spot_img
Home Blog Page 4958

ଆଶ୍ଚର୍ଯ୍ୟଜନକ NCRB ରିପୋର୍ଟ, ୨୦୨୦ରେ ୧୧ ହଜାର ବ୍ୟବସାୟୀ କରିଛନ୍ତି ଆତ୍ମହତ୍ୟା

ନୂଆଦିଲ୍ଲୀ: ବହୁରୂପୀ ଭୂତାଣୁ ଲକ୍ଷାଧିକଙ୍କ ଜୀବନ ନେଇଥିବା ବେଳେ ସଂକ୍ରମଣ ରୋକିବାକୁ ଲାଗୁ ହୋଇଥିବା ଲକଡାଉନ ଯୋଗୁ ଉଜୁଡ଼ି ଯାଇଛି ଅନେକ ପରିବାର । ୨୦୧୯ ତୁଳନାରେ ୨୦୨୦ରେ ଆତ୍ମହତ୍ୟା ମାମଲା ୫୦ପ୍ରତିଶତ ବଢ଼ିଛି । ବ୍ୟବସାୟରେ ଘାଟା ଯୋଗୁ ୧୧ହଜାରରୁ ଅଧିକ ଛୋଟବଡ଼ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି । ଏଭଳି ଚିନ୍ତାଜନକ ରିପୋର୍ଟ ଦେଇଛି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା ଏନସିଆରବି ।

କରୋନା ପରେ ଦେଶରେ ବଢ଼ିଛି ଆତ୍ମହତ୍ୟା ମାମଲା । କରୋନା ସଙ୍କଟରେ ସାମାନ୍ୟ ଆଶ୍ବସ୍ତି ଆସିଥିବା ବେଳେ ଚିନ୍ତାଜନକ ରିପୋର୍ଟ ଦେଇଛି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା ଏନସିଆରବି । ଦେଶରେ ଚାଷୀଙ୍କ ତୁଳନାରେ ଆତ୍ମହତ୍ୟା କରିଛନ୍ତି ଅଧିକ ବ୍ୟବସାୟୀ । ଯାହା ଇତିହାସରେ ପ୍ରଥମ । ବାରମ୍ବାର ଲକଡାଉନ, ସଟଡାଉନ, ମାନ୍ଦା ବ୍ୟବସାୟ ଆଦି କାରଣରୁ ବ୍ୟବସାୟୀମାନେ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହେବା ପରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ଲକଡାଉନ ଯୋଗୁ ଋଣ ପରିଶୋଧ କରି ନପାରି ୧୧ହଜାରରୁ ଅଧିକ ଛୋଟବଡ଼ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି ।

ବ୍ୟବସାୟରେ ବ୍ୟାପକ କ୍ଷତି କାରଣରୁ ବ୍ୟବସାୟୀଙ୍କ ମଧ୍ୟରେ ଆତ୍ମହତ୍ୟା ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି ହୋଇଛି । 2020ରେ 11 ହଜାର 716ଜଣ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି । ସେମାନଙ୍କ ମଧ୍ୟରୁ 4 ହଜାର 356 ଜଣ ଛୋଟ, ମଧ୍ୟମ ଓ ବଡ ବ୍ୟବସାୟୀ ଥିବାବେଳେ, 4 ହଜାର 226 ଜଣ ଭେଣ୍ଡର ଥିଲେ । ସେହିପରି କୃଷି ସଂକଟ, ଫସଲହାନି, ଋଣଭାର ଆଦି କାରଣରୁ ଚାଷୀ ଆତ୍ମହତ୍ୟା ସଂଖ୍ୟା ବି ବଢିଛି । 10 ହଜାର 677 ଜଣ ଚାଷୀ ମୃତ୍ୟୁର ପଥ ବାଛି ନେଇଥିବା ରିପୋର୍ଟ ଦେଇଛି ଏନସିଆରବି।
ଦେଶରେ ମୋଟ ଆତ୍ମହତ୍ୟା ହାର 10 ପ୍ରତିଶତ ବୃଦ୍ଧି ପାଇଛି । ଗତ ବର୍ଷ ଦେଶରେ 1 ଲକ୍ଷ 53 ହଜାର 52ଜଣ ଲୋକ ଆତ୍ମହତ୍ୟା କରିଛନ୍ତି, ଯାହାକି ଦେଶର ଇତିହାସରେ ସର୍ବାଧିକ ।

T20 ବିଶ୍ୱକପରୁ ଯାତ୍ରା ସମାପ୍ତ କଲା ଭାରତ, ଶେଷ ମ୍ୟାଚରେ ନାମ୍ବିଆ ଠାରୁ ଜିତିଲା ଇଣ୍ଡିଆ

ସାଉଦିଆରବ: ଶେଷ ହୋଇଛି ଭାରତର ଟି-୨୦ ବିଶ୍ବକପ୍ ଅଭିଯାନ । ଶେଷ ମ୍ୟାଚରେ ଭାରତ ନ୍ୟାମ୍ବିଆ ୯ ଓ୍ବିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ଯାଟିଂ କରି ନାମିବିଆ ୧୩୨ ରନ୍ସା କରିଥିବାବେଳେ ଗୋଟିଏ ଓ୍ବିକେଟ୍ ହରାଇ ୧୬ ଓଭର ଖେଳ ଖେଳି ବିଜୟ ଲକ୍ଷ୍ୟ ହାସଲ କରି ନେଇଛି ଭାରତ । ଓପନର ଲୋକେଶ ରାହୁଲ ୫୪ ରନ୍ କରିଥିବାବେଳେ ରୋହିତ ଶର୍ମା ୫୬ ରନ୍ ଓ ସୂର୍ଯ୍ୟକୁମାର ଯାଦବ ୨୫ ରନ୍ କରି ଦଳକୁ ବିଜୟୀ କରାଇଥିଲେ ।

