spot_img
Home Blog Page 4960

ସମୁଦ୍ରରୁ ମାଡ଼ି ଆସୁଛି ସୁନାମି: ବାଜିଲା ସାଇରନ୍, ଆଉ ତା’ ପରେ…

ବାସୁଦେବପୁର/ପାଟକୁରା: ବିପର୍ଯ୍ୟୟ ବଳୟରେ ଉପକୂଳ ଓଡ଼ିଶା । ଏଠି ପ୍ରାକୃତିକ ବିପର୍ଯ୍ୟୟର ଉଗ୍ର ରୂପ ଆଗରେ ହାର ମାନୁଛି ବିଜ୍ଞାନ । ଫେଲ୍ ମାରୁଛି ମଣିଷର ଜ୍ଞାନ କୌଶଳ । ତାଥାପି ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲଟିକୁ ଧ୍ୟାନ ଦିଆଯାଉଛି । ରକ୍ଷା ପାଉଛି ବହୁ ଧନ ଜୀବନ । ତେବେ ଜିରୋ କାଜୁଆଲଟିକ ଗୁରୁତ୍ୱ ଦେଇ ଭଦ୍ରକ ଜିଲ୍ଲା ବାସୁଦେବପୁର ଓ କେନ୍ଦ୍ରପଡା ଜିଲ୍ଲା ପାଟକୁରାରେ ମକ୍ ଡ୍ରିଲ୍ ହୋଇଛି ।

ବାଜୁଛି ସୁନାମି ସାଇରନ୍ । ମାଇକ୍ ଯୋଗେ ଘନ ଘନ ସତର୍କ ସୂଚନା । ସମୁଦ୍ରରୁ ମାଡ଼ି ଆସୁଛି ସୁନାମି । ଭୟଭୀତରେ ଜୀବନ ବିକଳରେ ଏଣେ ତେଣେ ଧାଉଁଛନ୍ତି ଲୋକେ । କିଏ ଜୀବନ ବଞ୍ଚାଇବାରୁ ବାତ୍ୟା ଆଶ୍ରୟସ୍ଥଳୀ ଖୋଜୁଛି ତ କିଏ ଉଚ୍ଚ ସ୍ଥାନକୁ ଚାଲିଯାଉଛି । ପୁଣି କିଏ ଷ୍ଟ୍ରେଚରରେ ଗର୍ଭବତୀ ଓ ବୃଦ୍ଧବୃଦ୍ଧାମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଛି । ତେବେ ଏ କୌଣସି ସତ ଘଟଣା ନୁହେଁ ବରଂ ସମୁଦ୍ର ନିକଟବର୍ତ୍ତି ଅଞ୍ଚଳରେ ସୁନାମି ଦାଉରୁ ଲୋକଙ୍କୁ ରକ୍ଷା କରିବାକୁ ଚାଲିଛି ମକ୍ ଡ୍ରଲ୍ । ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଲୋକଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଜୀବନ ବଞ୍ଚାଇବାକୁ OSDMA ତରଫରୁ ପ୍ରଶିକ୍ଷଣ ଦିଆଯାଇଛି ।

କେନ୍ଦ୍ରାପଡ଼ା ଜିଲ୍ଲା ପଟକୁରାରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଦିଆଯାଇଛି । କୋରୁଆ ଅଗ୍ନିଶମ ବାହିନୀ ଆକସ୍ମିକ ବିପର୍ଯ୍ୟୟ ତଥା ଗ୍ୟାସ ସିଲିଣ୍ଡରରେ ନିଆଁଲାଗିବା, ଘରପୋଡ଼ି, ନଦୀରେ ବୁଡିଯିବା ଆଦି ବିପତ୍ତିରୁ ରକ୍ଷା ପାଇଁ ଲୋକଙ୍କୁ ସଚେତନ କରାଯାଇଛି । ଆଦର୍ଶ ବିଦ୍ୟାଳୟ କ୍ଲଷ୍ଟର ଗୁଡ଼ିକରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ଦିଆଯାଇଛି । ବିପର୍ଯ୍ୟୟ ସମୟରେ ଜିରୋ କାଜୁଆଲଟିକୁ ଦୃଷ୍ଟିରେ ରଖି ଏହି ମକ୍ ଡ୍ରିଲ୍ ହୋଇଛି ।

ଏଥିସହିତ ପଢ଼ନ୍ତୁ: ସମାଜସେବୀ ଅଭିମନ୍ୟୁ ଦାସଙ୍କୁ ଭିଭିଏସ୍ ଲକ୍ଷ୍ମଣଙ୍କ ପ୍ରଶଂସା: ହଜାର ହଜାର ଅସହାୟ କର୍କଟ ରୋଗୀଙ୍କୁ କରିଛନ୍ତି ସେବା

ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଏବେ ଆମେରିକା ଭରସା, ଡାଟା ରିକଭରୀ ପାଇଁ ଗୁୁଗୁଲ ଓ ଫେସବୁକକୁ ନିବେଦନ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ବର୍ଷେ ପୁରିସାରିଥିବା ସତ୍ତ୍ୱେ ଏହାର ସିବିଆଇ ଯାଞ୍ଚ ଜାରି ରହିଛି । ସୂଚନା ମୁତାବକ ସିବିଆଇ ଅଭିନେତାଙ୍କ ଇ-ମେଲ ଏବଂ ସୋସିଆଲ ମିଡିଆରୁ ଡିଲିଟ ହୋଇଥିବା ଡାଟାକୁ ପୁଣି ଥରେ ପାଇବା ପାଇଁ ଆମେରିକା ଠାରୁ ସାହାଯ୍ୟ ମାଗିଛି । ଡାଟା ରିକଭରୀ ପାଇଁ ଗୁଗୁଲ ଏବଂ ଫେସବୁକକୁ ମଧ୍ୟ ନିବେଦନ କରିଛି ସିବିଆଇ ।

ଭାରତ ଏବଂ ଆମେରିକାର ମଧ୍ୟରେ ଏକ ପାରସ୍ପରିକ ଆଇନଗତ ସହାୟତା ଚୁକ୍ତି ଯଥା MLAT ରହିଛି । ଏହା ଅଧୀନରେ ଉଭୟ ଦେଶ ପରସ୍ପରକୁ ଘରୋଇ ମାମଲାର ଅନୁସନ୍ଧାନରେ ସୂଚନା ମାଗିପାରିବେ । ସିବିଆଇ ଏହି ତଥ୍ୟରୁ ଏଇୟା ଅନୁସନ୍ଧାନ କରିବାକୁ ଚାହୁଁଛି କି ସୁଶାନ୍ତଙ୍କ ମୃତ୍ୟୁ ସହିତ ଏହାର କୌଣସି ସମ୍ପର୍କ ଅଛି କି?

ମୃତ୍ୟୁର କାରଣ ଆଜିବି ସନ୍ଦେହଜନକ

ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ ପ୍ରଥମେ ମୁମ୍ବାଇ ପୋଲିସ ଆରମ୍ଭ କରିଥିଲା ଯାହାକି ବର୍ତ୍ତମାନ ସିବିଆଇ ହାତରେ ଅଛି । ତେବେ ସୁଶାନ୍ତ ସିଂଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ। ଅନ୍ୟପକ୍ଷରେ ଆଜି ଯାଏଁ ମଧ୍ୟ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ପ୍ରଶଂସକମାନେ ତାଙ୍କ ମୃତ୍ୟୁ ପାଇଁ ନ୍ୟାୟ ନିବେଦନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଶଂସକମାନେ ତାଙ୍କୁ ଅନେକ ଥର ହତ୍ୟା ଷଡଯନ୍ତ୍ରରେ ସନ୍ଦେହ ପ୍ରକଟ କରିଛନ୍ତି । ଏମିତିକି ଦିଶା ସାଲିଆନଙ୍କ ଆତ୍ମହତ୍ୟା ମଧ୍ୟ ସୁଶାନ୍ତ ମାମଲା ସହ ଜଡିତ ଥିବା ପ୍ରଶଂସକ କହିଛନ୍ତି ।

ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ସୁଶାନ୍ତଙ୍କ ବାପା

ମୁମ୍ବାଇ ପୋଲିସ ଏହାର ତଦନ୍ତରେ କହିଛି ଯେ ସୁଶାନ୍ତ ସିଂ ରାଜପୁତ ଡିପ୍ରେସନରେ ପୀଡିତ ଥିଲେ । ସୁଶାନ୍ତଙ୍କ ଘରୁ ଡିପ୍ରେସନର ଔଷଧ ମଧ୍ୟ ମିଳିଥିଲା, ଯାହା ଆଧାରରେ ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ଆତ୍ମହତ୍ୟା ହେବାର କାରଣ ବୋଲି କହିଥିଲା। ପୁଅର ମୃତ୍ୟୁ ପରେ ତାଙ୍କ ପିତା ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ଦାୟର କରିଥିଲେ ଏବଂ ମୃତ୍ୟୁ ପାଇଁ ତାଙ୍କୁ ଦାୟୀ କରିଥିଲେ।

