ଆମେରିକାରେ ପ୍ରଥମ ମୁଣ୍ତ ନେଲା ଓମିକ୍ରନ୍

In Future New Wave Of Covid Can't Affect India Seriously Says Experts

ଟେକ୍ସାସ: ସାରା ବିଶ୍ୱରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଏହି ମଧ୍ୟରେ ଆମେରିକାର ଟେକ୍ସାସରେ ପ୍ରଥମ ଥର ଲାଗି ଓମିକ୍ରନରେ ଜଣେ ମୃତ୍ୟୁ ବରଣ କରିଛନ୍ତି । ଉକ୍ତ ବ୍ୟକ୍ତି କୋଭିଡର କୌଣସି ଟିକା ନେଇ ନଥିବା ଜଣାପଡ଼ିଛି । ଓମିକ୍ରନରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ବୟସ ପ୍ରାୟ ୬୦ ବର୍ଷ ଥିଲା । ସେ କୋଭିଡରେ ସଂକ୍ରମିତ ଥିବାବେଳେ ଜଟିଳ ସ୍ଥିତିରେ ଥିଲେ । ଏନେଇ ସୂଚନା ଦେଇଛନ୍ତି ଟେକ୍ସାସ କର୍ତ୍ତୃପକ୍ଷ ଲୀନା ହିଡାଲଗୋ । ଆମେରିକାରେ ପ୍ରଥମ ଓମିକ୍ରନ ମୃତ୍ୟୁ ପରେ ସମସ୍ତଙ୍କୁ ଟିକା ନେବା ଲାଗି ପରାମର୍ଶ ଦେଇଛନ୍ତି ଲୀନା ହିଡାଲଗୋ । ଆମେରିକାରେ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରେ ୭୩ ପ୍ରତିଶତ ହେଉଛନ୍ତି ଓମିକ୍ରନ୍ ସଂକ୍ରମିତ ।

ଗତ କିଛି ଦିନ ତଳେ ବ୍ରିଟେନରେ ପ୍ରଥମ ଓମିକ୍ରନ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିଲା । ବ୍ରିଟେନରେ ମଧ୍ୟ ପ୍ରତିଦିନ ଓମିକ୍ରନ୍ ମାମଲା ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଥିଲା । ବ୍ରିଟେନରେ ବଢ଼ୁଥିବା ଆକ୍ରାନ୍ତଙ୍କ ଦୃଷ୍ଟିରେ ରଖି ବ୍ରିଟେନରେ ଖୁବ୍ ଶୀଘ୍ର ଜାରି ହୋଇପାରେ ଲକଡାଉନ । ତୁରନ୍ତ ଲକଡାଉନ କରିବା ଲାଗି ସୁପାରିସ କରିଛି ବୈଜ୍ଞାନିକଙ୍କୁ ନେଇ ଗଠିତ ପ୍ୟାନେଲ । ଏହା ସହ କ୍ୟାବିନେଟ ବୈଠକରେ ମଧ୍ୟ ଲକଡାଉନ ନେଇ ସହମତି ହୋଇଛି । ବ୍ରିଟେନରେ ଓମିକ୍ରନ୍ ସ୍ଥିତି ଅଣାୟତ୍ତ ହେଉଥିବା ବେଳେ ଗତ ୨୪ ଘଣ୍ଟାରେ ଆଉ ୧୨ ହଜାର ୧୩୩ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶର ମୋଟ ୩୭ ହଜାର ୧୦୦ରେ ପହଞ୍ଚିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ଦେଶରେ କଡା ଲକଡାଉନ ଜାରି ନ ହେଲେ ଆଗକୁ ସ୍ଥିତି ସଂଗୀନ ହେବ ବୋଲି ଚେତାବନୀ ଦିଆଯାଇଛି ।

More 7 Omicron Variant Detected In Maharastra

ଅନ୍ୟପକ୍ଷରେ ଆମେରିକାରେ ବି ଚିନ୍ତା ବଢାଇଛି ଓମିକ୍ରନ୍ । କୋଭିଡରେ ଯେତେ ଲୋକ ସଂକ୍ରମିତ ହେଉଛନ୍ତି ତାହାର ୭୩ ପ୍ରତିଶତ ହେଉଛନ୍ତି ଓମିକ୍ରନ୍  ଆକ୍ରାନ୍ତ । କରୋନାର ଉଭୟ ଡୋଜ ଟିକା ନେଇଥିବା ବ୍ୟକ୍ତି ବା କୋଭିଡରୁ ଆରୋଗ୍ୟ ହୋଇଥିବା ବ୍ୟକ୍ତି ବି ଓମିକ୍ରନ୍ ସଂକ୍ରମିତ ହେଉଛନ୍ତି । ଆଗକୁ ଅଧିକ ଦେଶରେ ଏହା ପ୍ରଭାବ ବିସ୍ତାର କରିବ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡରସ ଅଧନମ ଘେବ୍ରେସିୟସ । ବିଶ୍ୱର ଯେଉଁ ସବୁ ଦେଶରେ ଓମିକ୍ରନ୍ ସଂକ୍ରମିତ ଠାବ ହେଉଛନ୍ତି ସେମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଡୋଜ ନେଇଥିବା ଓ ଆରୋଗ୍ୟ ହୋଇଥିବା ବ୍ୟକ୍ତି ରହିଛନ୍ତି ବୋଲି ସେ କହିଛନ୍ତି । ଆମେରିକାର ମହାମାରୀ ବିଶେଷଜ୍ଞ ଡାକ୍ତର ଆନ୍ଥୋନି ଫଉସି କହିଛନ୍ତି ଶୀତ ଋତୁରେ ଓମିକ୍ରନ ଅଧିକ ବେଗରେ ସଂକ୍ରମଣ କରିବ ଏବଂ କଡା କଟକଣା ସହ ହସ୍ପିଟାଲରେ ବ୍ୟାପକ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି ।

 

 

Leave a Reply