spot_img
Home Blog Page 4933

ବିଶ୍ୱ ଓଡ଼ିଶା ସମାଜ ଭାରତୀୟ ମଣ୍ଡଳ: ବିପିନ ସଭାପତି ଏବଂ ବିଜୟ ସାଧାରଣ ସମ୍ପାଦକ

ଭୁବନେଶ୍ବର: ବିଶ୍ୱ ଓଡ଼ିଶା ସମାଜ (ବିଓସ)ର ଭାରତୀୟ ମଣ୍ଡଳ ଗଠନ ହୋଇଯାଇଛି । ବିଶିଷ୍ଟ ସମାଜସେବୀ,  ସ୍ୱର୍ଯ୍ୟକ୍ଷେତ୍ର ଦାତବ୍ୟ ଫାଉଣ୍ଡେସନର ପ୍ରତିଷ୍ଠାତା ଏବଂ ମୁମ୍ବାଇ ଓଡ଼ିଆ ମହାସଂଘର ଅଧ୍ୟକ୍ଷ ଡ. ବିପିନ୍‍ ମିଶ୍ର ସଭାପତି ଦାୟିତ୍ୱ ବହନ କରିଛନ୍ତି । କବି ବିଜୟ କୁମାର ସେନାପତି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି । ଶ୍ରୀ ସେନାପତି ହାଇଦ୍ରାବାଦରେ ଅବସ୍ଥାପିତ ପ୍ରତିଷ୍ଠିତ ଶିଳ୍ପୋଦ୍ୟୋଗୀ ଏବଂ ସେଠାକାର ବାଞ୍ଜରା ହିଲ୍ସରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରକୁ ପରିଚାଳନା କରୁଥିବା କଳିଙ୍ଗ ସାଂସ୍କୃତିକ ଟ୍ରଷ୍ଟର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ ତୁଲାଉଛନ୍ତି ।

ସେହିପରି ବିଶାଖାପାଟଣା ସ୍ଥିତ ଉତ୍କଳ ସାଂସ୍କୃତିକ ସମାଜ ସଭାପତି ତଥା ସେଠାକାର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ମୁଖ୍ୟ ଜେ.କେ. ନାୟକ ଏବଂ କୋଲକାତାର ଉତ୍କଳୀୟ ମିଳିତ ମଞ୍ଚ ସଭାପତି ରବି ମହାପାତ୍ର ଉପ ସଭାପତି ପଦଭାର ଗ୍ରହଣ କରିଛନ୍ତି।ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ଫୋରମର ଯୁଗ୍ମ ସମ୍ପାଦକ ନିବେଦିତା ଗିରି ଏବଂ ଭୁବନେଶ୍ୱର ସ୍ଥିତ କ୍ରିୟା ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ଲିଲି ଜେନାମଣି ଯୁଗ୍ମ ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି।

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ବିଓସର ଆର୍ନ୍ତରାଷ୍ଟ୍ରୀୟ ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ଶୁଭକାମନା ଜଣାଇଛନ୍ତି । ସମସ୍ତେ ମିଳିମିଶି ସାରା ବିଶ୍ୱର ଓଡ଼ିଆ ସମ୍ପ୍ରଦାୟକୁ ଗୋଟିଏ ମଞ୍ଚରେ ଏକଜୁଟ୍‍ କରିବା, ଓଡ଼ିଶାର ଉନ୍ନତି, ୨୦୩୬ ମସିହାରେ ଓଡ଼ିଶା ଗଠନର ଶହେ ବର୍ଷ ପୂର୍ତ୍ତି ଅବସରରେ ପୁଣି ସ୍ୱର୍ଣ୍ଣାଭ ଓଡ଼ିଶା ଗଢ଼ି ତୋଳିବା, ବିଓସକୁ ଓଡ଼ିଆଙ୍କ ଘରେ ଘରେ ପହଞ୍ଚାଇବାକୁ ପ୍ରୟାସ କରିବା ବୋଲି ଶ୍ରୀଦ୍ୱିବେଦୀ କହିଛନ୍ତି ।

ଆତଙ୍କବାଦୀ ଆକ୍ରମଣ: ଆସାମ ରାଇଫଲ କମାଣ୍ଡିଂ ଅଫିସରଙ୍କ ପରିବାର ସମେତ ୭ ଜଣଙ୍କ ମୃତ୍ୟୁ

ଇମ୍ଫାଲ: ମଣିପୁରରେ ୪୬ ଆସାମ ରାଇଫଲ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୭ ଜଣଙ୍କ ମୃତ୍ୟୁ । ଆକ୍ରମଣରେ କମାଣ୍ଡିଂ ଅଫିସର କର୍ଣ୍ଣଲ ବିପ୍ଲବ ତ୍ରିପାଠୀ ଏବଂ ୪ ଜଣ ଯବାନ ସହିଦ ହୋଇଛନ୍ତି । ସେହିପରି କର୍ଣ୍ଣଲଙ୍କ ପତ୍ନୀ ଏବଂ ପୁଅର ମୃତ୍ୟୁ ଘଟିଛି । ଘଟଣା ଚୁରାଚାନ୍ଦପୁର ଜିଲ୍ଲା ସିଂଘାଟରେ ଘଟିଛି ।

ଆତଙ୍କବଦୀଙ୍କ ଆକ୍ରମଣରେ ଘଟଣା ସ୍ଥଳରେ କର୍ଣ୍ଣଲ ଏବଂ ତାଙ୍କ ପରିବାରର ମୃତ୍ୟୁ ଘଟିଥିବା ବେଳେ ପରେ ୪ ଜଣ ଯବାନ ସହିଦ ହୋଇଛନ୍ତି । ଏହି ଆକ୍ରମଣ ପାଇଁ କେହି ନିଜକୁ ଦାୟୀ କରିନଥିଲେ ବି ମଣିପୁରର ପିପୁଲ୍ସ ଲିବରେଶନ ଆର୍ମୀ ଏହି ଜଘନ୍ୟ କାଣ୍ଡ ଘଟାଇ ଥିବା ଅନୁମାନ କରାଯାଉଛି ।

କର୍ଣ୍ଣଲ ପରିବାର ଓ ଅନ୍ୟ ଯବନାମାନଙ୍କ ସହ ଫରଓ୍ବାର୍ଡ କ୍ୟାମ୍ପରୁ ଫେରୁଥିବା ବେଳେ ଆତାଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇଥିଲେ । କର୍ଣ୍ଣଲଙ୍କ ଗାଡ଼ି କେଉଁ ବାଟ ଦେଇ ଆସିବା ତା’ର ସୂଚନା ଆତଙ୍କବଦୀଙ୍କ ପାଖର ଥିବା ଓ ସେହି ରାସ୍ତାରେ ଆମ୍ବୁସ୍ କରି ଆତଙ୍କବାଦୀମାନେ ଅପେକ୍ଷା କରିଥିଲେ । କର୍ଣ୍ଣଲଙ୍କ ଗାଡ଼ି ପହଞ୍ଚିବା ପରେ ଆକ୍ରମଣ ଆରମ୍ଭ ହୋଇଯାଇଥିଲା ।

