲି ଦିନିକିଆରେ ମଧ୍ୟ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କ ପରେ ସର୍ବାଧିକ ରନ୍ ଅକ୍ତିଆର କରିଥିବା ଅଧିନାୟକ  ।

ବିରାଟ କ୍ୟାପଟନ୍ସିଂ କାଳରେ ୯୫ଟି ୱାନଡ଼େ ଇଣ୍ଟରନ୍ୟାସନାଲ ଖେଳିଛନ୍ତି  ।  ତନ୍ମଧ୍ୟରୁ  ୫୪୪୯ ରନ୍ କେବଳ ନିଜେ ହିଁ ସଂଗ୍ରହ କରିଛନ୍ତି  । ଆଉ ଯାହା ମଧ୍ୟରେ ରହିଛି ୨୧ଟି ଶତକ ଏବଂ ୨୭ଟି ଅର୍ଦ୍ଧ ଶତକ  ।  ଯଦି T20 ଇଣ୍ଟରନ୍ୟାସନାଲ କଥା କହିବା ତେବେ ଅଷ୍ଟ୍ରେଲିଆ କ୍ୟାପଟେନ ଏରୋନ୍ ଫିଞ୍ଚଙ୍କ ପରେ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଦ୍ୱିତୀୟ ସର୍ବାଧିକ ରନ୍ ସଂଗ୍ରହ କରିଥିବା ଅଧିନାୟକ  ।  ୪୯ଟି T20ରେ କ୍ୟାପଟେନ କୋହଲି ୧୫୭୦ ରନ୍ କରିଥିବା ରେକର୍ଡ ରହିଛି  ।

ବଡ଼ ମୁକାବିଲାରେ ପ୍ଲଫ କ୍ୟାପଟେନ

କଥାଟି ଅଖାଡ଼ୁଆ ଲାଗୁଥିଲେ ମଦ୍ୟ ସ୍ୱୀକାର କରିବାକୁ ପଡ଼ିବ  । କାରଣ କ୍ରିକେଟ ଅତୀତ କହୁଛି, ଯେତେବେଳେ ଭାରତ ଆଇସିସି ଟୁର୍ଣ୍ଣାମେଣ୍ଟରେ ବଡ଼ ମୁକାବିଲାରେ ପହଁଚେ, ସେତେବେଳେ କୋହଲିଙ୍କ ଅଧିନାୟତ୍ୱ କାମ କରେନି  । ଅର୍ଥାତ ଏକଦମ ଫ୍ଲପ ସାବ୍ୟସ୍ତ ହୁଏ କ୍ୟାପଟେନ୍ସିଂ  । ୨୦୧୭ ମସିହା ଚମ୍ପିଆନସିପ ଟ୍ରଫି ଫାଇନାଲରେ ବିରାଟ କୋହଲିଙ୍କ ଟିମକୁ 180 ରନର ଏକ ବୃହତ ବ୍ୟବଧାନରେ ଚକମା ଦିଏ ପ୍ରତିପକ୍ଷ ପାକିସ୍ତାନ  ।  ଏହି ମ୍ୟାଚରେ ଭାରତ ଟସ ଜିତିଥିବା ସ୍ୱତେ ବିରାଟ ବୋଲିଂ କରିବାର ନିଷ୍ପତ୍ତି ନିଅନ୍ତି  । ଯାହା ସେଦିନର ଗଣିତକୁ ଏକଦମ ବିଗାଡ଼ିଦିଏ  । ଏବଂ ଭାରତ ଏକ ବଡ଼ ପରାଜୟର ସମ୍ମୁଖୀନ ହୁଏ  ।  ସେହିପରି ୨୦୧୯ ୱାର୍ଲ୍ଡ କପରେ  ଭାରତ ଭଲ ପ୍ରଦର୍ଶ କରିବା ସହ ସେମିଫାଇନାଲ ପାଇଁ ସ୍ଥାନ ଚୟନ କରିସାରିଥିଲା  । କିନ୍ତୁ କ୍ୟାପଟେନ କୋହଲିଙ୍କ ନେତୃତ୍ୱରେ ସେଦିନ ମଧ୍ୟ ଭାରତ ଫ୍ଲପ ହୋଇଥିଲା  ।  ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ଭାରତ ୧୮ ରନରେ ହାରିବାକୁ ବାଧ୍ୟ ହୋଇଥିଲା  ।

