ତେଲେଙ୍ଗାନାରେ ପ୍ରଥମ ସମଲିଙ୍ଗୀ ବିବାହ

ହାଇଦ୍ରାବାଦ: ହାଇଦ୍ରାବାଦରେ ଜାକଜକମରେ ସମ୍ପନ୍ନ ହେଲା ଏକ ଚର୍ଚ୍ଚିତ ସମଲିଙ୍ଗୀ ବିବାହ । ପରିବାର ସଦସ୍ୟଙ୍କ ଗହଣରେ ଏହି ଉତ୍ସବ ଆୟୋଜିତ ହୋଇଥିଲା । ତେଲଙ୍ଗାନାରେ ପ୍ରଥମ ଥର ଲାଗି ଏହି ସମଲିଙ୍ଗୀ ବିବାହ ସମ୍ପନ୍ନ  ହୋଇଛି । ୩୪ ବର୍ଷ ବୟସ୍କ ଅଭୟ ଡାଙ୍ଗେ ଓ ୩୧ ବର୍ଷ ବୟସ୍କ ସୁପ୍ରିୟୋ ଚକ୍ରବର୍ତ୍ତୀଙ୍କ ମଧ୍ୟରେ ଏହି ବିବାହ ସମ୍ପନ୍ନ ହୋଇଛି । ସେମାନଙ୍କ ମଧ୍ୟରେ ୮ ବର୍ଷ ଧରି ସମ୍ପର୍କ ଥିଲା ।

ଯଦିଓ ଭାରତରେ ସମଲିଙ୍ଗୀ ବିବାହକୁ ଅପରାଧ ବୋଲି ବିବେଚନା କରାଯାଏ ନାହିଁ ତଥାପି ଆଇନ ଅନୁସାରେ ସମଲିଙ୍ଗୀ ବିବାହକୁ ପଞ୍ଜିକରଣ କରାଯିବାର ବ୍ୟବସ୍ଥା ମଧ୍ୟ ନାହିଁ । ଏହି ବିବାହ ଉତ୍ସବରେ ୬୦ ଜଣ ପରିବାର ସଦସ୍ୟ ଓ କିଛି ଘନିଷ୍ଠ ବନ୍ଧୁ ଉପସ୍ଥିତ ରହିଥିଲେ । ଉଭୟ ପଞ୍ଜାବୀ ଓ ବଙ୍ଗଳା ପରମ୍ପରାରେ ଏହି ବିବାହ ସମ୍ପନ୍ନ ହୋଇଥିଲା । ଉଭୟ ପରିବାର ପକ୍ଷରୁ ମଧ୍ୟ ଏହି ବିବାହକୁ ସ୍ୱୀକୃତି ଦିଆଯାଇଥିଲା ।

Leave a Reply