ଘଟଣା ପରେ ପୂରା ଅଞ୍ଚଳକୁ ସୁରକ୍ଷାକର୍ମୀ ଘେରି ରହିଛନ୍ତି । ରହି ରହି ଫାୟରିଂ ମଧ୍ୟ ହେଉଛି । ଘଟଣା ପରେ ଦୁଇ ସନ୍ଦିଗ୍ଧଙ୍କୁ ସୁରକ୍ଷାକର୍ମୀ ଅଟକ ରଖି ପଚରାଉଚରା କରିବା ପରେ ଛାଡ଼ି ଦେଇଛନ୍ତି । ଚାରିଆଡୁ ଏହି ଆକ୍ରମଣକୁ ନିନ୍ଦା କରାଯିବା ସହ ଆତଙ୍କବଦୀଙ୍କୁ ଉଚିତ ଜବାବ ଦେବାକୁ ଦାବି ଉଠୁଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଘଟଣାକୁ କଡ଼ା ଶବ୍ଦରେ ନିନ୍ଦା କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଦେଶ ଜଣେ କମାଣ୍ଡିଂ ଅଫିସର, ତାଙ୍କ ପରିବାର ଓ ୫ ଜଣ ଯବାନଙ୍କୁ ହରାଇଲା ବେଶଳି ସେ କହିଛନ୍ତି ।

ଉଦଯାପିତ ହେଲା ୨ୟ ଜାତୀୟ ଯୋଗାସନ ସ୍ପୋର୍ଟସ ଚମ୍ପିୟନସିପ -୨୦୨୧

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଉଦଯାପିତ ହୋଇଛି ୨ୟ ଜାତୀୟ ଯୋଗାସନ ସ୍ପୋର୍ଟସ ଚମ୍ପୀୟନସିପ -୨୦୨୧ । ଗତ ୧୧ ତାରିଖ ରୁ ଆରମ୍ଭ ହୋଇଥିବା ଏହି ଯୋଗାସନ ସ୍ପୋର୍ଟସ ଚମ୍ପୀୟନସିପ ଆଜି କିଟ୍ ବିଜୁ ପଟ୍ଟନାୟକ ଇନ୍ଦୋର ଷ୍ଟାଡିୟମ୍ ରେ ଉଦଯାପିତ ହୋଇଛି । ଜାତୀୟ ଯୋଗାସନ ସ୍ପୋର୍ଟସ ଫେଡରେଶନ ସଭାପତି ଉଦିତ ସେଠ୍ ଙ୍କ ପୌରହିତ୍ୟ ରେ ଆୟୋଜିତ ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କି ଯୋଗ ଦେଇ ଯୋଗାସନ ସ୍ପୋର୍ଟସ ପ୍ରତିଯୋଗିତା ରେ ସଫଳ ହାସଲ କରିଥିବା କୃତି ପ୍ରତିଯୋଗୀ ଙ୍କୁ ଟ୍ରଫି ପ୍ରଦାନ କରିଥିଲେ ।

କାର୍ଯକ୍ରମରେ ଅନ୍ୟତମ ଅତିଥି ଭାବେ କିଟ୍ ର ଭିସି ସସ୍ମିତା ସାମନ୍ତ , ଓଡ଼ିଶା ଯୋଗାସନ ସ୍ପୋର୍ଟସ ଫେଡ଼େରେସନର ସଭାପତି ସୁଧାଂଶୁ ଅଧିକାରୀ, ଫେଡରେସନ୍ ସମ୍ପାଦକ ଡ ଜୟଦିପ ଆର୍ୟ ଯୋଗ ଦେଇ ଯୋଗାସନ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାରେ ମହାରାଷ୍ଟ୍ର ହରିୟଣା , ତାମିଲନାଡୁ,ପଶ୍ଚିମବଙ୍ଗ, ଓଡ଼ିଶା ସମେତ ୩୨ ରାଜ୍ୟରୁ ୩୦ ହଜାର ପ୍ରତିଯୋଗୀ ଭାଗ ନେଇ ୪ ସହ ପ୍ରତିଯୋଗୀ ଫାଇନାଲ ରାଉଣ୍ଡରେ ପହଞ୍ଚିଥିଲେ । ତେବେ ଆଗକୁ ଯୋଗାସନ କୁ ସ୍ପୋର୍ଟସ ରେ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଛନ୍ତି ଦିଲୀପ ତିର୍କି । ମହାରାଷ୍ଟ୍ର ଯୋଗାସନ ଟିମ୍ ଶ୍ରେଷ୍ଠ ପ୍ରଦର୍ଶନ କରି ଚମ୍ପିୟାନ ଟ୍ରଫି ହାତେଇଚି ବୋଲି ଫେଡ଼େରେସନ୍ ପକ୍ଷରୁ ସୂଚନା ଦିଆଯାଇଛି ।

ଦୁର୍ଦ୍ଦାନ୍ତ ଅପରାଧି ବାପିକୁ ଏନକାଉଣ୍ଟର, ପୋଲିସକୁ ପାଲଟା ଗୁଳି କଲେ ଡକାୟତ

ଭଦ୍ରକ: ବାପି ପାଣିଙ୍କୁ ଗୁଳି କଲା ପୋଲିସ  ।  ଡକାୟତି ଉଦ୍ୟମ ବେଳେ ପୋଲିସ କରିଛି ଏନକାଉଣ୍ଟର । ଭଦ୍ରକ ଜିଲ୍ଲା ଚଢ଼େୟା ଠାରେ ଡକାୟତି ଉଦ୍ୟମ କରୁଥିବାବେଳେ ଏନକାଉଣ୍ଟର କରିଛି ଗ୍ରାମାଞ୍ଚଳ ପୋଲିସ । ପୋଲିସର ଗୁଳି ମାଡ଼ରେ ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣି ଆହତ ହୋଇଥିବା ସୂଚନା ରହିଛି । ପୋଲିସର ଗୁଳି ସିଧାସଳଖ  ବାପିର ଗୋଡ଼ରେ ବାଜିଥିଲା  । ଫଳରେ ବାପିକୁପ କାବୁ କରିବାରେ ସଫଳ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ  ।

ଡକାୟତି ପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ର ରଚିଥିଲେ ବାପି ଓ ତା ଗ୍ୟାଙ୍ଗ  । ଫଳରେ ସୂଚନା ପାଇ ପୋଲିସ ଏନକାଉଣ୍ଟର କରିଥିଲା  । ଠିଏ ଏତିକିବେଳେ ଡକାୟତମାନେ ମଧ୍ୟ ପାଲଟା ଗୁଳି ଚଳାଇଥିବା ଜଣା ପଡ଼ିଛି । ଏଥିରେ ଗ୍ରାମାଞ୍ଚଳ ଥାନାଧିକାରୀଙ୍କ ସମେତ ତିନି ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ସେପଟେ ଆହତ ହୋଇଥିବା ବାପିକୁ ମେଡିକାଲରେ ଭର୍ତ୍ତି ତକରାଯାଇଛି  ।

