spot_img
Home Blog Page 4879

ବଲାଙ୍ଗୀର-ସୋନପୁର ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅକାଳେ ଚାଲିଗଲା ୩ଜୀବନ

0

ବଲାଙ୍ଗୀର: ବଲାଙ୍ଗୀର-ସୋନପୁର ରାସ୍ତା ରଣ୍ଡା ଗାଁ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ବୋଲେରୋ ଚୁରମାର । ବୋଲେରୋରେ ଥିବା ୩ଜଣଙ୍କ ମୃତ୍ୟୁ, ୫ ଗୁରୁତର । ମୃତକ ଓ ଗୁରୁତର ହେଲେ ବଲାଙ୍ଗୀର କୁଡ଼ାସିଂହା ଓ ଭୂତେରବାହାଳ ଗାଁର ବୋଲି ଜଣାପଡ଼ିଛି । ସୁନ୍ଦରଗଡ଼ ଜିଲ୍ଲାର ଖଣ୍ଡାଧାରରେ ଭୋଜି କରି ଫେରୁଥିବା ବେଳେ ଭୋର ୪ଟାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା ।

ଘଟଣା ସ୍ଥଳରେ ପୁଇଁତଲା ପୋଲିସ ପହଞ୍ଚି  ତଦନ୍ତ ଆରମ୍ଭ କରିଛି । ମୃତକ ମାନେ ହେଲେ ବିଡ଼ିଘାଟ ଗାଁର ଭଗବାନ ନାଗ, ଚାଟିମୁଣ୍ଡା ଗାଁର ଆଭିଷେକ ଭୋଇ, ଚିକଲବାହାଲ ଗାଁର ଘନଶ୍ୟାମ ହାତୀ । ଆହତ ମାନେ ହେଲେ ଶିବଶମ୍ଭୁ ବେହେରା, ଦେବୁ ବେହେରା, ନିଲୁ ଭୋଇ, ମଣ୍ଟୁ ଓ ଅନ୍ୟ ଜଣେ ଆହତଙ୍କ ପରିଚୟ ଜଣାପଡିନାହିଁ ।

ଏଥିସହିତ ପଢ଼ନ୍ତୁ: ନ୍ୟାୟ ଦାବିରେ ବଧୂ ବେଶର ଯୁବତୀଙ୍କ ଧାରଣା: ବାପା ଓ ଭାଇଙ୍କୁ ଉଠାଇ ନେଲା ପୋଲିସ!

 

ଆଉ କିଛି ଘଣ୍ଟାର ଅପେକ୍ଷା: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ବିଶ୍ୱାସର ସହର ପୁରୀ ହେବ ବିଶ୍ୱ ଐତିହ୍ୟ ନଗରୀ । ବିଶ୍ୱ ଦରବାରରେ ଆହୁରି ଚମକିବ ଓଡ଼ିଶାର ଚେହେରା । ଆଜି ଶ୍ରୀମନ୍ଦିର ଇତିହାସରେ ଲେଖାହେବ ନୂଆ ଅଧ୍ୟାୟ । ବାସ୍ତବ ରୂପ ନେବ ଶ୍ରୀମନ୍ଦିର ଶ୍ରୀ ବୃଦ୍ଧି ପାଇଁ ସ୍ୱତନ୍ତ୍ର ନକ୍ସା । ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଉତ୍ତର ପାର୍ଶ୍ୱ ମଠ ସମ୍ମୁଖ ଯଜ୍ଞ ମଣ୍ଡପରେ ଶାସ୍ତ୍ର ଅନୁସାରେ ଚାଲିଛି ଯଜ୍ଞ । ଗଜପତି ମହାରାଜ ଯଜ୍ଞର କର୍ତ୍ତା ଥିବା ବେଳେ ୩୩ଜଣ ଶ୍ରୋତ୍ରୀୟ ବ୍ରାହ୍ମଣ ନିୟୋଜିତ ହୋଇଛନ୍ତି । ଶ୍ରୀମନ୍ଦିର ଚାରିପାଖ ସୁରକ୍ଷା କରିଡର ସହ ସୃଷ୍ଟି ହେବ ସବୁଜ ବଳୟ । ଚାରିପାଖେ ଥିବା ମଠ ଏବଂ ମନ୍ଦିର ଗୁଡ଼ିକର ପୁନଃବିକାଶ ହେବ । ଭକ୍ତଙ୍କ ସାମଗ୍ରୀ ରଖିବା ପାଇଁ ସ୍ୱତନ୍ତ୍ର ଗୃହ, ସୂଚନା ଓ ଦାନ କେନ୍ଦ୍ର କରାଯିବ ।

ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଆରକ୍ଷୀ ସେବା କେନ୍ଦ୍ର ରହିବ । ପାନୀୟଜଳ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଏ.ଟି.ଏମ୍ ବ୍ୟବସ୍ଥା କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ରୁ ଆରମ୍ଭ ହୋଇଥିଲା ଜମି ଅଧିଗ୍ରହଣ ପ୍ରକ୍ରିୟା । ପ୍ରାୟ ୯୬ ପ୍ରତିଶତ ସରିଛି ଜମି ଅଧିଗ୍ରହଣ କାମ । ସାଆନ୍ତେଙ୍କ ପାଇଁ ସ୍ୱଇଚ୍ଛାରେ ଜମି ଦେଇଥିଲେ ଶ୍ରୀକ୍ଷେତ୍ରବାସୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ ପ୍ରାୟ ୮ଶହ କୋଟି ଟଙ୍କା ମଞ୍ଜୁର ହୋଇଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପୋଲିସ୍ ।

ବରିଷ୍ଠ କ୍ୟାମେରାମ୍ୟାନ୍ ସୁବୋଧ ପାଣିଗ୍ରାହୀଙ୍କ ପରଲୋକ

0

ଭୁବନେଶ୍ୱର: ବରିଷ୍ଠ କ୍ୟାମେରାମ୍ୟାନ୍ ସୁବୋଧ ପାଣିଗ୍ରାହୀଙ୍କ ପରଲୋକ । ୫୩ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସୁବୋଧଙ୍କ ଦେହାନ୍ତରେ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି । ଅତ୍ୟନ୍ତ ମେଳାପି ଏବଂ କର୍ତ୍ତବ୍ୟନିଷ୍ଠ ସୁବୋଧ ଆଜି ନିଜ ଡ୍ୟୁଟି ସାରି ଘରକୁ ଫେରିବା ପରେ ଏଭଳି ଅଘଟଣ ଘଟିଛି ।