ଟେଷ୍ଟ କ୍ରିକେଟରେ ଭଲ ପ୍ରଦର୍ଶନ ଜାହିର କରିଥିବା କୋହଲି ବ୍ରିଗେଡ଼ ଆଇସିସି ଟେଷ୍ଟ ଚମ୍ପିଆନସିପ୍ ନେବାର ହକଦାର ରହିଥିଲା  ।  କିନ୍ତୁ ସାଉଥହାମ୍ପଟେନ ଫାଇନାଲ ମୁକାବିଲାରେ ବିରାଟ ବାହିନୀର କିସମତ ପୁଣି ଥରେ ଦଗା ଦେଇଥିଲା  । ଟସ ହାରିଥିବା ଚିମ୍ ଇଣ୍ଡିଆ ୮ ୱିକେଟରେ ମ୍ୟାଚ ବି ହାରିଥିଲା  ।  ଯଦି ଦେଖିବା ଲମ୍ବା ସମୟ ଧରି IPLରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଲିଡ କରୁଥିବା କ୍ୟାପଟେନ ବିରାଟ ଆଜି ପର୍ଯ୍ୟନ୍ତ ବିଜୟୀ ହୋଇ ପାରୁନାହାଁନ୍ତି  । ଆଉ ଏବେ ଚାଲିଥିବା T20 ୱାର୍ଲଡକପରେ ମଧ୍ୟ ସ୍ଥିତି କିଛି ସେମିତି  । ପ୍ରଥମେ ପାକିସ୍ତାନ ଏବଂ ପରେ ନ୍ୟୁଜିଲ୍ୟାଣ୍ଡ ପ୍ରତିପକ୍ଷରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା ଟିମ୍  ।  ଯାହା ପୁଣି ଥରେ ପ୍ରମାଣିତ କରିଛି ଯେ ବିରାଟଙ୍କ ଭାଗ୍ୟ ସାଥ ଦେଉନି  ।  ସେଥିପାଇଁ ହିଁ  ସେ ସବୁଠୁ ଭଲ ଖେଳାଳୀ, ଖରାପ କ୍ୟାପଟେନ..

ନିଜକୁ ସମାଜସେବୀ କହି ଘରେ ଚଳାଉଥିଲେ ସେକ୍ସ ରାକେଟ, ୪ ଯୁବତୀ ସହ ୩ ଗ୍ରାହକ ଗିରଫ

ଭୋପାଲ: ମଧ୍ୟ ପ୍ରଦେଶ ସିହୋରରେ ଶିବସେନା ନେତାଙ୍କ ଘରୁ ସେକ୍ସ ରାକେଟର ପର୍ଦାଫାଶ ହୋଇଛି। ପୋଲିସ ଘଟଣାସ୍ଥଳରୁ କାର, ନଗଦ ଟଙ୍କା ଜବତ କରିଛି । ଏହାସହ ୪ ଯୁବତୀ ଓ ୩ ଗ୍ରାହକଙ୍କ ସହ ମହିଳା ମ୍ୟାନେଜର, ସଂଚାଳିକା ଓ ଚାଳକଙ୍କୁ ଗିରଫ କରିଛି। ଯେଉଁ ମହିଳାଙ୍କ ଘରେ ସେକ୍ସ ରାକେଟ ଠାବ ହୋଇଛି ସେ ନିଜକୁ ସମାଜସେବିକା ବୋଲି କହିଛନ୍ତି ଏବଂ ଶିବସେନା ଟିକେଟରେ ନଗର ପାଳିକା ଅଧ୍ୟକ୍ଷ ନିର୍ବାଚନ ଲଢ଼ି ସାରିଛନ୍ତି।