ଭାରତୀୟ ଡାକ୍ତରଙ୍କ ପାଇଁ ସେମିଫାଇନାଲ ଖେଳିଥିଲେ ମହମ୍ମଦ ରିଜଓ୍ୱାନ

ଦୁବାଇ: ଚଳିତ ବିଶ୍ବକପରେ ଦ୍ବିତୀୟ ସେମିଫାଇନାଲ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟଲାଭ କରି ଫାଇନଲ ଟିକେଟ ହାସଲ କରିଥିଲା । କିନ୍ତୁ ଏହି ମ୍ୟାଚ ପୂର୍ବରୁ ପାକିସ୍ତାନକୁ ଲାଗିଥିଲା ଏକ ବଡ଼ ଝଟକ୍କା । ମ୍ୟାଚ ପୂର୍ବରୁ ପାକିସ୍ତାନ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ଫୁସଫୁସରେ ସଂକ୍ରମଣ ହେତୁ ଦୁଇ ରାତି ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ପାକିସ୍ତାନ ଦଳର ବ୍ୟାଟିଂ କୋଚ ମ୍ୟାଥ୍ୟୁ ହେଡେନ ପ୍ରେସ କନଫରମେନ୍ସରେ ଏହା କହିଥିଲେ । ତେବେ ଆଇସିୟୁରେ ଥିବା ରିଜଓ୍ବାନଙ୍କ ଚିକିତ୍ସା ଭାରତୀୟ ଡାକ୍ତର ସାହିର ସାଇନାଲବଦୀନ କରିଥିଲେ । ଏହା ପରେ ସେ ସୁସ୍ଥ ହୋଇ ମ୍ୟାଚ ଖେଳିବାକୁ ପାକିସ୍ତାନ ଟିମ୍ ସହ ଯୋଗ ଦେଇଥିଲେ । ରିଜଓ୍ବାନ ଯେତେବେଳେ ପୂରା ସୁସ୍ଥ ହୋଇଯାଇଥିଲେ ସେ ତାଙ୍କ ଜର୍ସି ଭାରତୀୟ ଡାକ୍ତରଙ୍କୁ ପ୍ରଦାନ କରିଥିଲେ ।

ଅନ୍ୟପକ୍ଷରେ ମହମ୍ମଦ ରିଜଓ୍ବାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସାହିର ସାଇନାଲବଦୀନ ଖଲୀଜ ଟାଇମ୍ସକୁ କହିଥିଲେ କି ରିଜଓ୍ବାନ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ସେମିଫାଇନାଲ ଖେଳିବାକୁ ଚାହୁଁଥିଲେ । ସେ ବହୁତ ଶକ୍ତିଶାଳୀ ଓ ଆତ୍ମବିଶ୍ବାସୀ ଥିଲେ । ସେ ଯେପରି ଭାବରେ ସୁସ୍ଥ ହେଲେ ତାହାକୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଛି । ସେମିଫାଇନାଲ ପୂର୍ବରୁ ସୁସ୍ଥ ହେବା ଓ ଏହା ପରେ ନିଜର ଫିଟନେସ ହାସଲ କରିବା ଆଶାଠାରୁ ଅଧିକ ଦେଖାଯାଉଥିଲା ।ସାଧାରଣତଃ କେହି ଜଣେ ସୁସ୍ଥ ହେବା ପାଇଁ ୫ରୁ ୭ ଦିନ ସମୟ ଲାଗିଥାଏ । ସେ ଆହୁରି କହିଛନ୍ତି କି ରିଜଓ୍ବାନ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ଜ୍ବରରେ ପୀଡିତ ଥିଲେ । ଜ୍ବର ସହ କ୍ରମାଗତ ଭାବରେ କାଶ ଓ ଛାତି ଯନ୍ତ୍ରଣାରେ ପୀଡିତ ଥିଲେ । ଆମେ ତୁରନ୍ତ ତାଙ୍କୁ ସ୍ଥିର କଲୁ ଏବଂ ତାଙ୍କ ଯନ୍ତ୍ରଣା କମ୍ କରିବାକୁ ତାଙ୍କୁ ଔଷଧ ଦେଇଥିଲୁ । ହସ୍ପିଟାଲରେ ଭର୍ତ୍ତି ହେବା ସମୟରେ ତାଙ୍କ ଯନ୍ତ୍ରଣା ୧୦/୧୦ ରହିଥିଲା । ତେବେ ଲଗାତର ଯନ୍ତ୍ରଣା ଓ ସମସ୍ୟା କାରଣରୁ ତାଙ୍କୁ ଆମେ ଆଇସିୟୁକୁ ସ୍ଥାନାନ୍ତର କରାଯାଥିଇଲା । ସେ ହସ୍ପିଟାଲରେ ୩୫ ଘଣ୍ଟା ରହିଥିଲେ । କିନ୍ତୁ ତାଙ୍କ ମନରେ କେବଳ ଗୋଟିଏ କଥା ଥିଲା ଯେ ସେ କିପରି ସେମିଫାଇନାଲ ମୁକାବିଲା ଖେଳିବେ ।

ତେବେ ଆଇସିୟୁରୁ ଆସି ସେମିଫାଇନାଲ ମ୍ୟାଚରେ ୬୭ ରନ କରିଥିଲେ ରିଜଓ୍ବାନ । ତେବେ ଏହି ସେମିଫାଇନାଲ ପୂର୍ବରୁ ରିଜଓ୍ବାନଙ୍କ କୋରନା ଟେଷ୍ଟ କରାଯାଇଥିଲା । ଯେଉଁଥିରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ଟସ୍ ସମୟରେ ଜଣାପଡ଼ିଥିଲା କି ରିଜଓ୍ବାନ ଖେଳିବା ପାଇଁ ପୂରା ଫିଟ୍ ଅଛନ୍ତି । ବ୍ୟାଟିଂ କରୁଥିବା ସମୟରେ ଲାଗୁନଥିଲା କି ଏହି ଖେଳାଳି ଗତରାତିରେ ଆଇସିୟୁରେ ଭର୍ତ୍ତି ଥିଲେ । ଯଦିଓ ସେମିଫାଇନାଲ ମ୍ୟାଚରେ ପରାଜୟ ବରଣ କରିଥିଲା ପାକିସ୍ତାନ । କିନ୍ତୁ ଏହି ମ୍ୟାଚରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଥିଲେ ମହମ୍ମଦ ରିଜଓ୍ବାନ । ଟି-୨୦ ଫର୍ମାଟରେ ଏକ କ୍ୟାଲେଣ୍ଡର ବର୍ଷରେ ରିଜଓ୍ବାନ ୧ ହଜାର ରନ ସଂଗ୍ରହ କରିଥିଲେ । ବିଶ୍ବର ପ୍ରଥମ ଖେଳାଳି ଭାବରେ ରିଜଓ୍ବାନ ଗୋଟିଏ ବର୍ଷରେ ଟି-୨୦ରେ ଏକ ହଜାର ରନ ସଂଗ୍ରହ କରିଛନ୍ତି ।

ରେଢ଼ାଖୋଲରେ ବିଜେଡ଼ିର ମିଶ୍ରଣ ପର୍ବ, ପ୍ରଣବଙ୍କ ଉପସ୍ଥିତିରେ ଯୋଗଦାନ କଲେ ଶତାଧିକ କର୍ମୀ

ସମ୍ବଲପୁର: ରେଢାଖୋଲରେ ଅନୁଷ୍ଠିତ ହୋଇଯାଇଛି ବିଜେଡିର ମିଶ୍ରଣ ପର୍ବ । ସ୍ଥାନୀୟ କଦମ୍ବ ପଡ଼ିଆରେ ଆୟୋଜିତ ବିଜେଡିର ୱାର୍ଡ ସ୍ତରୀୟ କର୍ମଶାଳା ଓ ମିଶ୍ରଣ ପର୍ବରେ ଶଙ୍ଖ ଧରିଛନ୍ତି ଶତାଧିକ ବିଜେପି ଓ କଂଗ୍ରେସ ନେତା । ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତିରେ ସମସ୍ତେ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଓ ବିଜେଡିର ଶୃଙ୍ଖଳାରେ ଅନୁପ୍ରାଣିତ ହୋଇ ଶତାଧିକ ଲୋକ ବିଜେଡିରେ ନିଜକୁ ସାମିଲ କରିଛନ୍ତି ।