ଉପହାର ଅଗ୍ନିକାଣ୍ଡ : ବିଲଡର୍ସ ବ୍ରଦର୍ସଙ୍କୁ ୫ କୋଟି ଫାଇନ ସହ ୭ ବର୍ଷ ପାଇଁ ଜେଲ୍

ନୂଆଦିଲ୍ଲୀ  : ବହୁ ଚର୍ଚ୍ଚିତ ଉପହାର ଅଗ୍ନିକାଣ୍ଡ ମାମଲାକୁ ବିତିଛି ୨୪ ବର୍ଷ  । ଦୀର୍ଘ ୨୪ ବର୍ଷ ପରେ କୋର୍ଟ ଶୁଣାଇଛି ନିଷ୍ପତ୍ତି  । ଉପହାର ସିନେମା ଅଗ୍ନିକାଣ୍ଡର ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ ସହ ୫ କୋଟି ଲେଖାଏଁ ଜୋରିମାନାର ଶୁଣାଣି କରିଛି  । ଉପହାର ସିନେମା ହଲର ମାଲିକ ଦୁଇ ଭାଇ ଗୋପାଲ ଅଂଶଲ ସୁଶୀଲ ଅଂଶଲଙ୍କୁ ୨.୫ କୋଟି ଲେଖାଏଁ ଅର୍ଥାତ୍ ୫ କୋଟି ଲେଖାଏଁ ଜୋରିମାନା ଦେବାକୁ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି  ।

କେବଳ ଏହି ଦୁଇ ଜଣଙ୍କୁ ନୁହେଁ ଘଟଣାରେ ସମ୍ପୃକ୍ତ ଅନ୍ୟ ୩ ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଛି  । କୋର୍ଟର ପୂର୍ବ କର୍ମଚାରୀ ଦିନେଶ ଚନ୍ଦ୍ର ଶର୍ମା ଏବଂ ଅନ୍ୟ ଦୁଇଜଣ ଅଭିଯୁକ୍ତ ପିପି ବତ୍ରା ଓ ଅନୁପ ସିଂଙ୍କୁ ୩ ଲକ୍ଷ ଲେଖାଏଁ ଜୋରିମାନା ସହ ୭ ବର୍ଷର କାରାଦଣ୍ଡ ଶୁଣାଇଛି  ।

ଉପହାର ଅଗ୍ନିକାଣ୍ଡ ଘଟଣା :

ଆଜକୁ ୨୪ ବର୍ଷ ପୂର୍ବେ ୧୯୯୭ ଜୁନ୍ ୧୩ ତାରିଖରେ ଗ୍ରୀନ ପାର୍କର ଦକ୍ଷିଣ ଦିଗରେ ଥିବା ଉପହାର ସିନେମା ହଲରେ ହିନ୍ଦୀ ଚଳଚ୍ଚିତ୍ର ‘ବର୍ଡର’ ଚାଲୁଥିବା ବେଳେ ହଠାତ୍ ସିନେମା ହଲରେ ନିଆଁ ଲାଗିଥିଲା  । ଏହି ଭୟାବହ ଅଗ୍ନିକାଣ୍ଡରେ ୨୮ଟି ପରିବାରରୁ ୫୯ ଜଣ ମୃତ୍ୟୁବରଣ କରିଥିଲେ । ୧୯୯୭ ମସିହା ନଭେମ୍ବର ୧୫ରେ ସିବିଆଇ ଏହି ଘଟଣାରେ ଜଡ଼ିତ ୧୬ ଜଣ ଅଭିଯୁକ୍ତଙ୍କ ସହ ସିନେମା ହଲର ମାଲିକ ଗୋପାଲ ଅଂଶଲ ସୁଶୀଲ ଅଂଶଲଙ୍କୁ ଚାର୍ଜସିଟ୍ ଦାଖଲ କରିଥିଲା  ।

ବେଆଇନ ପଥର ଖଣିରେ ଚଢ଼ାଉ: ୩ ଜେସିିବି ଜବତ, ମାଫିଆ ଫେରାର୍

ଟାଙ୍ଗୀ: ବାଲୁଗାଁ SDPOଙ୍କ ଛଦ୍ମ ଵେଶରେ ଚଢାଉ । ବେଆଇନ ମାଙ୍କଡା ପଥର ଖଣିରେ ଚଢ଼ାଉ ହୋଇଛି  । ଚଢାଉ ବେଳେ ମାଫିଆ ଚମ୍ପଟ ମାରିବାରେ ସଫଳ ହୋଇଥିବା ବେଳେ ୩ଟି ଜେସିବି ଜବତ ହୋଇଛି । ଟାଙ୍ଗୀ ତହସିଲ ଅନ୍ତର୍ଗତ ସୁନ୍ଦର ପୁର ମାଙ୍କଡା ଚୋରା ପଥର ଖଣିରେ ଚଢ଼ାଉ ହୋଇଥିଲା । ବାଲୁଗାଁ SDPO ମାନସ ରଂଜନ ବାରିକଙ୍କ ନେତୃତ୍ୱରେ ହୋଇଛି ଚଢାଉ ।