ଗ୍ରୁପ Bରେ ଭାରତ ୫ଟି ମ୍ୟାଚ୍ ଖେଳି ୩ଟିରେ ବିଜୟ ହାସଲ କରି ତୃତୀୟ ନମ୍ବର ସ୍ଥାନରେ ରହିଛି । ଚଳିତ ଟି-୨୦ ବିଶ୍ବକପରେ ଭାରତ ପ୍ରଥମ ଦୁଇଟି ମ୍ୟାଚ୍ ହାରି ବ୍ୟାକଫୁଟରେ ରହିଥିଲା । ପାକିସ୍ତାନ ଓ ନ୍ୟୁଜିଲାଣ୍ଡଠାରୁ ହାରିଥିଲା ଭାରତ । ଏହାପରେ ଆଫଗାନିସ୍ତାନ, ସ୍କଟଲାଣ୍ଡ ଓ ନାମିବିଆ ଠାରୁ ବିଜୟ ହାସଲ କରିଥିଲେ ବିରାଟ ବାହିନୀ । ପ୍ରଥମ ଦୁଇଟି ମ୍ୟାଚରେ ଖରାପ ପ୍ରଦର୍ଶନ ଯୋଗୁଁ ଭାରତ ଚଳିତ ବର୍ଷର ଟି-୨୦ ବିଶ୍ବକପ୍ ହାତ ଛଡା କରିଛି । ଏଥି ସହ ଶେଷ ହୋଇଛି ବିରାଟ କୋହଲିଙ୍କ ଟି-୨୦ ଫର୍ମାଟରେ ଅଧିନାୟକ ସଫର୍ ।

ନୂଆ ଖଣି ଅଧିନିୟମ: ନିୟମ ନମାନିଲେ ୨ ବର୍ଷ ଜେଲ ସହ ୫ ଲକ୍ଷ ଟଙ୍କା ଜରିମାନା

ଭୁବନେଶ୍ୱର: ନିୟମ ବାହାରେ ଖଣିଜ ଉତ୍ତୋଳନ କଲେ ଜେଲ୍‌ ଦଣ୍ଡ ସହ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା । ନୂଆ ମିନେରାଲ୍‌ କନ୍‌ସେସନ୍‌ ରୁଲରେ ପ୍ରଥମ କରି ଏହି ବ୍ୟବସ୍ଥା କରାଯାଇଛି । କ୍ୟାପଟିଭ୍‌ ଖଣି ଲିଜ୍‌ଧାରୀ ୫୦ ପ୍ରତିଶତ ଖଣିଜ ପଦାର୍ଥ ବିକି ପାରିବେ । ନୂଆ ବ୍ୟବସ୍ଥା ଯୋଗୁ ଓଡ଼ିଶା ଅଧିକ ଖଣି ରାଜସ୍ୱ ପାଇବ । ଗତ ଅକ୍ଟୋବର ସୁଦ୍ଧା ଓଡ଼ିଶାର ଖଣି ରାଜସ୍ୱ ସଂଗ୍ରହ ୨୨ ହଜାର କୋଟି ଟଙ୍କାରେ ପହଞ୍ଚିଛି ।

ବେଆଇନ୍‌ ଭାବେ ଖଣିଜ ଉତ୍ତୋଳନ କଲେ ଜେଲ୍‌ଦଣ୍ଡ । ୨ ବର୍ଷ ଜେଲ୍‌ କିମ୍ବା ଜେଲ ସହିତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା । ଖଣିଜ ସଂରକ୍ଷଣ ଓ ବିକାଶ ସଂଶୋଧନ ରୁଲ୍‌-୨୦୨୧ରେ ଏହି ନୂଆ ବ୍ୟବସ୍ଥା କରାଯାଇଛି । ପୂର୍ବରୁ କ୍ୟାପଟିଭ୍‌ ଖଣି ଲିଜ୍‌ଧାରୀ ବଳକା ଖଣିଜ ପଦାର୍ଥ ବିକି ପାରୁନଥିଲେ । ଏଣିକି ୫୦ ପ୍ରତିଶତ ବିକି ପାରିବେ । ଏଥିପାଇଁ ଖଣି ଲିଜଧାରୀ ସମାନୁପାତିକ ରୟାଲ୍‌ଟି ସରକାରଙ୍କୁ ଦେବେ । ଫଳରେ ଓଡ଼ିଶା ଭଳି ରାଜ୍ୟ ଅଧିକ ରାଜସ୍ବ ପାଇବେ । ପୂର୍ବରୁ ଲିଜ୍‌ ଅବଧି ସରିବା ପରେ ଲିଜ୍‌ଧାରୀ ଖଣିକୁ ସରେଣ୍ଡର କରୁଥିଲେ । ନୂଆ ବ୍ୟବସ୍ଥା ଅନୁଯାୟୀ ଏଣିକି ଲାଇସେନ୍‌ସ୍‌ ଅବଧି ସରିବା ପରେ ମଧ୍ୟ ଉତ୍ତୋଳନ ପ୍ରକ୍ରିୟା ସରିନଥିଲେ ଆଂଶିକ ସରେଣ୍ଡର କରାଯାଇପାରିବ । ସେହିପରି ସାଧାରଣ ଉଦ୍ୟୋଗ ଲିଜ୍‌ଧାରୀଙ୍କୁ ଲିଜ୍‌ ଅବଧି ସରିବା ପୂର୍ବରୁ ଆଉ ୫୦ ବର୍ଷ ପର୍ଯ୍ୟନ୍ତ ଲିଜ୍‌ ଦିଆଯାଇପାରିବ । ଚଳିତବର୍ଷ ଖଣି ରାଜସ୍ୱରେ  ଓଡ଼ିଶା ସରକାର ଉଲ୍କେଖନୀୟ ସଫଳତା ପାଇଛନ୍ତି । ଗତ ଅକ୍ଟୋବର ସୁଦ୍ଧା ଓଡ଼ିଶା ସରକାର ୨୨ ହଜାର କୋଟି ଟଙ୍କା ପାଇଛନ୍ତି । ଯାହା କି ଏକ ରେକର୍ଡ ।