ଏ ଅବସରରେ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ବିଜେପି ଉପରେ ବର୍ଷିଥିଲେ  । ସାଧାରଣ ଲୋକ  ପ୍ରଶ୍ନ ପଚାରିବାର ସମୟ ବର୍ତ୍ତମାନ ଉପନୀତ ହୋଇଥିବା କହିଛନ୍ତି ପ୍ରଣବ  । ଆମ ଠାରୁ ସବୁ କିଛି ନିଆଯାଉଛି କିନ୍ତା କାହିଁକି ଆମର ପ୍ରାପ୍ୟ ଦିଆଯାଉନାହିଁ ? କେନ୍ଦ୍ର ସରକାର କାହଁକି ପ୍ରସ୍ତାବ ମୁତାବକ ଚାଉଳ ଓ ଧାନ ଉଠାଉ ନାହାଁନ୍ତି ? ଏ ,ସମସ୍ତ ପ୍ରଶ୍ନ ଏବେ ସଧାରଣ ଭୋଟର ପଚାରିବା ଆବଶ୍ୟକ ବୋଲି କହିଛନ୍ତି ବିଜେଡ଼ି ସାଗଂଠନିକ ସଂପାଦକ  ।

ରେଢାଖୋଲରେ ଆୟୋଜିଟ ବିଜେଡ଼ିର ଏହି କାର୍ଯ୍ୟକ୍ରମରେ  ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ବିଜେଡି ମୁଖପାତ୍ର ସଂଜୟ ବାବୁ ଓ ବହୁ ବରିଷ୍ଠ ନେତା କର୍ମୀ ଉପସ୍ଥିତ ରହିଥିଲେ  । ପଞ୍ଚାୟତ ନିର୍ବାଚନରେ ବିଜେଡ଼ିର ରଣନୀତି ଏବଂ ଦଳର ବିଭିନ୍ନ କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରାଯାଇଥିଲା  । ବୁଥ ସ୍ତରୀୟ କର୍ମୀସମ୍ମିଳନୀ ମାଧ୍ୟମରେ ବିଜେଡ଼ିର କାର୍ଯ୍ୟକର୍ତ୍ତାଙ୍କୁ ଦଳକୁ ବିଜୟ କରିବାର ମନ୍ତ୍ର ଦେଇଥିଲେ ପ୍ରଣବ ପ୍ରକାଶ  ।

‘ଦି ଶ୍ବାଶାଙ୍କ ରେଡମ୍ପଶନ’କୁ ପଛରେ ପକାଇ ‘ଜୟ ଭୀମ’ ଟପ୍ ରେଟିଂ ଫିଲ୍ମ

ମୁମ୍ବାଇ: ହଲିଉଡ଼ ଫିଲ୍ମ ‘ଦି ଶ୍ବାଶଙ୍କ ରେଡମ୍ପଶନ’କୁ ପଛରେ ପକାଇଲା ଭାରତୀୟ ଫିଲ୍କ ‘ଜୟ ଭୀମ’ । IMDB ରେଟିଂରେ ଆସିଲା ଏକ ନମ୍ବରକୁ । କିଛିଦିନ ହେବ ରିଲିଜ ହୋଇଥିବା କୋର୍ଟ ଡ୍ରାମା ଫିଲ୍ମ ‘ଜୟ ଭୀମ’କୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ସୂର୍ଯ୍ୟ, ଲିଜୋ ଜୋସ ଏବଂ ମଣିକର୍ଣ୍ଣନ ଅଭିନିତ ଏହି ଫିଲ୍ମ ୯୦ ଦଶକରେ ଜଣେ ଓକିଲଙ୍କ ସତ କାହାଣୀ ଉପରେ ଆଧାରିତ ।

ମୂଳ ତାମିଲ ଭାଷାରେ ନିର୍ମୀତ ଜୟ ଭୀମ ୯.୬ ରେଟିଂ ସହ ଏକ ନମ୍ବରରେ ଥିବା ବେଳେ ୯.୩ ରେଟିଂ ସହ ‘ଦି ଶ୍ବାଶଙ୍କ ରେଡମ୍ପଶନ’ ଦ୍ବିତୀୟ ସ୍ଥାନରେ ରହିଛି । ୯.୨ ରେଟିଂ ସହ ହଲିଉଡ଼ ଫିଲ୍ମ ଦି ଗଡ଼ଫାଦର ତୃତୀୟ ସ୍ଥାନରେ ରହିଛି ।

୯୦ ଦଶକରେ ତାମିଲନାଡୁର ଜଣେ ଓକିଲଙ୍କ ସତ ଘଟଣା ଉପରେ ଫିଲ୍ମ ଜୟ ଭୀମର କାହାଣୀ ଆଧାରିତ ।  ସଭାଜରେ ଗରିବ, ନିଷ୍ପେସିତ ସମାଜର ଲୋକଙ୍କ ସମର୍ଥରେ ଓକିଲ ଜଣଙ୍କ ଛିଡ଼ା ହେବା ଓ ପୋଲିସ ଆକ୍ରୋସର ଶିକାର ହୋଇଥିଲେ । ଫିଲ୍ମଟି ତାମିଲ ବ୍ୟତୀତ, ହିନ୍ଦୀ, ତେଲଗୁ, କନ୍ନଡ ଓ ମଲାୟଲମ ଭାଷାରେ ରିଲିଜ୍ ହୋଇ ଦର୍ଶକଙ୍କ ପ୍ରଶଂସା ସାଉଁଟୁଛି ।

ସୁନ୍ଦରଗଡ଼ରେ ସଶକ୍ତ ହେଉଛି ବିଜେଡ଼ି, ଶଙ୍ଖ ଫୁଙ୍କିଲେ ୫ଶହ କର୍ମୀ

ରାଉରକେଲା: କଂଗ୍ରେସ ଓ ବିଜେପି ସହ ବିଭିନ୍ନ ଦଳର ୫ଶହରୁ ଅଧିକ କର୍ମୀ ଵିଜୁ ଜନତା ଦଳରେ ଯୋଗଦାନ କଲେ। ଖଇରଵନ୍ଧ ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସୁନ୍ଦରଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରିତୀ ରଞ୍ଜନ ଘଡେଇଙ୍କ ଉପସ୍ଥିତିରେ ଵିଜୁ ଜନତା ଦଳରେ ଯୋଗଦେଲେ। ଗତ ତିନି ମାସ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଦଳର ୧୦ ହଜାରରୁ ଅଧିକ କର୍ମ ଓ ନେତା ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି। ସୁକିନ୍ଦା ବିଧାୟକ ପ୍ରିତୀ ରଞ୍ଜନ ଘଡେଇ ଏହି ସୂଚନା ପ୍ରଦାନ କରିଛନ୍ତି  ।

ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାବେଳେ ତୃଣମୂଳ ସ୍ତରରେ ଆହୁରି ସଶକ୍ତ ହେଉଛି ବିଜେଡ଼ି  । ବହୁ ବିଜେପି ଏବଂ କଂଗ୍ରେସ କାର୍ଯ୍ୟକର୍ତ୍ତା  ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି  । ଦଳକୁ ସଶକ୍ତ କରିବା ସହ ସମସ୍ତ ଆସନରେ ବିଜୁ ଜନତା ଦଳର ସମର୍ଥିତ ପ୍ରାର୍ଥୀଙ୍କୁ ବିଜୟୀ କରିବାର ସଂକଳ୍ପ ନେଇଛନ୍ତି ନୂଆକରି ଯୋଗଦେଇଥିବା ସାଧାରଣ କାର୍ଯ୍ୟକର୍ତ୍ତା  । ସୁନ୍ଦରଗଡ଼ରେ ବିଜେଡିର ଦବଦବା ରହିଥିବା ସ୍ୱତେ ତିନି ମାସ ମଧ୍ୟରେ ପାଖାପାଖି ୧୦ ହଜାରରୁ ଅଧିକ ଅନ୍ୟ ଦଳର କାର୍ଯ୍ୟକର୍ତ୍ତା ବିଜେଡ଼ିରେ ଯୋଗଦାନ କରିଛନ୍ତି  ।

ନୀରଜଙ୍କ ସହିତ ୧୧ ଜଣଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ

ନୂଆଦିଲ୍ଲୀ: ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର । କ୍ରୀଡାକ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ । ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ସେହି କ୍ରୀଡାବିତଙ୍କୁ ପ୍ରଦାନ କରାଯାଏ ଯେଉଁ କ୍ରୀଡାବିତ୍ କ୍ରୀଡା କ୍ଷେତ୍ରରେ ଅସାଧାରଣ ପ୍ରଦର୍ଶନ କରିଛନ୍ତି । ୧୯୯୧ ମସିହାରେ ବିଶ୍ୱନାଥ ଆନନ୍ଦଙ୍କୁ ପ୍ରଥମ ଥର ପାଇଁ ଦିଆଯାଇଥିଲା ଏହି ଖେଳରତ୍ନ ପୁରସ୍କାର । ଏହି ପୁରସ୍କାରରେ ଗୋଟିଏ ପଦକ ସହ ୨୫ ଲକ୍ଷ ଟଙ୍କା ମିଳିଥାଏ । ଆଜି ଏହି ପୁରସ୍କାର ଚଳିତ ଟୋକିଓ ଅଲମ୍ପିକ୍ସରେ ଜାଭେଲିନ ଥ୍ରୋ’ରେ ଗୋଲ୍ଡ ମେଡାଲ ଜିତିଥିବା ନୀରଜ ଚୋପ୍ରାଙ୍କ ସହ ୧୧ ଜଣ କ୍ରୀଡାବିତଙ୍କୁ ମିଳିବ ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର । ତେବେ କେଉଁ କ୍ରୀଡାବିତ ଆଜି ପାଇବେ ଖେଳରତ୍ନ ପୁରସ୍କାର ଆସନ୍ତୁ ଜାଣିବା..

ନୀରଜ ଚୋପ୍ରା (ଜାଭେଲିନ୍ ଥ୍ରୋ)

ହରିଆଣାର ନୀରଜ ଚୋପ୍ରା ଚଳିତ ଟୋକିଓ ଅଲମ୍ପିକ୍ସରେ ଟ୍ରାକ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ଭାରତ ପାଇଁ ଗୋଲ୍ଡ ମେଡାଲ ଜିତିଛନ୍ତି । ତେବେ ନୀରଜ ହେଉଛନ୍ତି ପ୍ରଥମ କ୍ରୀଡାବିତ୍ ଯିଏକି ଭାରତ ପାଇଁ ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ଅଲମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିଛନ୍ତି । ସେ ଫାଇନାଲରେ ୮୭.୫୮ ମିଟର ଜାଭେଲିନ ଥ୍ରୋ କରି ସ୍ବର୍ଣ୍ଣ ପଦକ ଜିତିଥିଲେ । ନୀରଜ ଅନ୍ତର୍ଜାତୀୟ ସ୍ତରରେ ୬ଟି ବଡ଼ ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ ପଦକ ଜିତି ସାରିଛନ୍ତି । ସେ ୨୦୧୮ରେ ଜାକାର୍ତ୍ତା ଏସିଆନ ଗେମ୍ସ, ଗୋଲ୍ଡ କୋଷ୍ଟ କମନଓ୍ବେଲ୍ଥ  ଗେମ୍ସ, ୨୦୧୭ ଏସିଆନ ଚମ୍ପିଆନସିପ୍, ୨୦୧୬ ସାଉଥ ଏସିଆନ ଗେମ୍ସ, ୨୦୧୬ ଜୁନିଅର ଓ୍ୱାର୍ଲ୍ଡ ଚମ୍ପିଆନସିପରେ ଗୋଲ୍ଡ ମେଡାଲ ଜିତି ସାରିଛନ୍ତି ନୀରଜ ।

ରବି ଦାହିଆ (କୁସ୍ତି)

ହରିଆଣାରେ ରହୁଥିବା ରବି ଦାହିଆ ଚଳିତ ଟୋକିଓ ଅଲମ୍ପିକ୍ସରେ ଭାରତ ପାଇଁ ସିଲଭର ମେଡାଲ ଜିତିଥିଲେ । ରବି ସୁଶୀଲ କୁମାରଙ୍କ ପରେ କୁସ୍ତିରେ ଫାଇନାଲରେ ପହଞ୍ଚିଥିଲେ । ତେବେ ଫାଇନାଲରେ ରବି ୫୭ କେଜି କାଟାଗୋରୀରେ ଦୁଇ ଥର ଓ୍ବାର୍ଲ୍ଡ ଚମ୍ପିଆନ ହୋଇଥିବା ଜାବୁର ୟୁଗୁଏବଙ୍କ ନିକଟରୁ ପରାସ୍ତ ହୋଇଥିଲେ । ଏହା ପୂର୍ବରୁ ରବି ୨୦୧୯ ବିଶ୍ୱ ଚମ୍ପିଆନସପରେ ବ୍ରୋଞ୍ଜ ମେଡାଲ ହାସଲ କରିଥିଲେ । ଏଥିସହ ୨୦୨୦ ଓ ୨୦୨୧ ଏସିଆନ ଚମ୍ପିଆନସିପରେ ସେ ଗୋଲ୍ଡ ମେଡାଲ ନିଜ ନାମରେ କରିଥିଲେ ।

ଲଭଲିନା ବୋରଗେହେନ (ବକ୍ସିଂ)