SDPO ଓ ଟାଙ୍ଗୀ ଥାନା ଆଇ ଆଇ ସି । ଛଦ୍ମ ବେଶରେ କରିଛନ୍ତି ଚଢାଉ । ମାଫିଆ ମାନେ ବେଧଡକ୍ ଚୋରା ମାଙ୍କଡା ପଥର ଖଣି ଖୋଳି ପଥର ଚାଲାଣ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ । ଖବର ପାଇ ଆଜି ବାଲୁଗାଁ ଏସ ଡି ପି ଓ ଓ ଆଇ ଆଇ ସି କରିଥିଲେ ଚଢାଉ । ଚଢାଊ କରି ଖଣି ଖୋଳାରେ ବ୍ୟବହୃତ ୩ ଟି ଜେସିବି ଜବତ କରିବାକୁ ସକ୍ଷମ ହୋଇଛନ୍ତି । ତେବେ ଘଟଣା ସ୍ଥଳରୁ ୩ଟି ଟ୍ରାକ୍ଟର ସହ ମାଫିଆ ମାନେ ଫେରାର ହୋଇ ଯାଇଛନ୍ତି । ଚଢାଉ ଫଳରେ ଖଣି ମାଫିଆ ଭୟଭୀତ ହୋଇ ଯାଇଛନ୍ତି ।

ସମାଜସେବୀ ଅଭିମନ୍ୟୁ ଦାସଙ୍କୁ ଭିଭିଏସ୍ ଲକ୍ଷ୍ମଣଙ୍କ ପ୍ରଶଂସା: ହଜାର ହଜାର ଅସହାୟ କର୍କଟ ରୋଗୀଙ୍କୁ କରିଛନ୍ତି ସେବା

କଟକ:  ଓଡ଼ିଆ ସମାଜସେବୀଙ୍କୁ ଭାରତୀୟ ଦଳର ପୂର୍ବତନ ସଦସ୍ୟ ତଥା କିମ୍ୱଦନ୍ତି ବ୍ୟାଟ୍ସମ୍ୟାନ୍ ଭିଭିସ୍ ଲକ୍ଷ୍ଣଣଙ୍କ ପ୍ରଶଂସା । ସମାଜସେବୀ ଅଭିମନ୍ୟୁ ଦାସଙ୍କୁ ତାଙ୍କର ନିସ୍ୱର୍ଥପର ସେବା ପାଇଁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ଏହି ପୂର୍ବତନ କ୍ରିକେଟିୟର ଭି ଭି ଏସ ଲକ୍ଷ୍ମଣ । ଦଶନ୍ଧି ଦଶନ୍ଧି ଧରି ଅପରିଚିତ ମୃତଦେହକୁ ଆଣି ସତ୍କାର କରିବା ସହ ନିସହାୟ କ୍ୟାନସର ରୋଗୀଙ୍କ ଚିକିତ୍ସା କରି ଆସୁଛନ୍ତି ଅଭିମନ୍ୟୁ । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମହମ୍ମଦ କୈଫ ମଧ୍ୟ ଟ୍ୱିଟ୍ କରି ଅଭିମନ୍ୟୁ ଙ୍କୁ ପ୍ରଶଂସା କରିଥିଲେ।

ଲକ୍ଷ୍ମଣ ଟ୍ୱିଟ୍ କରି ଲେଖିଛନ୍ତି ଯେ, କଟକର ୫୦ ବର୍ଷୀୟ ବୁକ୍ ବାଇଣ୍ଡର ଅଭିମନ୍ୟୁ ଦାସ  ଅପରିଚତ ମୃତଦେହର ଅନ୍ତିମସଂସ୍କାର କରିଥାନ୍ତି । ସେ କର୍କଟ ରୋଗୀଙ୍କ ଯତ୍ନ ନେବା ନେଇ ମଧ୍ୟ ଜଣାଶୁଣା । ସେ ହଜାର ହଜାର ବାସହୀନ ଓ ଅସହାୟ କର୍କଟ ରୋଗୀଙ୍କ ଯତ୍ନ ମଧ୍ୟ ନେଉଛନ୍ତି । ତାଙ୍କର ଏଭଳି ନିସ୍ୱର୍ଥପର ସେବାକୁ ସଲାମ୍ ଜଣାଇଛନ୍ତି ଭିଭିଏସ୍ ଲକ୍ଷ୍ମଣ ।