କଳିଙ୍ଗ ଷ୍ଟାଡିୟମ୍ ସମ୍ମୁଖରେ କାର୍ଯ୍ୟ କରିବା ସହ ହକି ବିଶ୍ୱକପ୍ କଭର କରିବା ପାଇଁ ପାସ୍ ନେଇଥିଲେ । କିନ୍ତୁ ଏଥର ହକି ଜୁନିୟର ବିଶ୍ୱକପରେ ତାଙ୍କୁ ଆଉ ଦେଖିବାକୁ ମିଳିବନି । କଳିଙ୍ଗ ଷ୍ଟାଡିୟମରେ ଯେତେ ଖେଳ ହୁଏ ସୁବୋଧ ସବୁବେଳେ କ୍ୟାମେରା ଧରି ତାଙ୍କ କର୍ତ୍ତ୍ୟବ୍ୟ କରୁଥିବା ଦେଖିବାକୁ ମିଳୁଥିଲା ।

ସୋସିଆଲ ମିଡିଆ ଫେସବୁକରେ ସୁବୋଧ ପ୍ରତିଦିନ ଏକ ଫଟୋ ପୋଷ୍ଟ କରି ସହକର୍ମୀଙ୍କ ଗହଣରେ ଚର୍ଚ୍ଚାରେ ରହୁଥିଲେ । ହକି ଖେଳ କଭର କରିବାକୁ ସେ ଭଲ ପାଉଥିବାରୁ, ନିଜ ପ୍ରୋଫାଇଲ କଭର ଫଟୋରେ କଳିଙ୍ଗ ଷ୍ଟାଡିୟମର ହକି ଗ୍ରାଉଣ୍ଡ ଫଟୋ ରଖିଛନ୍ତି । ମୃତ୍ୟୁ ପୂର୍ବରୁ ସୁବୋଧଙ୍କ ଶେଷ ଫଟୋ ପୋଷ୍ଟରେ ସେ ଏକ କ୍ୟାପସନ୍ ମଧ୍ୟ ଦେଇଥିଲେ । ଯେଉଁଥିରେ ସେ ଲେଖିଛନ୍ତି ମୁଁ ମୋ ଶତ୍ରୁଙ୍କୁ ବି ଭଲ ପାଏ ।

ବାଲୁକା କଳାରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ: ଦୀପରେ ଝଲସୁଛି ବଡ଼ ଦାଣ୍ଡ

0

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଶିଳାନ୍ୟାସ । ଏଥିପାଇଁ ଚାଲିଛି ପୂଜାର୍ଚ୍ଚନା । ଶୁଭ ମୁହୁର୍ତ୍ତ ପୂର୍ବରୁ ସ୍ୱର୍ଣ୍ଣଭା ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପରିକ୍ରମା ପ୍ରକଳ୍ପର ନିଚ୍ଛକ କଳାକୃତି ନିର୍ମାଣ କରିଛନ୍ତି ସୁଦର୍ଶନ । ବାଲୁକା କଳାରେ ସିଂହଦ୍ୱାର ସହିତ ପାର୍ଶ୍ୱ ଦେବାଦେବୀ ନିର୍ମାଣ କରାଯାଇଛି ।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଶିଳାନ୍ୟାସ ପୂର୍ବରୁ ଶ୍ରୀକ୍ଷେତ୍ରରେ ଅପାର ଉତ୍ସାହ ଦେଖିବାକୁ ମିଳିଛି । ଶତାଧିକ ଦୀପରେ ଝଲସି ଉଠିଛି  ବଡ଼ଦାଣ୍ଡ । ରଙ୍ଗୋଲୀର ରଙ୍ଗରେ ରଙ୍ଗୀନ ହୋଇପଡ଼ିଛି ଶ୍ରୀଗୁଣ୍ଡିଚା ପ୍ରାଙ୍ଗଣ । ଆସନ୍ତକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ। ଏହା ପୂର୍ବରୁ ଆଜି ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଶତାଧିକ ଦୀପ ଜାଳିଛନ୍ତି ମହିଳା। ୩୨ଟି ଓ୍ୱାର୍ଡର ମହିଳା ଦୀପ ଜାଳିବା ସହିତ ରଙ୍ଗୋଲିରେ ବଡ଼ ଦାଣ୍ଡକୁ ସଜାଇଛନ୍ତି।

ଆସନ୍ତା ଶୀତ ଅଧିବେଶନରେ ଆସିବ କ୍ରିପ୍ଟୋ କରେନ୍ସିଂ ବିଲ୍: ଶେଷ ହୋଇଛି ସମସ୍ତ ପ୍ରକ୍ରିୟା

0

ନୂଆଦିଲ୍ଲୀ: ୨୯ ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ସଂସଦର ଶୀତ ଅଧିବେଶନରେ ଆସିବ କ୍ରିପ୍ଟୋ କରେନ୍ସିଂ ବିଲ୍ । ଏଥି ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ଆରବିଆଇ ଦ୍ୱାରା ଜାରି ହେବାକୁ ଥିବା ଅଫିସିଆଲ ଡିଜିଟାଲ ମୁଦ୍ରା ପାଇଁ କ୍ରିପ୍ଟୋ କରେନସିଂ ବିଧେୟକ ଆସିବ । ତେବେ ଘରୋଇ କ୍ରିପ୍ଟୋ କରେନ୍ସିଂର ବ୍ୟବହାର ଭାରତରେ ବ୍ୟାନ ରହିବ ।

ତେବେ ଟେକ୍ନଲୋଜିର ବ୍ୟବହାର ପାଇଁ କିଛି କ୍ଷେତ୍ରରେ ଏହାର ବ୍ୟବହାର ପାଇଁ ଅନୁମତି ମିଳିପାରେ । ଏହାପୂର୍ବରୁ କ୍ରିପ୍ଟୋ କରେନ୍ସିଂ ଭୁଲ ଲୋକଙ୍କ ହାତରେ ନଦେବାକୁ ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ନଚେତ ଯୁବବର୍ଗଙ୍କ ଭବିଷ୍ୟତ ବରବାଦ ହେବାର ଆଶଙ୍କା ଥିବା ସେ ଚେତାଇ ଦେଇଥିଲେ । ସଂସଦର ଶୀତ ଅଧିବେଶନରେ ମୋଟ ୨୬ଟି ବିଲ ଆସିବାକୁ ଥିବା ବେଳେ, ୩ କଳା କୃଷି ଆଇନ ଉଚ୍ଛେଦ ବିଲ ମୁଖ୍ୟ ପ୍ରସଙ୍ଗ ରହିବ ।