ଖଣିଜ ଉତ୍ତୋଳନ ଶତପ୍ରତିଶତ ମେସିନ୍‌ ଦ୍ୱାରା କରାଯାଉଛି । ଡିଜିପିଏସ୍‌ ସର୍ଭେଠାରୁ ଆରମ୍ଭ କରି ଖଣି ଏରିଆ ବାହାରେ ଯେପରି ଲିଜଧାରୀ ଉତ୍ତୋଳନ କରି ନପାରିବେ ସେଥିପାଇଁ ନିୟମ କଡ଼ାକଡ଼ି କରାଯାଇଛି । ପୂର୍ବତନ ଅର୍ଥମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ କେନ୍ଦୁଝର, ଯୋଡ଼ା ଓ ସୁନ୍ଦରଗଡ଼ ଖଣି ଅଞ୍ଚଳରେ ମେସିନ୍‌ ଦ୍ବାରା କାମ କରାଯିବାରୁ ପ୍ରାୟ ୧୮ ହଜାର ଲୋକ ବେକାର ହୋଇଛନ୍ତି । ନୂଆ ନିୟମ ଦ୍ବାରା ଅଧିକ ଖଣିଜ ପଦାର୍ଥ ବଜାରରେ ଉପଲବ୍ଧ ହେବ । ଅନ୍ୟପଟେ ଓଡ଼ିଶା ସରକାରଙ୍କ ଫାଇଭ୍‌- ଟି ସଂସ୍କାର ବ୍ୟବସ୍ଥା ଯୋଗୁ ଖଣି କାରବାରେ ଅଧିକ ସ୍ବଚ୍ଛତା ଆସିବା ସହିତ ରାଜସ୍ୱ ସଂଗ୍ରହ ବୃଦ୍ଧି ପାଇବ ।

ଧୂଆଁ ଧୂଆଁ ଦେଶର ରାଜଧାନୀ, ୪୦୦ ପାର କଲାଣି ଏୟାର ଇଣ୍ଡେକ୍ସ

ନୂଆଦିଲ୍ଲୀ: ଧୂଆଁ ଧୂଆଁ ଦେଶର ରାଜଧାନୀ ଦିଲ୍ଲୀ । ସକାଳେ ହେବାମାତ୍ରେ ଯୁଆଡେ ଚାହିଁବେ କେବଳ ଧୂଳି ଆଉ ଧୂଳି । ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ଦିଲ୍ଲୀବାସୀ । ଦିଲ୍ଲୀ ସହ ଗୁରଗାଓଁ , ଗାଜିଆବାଦ, ନଏଡା ଓ ଫରିଦାବାଦରେ ପ୍ରଦୂଷଣ ମାତ୍ରା ଢେର ଅଧିକ ରହିଛି । ଏଭଳିକି ଅନେକ ସହରରେ ୪୦୦ ପାର କରିଛି ଏୟାର କ୍ବାଲିଟି ଇଣ୍ଡେକ୍ସ । ବଢୁଥିବା ପ୍ରଦୂଷଣକୁ ନେଇ ଦିଲ୍ଲୀ ସରକାର ଆବଶ୍ୟକ ପଦକ୍ଷେପ ନେଉଥିବା କହିଛନ୍ତି ଦିଲ୍ଲୀ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗୋପାଳ ରଏ ।

ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି । ଆସନ୍ତାକାଲି ଦିଲ୍ଲୀ ସରକାରଙ୍କ ସମସ୍ତ ଅଧିକାରୀଙ୍କ ଏକ ବୈଠକ ରହିଛି । ଏହି ବୈଠକରେ ବଢୁଥିବା ପ୍ରଦୂଷଣ ଉପରେ ଆଲୋଚନା ହେବ । କିଭଳି ସମସ୍ୟାର ସମାଧାନ ହୋଇପାରିବ ତାହା ଉପରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ଗୋପାଳ ରଏ  । ପର୍ବରୁ ଦିଲ୍ଲୀ ବାୟୁ ମଣ୍ଡଳ ସ୍ଥିର ରହିଥିବାବେଳେ ଦୀପାବଳି ପରେ ବିଗିଡ଼ିଯାଇଥିଲା ସ୍ଥିତି  ।

 