ତେବେ ଅଭିମନ୍ୟୁ ଏଯାବତ୍ ପ୍ରାୟ ୭ ହଜାରରୁ ଊର୍ଦ୍ଧ୍ୱ ଗରିବ କର୍କଟ ରୋଗୀଙ୍କ ସହାୟତା କରିବା ସହିତ ୧୩୦୦ ଶବ ସଂସ୍କାର କରିଛନ୍ତି । ସେ କୁହନ୍ତି ମୁଁ ଡାକ୍ତରଖାନାକୁ ଯାଇ ବୁଲି ଦେଖେ । ଅନେକ କର୍କଟ ରୋଗୀଙ୍କର କେହି ଦେଖାଶୁଣା କରିବାକୁ ନଥାନ୍ତି । ସେଠି ମୁଁ ସେମାନଙ୍କୁ ସହାୟତା କରେ । ୫୦  ବର୍ଷୀୟ ଅଭିମନ୍ୟୁ ଅତୀତରେ ନିଜ ବାପା, ମା, ଦାଦା ଆଦିଙ୍କୁ କ୍ୟାନସରରେ ହରାଇ ସାରିଛନ୍ତି ।

ମାଙ୍କଡ଼ ଖାଉଛି ହରିଣ ମୁଣ୍ଡ : ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ପଶୁଙ୍କ ଆଚରଣ କେତେବେଳେ ସ୍ନେହ ଭରା ତ କେତେବେଳେ ହ୍ରିଂସ । ଜଙ୍ଗଲରେ ହେଉ ଅବା ଅଭୟାରଣ୍ୟ ପଶୁଙ୍କର ବିଭିନ୍ନ ହ୍ରିଂସ କାର୍ଯ୍ୟକଳାପ ଆମେ ଦେଖିବାକୁ ପାଆନ୍ତି । କାରଣ ‘ଶିକାର’ ପଶୁମାନଙ୍କ ବଞ୍ଚିବାର ଏକ ମାତ୍ର ମାଧ୍ୟମ । ସାଧାରଣତଃ ବାଘ, ସିଂହ ଆଦିକୁ ସବୁଠାରୁ ହିଂସ୍ର ପଶୁ ଭିତରେ ଗଣାଯାଏ । ମାତ୍ର ହରିଣ ଛୁଆକୁ ମାଙ୍କଡ଼ ଖାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଭିଡିଓଟି ଆଫ୍ରିକାନ୍ ବସ୍ କିଙ୍ଗଡମ୍ ନିଜ ଫେସବୁକ୍ ପେଜରେ ସେୟାର କରିଥିବା ଜଣାପଡ଼ିଛି । ଭିଡିଓଟିରେ ମାଙ୍କଡ଼ଟି ହରିଣ ଛୁଆଟିକୁ ମାରି ତା’ ମାଂସ ଖାଉଥିବାର ଦେଖାଯାଉଛି । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

 

 

 

 

 

 

ପୁରୀରେ ୟୁଜର୍ସ ଫି’ ଆଦାୟ ନିଷ୍ପତ୍ତିକୁ ବିରୋଧ: ଜିଲ୍ଲାପାଳଙ୍କୁ ଭେଟି ପୁନର୍ବିଚାର ନେଇ ଦାବି ଜଣାଇଲେ ୩୧ ସଂଗଠନ

ପୁରୀ: ଏଣିକି ଅଳିଆ ପାଇଁ ପୁରୀ ସହରବାସୀଙ୍କ ଠାରୁ ଆଦାୟ ହେବ ୟୁଜର୍ସ ଫିସ୍ ।  ଆସନ୍ତା ୧୦ତାରିଖରୁ ପୁରୀ ପୌରପାଳିକା ପକ୍ଷରୁ ୟୁଜର୍ସ ଫିସ ବା ଶୁଳ୍କ ଆଦାୟ କରାଯିବ । ତେବେ ପୌରପାଳିକା ପକ୍ଷରୁ ଏଭଳି ନିର୍ଦ୍ଦେଶାନାମା ଜାରି ହେବା ପରେ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ୩୧ରୁ ଅଧିକ ଅନୁଷ୍ଠାନ ଏହାର ଦୃଢ଼ ବିରୋଧ କରି ଆଜି ଜିଲ୍ଳାପାଳଙ୍କୁ ଭେଟି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି କରିଛନ୍ତି । ଗତ ଦୁଇବର୍ଷ ଧରି ସ୍ଵଛ ପୁରୀ,ଗର୍ବ ଆମରି ଯୋଜନାରେ ପୁରୀ ପୌରପାଳିକାରେ ପ୍ରତି ୱାର୍ଡର ସାହି ଓ ଗଳିକନ୍ଦି ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଉଛି । ଏହି କାର୍ଯ୍ୟରେ ପୌରପାଳିକାର ୫୦ ଗାଡ଼ି ଓ ୨୦୦ରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି । ପ୍ରଥମ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଆର୍ଥିକ ଅନୁଦାନ ଯୋଗାଇଥିଲା । ଏବେ ପୁରୀ ପୌରପାଳିକା ୫୦୦ବର୍ଗଫୁଟ ବିଶିଷ୍ଟ ଘର ପାଇଁ ୨୫ଟଙ୍କା,୧୨ଶହ ବର୍ଗଫୁଟ ଘର ପାଇଁ୫୦ଟଙ୍କା ,୩ ହଜାର ବର୍ଗଫୁଟ ଘର ପାଇଁ ୭୦ଟଙ୍କା ଓ ୫ହଜାର ବର୍ଗଫୁଟ ଘର ପାଇଁ ମାସିକ ୧୦୦ଟଙ୍କା ଶୁଳ୍କ ଆଦାୟ ଧାର୍ଯ୍ୟ ହୋଇଛି ।