ବିଶ୍ୱ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡିକ କ୍ରିପ୍ଟୋ କରେନ୍ସି ଉପରେ ମିଳିତ ଭାବରେ କାର୍ଯ୍ୟ କରିବାକୁ କହିଛନ୍ତି ମୋଦି । ମୋଦି କହିଛନ୍ତି କି ଏହା ଭୁଲ ହାତରେ ଯେପରିର ନପଡ଼େ ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି ମୋଦି । ତେବେ ଭାରତରେ କ୍ରିପ୍ଟୋ କରେନ୍ସି ପାଇଁ ଏକ ନୂଆ ନିୟମ ଉପରେ ଭାରତ କାର୍ଯ୍ୟ କରୁଛି ବୋଲି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭାରତରେ କିପରି କ୍ରିପ୍ଟୋ କରେନ୍ସି କିପରି ଆଗକୁ ବଢ଼ିବ ସେନେଇ ଆଲୋଚନା ହେବାର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ମୋଦି ଅବ୍ୟବହୃତ କ୍ରିପ୍ଟୋ କରେନ୍ସି ବଜାରରେ ଅର୍ଥ ହେରଫେର ତଥା ଆତଙ୍କବାଦୀଙ୍କ ପାଇଁ ଆର୍ଥିକ ସହାୟତା ପାଲଟିଛି ।

ଏଥିସହିତ ପଢ଼ନ୍ତୁ: କ୍ରିପ୍ଟୋ କରେନ୍ସି ଭୁଲ ହାତକୁ ଗଲେ ଯୁବପିଢ଼ୀ ବର୍ବାଦ ହୋଇଯିବେ; ପ୍ରଧାନମନ୍ତ୍ରୀ

ନ୍ୟାୟ ଦାବିରେ ବଧୂ ବେଶର ଯୁବତୀଙ୍କ ଧାରଣା: ବାପା ଓ ଭାଇଙ୍କୁ ଉଠାଇ ନେଲା ପୋଲିସ!

ବ୍ରହ୍ମପୁର: ବଧୂ ବେଶରେ ଧାରଣାରତ ଯୁବତୀଙ୍କ ବାପା ଓ ଭାଇଙ୍କୁ ଉଠାଇ ନେଇଛି ପୋଲିସ । ଝିଅର ଧାରଣା ସମୟରେ ସେଠାରେ ଉପସ୍ଥିତ ବାପା ଓ ଭାଇଙ୍କୁ ପୋଲିସ ଉଠାଇ ନେଇଛି । ପୋଲିସକୁ ଅସଦ୍ ବ୍ୟବହାର ଅଭିଯୋଗରେ ଉଠାଇ ନେଇଥିବା ସୂଚନା ।

ଗତକାଲି ଠାରୁ ବିବାହ ପରେ ପ୍ରତାରଣା କରିଥିବା ଅଭିଯୋଗରେ ବ୍ରହ୍ମପୁର ବ୍ରହ୍ମାନଗରରେ ଧାରଣାରେ ବସିଛନ୍ତି ଛତ୍ରପୁରର ଡିମ୍ପଲ । ତଥାକଥିତ ସ୍ୱାମୀ ଡାକ୍ତର ସୁମିତ ସାହୁଙ୍କ ବାରଣ୍ଡାରେ ଧାରଣା ଦେଇଛନ୍ତି । ଧାରଣାରୁ ଓହରିବା ପାଇଁ ତାଙ୍କୁ ବୁଝାସୁଝା କରିବା ସମୟରେ ସେଠାରେ ଉପସ୍ଥିତ ଡିମ୍ପଲଙ୍କ ଭାଇ ଓ ବାପା ପୋଲିସକୁ ଗାଳିଗୁଲଜ କରିଥିଲେ । ଫଳରେ ଘଟଣାସ୍ଥଳରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ପୋଲିସ ଦୁହିଁଙ୍କୁ ଉଠାଇ ନେଇଛି । ୭ ସେପ୍ଟେମ୍ବର ୨୦୨୦ରେ କୋର୍ଟରେ ବ୍ରହ୍ମପୁର ବ୍ରହ୍ମାନଗର ଅଞ୍ଚଳର ଡାକ୍ତର ସୁମିତ ସାହୁଙ୍କୁ ବିବାହ କରିଥିଲେ ଡିମ୍ପଲ । ୭ ମାସ ପତି-ପତ୍ନୀ ଭାବେ ଜୀବନ ବିତାଇବା ପରେ ଡିମ୍ପଲଙ୍କୁ ଛାଡି ନିଜ ବାପା ଓ ମା’ଙ୍କ ନିକଟକୁ ଫେରିଯାଇଥିଲେ ସୁମିତ । ବାରମ୍ବାର କହିବା ପରେ ବିବାହ ପାଇଁ ଦିନ ଧାର୍ଯ୍ୟ ହୋଇଥିଲେ ସୁଦ୍ଧା କୌଣସି ବ୍ୟବସ୍ଥା କରିନଥିଲେ ସୁମିତଙ୍କ ପରିବାର ଲୋକେ । ଏପରିକି ବଧୂ ବେଶରେ ଆସିଥିବା ଡିମ୍ପଲଙ୍କୁ ଘର ଭିତରକୁ ଯିବାକୁ ଅନୁମତି ଦେଇ ନଥିଲେ । ତେଣୁ ସ୍ୱାମୀଙ୍କ ଘର ବାରଣ୍ଡାରେ ଗତକାଲିଠାରୁ ଧାରଣା ଦେଇଛନ୍ତି ଡିମ୍ପଲ ।

ରାଜ୍ୟ କ୍ୟାବିନେଟ୍ ବୈଠକରେ ୨୪ ପ୍ରସ୍ତାବକୁ ମଞ୍ଜୁରୀ: କ୍ରୀଡ଼ାବିତ ଓ ପାରା କ୍ରୀଡ଼ାବିତଙ୍କୁ ମିଳିବ ଚାକିରି

0

ଭୁବନେଶ୍ୱର: ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୋଟ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେଥି ମଧ୍ୟରେ ରହିଛି ଗୁରୁତ୍ୱପୂର୍ଣ୍ଣ ଓଡ଼ିଶା ଇଲେକ୍ଟ୍ରୋନିକ୍ସ ପଲିସି ୨୦୨୧ । ଯାହାକୁ ଆଜି ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ଯାହା ଅନ୍ୟ ରାଜ୍ୟମାନଙ୍କରେ ଥିବା ପଲିସିଗୁଡ଼ିକ ଅପେକ୍ଷା ଢେର ଭଲ । ଯାହା ଦ୍ୱାରା ଶିଳ୍ପ  ପ୍ରତିଷ୍ଠା ନେଇ ଆକୃଷ୍ଟ ହେବେ । ଏବଂ ଓଡ଼ିଶା ୨୦୨୬ ସୁଦ୍ଧା ଇଲେକ୍ଟ୍ରୋନିକ୍ସ ଶିଳ୍ପରେ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇପାରିବ ।