ଲଭଲିନା ବୋରଗେହେନ ଆସାମର ଗୋଲାଘାଟ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ସେ ଟୋକିଓ ଅଲମ୍ପିକ୍ସରେ  ୬୯ କେଜି ଓଜନ କାଟାଗୋରୀରେ ଭାରତ ପାଇଁ ବ୍ରୋଞ୍ଜ ମେଡାଲ ଜିତିଥିଲେ ଲଭଲିନା । ଲଭଲିନା ବକ୍ସିଂରେ ଭାରତ ପାଇଁ ମେଡାଲ ଜିତିବାରେ ତୃତୀୟ ଓ ମହିଳା ହିସାବରେ ଦ୍ବିତୀୟ ଖେଳାଳି । ଲଭଲିନାଙ୍କ ପୂର୍ବରୁ ୨୦୦୮ରେ ବିଜେନ୍ଦ୍ର ସିଂ ଓ ୨୦୧୨ରେ ମେରୀକମ ମେଡାଲ ଜିତିଥିଲେ । ଲଭଲିନା ୨୦୧୮ ଓ ୨୦୧୯ରେ ହୋଇଥିବା ଓ୍ବାର୍ଲ୍ଡ ବକ୍ସିଂ ଚମ୍ପିଆନସିପରେ ବ୍ରୋଞ୍ଜ ମେଡାଲ ଜିତି ସାରିଛନ୍ତି । ସେହିପରି ଦିଲ୍ଲୀରେ ଆୟୋଜିତ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ସିଲଭର ମେଡାଲ ଜିତିଥିଲେ । ଏହା ବ୍ୟତୀତ ୨୦୧୭ରେ ଏସିଆନ ବକ୍ସିଂ ଚମ୍ପିଆନସିପରେ ବି ବ୍ରୋଞ୍ଜ ମେଡାଲ ଜିତି ସାରିଛନ୍ତି ।

ଅବନୀ ଲେଖରା (ପାରା ସୁଟିଂ)

ଅବନୀ ଲେଖରା ରାଜସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ । ସିଏ ଟୋକିଓ ପାରାଅଲମ୍ପିକ୍ସରେ ୧୦ ମିଟର ଏୟାର ରାଇଫଲରେ ଭାରତକୁ ଗୋଲ୍ଡ ମେଡାଲ ଦେଇଥିଲେ । ଫାଇନାଲରେ ସେ ୨୪୯.୬ ପଏଣ୍ଟ ହାସଲ କରିଥିଲେ । ଅବନୀ ଲେଖରା ଦେଶର ପ୍ରଥମ ମହିଳା କ୍ରୀଡାବିତ୍ ଯିଏ ଶୁଟିଂରେ ଅଲମ୍ପିକ୍ସ କିମ୍ବା ପାରା ଅଲମ୍ପିକ୍ସରେ ପଦକ ଜିତିଛନ୍ତି । ଅବନୀ ୯ ବର୍ଷ ପୂର୍ବେ କାର ଦୁର୍ଘଟଣାରେ ଦୁଇ ଗୋଡ ହରାଇ ଥିଲେ । ତେବେ ଏତେ ବଡ଼ ଦୁର୍ଘଟଣା ପରେ ବି ପଛକୁ ଫେରିନଥିଲେ ଅବନୀ । ପାରା ଅଲମ୍ପିକ୍ସରେ ଶୁଟିଂରେ ଗୋଲ୍ଡ ମେଡାଲ ଜିତି ଭାରତକୁ ଗର୍ବିତ କରିଥିଲେ ।

ପ୍ରମୋଦ ଭଗତ (ପାରା ବ୍ୟାଡମିଣ୍ଟନ)

ପାରା ଅଲମ୍ପିକ୍ସରେ ବ୍ୟାଡମିଣ୍ଟନରେ ଗୋଲ୍ଡ ମେଡାଲ ଜିତି ଭାରତକୁ ଗର୍ବିତ କରିଛନ୍ତି ଓଡିଆ ପୁଅ ପ୍ରମୋଦ ଭଗତ । ପ୍ରମୋଦ ୨୦୧୯ରେ ଅର୍ଜୁନ ପୁରସ୍କାର ଓ ଓଡିଶା ସରକାରଙ୍କ ତରଫରୁ ବିଜୁ ପଟ୍ଟନାୟକ ପୁରସ୍କାର ବି ମିଳିଛି । ପ୍ରମୋଦଙ୍କ ପାଇଁ ଚଳିତ ବର୍ଷ ଦମଦାର ରହିଥିଲା । ଏପ୍ରିଲରେ ଦୁବାଇରେ ହୋଇଥିବା ପାରା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଦୁଇଟି ଗୋଲ୍ଡ ମେଡାଲ ଜିତିଥିଲେ । ସେ ବ୍ୟାଡମିଣ୍ଟନ ସିଙ୍ଗିଲ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ମନୋଜ ସରକାରଙ୍କ ସହ ମିଶି ML-4, ML-3 କାଟାଗୋରୀରେ ଗୋଲ୍ଡ ମେଡାଲ ଜିତିଥିଲେ । ପ୍ରମୋଦ ଓ୍ବାର୍ଲ୍ଡ ଚମ୍ପିଆନସିପରେ ଚାରୋଟି ଗୋଲ୍ଡ ମେଡାଲ ସହିତ ୪୫ ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ଜିତି ସାରିଛନ୍ତି । BWF ଓ୍ବାର୍ଲ୍ଡ ଚମ୍ପିଆନସିପରେ ଗତ ଆଠ ବର୍ଷ ମଧ୍ୟରେ ସେ ଦୁଇଟି ଗୋଲ୍ଡ ମେଡାଲ ସହ ଗୋଟିଏ ସିଲଭର ମେଡାଲ ନିଜ ନାମରେ କରିଛନ୍ତି ପ୍ରମୋଦ ଭଗତ ।

ସୁମିତ ଆଣ୍ଟିଲ (ଜାଭେଲିନ ଥ୍ରୋ)

ହରିଆଣାରେ ଜନ୍ମ ଗ୍ରହଣ କରିଥିବା ସୁମିତ ଆଣ୍ଟିଲ ୨୦୨୧ ଟୋକିଓ ପାରା ଅଲମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିଥିଲେ । ସୁମିତ ଜାଭେଲିନ ଥ୍ରୋ’ର F64 କାଟାଗୋରୀରେ ବିଶ୍ବ ରେକର୍ଡ କରିବା ସହ ଗୋଲ୍ଡ ମେଡାଲ ଜିତିଥିଲେ । ସେ ଫାଇନାଲରେ ୬୮.୫୫ ମିଟର ଥ୍ରୋ କରିଥିଲେ । ସୁମିତ ୨୦୧୮ରେ ଏସିଆନ ଚମ୍ପିଆନସିପରେ ଭାଗ ନେଇଥିଲେ କିନ୍ତୁ ସେ ପଞ୍ଚମ ସ୍ଥାନରେ ରହିଥିଲେ । ଏହାପରେ ୨୦୧୯ ବିଶ୍ବ ଚମ୍ପିଆନସିପରେ ସେ ସିଲଭର ମେଡାଲ ଜିତିଥିଲେ । ଏହିଠାରେ ଅଟକି ନଥିଲେ ସୁମିତ ସେ ଚଳିତ ବର୍ଷ ନ୍ୟାସନାଲ ଗେମ୍ସରେ ଗୋଲ୍ଡ ମେଡାଲ ଜିତିଥିଲେ । ସେହିପରି ଭାବରେ ୨୦୧୯ରେ ଦୁବାଇରେ ହୋଇଥିବା ବିଶ୍ବ ପାରା ଆଥେଲେଟିକ୍ସ ଚମ୍ପିଆନସିପରେ ସୁମିତ ଆଣ୍ଟିଲ ସିଲଭର ମେଡାଲ ଜିତିବାରେ ସଫଳ ହୋଇଥିଲେ ।