ପୂର୍ବରୁ ସହରବାସୀ ହୋଲଡିଂ ଟ୍ୟାକ୍ସ ଦେଉଥିବାରୁ ଅଳିଆ ପାଇଁ ପୁନଃ ୟୁଜର୍ସ ଫିସ ଦେବାକୁ ପଡ଼ିବ । ଏହାକୁ ପୁରୀର ବିଭିନ୍ନ ସାମାଜିକ ଅନୁଷ୍ଠାନ ତୀବ୍ର ବିରୋଧ କରିଛନ୍ତି।ୟୁଜର୍ସ ଫି ନିଷ୍ପତ୍ତିର ପୁନର୍ବିଚାର ନହେଲେ ଏକ ଲକ୍ଷ୍ୟ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବା ସହ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି ।

ତେବେ ବାଧ୍ୟତାମୂଳକ ନୁହେଁ ଲୋକଙ୍କୁ ସ୍ଵଛ ପୁରୀ ପାଇଁ ୟୁଜର୍ସ ଫି ଦେବାକୁ ପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି।ତେବେ ଦେୟ ନଦେଲେ କି ପ୍ରକାର ପଦକ୍ଷେପ ନିଆଯିବ ସେ ନେଇ କୌଣସି ବିଷୟ ନିର୍ଦ୍ଦେଶନାମାରେ ଉଲ୍ଲେଖ ନାହିଁ।ସ୍ଵଛ ଭାରତ ଅଭିଯାନ ସର୍ବେକ୍ଷଣରେ ପୁରୀ କ୍ରମାଗତ ଭାବେ ନିମ୍ନ ସ୍ଥାନ ହାସଲ କରୁଥିବାରୁ ଏହି ସ୍ୱତନ୍ତ୍ର ପଦକ୍ଷେପ ଜରିଆରେ ସୁଧାର ଆଣିବା ପାଇଁ ପୁରୀ ପୌରପାଳିକା ଲକ୍ଷ୍ୟ ରଖିଛି।ତେବେ ସର୍ବନିମ ୟୁଜର୍ସ ଫି ରଖାଯାଇଛି।

ଅକ୍ଷୟ-କ୍ୟାଟ୍ରିନାଙ୍କ ରୋମାଣ୍ଟିକ୍ ସିନ୍ ବେଳେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କଲେ ଯୁବକ, ଲାଇଟ୍ ଅନ୍ ହେଉଣୁ ନିର୍ଧୂମ ଛେଚିଲେ ଦର୍ଶକ

ଭୋପାଳ: ଭୋପାଳରେ ଏକ ସିନେମା ହଲ୍‌ରେ ଦେଖିବାକୁ ମିଳିଛି ରିୟଲ ଆକ୍ସନ । ଏଠାରେ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଶେଷ ଶୋ’ ଚାଲୁଥିଲା । ରାତି ପାଖାପାଖି ୧୨ଟା ବେଳେ ଅକ୍ଷୟ ଓ କ୍ୟାଟ୍ରିନାଙ୍କ ରୋମାଣ୍ଟିକ୍‌ ସିନ୍‌ ପରଦାକୁ ଆସିଥିଲା, ସେହି ସମୟରେ ଜଣେ ଯୁବକ ପଛରେ ବସିଥିବା ଜଣେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲେ ଏବଂ ଅସଦାଚରଣ କରିବା ଆରମ୍ଭ କରି ଦେଇଥିଲେ। ଏହାପରେ ଘଟଣାସ୍ଥଳରେ ରିୟଲ ଫିଲ୍ମ ଆରମ୍ଭ ହୋଇ ଯାଇଥିଲା। ପ୍ରଥମେ ଯୁବତୀ ଚପଲ ଓହ୍ଲାଇ ଯୁବକଙ୍କୁ ପିଟିବା ଆରମ୍ଭ କରିଥିଲେ। ଏହା ଦେଖି ଉପସ୍ଥିତ ଦର୍ଶକ ମଧ୍ୟ ବାହାରି ପଡ଼ିଥିଲେ। ପ୍ରଥମେ ସମସ୍ତେ ଥିଏଟର ଭିତରେ ଯୁବକଙ୍କୁ ପିଟିଥିଲେ ଏବଂ ପରେ ଥିଏଟର ବାହାରକୁ ନେଇ ନିର୍ଧୂମ ଛେଚିଥିଲେ । ଯଦିଓ ମାମଲା ଥାନା ପର୍ଯ୍ୟନ୍ତ ପହଞ୍ଚି ନ ଥିଲା।