ସୂଚନା ଅନୁଯାୟୀ, ସୂଚନା ପାଇ ପୋଲିସ ସିହୋର ବସ ଷ୍ଟାଣ୍ଡ ନିକଟରେ ଥିବା ଅନୁପମା ତିୱାରୀଙ୍କ ଘରେ ଚଢ଼ଉ କରିଥିଲା। ଅନୁପମା ତିୱାରୀଙ୍କ ଘରେ ସେକ୍ସ ରାକେଟ ଚାଲିଥିଲା। ପୋଲିସ ପହଞ୍ଚିବା ପରେ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା କିନ୍ତୁ କେହି ପଳାଇବାରେ ସଫଳ ହୋଇନଥିଲେ। ପୋଲିସ ୪ ଯୁବତୀ ଓ ୩ ଗ୍ରାହକଙ୍କୁ ଧରିଛି। ଘଟଣାସ୍ଥଳରୁ ନିଶା ଦ୍ରବ୍ୟ ମଧ୍ୟ ଜବତ ହୋଇଛି। ସମସ୍ତ ଯୁବତୀ ଭୋପାଲ ପାଖାପାଖି ଅଞ୍ଚଳର ବୋଲି କୁହାଯାଉଛି। ଇନ୍ଦୁଲତା ନାମକ ମହିଳା ମ୍ୟାନେଜର ଯୁବତୀମାନଙ୍କୁ ଘରକୁ ଆଣୁଥିଲେ।

ଅନୁପମା ତିୱାରୀ ୨୦୧୫ ରେ ଶିବସେନା ଟିକେଟରେ ନଗର ପାଳିକା ଅଧ୍ୟକ୍ଷ ନିର୍ବାଚନ ଲଢ଼ିଥିଲେ। ସେ ନିଜକୁ ସମାଜସେବୀ ବୋଲି କୁହନ୍ତି। ନେହରୁ ଯୁବ କେନ୍ଦ୍ର ତରଫରୁ କିଛି ବର୍ଷ ପୂର୍ବରୁ ଯୋଗାଚାର୍ଯ୍ୟ ଭାବେ ତାଙ୍କୁ ସମ୍ମାନିତ କରାଯାଇଥିଲା। ମହିଳାଙ୍କ ସୁରକ୍ଷାକୁ ନେଇ ମଧ୍ୟ ଅନୁପମାଙ୍କ ବୟାନ ସାମ୍ନାକୁ ଆସିଥିଲା ଯେଉଁଥିରେ ସେ ମହିଳାଙ୍କ ସୁରକ୍ଷାକୁ ନେଇ ଚିନ୍ତା ଜାହିର କରିଥିଲେ। ପୋଲିସ ସମସ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି। ଘରୁ ପ୍ରାୟ ୨୮ ହଜାର ଟଙ୍କା ନଗଦ ଓ ଓ ଦୁଇଟି କାର ଜବତ ହୋଇଛି।

ନୂଆପଡ଼ାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ୪୭୫ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ

ନୂଆପଡ଼ା/ଭୁବନେଶ୍ୱର:ନୂଆପଡ଼ାର ସ୍ୱାସ୍ଥ୍ୟ ସେବାର ନୂଆ ଅଧ୍ୟାୟ । ନୂଆପଡ଼ା ଜିଲ୍ଲାରେ BSKY ସ୍ମାର୍ଟସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଛି । ଭିଡିଓ କନଫରେସିଂରେ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧ ଲକ୍ଷ ୭୨ ହଜାର ୬୪୩ କାର୍ଡ ବଣ୍ଟନ କରାଯାଇଛି । ସେହିଭଳି ୪ ଶହ ୭୯ କୋଟି ଟଙ୍କାର ଜନାହିତକର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ନବୀନ । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଆଜି ନୂଆ ପରିଚୟ ନେଇ ଆଗକୁ ଯାଉଛି ନୂଆପଡା । ବିଜୁ ସ୍ୱାସ୍ଥ୍ୟ ଯୋଜନାକୁ ନୂଆ ଭାବରେ କାର୍ଯ୍ୟକାରୀ କରାଯାଉଛି ।

ଦେଶର ବଡ଼ ବଡ଼ ହସପିଟାଲରେ ଚିକିତ୍ସିତ ହୋଇପାରିବେ ଲୋକେ । ଦେଶର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ । ମୋ ପାଇଁ ପ୍ରତ୍ୟେକ ଟି ଜୀବନ ମୂଲ୍ୟବାନ, ଚିକିତ୍ସା ନପାଇ କେହି ମୃତ୍ୟୁ ମୁଖରେ ପଡ଼ିଲେ ମୋତେ ଦୁଃଖ ଲାଗେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାବାସୀଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ଚାଷ କ୍ଷେତ୍ରରେ ନୂଆପଡା ନୂଆ ପରିଚୟ ପାଇଛି । ଜିଲ୍ଲାର ୮୦ ପ୍ରତିଶତ ପରିବାରଙ୍କ ନିକଟରେ ପିଇବା ପାଣି ପହଞ୍ଚିଛି । ସବୁ ଗାଁ ସବୁ ପଡ଼ାକୁ ପିଇବା ପାଣି ଯୋଗାଣ ଜାରି ରହିଛି । ଏବେ ବିକାଶର ଧାରାରେ ନୂଆପଡା ଯୋଡି ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ହିତାଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସହ ବିଧାୟକ ଓ ଜନ ପ୍ରତିନିଧୀମାନେ ଉପସ୍ଥି ଥିଲେ ।