ଲୋୟର ସୁକତେଲ ନଦୀରେ ଉପରେ ବ୍ୟାରେଜ ନିର୍ମାଣକୁ ମଞ୍ଜୁରୀ । ଅଢ଼େଇ ବର୍ଷ ମଧ୍ୟରେ ଏହି କାର୍ଯ୍ୟ ପୂରଣ କରାଯିବ ଲକ୍ଷ୍ୟ ରଖାଯାଇଛି । ଏହା ଦ୍ୱାରା ୪ଶହରୁ ଊର୍ଦ୍ଧ୍ୱ ଅଞ୍ଜଳରେ ଜଳ ସେଚନ ମଧ୍ୟ ହୋଇପାରିବ ।

ସେହିଭଳି ପାର୍ବତୀଗିରି ମେଗା ଉଠାଜଳସେଚନା ଯୋଜନା ଅନୁଯାୟୀ ଆସନ୍ତା୫ବର୍ଷ ପାଇଁ ୧୦ ୭୫୯ କୋଟି ଟଙ୍କା ଖର୍ଚ୍ଚ କରିବାକୁ ମଞ୍ଜୁର ହୋଇଛି । ଏହାଦ୍ୱାରା ରାଜ୍ୟର ଅଣ ଜଳସେଚିତ ପ୍ରାୟ ୨ଲକ୍ଷ ୬୩ ହଜାର ୮ଶହ ହେକ୍ଟର ଜମିକୁ ଜଳ ଯୋଗାଇ ଦିଆଯାଇପାରିବ ।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅନୁଯାୟୀ କୃଷି ଶିଳ୍ପ ପାଇଁ ଆସନ୍ତା ୫ବର୍ଷ ପାଇଁ ୪୮୪ କୋଟି ଟଙ୍କା ବଜେଟ ରଖିବାକୁ କ୍ୟାବିନେଟ ଅନୁମୋଦନ ମିଳିଛି । ଏହାଦ୍ୱାରା ବିଶେଷକରି ଗ୍ରମାଞ୍ଚଳରେ ଏଗ୍ରୋ ପ୍ରେସେସିଂ ୟୁନିଟ ହୋଇପାରିବେ ।

କ୍ରୀଡ଼ାବିତ ଓ ପାରା କ୍ରୀଡ଼ାବିତଙ୍କୁ ମଧ୍ୟ ସମାନ ସରକାରୀ ଚାକିରି ମିଳିବ । ଆବଶ୍ୟକସ୍ଥଳେ ବୟସ ସୀମାକୁ କୋହଳ କରାଯିବା । ତେବେ କେଉଁ ସ୍ତରରେ ପ୍ରତିଯୋଗିତାରେ କେଉଁ ପଦକ ଜିତିଲେ ଚାକିରି ପାଇବେ ସେ ସମ୍ପର୍କିତ ନିୟମାବାଳୀକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ଅନ୍ୟପକ୍ଷରେ ପଥର କାରିଗରମାନେ ମଧ୍ୟ କିଭଳି ସୁବିଧାରେ ପଥର ପାଇପାରିବେ ସେ ସମ୍ପର୍କିତ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି । 

ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜ ଓ ହାଇସ୍କୁଲର ଦଖଲରେ ରହିଥିବା ସରକାରୀ ଜମିକୁ ବିନାମୂଲ୍ୟରେ ସେମାନଙ୍କୁ ପ୍ରଦାନ କରାଯିବ। ଏହି ଜମିର ମାଲିକାନା ଯଥାକ୍ରମେ ଉଚ୍ଚଶିକ୍ଷା ବିଭାଗ ଏବଂ ଗଣଶିକ୍ଷା ବିଭାଗ ନାଁରେ କରାଯିବ। ବିଭିନ୍ନ ସ୍ଥାନରେ କଲେଜ ସ୍ଥାପନ ପାଇଁ ସହରାଂଚଳରେ ୧୦ ଏକର ଓ ଗ୍ରାମାଂଚଳରେ ୧୫ଏକର ସରକାରୀ ଜମି ଯୋଗାଇ ଦେବାକୁ ୧୯୭୭ ମସିହାରୁ ନିଷ୍ପତ୍ତି ନିଆଯାଇଥିବା ବେଳେ ହାଇସ୍କୁଲ ଗୁଡ଼ିକ ପାଇଁ ସହରାଂଚଳରେ ୨ଏକର ଓ ଗ୍ରାମାଞ୍ଚଳରେ ୩ ଏକର ଜମି ବିନା ମୂଲ୍ୟରେ ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଥିଲେ ।

ଏହି ନିଷ୍ପତ୍ତିକୁ ୧୯୯୮ ମସିହାରେ ସରକାର ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍କୁଲ ପାଇଁ ମଧ୍ୟ ଲାଗୁ କରିଥିଲେ । ତେବେ ଆଜି କ୍ୟାବିନେଟ ନେଇଥିବା ନିଷ୍ପତ୍ତି ଅନୁସାରେ ସରକାରୀ ଡିଗ୍ରୀ କଲେଜ(ସ୍ୱୟଂଶାସିତ ଓ ଅଣସ୍ୱୟଂଶାସିତ) କଲେଜର ଜମିଗୁଡ଼ିକ ଉଚ୍ଚଶିକ୍ଷା ବିଭାଗ ନାମରେ ନାମିତ କରାଯିବ। ଯେଉଁଠି ଉଭୟ ଜୁନିୟର ଓ ସିନିୟର କଲେଜ ମିଶି କରି ଥିବ ସେଠାରେ ପୃଥ୍‌କ ଭାବେ ନକରି ଉଚ୍ଚଶିକ୍ଷା ବିଭାଗ ନାମରେ ନାମିତ କରାଯିବ।