ମନୀଷ ନରଓ୍ବାଲ (ପାରା ଶୁଟିଂ)

ହରିଆଣାର ଫରୀଦାବାଦ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ମନୀଷ । ସେ ଶୁଟିଂରେ ଟୋକିଓ ପାରା ଅଲମ୍ପିକ୍ସରେ ଗୋଲ୍ଡ ମେଡାଲ ନିଜ ନାମରେ କରିଥିଲେ । ସେ ଫାଇନାଲରେ ୨୧୮.୨ ପଏଣ୍ଟ କରି ପ୍ରଥମ ସ୍ଥାନ ଅଧିକାର ହାସଲ କରିଥିଲେ । ମନୀଷ ନରଓ୍ବାଲ ଫୁଟବଲର ହେବା ପାଇଁ ଚାହୁଁଥିଲେ । କିନ୍ତୁ ତାଙ୍କ ପିତାଙ୍କ ସହଯୋଗରେ ଶୁଟିଂରେ ନିଜର କ୍ୟାରୟର କରିଥିଲେ ମନୀଷ । ଫରୀଦାବାଦରେ ନିଜର ଶୁଟିଂର ଅଭ୍ୟାସ କରି ଆଜି ଅଲମ୍ପିକ୍ସରେ ଗୋଲ୍ଡ ମେଡାଲ ହାସଲ କରିଥିଲେ ।

କ୍ରିଷ୍ଣା ନାଗର (ପାରା ବ୍ୟାଡମିଣ୍ଟନ)

ଚଳିତ ଟୋକିଓ ପାରା ଅଲମ୍ପିକ୍ସରେ ବ୍ୟାଡମିଣ୍ଟନରେ ଗୋଲ୍ଡ ମେଡାଲ ଜିତିଥିଲେ କ୍ରିଷ୍ଣା ନାଗର । ଛୋଟବେଳୁ କ୍ରିକେଟର ହେବକୁ ଚାହୁଁଥିଲେ କ୍ରିଷ୍ଣା । କିନ୍ତୁ ଉଚ୍ଚତା କମ୍ ହେତୁ କ୍ରିକେଟ ଖେଳିବା ଛାଡିଥିଲେ କ୍ରିଷ୍ଣା । ଏହାପରେ ଭଲିବଲ ଖେଳିଥିଲେ କ୍ରିଷ୍ଣା । ଭଲିବଲରେ ବି ଭଲ ଡିଫେଣ୍ଡର ହୋଇଥିଲେ । କିନ୍ତୁ ପୁଣି ଥରେ ଉଚ୍ଚତା କାରଣରୁ ଭଳିବଲ ଖେଳିବା ଛାଡିଥିଲେ କ୍ରିଷ୍ଣା । ଏହାପରେ ତାଙ୍କ ପିତା ତାଙ୍କୁ ବ୍ୟାଡମିଣ୍ଟନ ଖେଳିବାକୁ କହିଥିଲେ । ଯାହା ଫଳରେ ସେ ୨୦୧୭ରେ ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲେ । ଗତ ଚାରି ବର୍ଷ ମଧ୍ୟରେ ଦମଦାର ପରିଶ୍ରମ କରି ଭାରତ ପାଇଁ ଗୋଲ୍ଡ ମେଡାଲ ଦେଇଥିଲେ ।

ମନପ୍ରୀତ ସିଂ (ହକି)

୪୧ ବର୍ଷ ପରେ ଅଲମ୍ପିକ୍ସରେ ପଦକ ଜିତିବାରେ ସଫଳ ହୋଇଛି ଭାରତୀୟ ହକି ଟିମ୍ । ଚଳିତ ଟୋକିଓ ଅଲମ୍ପିକ୍ସରେ ଭାରତ ବ୍ରୋଞ୍ଜ ମେଡାଲ ଜିତିଥିଲା । ଏହି ଟିମର ଅଧିନାୟକ ମନପ୍ରୀତ ସିଂ ଥିଲେ । ୨୦୨୧ ପୂର୍ବରୁ ଭାରତ ୧୯୮୦ ମସ୍କୋ ଅଲମ୍ପିକ୍ସରେ ପଦକ ଜିତିଥିଲା । ମନପ୍ରୀତ ସିଂ ଟୋକିଓ ଅଲମ୍ପିକ୍ସର ଓପନିଂ ସେରିମନୀରେ ଭାରତର ତ୍ରିରଙ୍ଗା ଧରିଥିଲେ । ଭାରତ ଅଲମ୍ପିକ୍ସରେ ସବୁଠାରୁ ଅଧିକ ପଦକ ହକିରେ ହାସଲ କରିଛି । ଭାରତ ୧୯୨୮, ୧୯୩୨, ୧୯୩୬, ୧୯୪୮, ୧୯୫୨, ୧୯୫୬, ୧୯୬୪ ଏବଂ ୧୯୮୦ରେ ଅଲମ୍ପିକ୍ସରେ ଗୋଲ୍ଡ ମେଡାଲ ହାସଲ କରିଥିଲେ । ଏହା ବ୍ୟତୀତ ୧୯୬୦ରେ ସିଲଭର ୧୯୬୮, ୧୯୭୨ ଏବଂ ୨୦୨୧ ମସିହାରେ ବ୍ରୋଞ୍ଜ ମେଡାଲ ନିଜ ନାମରେ କରିଥିଲା ଟିମ୍ ଇଣ୍ଡିଆ ।

ପିଆର ଶ୍ରୀଜେଶ (ହକି)

ପିଆର ଶ୍ରୀଜେଶ ଭାରତୀୟ ହକି ଟିମର ଗୋଲକିପର ଥିଲେ । ଚଳିତ ଟୋକିଓ ଅଲମ୍ପିକ୍ସରେ ସେ ଏମିତି ଏକ ଅଭେଦ୍ୟ ପାଚିରି ପରି ରହିଥିଲେ ଯାହାକୁ ଭାଙ୍ଗିବା ସବୁ ଟିମ୍ ପାଇଁ ଅତ୍ୟନ୍ତ କଷ୍ଟକର ଥିଲା । ୨୦୦୪ରେ ଶ୍ରୀଜେଶଙ୍କୁ ଭାରତର ନ୍ୟାସନାଲ ଟିମରେ ସ୍ଥାନ ମିଳିଥିଲା । ୨୦୧୧ରେ ସେ ଭାରତୀୟ ସିନିୟର ଦଳରେ ନିଜ ସ୍ଥାନ ପକ୍କା କରିଥିଲେ । ଏହା ପରେ ସେ ଭାରତୀୟ ହକି ଦଳର ଅଧିନାୟକ ମଧ୍ୟ ଥିଲେ ।

ସୁନୀଲ ଛେତ୍ରୀ (ଫୁଟବଲ)

