ବନ ବିଭାଗ ଜବତ କଲା ରକ୍ତ ଚନ୍ଦନ କାଠ

ଗଜପତି: ରକ୍ତ ଚନ୍ଦନ ବାସ୍ନା ଯେମିତି ମୂଲ୍ୟବାନ ବି ସେମିତି । ନକଲି ଦୁନିଆରେ ଅସଲି ରକ୍ତଚନ୍ଦନ ପାଇବା କାଠିକର ପାଠ । ହେଲେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଜଣେ ବ୍ୟକ୍ତିଙ୍କ ଘର ଯେମିତି ରକ୍ତ ଚନ୍ଦନ କାଠର ଡିପୋ ପାଲଟିଥିଲା ।

ପାରଳାଖେମୁଣ୍ଡି ବାଳିକା ବିଦ୍ୟାଳୟ ରାସ୍ତାରେ ଥିବା ଜି. ରାଜୁଙ୍କ ଘରୁ ବିପୁଳ ପରିମାଣରେ ରକ୍ତ ଚନ୍ଦନ କାଠ ଜବତ କରିଛି ବନ ବିଭାଗ । ବିରାଟ ବିରାଟ ରକ୍ତଚନ୍ଦନ କାଠ ତାଙ୍କ ଘରୁ ବାହାରିଛି । ଏତେ ପରିମାଣର ଦୁର୍ମୂଲ୍ୟ କାଠ ଜବତ ହେବା ବନ ବିଭାଗର ବଡ଼ ସଫଳତା ବୋଲି କୁହାଯାଉଛି ।

କେଉଁଠୁ ଆସିଲା ଏହି ରକ୍ତ ଚନ୍ଦନ କାଠ ? ଜି. ରାଜୁ ଏହାର ଚୋରା ବେପାର କରୁଥିଲେ କି ? କାରବାର ପଛରେ କାହାର ରହିଛି ହାତ ? ରାଜ୍ୟ ବହାରକୁ ଚାଲାଣ ହେଉଥିଲା କି ରକ୍ତ ଚନ୍ଦନ ? ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ଆରମ୍ଭ କରିଛି ବନ ବିଭାଗ ।

Leave a Reply