ଅନ୍ୟପକ୍ଷରେ ସୋମବାର କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ ହୋଇଛି । କଳାହାଣ୍ଡି ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ନିଜ ହାତରେ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଏହାସହ ପାଖାପାଖି ୯୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି ।

ଜୟ ମାଆ ମାଣିକେଶ୍ୱରୀରୁ ଜିଲ୍ଲାବାସୀଙ୍କ ଉଦ୍ଦେଶରେ ନିଜ ଉଦବୋଧନ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । କଳାହାଣ୍ଡି ଜିଲ୍ଲାବାସୀଙ୍କ ପାଇଁ ୮ ଶହ ୬୦ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ଶୁଭାରମ୍ଭ କରି ବହୁତ ଖୁସି ଥିବା କହିଥିଲେ ମୁଖ୍ୟମନ୍ତ୍ରୀ । କଳାହାଣ୍ଡିର ପ୍ରତି ଗାଁରେ ପାଇପ ଯୋଗେ ପିଇବା ପାଣି ଯୋଗାଇବାକୁ ୨୫୦୦ କୋଟି ଟଙ୍କାର କାମ ଚାଲିଛି । ଗତ ଜୁନରେ କଳାହାଣ୍ଡି ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ଅପର ଇନ୍ଦ୍ରାବତୀ ଲିଫ୍ଟ କେନାଲର ଶୁଭାରମ୍ଭ କରିଥିଲେ । ଏବେ ୬୮ ପ୍ରତିଶତ ଜମିକୁ ଜଳଯୋଗାଣ ହୋଇପାରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ, ‘ଧାନ ଉତ୍ପାଦନରେ କଳାହାଣ୍ଡି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି । ଜିଲ୍ଲାରେ ଧାନ ଉତ୍ପାଦନ ୭୬ ଲକ୍ଷ ଟନରେ ପହଞ୍ଚିଛି । ମାଛ ଉତ୍ପାଦନରେ କଳାହାଣ୍ଡି ଜାତୀୟ ପୁରସ୍କାର ପାଇଛି । କପା ଉତ୍ପାଦନରେ ମଧ୍ୟ କଳାହାଣ୍ଡି ପୂରା ରାଜ୍ୟରେ ସମସ୍ତଙ୍କଠାରୁ ଆଗରେ ରହିଛି । ବିଜୁ ଏକ୍ସପ୍ରେସ ହେଉ କି ଭବାନରପାଟଣା ବାଇପାସ କିମ୍ବା ଭବାନୀପାଟଣା-ରାୟଗଡ଼ା ରାସ୍ତା କାମ ଓ ଗ୍ରୀଡ଼ ସବଷ୍ଟେସନ କାମ, କେସିଙ୍ଗାରେ ବସ୍ତି ଲୋକଙ୍କ ଥଇଥାନ କାମରେ କଳାହାଣ୍ଡି ସଫଳତାର ସହ ଆଗେଇ ଚାଲିଛି ।’

ସେ ଆହୁରି କହିଛନ୍ତି, ‘ମିଶନ ଶକ୍ତିରେ କଳାହାଣ୍ଡିର ମାଆମାନେ ବହୁତ ଭଲ କାମ କରୁଛନ୍ତି । କଳାହାଣ୍ଡି ଆଜି ଏକ ଶିକ୍ଷା ହବ୍ ହୋଇପାରିଛି । କଳାହାଣ୍ଡି ୟୁନିଭର୍ସିଟି, କଳାହାଣ୍ଡି ଇଂଜିନିୟରିଂ କଲେଜ, ସରକାରୀ ଏଗ୍ରିକଳଚର କଲେଜ ପିଲାମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି ।’