ସେହିପରି ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲଗୁଡ଼ିକର ଦଖଲରେ ଥିବା ଗ୍ରାମାଂଚଳରେ ୫ଏକର ଓ ସହରାଂଚଳରେ ୩ଏକର ଜମିକୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ମାର୍ଫତରେ ରହିବା ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନାଁରେ ରେକର୍ଡ କରାଯିବ। ରେକର୍ଡ ହେବାକୁ ଥିବା ଜମି ଲିଜ୍ ଯୋଗ୍ୟ, ଅଣଜଙ୍ଗଲ କିସମ, ଡିଏଲସି ଲିଷ୍ଟରେ ନଥାଇ ଅବରୋଧମୁକ୍ତ ଓ ବିବାଦମୁକ୍ତ ହୋଇଥିବା ଆବଶ୍ୟକ। ଏହି ଜମିକୁ ବିନାମୂଲ୍ୟରେ ଜିଲ୍ଲାପାଳଙ୍କ ଅନୁମୋଦନରେ ତହସିଲଦାର ରେକର୍ଡ କରିବେ।

ଏଥିପାଇଁ ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ଆଇନର ଆବଶ୍ୟକୀୟ ସଂଶୋଧନ ରାଜସ୍ୱ ବିଭାଗ ଦ୍ୱାରା କରାଯିବ । ସେହିପରି ଏସବୁ ଜମି ଉପରେ ହୋଇଥିବା ସମସ୍ତ ଜବରଦଖଲ ମାମଲା ମଧ୍ୟ ବନ୍ଦ କରାଯିବ । ଏହାର ମୂଲ୍ୟାୟନ ପାଇଁ ଟୋକନ ପରିମାଣ ପ୍ରତିବର୍ଷ ଏକ ପିଛା ଏକ ଟଙ୍କା ହସିବାରେ ଓ ଜୋରିମାନା ଏକର ପିଛା ୧୦ଟଙ୍କା ଆଦାୟ କରାଯିବ । ବକେୟା ରାଶି ଉପରେ ଯଦି କୌଣସି ସୁଧ ଥାଏ ତାକୁ ଛାଡ଼ କରାଯିବ  ।

ଅନ୍ୟପକ୍ଷରେ ଲିଙ୍ଗରାଜ ମନ୍ଦିର ଓ ଏହାର ସମ୍ପତ୍ତି ଓ ପରିସର ମଧ୍ୟରେ ଓ ବାହାରେ ଥିବା ଅନ୍ୟ ମନ୍ଦିର, ପବିତ୍ର ସ୍ଥାନ ଓ ମଠର ପରିଚାଳନାକୁ ଦୃଷ୍ଟିରେ ରଖି ଏହାର ପରିଚାଳନା ଦାୟିତ୍ୱ ଏକ କମିଟିକୁ ଦେବା ପାଇଁ ଏକ ଅଧ୍ୟାଦେଶକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଏହାଦ୍ୱାରା ମନ୍ଦିର କାର୍ଯ୍ୟର ଉତ୍ତମ ଓ ସଠିକ୍ ପରିଚାଳନା ହେବା ସହ ତୀର୍ଥଯାତ୍ରୀ, ଭକ୍ତ ଓ ଉପାସକମାନଙ୍କୁ ଉନ୍ନତ ସୁବିଧା ଯୋଗାଇ ଦିଆଯିବ । ଏହା ମନ୍ଦିରର ସମ୍ପତ୍ତି ସୁରକ୍ଷିତ ରଖିବା ପାଇଁ କମିଟି ସଶକ୍ତ କରିବ । ଏହାସହ ଲିଙ୍ଗରାଜ ମନ୍ଦିରର ଉନ୍ନତି ପାଇଁ ସରକାର ଅନେକ ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ମନସ୍ଥ କରିଛନ୍ତି । ଯାହାକୁ ଅଗ୍ରାଧିକାର ଭିତ୍ତିରେ କରାଯିବ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ଶିଳ୍ପର ପ୍ରସାର ନିମନ୍ତେ ବଡ଼ ଘୋଷଣା: ବିଦ୍ୟୁତ ଶୁଳ୍କ ଛାଡ଼ ସହ ଆର୍ଥିକ ସହାୟତା ଯୋଗାଇ ଦିଆଯିବ

ଅଭିନନ୍ଦନଙ୍କୁ ବୀରଚକ୍ର,ପାକିସ୍ତାନକୁ କାହିଁକି ବାଧୁଛି ?

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଗ୍ରୁପ୍ କ୍ୟାପଟେନ ଅଭିନନ୍ଦନ ବର୍ଥମାନ ବୀର ଚକ୍ରରେ ସମ୍ମାନିତ ହୋଇଛନ୍ତି । ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକରେ ବୀରତ୍ବ ପାଇଁ ଅଭିନନ୍ଦନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା । ତେବେ ଅଭିନନ୍ଦନଙ୍କୁ ସମ୍ମାନିତ କରିବା ପରେ ପାକିସ୍ତାନ ଏହାକୁ ନେଇ ବୟାନ ବାଜି ଆରମ୍ଭ କରିଦେଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ମାମଲାକୁ ନେଇ ପାକିସ୍ତାନ ବିଦେଶ ମନ୍ତ୍ରଣାଳୟର ମଧ୍ୟ ବୟାନ ଜାରି କରିଛି ।

୨୦୧୯ ମସିହାରେ ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ଅଭିନନ୍ଦନ ଏକ ଏଫ-୧୬ ଫାଇଟର ଜେଟକୁ ତାଙ୍କ ମିଗ୍-୨୧ ଫାଇଟର ଜେଟରେ ମାରି ତଳେ ପକାଇ ଦେଇଥିଲେ । କିନ୍ତୁ ଏଥିରେ ଅଭିନନ୍ଦନଙ୍କ ଫାଇଟର ଜେଟ ମିଗ୍-୨୧ ବି ପାକିସ୍ତାନ ସୀମାରେ ପଡ଼ିଥିଲା । ଯାହା ଫଳରେ ପାକିସ୍ତାନ ସେନା ଅଭିନନ୍ଦନଙ୍କୁ କାବୁ କରିନେଇଥିଲେ । ତେବେ ବର୍ତ୍ତମାନ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ କହୁଛି କି ଭାରତ କେବଳ ତାଙ୍କ ଲୋକଙ୍କୁ ଖୁସି କରିବା ପାଇଁ ଏପରି କହୁଛି । ଅଭିନନ୍ଦନ ପାକିସ୍ତାନର କୌଣସି ଫାଇଟର ଜେଟକୁ ମାରି ତଳେ ପକାଇନଥିଲେ ।