ତେଲେଙ୍ଗାନାର ସିକନ୍ଦରବାଦରେ ଜନ୍ମ ଗ୍ରହଣ କରିଥିଲେ ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ । ଛେତ୍ରୀ ୨୦୦୨ରେ ମୋହନ ବାଗନରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସୁନୀଲ SAIF ଚମ୍ପିଆନସିପ ଫାଇନାଲରେ ନେପାଳ ବିପକ୍ଷରେ ଏକ ବଡ଼ ଉପଲବ୍ଧି ହାସଲ କରିଥିଲେ । ଏହି ମ୍ୟାଚର ୪୯ତମ ମିନିଟରେ ଗୋଲ ସ୍କୋର କରିଥିଲେ ଛେତ୍ରୀ । ଏହି ଗୋଲ ସହିତ ସେ ଆର୍ଜେଣ୍ଟିନାର ମହାନ ଫୁଟବଲର ଲିଓନାଲ ମେସୀଙ୍କ ୮୦ ଅନ୍ତର୍ଜାତୀୟ ଗୋଲର ବରାବର କରିଥିଲେ । ସୁନୀଲ ଛେତ୍ରୀଙ୍କ ଅଧିନାୟକତ୍ବରେ ଭାରତ ଆଠ ଥର SAIF ଚମ୍ପିଆନସିପକୁ ନିଜ ନାମରେ କରିଥିଲେ ।

ମିତାଲି ରାଜ (କ୍ରିକେଟ)

ଭାରତୀୟ ମହିଳା ଦିନିକିଆ କ୍ରିକେଟ ଦଳର ଅଧିନାୟକ ହେଉଛନ୍ତି ମିତାଲି ରାଜ । ସେ କ୍ରିକେଟର ତିନୋଟି ଫର୍ମାଟରେ ୨୦ ହଜାର ପୂରା କରିଛନ୍ତି । ଏହି ରେକର୍ଡ ହାସଲ କରିବାରେ ମିତାଲି ହେଉଛନ୍ତି ବିଶ୍ବର ପ୍ରଥମ ମହିଳା କ୍ରିକେଟର । ୧୯୯୯ରେ ଭାରତ ପାଇଁ ଡେବ୍ୟୁ କରିଥିଲେ ମିତାଲି ରାଜ୍ । ସେ ଗତ ୨୨ ବର୍ଷ ଧରି ଲଗାତର ଭାରତ ପାଇଁ ଦମଦାର ପ୍ରଦର୍ଶନ କରିଆସୁଛନ୍ତି । ସେ ୨୦୧୫ରେ ପଦ୍ମଶ୍ରୀ ଓ ୨୦୦୩ରେ ଅର୍ଜୁନ ପୁରସ୍କାର ପାଇଥିଲେ ।

ବିଜେପି କଥା କହୁଛନ୍ତି କଂଗ୍ରେସ ନେତା, ଭକ୍ତ ଦାସଙ୍କୁ ବିଜେଡ଼ି ପଚାରିଲା ୫ ପ୍ରଶ୍ନ

ଭୁବନେଶ୍ୱର: କଂଗ୍ରେସ ନେତା ଭକ୍ତ ଦାସଙ୍କୁ ୫ଟି ପ୍ରଶ୍ନ ପଚାରିଛି ବିଜେଡି । ବିଜେଡି ସାଂସଦ ସସ୍ମିତ୍ ପାତ୍ର ପ୍ରେସମିଟ୍ କରି ଭକ୍ତଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି । ମହାଲିଙ୍ଗ କଲେଜର ପ୍ରତିଷ୍ଠାତା ଟ୍ରଷ୍ଟି ଭାବେ ତାଙ୍କ ପୁଅ କ୍ରାନ୍ତି ଦାସ ଥିଲେ କି ନାହିଁ? ମହାଲିଙ୍ଗ କଲେଜର ଗୋବିନ୍ଦ ସାହୁଙ୍କ ସହ ଭକ୍ତଙ୍କ ସମ୍ପର୍କ କଣ ? ୨୫ ଜାନୁଆରୀ ୨୦୨୦ରେ ଭକ୍ତ ସେଠାକୁ ପାନୀୟ ଜଳ ପ୍ରକଳ୍ପ ଉଦଘାଟନ ପାଇଁ ଯାଇଥିଲେ କି ନାହିଁ? ତେଲେଙ୍ଗାନା ଓ ବିହାରରେ କଂଗ୍ରେସ ଦଳର ନେତା ଓ କର୍ମୀ ଆଣିଥିବା ଭକ୍ତ ଦାସଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ସତ ନା ନାହିଁ?  ବିହାରରେ ମହାଗଠବନ୍ଧନ ମେଂଟ ଭାଙ୍ଗିବା ଘୋଷଣା କରି ବିଜେପିକୁ ସାହାଯ୍ୟ କରିଥିବା ଭକ୍ତ ଦାସ, କଳାହାଣ୍ଡିରେ ବିଜେପିକୁ ସାହାଯ୍ୟ କରୁଛନ୍ତି ନା ନାହିଁ ?

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶା କଂଗ୍ରେସ ଓ ଓଡ଼ିଶା ବିଜେପି ମଧ୍ୟରେ ମଧୁଚନ୍ଦ୍ରିକା ରହିଛି  । ଓଡ଼ିଶା ବିଜେପିର ବି ଟିମ୍ ହେଉଛି ଓଡ଼ିଶା କଂଗ୍ରେସ  । ବିଜେପି ପ୍ରରୋଚନାରେ ଆଜି ପ୍ରେସମିଟ୍ କରିଛନ୍ତି ଭକ୍ତ ଦାସ  ।  ଭକ୍ତ ଦାସଙ୍କ ପୁଅ ମହାଲିଙ୍କ କଲେଜ ଟର୍ଷ୍ଟିର ସଭାପତି ଥିଲେ କି ନାହିଁ ବୋଲି ସ୍ପଷ୍ଟ କରନ୍ତୁ ବୋଲି ବିଜେଡି ଆହ୍ୱାନ କରିଛି । ସୋସିଆଲ ମିଡିଆରେ ବୁଲୁଥିବା  ଫଟୋ ବି ଦେଖାଇଛନ୍ତି ସସ୍ମିତ  । ଫଟୋରେ  ଭକ୍ତଙ୍କ ସହ ଗୋବିନ୍ଦ ଓ ମମିତାଙ୍କୁ ଦେଖିବାକୁ ମିଳିଛି  । ଗୋବିନ୍ଦଙ୍କ ସହ ସଂପର୍କ କଣ ବୋଲି ଭକ୍ତ ଦାସଙ୍କୁ ପ୍ରେସମିଟରେ ପ୍ରଶ୍ନ କରିଛି ବିଜେଡି  ।

ଭକ୍ତ ଦାସ ୨୦୧୪ ମସିହାରେ ଶେଷ ଥର ପାଇଁ ମହାଲିଙ୍ଗ କଲେଜ ଯାଇଥିବା ନେଇ ବାରମ୍ବାର କହୁଥିବାବେଳେ ସେଠାରେ ଥିବା ନାମ ଫଳକରେ ୨୦୨୦ ମସିହାରେ ଯାଇଥିବା ଉଲ୍ଲେଖ ରହିଛି  । ଏମିତିକି ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ଫଟୋରେ ମଧ୍ୟ ଭକ୍ତ ଚରଣ ଦାସ ୨୦୨୦ ମସିହାରେ ଯାଇଥିବା ଜଣାପଡ଼ିଛି  । ତେବେ ଭକ୍ତ ଦାସ ରାଜ୍ୟ ବାସୀଙ୍କୁ ମିଥ୍ୟା କହୁଛନ୍ତି ନା ସତ ତାହା ସର୍ବ ସମ୍ମୁଖରେ ସ୍ପଷ୍ଟ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ବିଜେଡ଼ି ସାସଂଦ ସସ୍ମିତ ପାତ୍ର  ।