ପୋଲିସ ହାତରେ କ୍ରାଇମ ଗ୍ୟାଙ୍ଗର ୭ ସଦସ୍ୟ: ସ୍ୟାଡ୍ ସଙ୍ଗ ଶୁଣି ବ୍ରାଉନସୁଗାର ଖାଉଥିଲେ ଆଉ ମଦ ପିଉଥିଲେ

ଭୁବନେଶ୍ୱର: ରାଜଧାନୀରେ କ୍ରାଇମ ଗ୍ୟାଙ୍ଗର ଭାଇରଲ ଭିଡିଓ ଘଟଣା । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ଅପରେସନ ଆଘାତ୍ । ଡନ୍‌ ହେବାର ନିଶାକୁ ଚୂରମାର କରିଛି ପୋଲିସ। ରାଜେଶ ବେହେରା ଓରଫ ଚେଙ୍ଗ ଘରେ ପୋଲିସ ରେଡ୍ ମାରିଛି । ମାମଲାରେ ମୋଟ ୨୯ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ଆଜି ଦୁଇଜଣଙ୍କୁ ମିଶାଇ ଗ୍ୟାଙ୍ଗର ମୋଟ ୭ଜଣକୁ ଗିରଫ କରିଛି ପୋଲିସ। ଗ୍ୟାଙ୍ଗ ମୁଖ୍ୟ ବୁବୁ ଫେରାର ଅଛି ।

ଅପରେସନ ଆଘାତ୍‌ । କେବିଏନ ଗ୍ୟାଙ୍ଗ୍ ବନାମ ସ୍ପେଶାଲ ୨୬ । ଅବତକ୍- ୭ । ଆକ୍ସନ ମୋଡ୍‌ରେ ପୋଲିସ, ଭାଙ୍ଗିଲା ଭିଲେନର ଘର । କେବିଏନ୍‌ ଗ୍ୟାଙ୍ଗ ମୁଖିଆ ଦେବୀପ୍ରସାଦ ଜେନା ଓରଫ ବୁବୁ ସମେତ ୨୨ଜଣ ଫେରାର ହୋଇଛନ୍ତି । ବୁବୁର ସହଯୋଗୀ ରାଜେଶ ବେହେରା ଓରଫ ଚେଙ୍ଗ ଘରେ ପୋଲିସ ସର୍ଚ୍ଚ ଅପରେସନ୍ କରିଛି । ରିଲ ଭିଡିଓରେ ଚେଙ୍ଗ ଖଣ୍ଡା ଓ ବନ୍ଧୁକ ଧରିଥିଲା। ଭିଡିଓ ଭାଇରାଲ ପରେ ସେ ଫେରାର ଅଛି। ପୋଖରୀପୁଟରେ ଥିବା ଚେଙ୍ଗ ଘରେ ବେଆଇନ ବନ୍ଧୁକ ଥିବା ସନ୍ଦେହରେ ରେଡ୍ ମାରିଥିଲା ନୟାପଲ୍ଲୀ ଥାନା ପୋଲିସ। ଘରର ଆଜବେଷ୍ଟ ଓ ଚଟାଣକୁ ଭାଙ୍ଗିଥିଲା। ଯାଞ୍ଚ ବେଳେ ଆଲମାରୀରୁ ଖଣ୍ଡା ଜବତ ହୋଇଛି । ସେପଟେ ଚେଙ୍ଗର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ସ୍ୟାଡ୍‌ ସଙ୍ଗରେ ବ୍ରାଉନସୁଗର ଓ ମଦ ପିଉଥିବା ଭିଡିଓ ସୋସିଆଲ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଥିବା ଅନ୍ୟ ଅଭିଯୁକ୍ତଙ୍କ ଘରେ ଶୀଘ୍ର ଚଢାଉ କରିବ ପୋଲିସ ।

https://www.youtube.com/watch?v=kWiN0hK1rRE

ଭୁବନେଶ୍ୱରରେ କ୍ରାଇମଗ୍ୟାଙ୍ଗର ଭିଡିଓ ଭାଇରାଲ ହେବା ପରେ ମୋଟ୍‌ ୨୯ ଜଣଙ୍କ ନାଁ ମାମଲା ରୁଜୁ କରାଯାଇଛି । ଏବେ ୬ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ପୂର୍ବରୁ ଆଉ ଜଣେ ଚୋରି ମାମଲାରେ ଜେଲରେ ଅଛି। ଆଜି ଦୁଇ ଅଭିଯୁକ୍ତ ସାହିଲ ସାଗର ଷଡ଼ଙ୍ଗୀ ଓ କାହ୍ନା ସାହୁଙ୍କୁ ଗିରଫ କରାଯାଇଛି । ଭାଇରାଲ୍‌ ଭିଡିଓ ସୁଟ୍‌ ହୋଇଥିବା ସ୍ପଟ୍‌କୁ ଚିହ୍ନଟ କରି ପୋଲିସ ଯାଞ୍ଚ କରିଛି । ଭୁବନେଶ୍ୱରର ବିଭିନ୍ନ ଖଟିକୁ ଚିହ୍ନଟ କରି ନଜର ରଖାଯାଇଛି । ଏହି ଗ୍ୟାଙ୍ଗ ଦ୍ୱାରା କୌଣସି ଲୋକ ଅପରାଧର ଶିକାର ହୋଇଥିଲେ ଅଭିଯୋଗ କରିବାକୁ ଡିସିପି ନିବେଦନ କରିଛନ୍ତି। ଗ୍ୟାଙ୍ଗର ଆତଙ୍କ ପରେ ରାତିରେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି । ପୋଲିସ ଗିରଫ ଭୟରେ କେବିଏନ ଗ୍ୟାଙ୍ଗ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଧରିବା ପୋଲିସ ପାଇଁ ଏବେ ବଡ ଚ୍ୟାଲେଞ୍ଜ୍ ।