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ କହିଛି କି ଭାରତୀୟ ପାଇଲଟ କୌଣସି ଏଫ-୧୬ ବିମାନକୁ ତଳେ ପକାଇନଥିଲେ । କେବଳ ଭାରତୀୟ ଲୋକଙ୍କୁ ଖୁସି କରିବା ପାଇଁ ଏବଂ ନିଜର ଲଜ୍ୟା ଛୁପାଇବା ପାଇଁ ଏପରି ଭାରତ କହୁଛି ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି । ସେମାନେ ଆହୁରି କହିଛନ୍ତି କି ଅନ୍ତରାଷ୍ଟ୍ରିୟ ବିଶେଷଜ୍ଞ ଓ ଆମେରିକା ଅଧିକାରୀ ପ୍ରଥମରୁ କହିସାରିଛନ୍ତି କି କିଛି ପାକିସ୍ତାନ ଏଫ-୧୬ ଏୟାରକ୍ରାଫ୍ଟକୁ ମାରି ତଳେ ପକାଇ ନାହାନ୍ତି । ଭାରତ ମିଥ୍ୟା ପ୍ରଚାର କରୁଛି ଯାହା ହାସ୍ୟସ୍ପଦ ଅଟେ । ଏପରି ଭାବରେ ସମ୍ମାନିତ କରି ଭାରତ ତା’ର ନିଜର ମଜାକ ବନଉଛି ବୋଲି କହିଛି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ । ଏହି ବୟାନରେ ଆହୁରି କହିଛନ୍ତି କି ୨୭ ଫେବୃଆରୀ ୨୦୧୯ରେ ପାକିସ୍ତାନ ଏୟାରଫୋର୍ସ ଭାରତର ଦୁଇଟି ଫାଇଟର ଜେଟକୁ ମାରି ତଳେ ପକାଇ ଦେଇଥିଲା । ଏହି ଦୁଇଟି ବିମାନ ମଧ୍ୟରୁ ଗୋଟିଏ ଥିଲା ମିଗ୍-୨୧ । ଯାହା ପିଓକେରେ ପଡ଼ିଥିଲା । ଏହି ବିମାନରେ ବସିଥିବା ପାଇଲଟ ଅଭିନନ୍ଦନ ବର୍ଧ୍ୟମାନ ପିଓକେରେ ପଡ଼ିଥିଲେ ଯାହା ଫଳରେ ତାଙ୍କୁ ପାକିସ୍ତାନ ସେନା ଧରିଥିଲେ ।

ଏହି ବୟାନରେ କୁହାଯାଇଛି କି ଭାରତର ଲଗାତର ଆକ୍ରମଣ ଆକ୍ସନ ଓ ଶତ୍ରୁତ ଥାଇ ମଧ୍ୟ ପାକିସ୍ତାନ ପାଇଲଟକୁ ଛାଡିଦେଇଥିଲେ । ଯାହା ଦର୍ଶାଉଛି ଯେ ପାକିସ୍ତାନ ତା’ର ପଡୋଶୀ ଦେଶ ସହିତ ଶାନ୍ତି ରଖିବାକୁ ଚେଷ୍ଟା କରିଥାଏ । ସେହି ଦି ଭାରତ ଶ୍ରୀନଗରରେ ତା’ର ଏମଆଇ-୧୭ ହେଲିକାପ୍ଟରକୁ ମାରି ତଳେ ପକାଇ ଦେଇଥିଲେ ବୋଲି କହିଛି ପାକିସ୍ତାନ । ଭାରତୀୟ ବାୟୁସେନାକୁ ପାକିସ୍ତାନ ମାତ୍ ଦେଇଥିଲା ବୋଲି କହିଛି ପାକିସ୍ତାନ ।

ତେବେ ପାକିସ୍ତାନ ଯାହା କହୁ ନା କାହିଁ ଅଭିନନ୍ଦନ ଓ ଭାରତୀୟ ସେନାର ପରିକ୍ରମାକୁ ସମସ୍ତେ ମନେ ରଖିବେ । ପାକିସ୍ତାନ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକକୁ ଏତେ ଭୟ ଥିଲା ଯେ ୬୦ ଘଣ୍ଟା ମଧ୍ୟରେ ଅଭିନନ୍ଦନଙ୍କୁ ପାକିସ୍ତାନ ଛାଡିଦେଇଥିଲା । ପାକିସ୍ତାନ ପୂର୍ବତନ ବୈଦେଶିକ ମନ୍ତ୍ରୀ ଖ୍ବାଜା ମହମ୍ମଦ ଆସିଫ ନିଜେ ସଂସଦରେ କହିଥିଲେ କି ଭାରତର ସର୍ଜିକାଲ ଷ୍ଟ୍ରାଇକ ଭୟରେ ପାକିସ୍ତାନ ଅଭିନନ୍ଦନ ବର୍ଥମାନଙ୍କୁ ଛାଡିଦେଇଥିଲେ ।

ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ଶିଳ୍ପର ପ୍ରସାର ନିମନ୍ତେ ବଡ଼ ଘୋଷଣା: ବିଦ୍ୟୁତ ଶୁଳ୍କ ଛାଡ଼ ସହ ଆର୍ଥିକ ସହାୟତା ଯୋଗାଇ ଦିଆଯିବ

ଭୁବନେଶ୍ୱର: ଓଡ଼ିଶା ଇଲେକ୍ଟ୍ରୋନିକ୍ସ ଶିଳ୍ପର ପ୍ରସାର ନିମନ୍ତେ ଓଡ଼ିଶା ସରକାର ଅଗ୍ରାଧିକାର ଦେଉଛନ୍ତି । ଆମ ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍ ଓ ମାନୁଫ୍ୟାକ୍‌ଚରିଙ୍ଗ ଶିଳ୍ପ (ଇ.ଏସ୍.ଡି.ଏମ୍) ତ୍ୱରାନ୍ୱିତ କରିବା ନିମନ୍ତେ ଓଡ଼ିଶା ଇଲେକ୍ଟ୍ରୋନିକ୍ସ ନୀତି ପ୍ରସ୍ତୁତ କରାଯାଇଛି । ୨୦୨୬ ସୁଦ୍ଧା ଓଡ଼ିଶାକୁ ଇଲେକ୍ଟ୍ରୋନିକ୍ସ ଶିଳ୍ପରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ଏହି ଇଲେକ୍ଟ୍ରୋନିକ୍ସ ନୀତି ୨୦୨୧ ଅନୁସାରେ ଶିଳ୍ପ ଉପଯୋଗୀ ବାତାବରଣ, ଉତ୍ତମ ଭିତ୍ତିଭୂମି, ଆନୁଷଙ୍ଗିକ ସହାୟତା ପ୍ରଦାନ କରାଯିବ। ଇଲେକ୍ଟ୍ରୋନିକ୍ସ ଶିଳ୍ପର ଉନ୍ନତି ପାଇଁ ରାଜ୍ୟ ସରକାର କେତେକ ପଦକ୍ଷେପ ନେଇଛନ୍ତି ।