ସ୍ଥାନୀୟ ଥାନା ପୋଲିସ କହିଛି କି, ଘଟଣା ବିଷୟରେ କୌଣସି ଖବର ଆସି ନାହିଁ । କେହି ଅଭିଯୋଗକାରୀ ମଧ୍ୟ ଥାନାରେ ପହଞ୍ଚି ନାହାନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଆଧାରରେ ପୋଲିସ ତଦନ୍ତ କରୁଛି । ସୂଚନାଥାଉ କି, ଅକ୍ଷୟ ଓ କ୍ୟାଟ୍ରିନାଙ୍କ ରୋମାଣ୍ଟିକ୍‌ ସିନ୍‌ ସମୟରେ ଯୁବକ ଜଣକ ପଛକୁ ବାରମ୍ବାର ବୁଲି ଚାହୁଁଥିଲେ ଏବଂ କମେଣ୍ଟ କରିଥିଲେ କି, ‘ଛାଡ କାଲିର କଥା’। ସେ ବାରମ୍ବାର ପଛକୁ ବୁଲି ଯୁବତୀଙ୍କ ଆଡ଼କୁ ଚାହୁଁଥିଲେ। ସେହି ସମୟରେ ଯୁବତୀ ସମ୍ପୃକ୍ତ ଯୁବକଙ୍କୁ ବାରଣ କରିଥିଲେ ବି ସେ ମାନି ନ ଥିଲେ। ଏହାପରେ ଯୁବତୀ ଚପଲ ଖୋଲି ଯୁବକଙ୍କୁ ପିଟିଥିଲେ। ଯୁବତୀ ଏବଂ ଦର୍ଶକ ମିଳିମିଶି ଯୁବକଙ୍କୁ ମାଡ଼ ମାରୁଥିବା ବେଳେ ଯୁବକ ଜଣକ ବହୁତ ନେହୁରା ହେଉଥିଲେ। କିନ୍ତୁ ଲୋକେ କିଛି ବି ଶୁଣି ନ ଥିଲେ। ତେବେ ଯୁବକଙ୍କ ପରିଚୟ ମିଳିପାରି ନାହିଁ।

ଯୁବକଙ୍କୁ ଯେତେବେଳେ ଲୋକେ ପିଟୁଥିଲେ, ସେହି ସମୟରେ ଥିଏଟର ଭିତରେ ଗୀତ ବାଜୁଥିଲା। ସେଠାରେ ଉପସ୍ଥିତ ଅନ୍ୟ ଯୁବତୀମାନେ ମଧ୍ୟ ତାଙ୍କୁ ଚପଲରେ ପିଟିଥିଲେ। ଲୋକେ ଯେତେବେଳେ ଯୁବକଙ୍କୁ ଧରି ଥାନାକୁ ନେଉଥିଲେ, ତ ସେତିକି ବେଳେ ଯୁବକଙ୍କ ସାଙ୍ଗ ସେଠାରେ ପହଞ୍ଚି ଥିଲେ ଏବଂ ଯୁବତୀଙ୍କ ସାମ୍ନାରେ ଯୁବକଙ୍କୁ କ୍ଷମା ମଗାଇ ଥିଲେ। ଏହାପରେ ମାମଲା ଶାନ୍ତ ପଡ଼ିଥିଲା। ଅଭିଯୁକ୍ତ ଯୁବକ ପୁରୁଣା ସହରର ବୋଲି କୁହାଯାଉଛି। ସେପଟେ ଭାଇରାଲ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଘଟଣାସ୍ଥଳରେ ପାଖାପାଖି ୧୦ରୁ ୧୨ଜଣ ଲୋକ ଉପସ୍ଥିତ ରହି ଯୁବକଙ୍କୁ ନିର୍ଧୂମ ଛେଚୁଛନ୍ତି ଏବଂ ଯୁବକ ଜଣକ କାକୁତିମିନତି ହେଉଛନ୍ତି। ଭିଡିଓ ଏତେ ମାତ୍ରାରେ ଭାଇରାଲ ହୋଇଛି ଯେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି।