ଜାଇଡସ୍ କାଡିଲାର ୧କୋଟି ଡୋଜ୍ କିଣିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଜାଇଡସ୍ କାଡିଲାର ୧କୋଟି ଡୋଜ୍ କିଣିବେ କେନ୍ଦ୍ର ସରକାର । ଭାରତରେ କରୋନା ଟିକା ଜାଇଡସ୍ କାଡିଲାର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିବା ବେଳେ ୧କୋଟି ଡୋଜ୍ କିଣିବାକୁ ଅର୍ଡର ଦେଇଛନ୍ତି କେନ୍ଦ୍ର ସରକାର । ପ୍ରତି ଡୋଜ୍ ୨୬୫ ଟଙ୍କାରେ କିଣାଯିବ । ବିଶ୍ବର ପ୍ରଥମ ପ୍ଲାଜମିଡ୍ ଡିଏନଏ କୋଭିଡ ଟିକା ‘ଜାଇକୋଭ-ଡି’ ପ୍ରସ୍ତୁତ କରିଛି ଫାର୍ମା କମ୍ପାନୀ ଜାଇଡସ କାଡିଲା ।

ଚଳିତମାସ ଠାରୁ ଜାଇକୋଭ୍-ଡିକୁ ଦେଶବ୍ୟାପୀ ଚାଲିଥିବା ଟିକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯିବ । ଏହାଛଡ଼ା ପ୍ରଥମ ଭ୍ୟକସିନ ଭାବେ ପିଲାଙ୍କୁ ଦିଆଯିବା ପାଇଁ ‘ଜାଇକୋଭ୍-ଡି’କୁ ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲ ଜେନେରାଲ ଅଫ ଇଣ୍ଡିଆ ବା DCGI । ୧୨ରୁ ଊର୍ଦ୍ଧ୍ବ ବୟସ୍କର ପିଲାଙ୍କୁ ଜାଇକୋଭ-ଡି ଟିକା ଦିଆଯାଇପାରିବ । ବିନା ଛୁଞ୍ଚିରେ ପିଲାଙ୍କୁ ଦିଆଯିବ ଏହି ଟିକା  ।

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ କାର୍ଯ୍ୟସୂଚୀ ଚୂଡ଼ାନ୍ତ: ଜାଣନ୍ତୁ କ’ଣ ରହିଛି ଏଜେଣ୍ଡା

ଭୁବନେଶ୍ୱର: ଆସନ୍ତାକାଲି ଅପରାହ୍ନ ୪ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ୱାଏସ୍ ଜଗନ ମୋହନ ରେଡ୍ଡୀ । ଅପରାହ୍ନ ୫ଟା ୫୦ରେ ଦୁଇ ରାଜ୍ୟ ମୁଖ୍ୟଙ୍କ ମଧ୍ୟରେ ହେବ ଆଲୋଚନା । ଲୋକସେବା କନଭେନସନ ସେଣ୍ଟରରେ ବୈଠକ ହେବ । ଉଭୟଙ୍କ ମଧ୍ୟରେ ପ୍ରାୟ ୪୫ ମିନିଟ ଆଲୋଚନା ହେବ । ସନ୍ଧ୍ୟା ୭ଟାରେ ଜଗନ ରେଡ୍ଡୀ ଆନ୍ଧ୍ର ଫେରିଯିବେ ।

ତେବେ ଦୀର୍ଘଦିନ ଧରି ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ଲାଗି ରହିଥିବା କୋଟିଆ, ପୋଲାଭରମ ପରି ବିବାଦ ଉପରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇ ସମାଧାନର ବାଟ ବାହାରିବ ବୋଲି ଚର୍ଚ୍ଚା ହେଉଛି ।

ସୁପ୍ରିମ୍‌କୋର୍ଟରେ ପୋଲାଭରମ ମାମଲା । କୋଟିଆରେ ସୀମା ବିବାଦ । କେତେବେଳେ କୋଟିଆରେ ଆନ୍ଧ୍ର ଜବରଦସ୍ତ ପଶି ନିର୍ବାଚନ କରୁଛି ତ କେତେବେଳେ ଲୋକଙ୍କୁ ନିଜ ଆଡ଼କୁ ନେବାକୁ ବିଭିନ୍ନ ଫନ୍ଦି ଫିକର କରୁଛି । ପ୍ରଶାସନିକ ଅଧିକାରୀ ଓ ନେତାନେତା ମୁହାଁମୁହିଁ ହେଉଛନ୍ତି । ବର୍ଷ ବର୍ଷ ଧରି ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ଏପରି ବିବାଦ ଲାଗି ରହିଛି । ଏହା ଭିତରେ ଆସନ୍ତା ୯ ତାରିଖରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ଉଭୟଙ୍କ ମଧ୍ୟରେ କି ଆଲୋଚନା ହେବ, ତାହା ଏଯାଏ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ କୋଟିଆ ଓ ପୋଲାଭରମ ପ୍ରସଙ୍ଗରେ ଆଲୋଚନା ହୋଇ ସମାଧାନର ବାଟ ବାହାରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜଗନମୋହନ ରେଡ୍ଡୀ ଦୁଇ ରାଜ୍ୟ ମଧ୍ୟରେ ବିବାଦର ଦୂର କରିବା ଉପରେ ଗୁରୁତ୍ବ ଦେବାକୁ କଂଗ୍ରେସ ଦାବି କରିଛି । ବିଜେପି କହିଛି, ଆନ୍ଧ୍ର ସହିତ ବିବାଦର ସମାଧାନ ପାଇଁ ଜଗନମୋହନଙ୍କୁ ଦାବିପତ୍ର ଦେବ । କୋରାପୁଟରୁ ଗଜପତି ଯାଏ ଆନ୍ଧ୍ର ସହିତ ଓଡ଼ିଶାର ସୀମା ବିବାଦ ଲାଗି ରହିଛି । ପୋଲାଭରମ ଲଢ଼େଇ ବି ଚାଲିଛି ।