ସେଗୁଡ଼ିକ ହେଲା : ପ୍ରଥମ ୧୦ଟି ନୂତନ ପୁଞ୍ଜିନିବେଶ ଏବଂ ସମ୍ପ୍ରସାରଣକୁ “ଉତ୍ପାଦନ ଭିରିକ ସହାୟତା (Product Linked Incentive)” ବାବଦରେ ବାର୍ଷିକ କାରବାରର ଏକ ପ୍ରତିଶତ ଉତ୍ପାଦନ ଆରମ୍ଭରୁ ୫ ବର୍ଷ ପାଇଁ ଯୋଗାଇ ଦିଆଯିବ ।

ଇସଡିମ ୟୁନିଟ୍ ଗୁଡିକୁ ସେମାନଙ୍କର ପୁଞ୍ଜିନିବେଶ ଆଧାରରେ ୧୦ କୋଟିରୁ ୨୫୦ କୋଟି ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ ।

ଉଦ୍ୟୋଗୀମାନଙ୍କୁ ବିଦ୍ୟୁତ୍ ଶୁଳ୍କ (Electricity Duty), Inspection Fee ୫ବର୍ଷ ପର୍ଯ୍ୟନ୍ତ ଛାଡ଼ କରାଯିବ। ଯୋଗ୍ୟ ଉଦ୍ୟୋଗୀମାନଙ୍କୁ ବିଦ୍ୟୁତ୍‌ ବିଲ୍‌ର ୩୦% ସର୍ବାଧିକ ଟ.୫୦,୦୦ ଲକ୍ଷ ପର୍ଯ୍ୟନ୍ତ ରିହାତି ମିଳିବ।

ଉଦ୍ୟୋଗୀମାନଙ୍କୁ ଜମି କ୍ରୟ ସମୟରେ ଷ୍ଟାମ୍ପ ଡ୍ୟୁଟି ୧୦୦% ଏବଂ ଦ୍ୱିତୀୟଥର ପାଇଁ ୫୦% ଛାଡ଼ କରାଯିବ। ଚାଷ ଜମିକୁ ଶିଳ୍ପ ଉପଯୋଗୀ ଜମିରେ ପରିବର୍ତ୍ତନ କରିବା ପାଇଁ ହେଉଥିବା ଖର୍ଚ୍ଚର ୧୦୦% ଯୋଗାଇ ଦିଆଯିବ।
ମହିଳା, ଅନୁସୂଚୀତ ଜାତି / ଜନଜାତି ଓ ଭିନ୍ନକ୍ଷମ ଉଦ୍ୟୋଗୀମାନଙ୍କୁ ୧୦ ପ୍ରତିଶତ ସର୍ବାଧିକ ୧ କୋଟି ପର୍ଯ୍ୟନ୍ତ ଅତିରିକ୍ତ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଯେଉଁମାନେ ଲିଜ୍‌ରେ କରୁଥିବେ ସେମାନଙ୍କୁ ଅତିରିକ୍ତ ୨୫% ସର୍ବାଧିକ ୧୦ ଲକ୍ଷ ପର୍ଯ୍ୟନ୍ତ ରିହାତି ୫ ବର୍ଷ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ।

ସ୍ଥାନୀୟ ଅଞ୍ଚଳର ଉଦ୍ୟୋଗୀମାନଙ୍କୁ ଅଗ୍ରାଧିକାର ଦେବାର ବ୍ୟବସ୍ଥା ରହିଛି । ଯେଉଁ ଉଦ୍ୟୋଗୀମାନେ ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କୁ ନିଯୁକ୍ତି ଯୋଗାଇ ଦେବେ ସେମାନଙ୍କୁ ଅତିରିକ୍ତ ପ୍ରୋତ୍ସାହନ ଯୋଗାଇ ଦିଆଯିବ।

ରାଜ୍ୟ ସରକାର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ନିଯୁକ୍ତି ନିମନ୍ତେ ଓଡ଼ିଶାର ଲୋକମାନଙ୍କ ନିମନ୍ତେ ସର୍ବନିମ୍ନ ଟ. ୮୦୦୦ ରୁ ଟ. ୩୦ ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ୩ ବର୍ଷ ପାଇଁ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ମହିଳା, ଅନୁସୂଚିତ ଜାତି / ଜନଜାତି, ଭିନ୍ନକ୍ଷମ କର୍ମଚାରୀମାନଙ୍କ ପାଇଁ ଅତିରିକ୍ତ ଟ.୨୦୦୦ ପର୍ଯ୍ୟନ୍ତ ସାହାଯ୍ୟ ଯୋଗାଇ ଦେବେ ।

ଯେଉଁ ଇଲେକ୍ଟ୍ରୋନିକ୍ସ ଶିଳ୍ପଦ୍ୟୋଗୀମାନେ ଦୀର୍ଘ ମିଆଦି ସୂତ୍ରରେ ବ୍ୟାଙ୍କ / ଆର୍ଥିକ ସଂସ୍ଥାରୁ ଋଣକରି ଠିକ୍ ସମୟରେ ପରିଶୋଧ କରୁଥିବେ, ସେମାନଙ୍କ ଋଣ ଉପରେ ବାର୍ଷିକ ୫ ପ୍ରତିଶତ ସୁଧ ରିହାତି ୬ ବର୍ଷ ପର୍ଯ୍ୟନ୍ତ କରାଯିବ।

ସଫଳ ଉଦ୍ୟୋଗୀମାନଙ୍କୁ ସେମାନଙ୍କର ବ୍ୟବସାୟୀକ ଉତ୍ପାଦନ ଆରମ୍ଭରୁ ୫ ବର୍ଷ ପର୍ଯ୍ୟନ୍ତ ଶତ ପ୍ରତିଶତ SGST ଛାଡ଼ କରାଯିବ।

ଶିଳ୍ପ ଅନଗ୍ରସର ଅଞ୍ଚଳରେ ସ୍ଲାପକ କରୁଥିବା ପ୍ରଥମ ୫ଟି କମ୍ପାନୀକୁ ପ୍ରଥମ ୩ ବର୍ଷ ପାଇଁ ୧୦୦% ମ୍ୟୁନିସ୍‌ଲଟି ଟ୍ୟାକ୍ସ ଛାଡ଼ କରାଯିବ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସମ୍ପନ୍ନ କମିଟି ଗଠନ କରାଯାଇ ଏହି ପଲିସ୍‌ର କାର୍ଯ୍ୟାନ୍ଵୟନ ତଦାରଖ କରାଯିବ। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ତରଫରୁ ଓକାକ୍ ବିଭିନ୍ନ ପ୍ରକାର ଦୈନନ୍ଦିନ କାର୍ଯ୍ୟର ତଦାରଖ କରିବ ।