ଆଜି କଳାହାଣ୍ଡି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ସାମିଲ ହେଲା । ରାଜ୍ୟର ୯୬ ଲକ୍ଷ ପରିବାରଙ୍କୁ ଏହି କାର୍ଡ ଦିଆଯିବ । ରାଜ୍ୟର ସାଢେ ୩ କୋଟି ଲୋକ ଏଥିରୁ ଉପକୃତ ହେବ । ପୁରୁଷମାନଙ୍କ ପାଇଁ ୫ ଲକ୍ଷ  ଓ ମାଆମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ଏଭଳି ବ୍ୟବସ୍ଥା କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ଅର୍ଥାଭାବରୁ ଆଉ କେହି ଉତ୍ତମ ଚିକିତ୍ସାରୁ ବଞ୍ଚିତ ହେବେନି । ସ୍ବାସ୍ଥ୍ୟ ବାବଦ ଖର୍ଚ୍ଚ ଅର୍ଥରେ ଘରର ଉନ୍ନତି କରିପାରେବ । ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କୋହଲିଙ୍କୁ ଟ୍ରୋଲ କଲେ ପାକିସ୍ଥାନୀ

ଦୁବାଇ : ଚାଲିଛି ଟି-ଟ୍ୱେଣ୍ଟି ୱାଲ୍ଡ କପ୍ । ଗତକାଲି ଆଫଗାନିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ ହରାଇବା ପରେ ଭାରତର ସେମିଫାଇନାଲକୁ ଯିବାର ସ୍ୱପ୍ନ ଅଧାରେ ରହିଗଲା । ମ୍ୟାଚ୍ ସରିବା ପରେ ଇଣ୍ଡିଆନ ଟିମ୍ କ୍ୟାପଟେନ୍ ବିରାଟଙ୍କ ଏକ ପୁରୁଣା ଟ୍ୱିଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କୋହଲି ୨୦୧୨ ମାର୍ଚ୍ଚ ୨୦ରେ ନିଜ ଟ୍ୱିଟର ଆକାଉଣ୍ଟରେ ଏସିଆ କପ୍ ସମୟରେ ଏହି ଟ୍ୱିଟ୍ କରିଥିଲେ । ଏହି ଟ୍ୱିଟରେ ସେ ଲେଖିଥିଲେଯେ “କାଲି ମୁଁ ଘରକୁ ଯାଉଛି । ମତେ ଭଲଲାଗୁନି ।”

କୋହଲିଙ୍କର ଏହି ଟ୍ୱିଟକୁ ନେଇ ପାକିସ୍ତାନୀ ଲୋକେ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ କରୁଛନ୍ତି । ସେମାନେ ଏହି ଟ୍ୱିଟକୁ ଲାଇକ୍ କରିବା ସହ ରିଟ୍ୱିଟ୍ ମଧ୍ୟ କରୁଛନ୍ତି ଏଥିସହ କମେଣ୍ଟରେ କୋହଲିଙ୍କ ମଜା ଉଡ଼ାଉଛନ୍ତି  । ଚଳିତ ବର୍ଷ ଟି-ଟ୍ୱେଣ୍ଟି ୱାଲ୍ଡ କପରେ ଭାରତର ଖେଳ ପ୍ରଦର୍ଶନୀକୁ ନେଇ ପାକିସ୍ତାନୀ କୋହଲିଙ୍କର ଏହି ଟ୍ୱିଟକୁ ଯୋଡ଼ୁଛନ୍ତି  ।

 

୨୦୧୨ରେ ହୋଇଥିବା ଏସିଆ କପରେ ମଧ୍ୟ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନୀ କରିପାରିନଥିଲା । ଫାଇନାଲରେ ମଧ୍ୟ ଟିମ୍ ଇଣ୍ଡିଆ ପହଁଞ୍ଚି ପାରିନଥିଲା । ବାଙ୍ଗଲାଦେଶକୁ ହରାଇ ପାକିସ୍ତାନ କପ୍ ନେଇଥିଲା । ଚଳିତ ବର୍ଷ ଟି-ଟ୍ୱେଣ୍ଟି ୱାର୍ଡ କପରେ ଟିମ୍ ଇଣ୍ଡିଆ ସୁପର-୧୨ରୁ ବାଦ୍ ପଡ଼ିଥିବା ବେଳେ ପାକିସ୍ତାନ ଖୁବ୍ ଭଲ ପ୍ରଦର୍ଶନୀ କରିବା ସହ ସେମିଫାଇନାଲରେ ନିଜ ସ୍ଥାନ ଅକ୍ତିଆର କରିସାରିଛି ।