ଉପହାର ହଲ ଟ୍ରାଜେଡି ମାମଲା: ଦୁଇ ଅଭିଯୁକ୍ତଙ୍କୁ ସାତ ବର୍ଷ ଜେଲ, ୨.୨୫ କୋଟି ଲେଖାଏଁ ଜରିମାନା

ଖୋର୍ଦ୍ଧା: ଉପହାର ଟ୍ରାଜେଡି ମାମଲାରେ କୋର୍ଟଙ୍କ ରାୟ । ଦୁଇ ଅଭିଯୁକ୍ତ ସୁଶିଲ୍ ଅନସଲ୍ ଓ ଗୋପାଳ ଅନସଲଙ୍କୁ ୭ ବର୍ଷ ଲେଖାଏଁ ଜେଲ୍ । ଦିଲ୍ଲୀର ଏକ କୋର୍ଟ ଦୁଇ ଭାଇ ସୁଶିଲ୍ ଓ ଗୋପାଳ ଅନସଲକୁ ୭ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ଦେବା ସହ ୨ କୋଟି ୨୫ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରିଛନ୍ତି । ଉପହାର ସିନେମା ହଲ ଅଗ୍ନିକାଣ୍ଡରେ ପ୍ରମାଣ ନଷ୍ଟ କରିବା ମାମଲାରେ ସୁଶିଲ୍ ଓ ଗୋପାଳ ଅନସଲକୁ ଦଣ୍ଡାଦେଇ ଶୁଣାଇଛନ୍ତି କୋର୍ଟ ।  ମାମଲାରେ ଦୁଇ ଜଣକୁ ସୁପ୍ରିମକୋର୍ଟ ଦୁଇ ବର୍ଷ ଲେଖାଏଁ ଜେଲ ଦଣ୍ଡ ଦେବା ସହ ୩୦ କୋଟି ଲେଖାଏଁ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି  ।

୧୯୯୭ରେ ଦିଲ୍ଲୀର ଉପହାର ସିନେମା ହଲରେ ନିଆଁ ଲାଗିଥିଲା । ନିଆଁର ଭୟାବହ ଏତେ ଥିଲା ଯେ ଏଥିରେ ୫୯ ଜଣକ ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ଆହତ ହୋଇଥିଲେ । ସିନେମା ଦେଖିଥିବା ସମୟରେ ହଠାତ୍ ନିଆଁ ଲାଗିଥିଲା, ତେବେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବାରୁ ନିଆଁ ଚାରିଆଡକୁ ବ୍ୟାପିଥିଲା । ଏହି ଘଟଣାରେ ସେତେବେଳେ ଚର୍ଚ୍ଚାରେ ଥିବାବେଳେ ଦୁଇ ଭାଇ ସୁଶିଲ୍ ଓ ଗୋପାଳ ଅନସଲକୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ

ରାଫେଲ ପାଇଁ ୬୫ କୋଟି ଟଙ୍କାର ଡିଲ, ହୁଲୁସ୍ତୁଲ କରୁଛି ମିଡିଆ ରିପୋର୍ଟ

ନୂଆଦିଲ୍ଲୀ: ପୁଣି ରାଫେଲ ବିବାଦ । ଫ୍ରାନ୍ସର ମଡିଆ ପାର୍ଟ ପକ୍ଷରୁ ପ୍ରକାଶ ପାଇଛି ଗୁରୁତ୍ବପୂ୍ଣ୍ଣ ତଥ୍ୟ । ରାଫେଲ ଚୁକ୍ତି ଲାଗି ୭.୫ ନିୟୁତ ୟୁରୋ ବା ୬୫ କୋଟି ଟଙ୍କା ଜଣେ ମଧ୍ୟସ୍ଥିଙ୍କୁ ପ୍ରଦାନ କରାଯାଇଥିଲା । ଏ ସମ୍ପର୍କରେ ବିଭିନ୍ନ ମହଲରୁ ଚାପ ପଡିଥିଲେ ବି ତଦନ୍ତକାରୀ ସଂସ୍ଥା ଏହି ଅଭିଯୋଗର ତଦନ୍ତ କରି ନଥିଲା ବୋଲି ମିଡିଆପାର୍ଟ ଦର୍ଶାଇଛି । ୫୯ ହଜାର କୋଟି ଟଙ୍କାର ଏହି ବହୁଚର୍ଚ୍ଚିତ ଡିଲକୁ ନେଇ ମିଡିଆପାର୍ଟର ଏହି ରିପୋର୍ଟ ପୁଣି ଥରେ ଚର୍ଚ୍ଚା ସୃଷ୍ଟି କରିଛି । ରିପୋର୍ଟ ଅନୁସାରେ ରାଫେଲ ଡିଲରେ ମିଡିଲମ୍ୟାନ ଥିଲେ ସୁଶେନ ଗୁପ୍ତା ।