ଭିଲେନର ଘର ଭାଙ୍ଗିଲା ପୋଲିସ, KBN ନାଁରେ ସୃଷ୍ଟି କରିଥିଲେ ଆତଙ୍କରାଜ

ଭୁବନେଶ୍ୱର: ରାଜଧାନୀରେ କୋକୁଆ ଭୟ ସୃଷ୍ଟି କରିଥିବା କେବିଏନ ଗ୍ରୁପକୁ ପୋଲିସର ଟାର୍ଗେଟ  । କେତେବେଳେ ସାଧାରଣ ଯାତ୍ରୀଙ୍କୁ ଆକ୍ରମଣ ତ, କେତେବେଳେ ବ୍ଲାଙ୍କ ଫାୟରିଂ କରି ସୃଷ୍ଟି କରିଥିଲେ ଆତଙ୍କରାଜ  । ଆଜି କମିସନରେଟ ପୋଲିସ  ଭାଙ୍ଗିଛି ଭିଲେନର ଘର । ବନ୍ଧୁକ ରଖିଥିବା ସନ୍ଦେହରେ ଗ୍ରୁପ୍‌ର ସଦସ୍ୟ ରାକେଶ ବେହେରା ଓରଫ ତେଙ୍ଗର ଘର ଭାଙ୍ଗିଛି ପୋଲିସ ।

ସେପଟେ କ୍ରାଇମ ଗ୍ୟାଙ୍ଗର ଭିଡିଓ ଭାଇରାଲ ଘଟଣାରେ ମୋଟ 29 ଜଣକ ନାମରେ ମାମଲା ରୁଜୁ କରିଛି ନୟାପାଲ୍ଲୀ ଥାନା ପୋଲିସ । KBN ଗ୍ୟାଙ୍ଗର ଦୁଇଜଣ ଅଭିଯୁକ୍ତକୁ ମିଶାଇ ମୋଟ 7 ଜଣକୁ ଗିରଫ କରିଛି ପୋଲିସ । ଗ୍ୟାଙ୍ଗ ମୁଖ୍ୟ ଦେବୀ ପ୍ରସାଦ ଓରଫ ବୁବୁ ଜେନାଙ୍କ ସମେତ 22 ଜଣ ଏବେ ବି ଫେରାର ଅଛନ୍ତି । ଦୁଇ ଦିନ ତଳେ ରାଜଧାନୀର ଏକ ନିଛାଟିଆ ରାସ୍ତାରେ ବ୍ଲାଙ୍କ ଫାୟରିଂ ଭିଡିଓ ଭାଇରାଲ ହୋଇଥିଲା  । ଯାହାକୁ ନେଇ ସାଧାରଣରେ ଏକପ୍ରକାର ଭୟ ସଞ୍ଚାର ହୋଇଥିଲା   ।

ସେପଟେ ଏହି ଭିଡ଼ିଓ ଭାଇରାଲ ହେବାପରେ ଭୁବନେଶ୍ୱରରେ ଥିବା ବିଭିନ୍ନ ଖଟିକୁ ଚିହ୍ନଟ କରିଛି ପୋଲିସ । ରାତିରେ ପାଟ୍ରୋଲିଂକୁ ପୋଲିସ ଜୋରଦାର କରିଛି । ଏହି ଗ୍ୟାଙ୍ଗ ଦ୍ୱାରା କୌଣସି ଲୋକ ଅପରାଧର ଶିକାର ହୋଇ ନାହାନ୍ତି । କୌଣସି ଲୋକ ଅପରାଧ ଶିକାର ହୋଇଥିଲେ ଥାନାରେ ଅଭିଯୋଗ କରନ୍ତୁ ବୋଲି ଡିସିପି ନିବେଦନ କରିଛନ୍ତି ।

କଳାହାଣ୍ଡିରେ ମହା ମିଶ୍ରଣ ପର୍ବ: ବିରୋଧୀ ଶିବିର ଛାଡ଼ି ବିଜେଡିରେ ସାମିଲ ହେଲେ ହଜାର ହଜାର କର୍ମୀ

ଧର୍ମଗଡ଼: କଳାହାଣ୍ଡିରେ ବିଜେଡି ପକ୍ଷରୁ ଆଯୋଜିତ ହୋଇ ଯାଇଛି ମହା ମିଶ୍ରଣ ପର୍ବ । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି ବିରୋଧୀ ଦଳର ହଜାର ହଜାର କର୍ମୀ ।

ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଏମାନେ ଶଙ୍ଖ ଧରିଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ଟୁକୁନି ସାହୁ, ନବ ଦାସ  ଓ ନିରଞ୍ଜନ ପୂଜାରୀ ଓ ସାଂସଦ ସୁଜିତ କୁମାର ଓ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ ପ୍ରମୁଖ ଯୋଗଦେଇ କର୍ମୀମାନଙ୍କୁ ବିଜେଡି ଶିବିରକୁ ସ୍ବାଗତ କରିଥିଲେ ।