ଏହି ଯୋଜନା ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ କିମ୍ବା ସେହିଭଳି ଅନ୍ୟ ଯୋଜନା ଆସିବା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏ ସମ୍ପର୍କିତ ପ୍ରସ୍ତାବକୁ ଆଜିର ମନ୍ତ୍ରୀ ପରିଷଦ ବୈଠକରେ ମଞ୍ଜୁରୀ ମିଳିଛି ।

କାନପୁର ଟେଷ୍ଟ ପୂର୍ବରୁ ବିବାଦରେ ବିସିସିଆଇ; ଡାଏଟ ଚାର୍ଟକୁ ନେଇ ବିସିସିଆଇ ଉପରେ ବର୍ଷିଲେ ଫ୍ୟାନ

କାନପୁର: ଆସନ୍ତା ନଭେମ୍ବର ୨୫ରୁ କାନପୁରରେ ଆରମ୍ଭ ହେବ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ । ତେବେ ଏହି ଟେଷ୍ଟ ପୂର୍ବରୁ ବିବାଦ ଘେରକୁ ଆସିଛି ବିସିସିଆଇ । କାନପୁର ଟେଷ୍ଟ ପୂର୍ବରୁ ବିସିସିଆଇ ଭାରତୀୟ ଖେଳାଳିଙ୍କ ପାଇଁ ଏକ ଡାଏଟ ଚାର୍ଟ ପ୍ରସ୍ତୁତ କରିଛି । ତେବେ ଏହି ଡାଏଟ ଚାର୍ଟରେ ହଲାଲ ମାଂସ ଦେଖିବା ପରେ ପ୍ରଶଂସକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଘଟଣା ପରେ ଆଜି ସକାଳୁ ଟୁଇଟରରେ “BCCI Promotes Halal” ଟ୍ରେଣ୍ଡ କରିଥିଲା ।

ନଭେମ୍ବର ୨୫ରୁ ଆରମ୍ଭ ହେବାକୁ ଥିବା କାନପୁର ଟେଷ୍ଟ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆର ଖେଳାଳି ଖାଇବା ପାଇଁ ମେନ୍ୟୁ ଜାରି କରିଛି । ଏହି ମେନ୍ୟୁ ଅନୁସାରେ ଖେଳାଳିଙ୍କ ବ୍ରେକ ଫାଷ୍ଟ, ଲଞ୍ଚ, ଟି ଓ ଡିନର ସାମିଲ ରହିଛି । ତେବେ ଏହି ମେନ୍ୟୁରେ ମାଂସାହାରୀଙ୍କ ପାଇଁ ହଲାଲ ମାଂସ ସାମିଲ କରାଯାଇଛି । ରିପୋର୍ଟ ଅନୁଯାୟୀ କାନପୁର ଟେଷ୍ଟ ପୂର୍ବରୁ ବିସିସିଆଇ ଖେଳାଳିଙ୍କ ପାଇଁ ହଲାଲ ମାଂସ ବାଧ୍ୟତାମୂଳକ କରିଛି । ତେବେ ବିସିସିଆଇ କରିଥିବା ଏହି ଡାଏଟ ଚାର୍ଟକୁ ସମସ୍ତ ଖେଳାଳି ମାନିବାକୁ ବାଧ୍ୟ । ବିସିସିଆଇ ଦ୍ବାରା ଜାରି ହୋଇଥିବା ଡାଏଟ ଚାର୍ଟକୁ ଦେଖିବା ପରେ ପ୍ରଶଂସକ ବିସିସିଆଇ ଉପରେ ବର୍ଷିଛନ୍ତି । କାହିଁକି ନା ଏହି ଡାଏଟ ଚାର୍ଟରେ ରହିଛି ହଲାଲ ମାଂସ । ଅନ୍ୟପକ୍ଷରେ ଏହି ଡାଏଟ ଚାର୍ଟରେ ହଲାଲ ମାଂସ ଥିବା ଜାଣିବା ପରେ ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଥିଲା ହଙ୍ଗାମା । ଏହି ମାମଲାରେ ଭାରତୀୟ କ୍ରିକେଟ ପ୍ରଶଂସକ ବିସିସିଆଇର ଏପରି କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କିଛି ପ୍ରଶଂସକ କହିଛନ୍ତି କି ଭାରତୀୟ ଦଳରେ ଅଧିକାଂଶ ଖେଳାଳି ହିନ୍ଦୁ । ତେଣୁ ତାଙ୍କ ଧର୍ମ ଅନୁସାରେ ହଲାଲ ମାଂସ ଖାଇବା ଅନୁଚିତ । ତେବେ ବିସିସିଆଇ କାହିଁକି ଖେଳାଳିମାନଙ୍କୁ ତାଙ୍କ ଧର୍ମ ବିପକ୍ଷରେ ଯାଇ ହଲାଲ ମାଂସ ଖାଇବାକୁ ବାଧ୍ୟ କରୁଛନ୍ତି ବୋଲି ବିସିସିଆଇକୁ ପ୍ରଶ୍ନ କରିଛନ୍ତି ।

ତେବେ ବିସିସିଆଇର ଏପରି କାର୍ଯ୍ୟକୁ ମଧ୍ୟ ରାଜନୈତିକ ମହଲରେ ନିନ୍ଦା କରାଯାଇଛି । ଭାରତୀୟ ଜନତା ପାର୍ଟି ବିସିସିଆଇର ଏପରି ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛି । ବିଜେପି ମୁଖପାତ୍ର ଗୌରବ ଗେୟଲ ଟୁଇଟ କରି ବିସିସିଆଇକୁ ହଲାଲ ପ୍ରୋମୋଟ ନ କରିବା ପାଇଁ କହିଛନ୍ତି । ବିସିସିଆଇକୁ ମନେ ରଖିବାକୁ ପଡ଼ିବ ଯେ ଏହି ବୋର୍ଡ ଭାରତରେ ତିଆରି ହୋଇଛି ପାକିସ୍ତାନରେ ହୋଇନାହିଁ ବୋଲି ଆଉ ଏକ ଟୁଇଟ କରି କହିଛନ୍ତି ଗୌରବ ଗୋଏଲ ।