ତାଙ୍କୁ ଡାସଲ୍ଟ କମ୍ପାନୀ ରାଫେଲ ଚୁକ୍ତି ଲାଗି ବ୍ୟବସ୍ଥା କରାଯାଇଥିଲା ଏବଂ ଜାଲ୍ ଇନଭଏସ ତିଆରି ହୋଇଥିଲା । ଏ ସଂକ୍ରାନ୍ତରେ ସବିଶେଷ ରିପୋର୍ଟ ପ୍ରକାଶ ପାଇବା ସତ୍ତ୍ବେ ଭାରତୀୟ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରି ନଥିଲେ । ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତ ଅକ୍ଟୋବର ୨୦୧୮ରୁ ଅନେକ ପ୍ରମାଣ ପାଇଥିଲା । ମାତ୍ର ଏକ୍ଷେତ୍ରରେ କୌଣସି ଅଗ୍ରଗତି ଘଟି ନଥିଲା । ଏହି ଅର୍ଥ ୨୦୧୩ ପୂର୍ବରୁ ସୁଶେନଙ୍କୁ ପ୍ରଦାନ କରାଯାଇଥିଲା ବୋଲି ରିପୋର୍ଟରେ କୁହାଯାଇଛି ।

ଖୋର୍ଦ୍ଧା ସାଂଗଠନିକ ଜିଲ୍ଲା ପାଇଁ ବିଜେଡିରେ ନୂଆ ନିଯୁକ୍ତି: ବିଭୂତି ଭୂଷଣ ବଳବନ୍ତରାୟ ହେଲେ ସଭାପତି, ୩୮ଜଣ ଉପସଭାପତି

ଭୁବନେଶ୍ୱର: ବିଜୁ ଜନତା ଦଳରେ ନୂଆ ନିଯୁକ୍ତି । ଖୋର୍ଦ୍ଧା ସାଂଗଠନିକ ଜିଲ୍ଲା ପାଇଁ ନୂଆ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ବିଭୂତି ଭୂଷଣ ବଳବନ୍ତରାୟଙ୍କୁ ନିଯୁକ୍ତି ମିଳିଥିବା ବେଳେ ଉପଦେଷ୍ଟା ଭାବେ ରାମ ଚନ୍ଦ୍ର ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି । ସେହିଭଳି ଉପ-ସଭାପତି ଭାବେ ବିପିନ କୁମାର ଜୟସିଂହ, ପ୍ରଫୁଲ୍ଲ କୁମାର ଦଳାଇ, ସୁଦର୍ଶନ ସୁନ୍ଦରରାୟ, ପ୍ରଶାନ୍ତ ପାଇକରାୟ, ବିଜୟ କୁମାର ଛୋଟରାୟ, ସଂଗ୍ରାମ କେଶରୀ ପ୍ରଧାନ, ବିଜ କୁମାର ମହାପାତ୍ର, ମନୋଜ ମାନସିଂହ, ତାରା ପଟ୍ଟନାୟକ, ସୂର୍ଯ୍ୟକାନ୍ତ ନନ୍ଦ, କୁନାଲ ରାଉତ, ଜୟନ୍ତ କୁମାର ପ୍ରଧାନ, କୌଳାଶ ଚନ୍ଦ୍ର ମହାପାତ୍ର, କିଶୋର ମୋହନ ପଟ୍ଟନାୟକ, ପ୍ରବାସ କୁମାର ସୁନ୍ଦରରାୟ, ମାନସ ରଞ୍ଜନ ପ୍ରଧାନ, ରମେଶ ଚନ୍ଦ୍ର ସାହାଣୀ, ପ୍ରଦ୍ୟମ୍ନ କୁମାର ସେନାପତି, ଲକ୍ଷ୍ମୀଧର ନାୟକ, ସଚ୍ଚିଦାନନ୍ଦ ଜେନା, ଉମାକାନ୍ତ ଆଚାର୍ଯ୍ୟ, ବିଭୁ ପ୍ରସାଦ ସାହୁ, ଦିଲ୍ଲୀପ କୁମାର ହୋତା, ସୁବ୍ରତ ମହାନ୍ତି, ଶୁକଦେବ ମାନସିଂହ, ପ୍ରଫୁଲ୍ଲ ସାମନ୍ତରାୟ, ଦିଲଲୀପ ମାହାଭୋଇ, ସୁବାସ ଚନ୍ଦ୍ର ସ୍ୱାଇଁ, ସତ୍ୟ ନାରାୟଣ ପ୍ରଧାନ, ଯୋଗେଶ ମାଝି, ପ୍ରଫୁଲ୍ଲ କୁମାର ପ୍ରଧାନ, ଶ୍ରୀନିବାସ ରାୟ, ଦେବରାଜ ମହାପାତ୍ର, ଦୁର୍ଯ୍ୟୋଧନ ସ୍ୱାଇଁ, କଳୁ ବଳିଆରସିଂହ, ରଘୁନାଥ ଜେନା, ବିରଞ୍ଜି ପ୍ରଧାନ ନିଯୁକ୍ତ ହୋଇଛନ୍ତି ।

ସେହିଭଳି ସାଧାରଣ ସମ୍ପାଦକ ଭାବେ ସନ୍ତୋଷ କୁମାର ପାଇକରାୟ, ପ୍ରଦୀପ କୁମାର ନନ୍ଦ, ପ୍ରକାଶ କୁମାର ପ୍ରଧାନ, ପ୍ରସନ୍ନ ପ୍ରଧାନ, ଦିବାକର ସାସମଲ, ଅଶୋକ ଭୋଳ, ଜୟକୃଷ୍ଣ ବେହେରା, ମନୋଜ କୁମାର ପ୍ରଧାନ, ମହେଶ୍ୱର ଦାସ, ପ୍ରମୋଦ କୁମାର ତ୍ରିପାଠୀ, ରାଜ କିଶୋର ପାତ୍ର, ଶ୍ରୀକାନ୍ତ କୁମାର ନାୟକ, ମଙ୍ଗରାଜ ବେହେରା, ସୁକାନ୍ତ ମଙ୍ଗରାଜ, ଇକ୍‌ବାଲ୍ ଅହମ୍ମଦ, ଲୋକନାତ ପରିଡ଼ା, ଭବାନୀ ଶଙ୍କର ପଣ୍ଡା, ସୂର୍ଯ୍ୟ ରଞ୍ଜନ ମହାନ୍ତି, ବିବେକାନନ୍ଦ ପଟ୍ଟନାୟକ, ମାନସ ଲାଲ, ସୁକାନ୍ତ କୁମାର ଜୟସିଂହ, ପ୍ରଶାନ୍ତ କୁମାର ବେହେରା, ବୀର କିଶୋର ଦାସ, ସୌରି ସାହୁ, ବସନ୍ତ ମହାପାତ୍ର, ଅର୍ଜୁନ ପ୍ରଧାନ, ଚିତ୍ତ ରଞ୍ଜନ ମିଶ୍ର, ବିଜୟ କୁମାର ଲୋଙ୍କା ଓ ସୁଶାନ୍ତ ସିଂହଙ୍କୁ ନିଯୁକ୍ତି ମିଳିଛି । ଅନ୍ୟପକ୍ଷରେ କୋଷାଧ୍ୟକ୍ଷଭାବେ ରାଜ କିଶୋର ସ୍ୱାଇଁ, ଓ ଜିଲ୍ଲା ମିଡିଆ ସେଲ୍ କୋଡିନେଟର ଭାବେ ସୂର୍ଯ୍ୟ ନାରାୟଣ ମହାନ୍ତିଙ୍କୁ ନିଯୁକ୍ତି ମିଳିଛି । ଏଥିସହିତ ମୋଟ ୩୦ ଜଣଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ସେମାନେ ହେଲେ ସନ୍ତୋଷ କୁମାର ହୋତା, ଅବିନାଶ ପଟ୍ଟନାୟକ, ଅନନ୍ତ ଶତପଥୀ, ଭାବଗ୍ରାହୀ ସାହୁ, ଦୀପକ କୁମାର ଜେନା, ସୂର୍ଯ୍ୟକାନ୍ତ ସାମନ୍ତରାୟ, ମୁନିରୁଦ୍ଧିନ୍ ଖାନ୍, ଅମୀୟ କୁମାର ଦଳେଇ, ଭଗବାନ ପ୍ରଧାନ, ଦାସରଥି ସାହୁ,ବିକ୍ରମ କେଶରୀ ଜେନା, ମିଟୁ ନାୟକ, ସନ୍ତୋଷ କୁମାର ଜାଲ୍ଲୀ, କୃଷ୍ଣ ଚନ୍ଦ୍ର ବେହେରା, ସୁକାନ୍ତ କୁମାର ଜେନା, ପ୍ରଶାନ୍ତ କୁମାର ଦାସ, ସୁକାନ୍ତ କୁମାର ସାହୁ, ଗଙ୍ଗାଧର ମଲ୍ଲିକ, ଦେବରାଜ ମହାପାତ୍ର, ବିଚିତ୍ରାନନ୍ଦ ସ୍ୱାଇଁ, ଶୁଭ୍ରାଂଶୁ ଶେଖର ସାହୁ, ନିରଞ୍ଜନ ସାହୁ, ରାଜେଶ ପ୍ରଧାନ, ସଞ୍ଜୟ କୁମାର ବରମନ୍, ଲଲିତ ମହାପାତ୍ର, କୃଷ୍ଣ ଚନ୍ଦ୍ର ସୁବୁଦ୍ଧି, ରବୀନ୍ଦ୍ର ରାଉତରାୟ, ନୁର୍ ମହମ୍ମଦ, ସନାତନ ବାରିକ, କିଶୋର କୁମାର ବେହେରା, ପୁଲକ ବଡ଼ଜେନା, ପ୍ରଭାକର ସାହୁ, ସୁଶାନ୍ତ କୁମାର ନାଥ, ସୁକାନ୍ତ କୁମାର ସାହୁ, ମାୟାଧର କରଣ, ନଳୀନି ବଡ଼ଜେନା ।

ଏଥିସହିତ ପଢ଼ନ୍ତୁ: ନୂଆପଡ଼ାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ୪୭୫ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