ରାଜ୍ୟରେ ବଢ଼ୁଛି ସଂକ୍ରମଣ, କିଛି ସମୟ ପରେ ଆସିବ ନୂଆ ଗାଇଡଲାଇନ୍

1 min read

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ । ବର୍ଷ ଆରମ୍ଭରୁ ୩ ଶହ ଭିତରେ ଥିବା ଦୈନିକ ସଂକ୍ରମଣ ମାତ୍ର ୫ ଦିନ ମଧ୍ୟରେ ହଜାରେ ଡେଇଁଛି । ସଂକ୍ରମଣ ମାମଲା ବଢ଼ୁଥିବା ବେଳେ କିଛି ସମୟ ପରେ ସନ୍ଧ୍ୟା ୬ଟା ୩୦ରେ ନୂଆ କରୋନା ଗାଇଡଲାଇନ୍ ଘୋଷଣା କରିବେ ଏସଆରସି । ତେବେ ଏସଆରସି କଣ କହିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ସରକାର ସାରା ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ସହ ସହରାଞ୍ଚଳରେ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ କରିପାରନ୍ତି । ଜିମ୍, ସ୍ୱିମିଂ ପୁଲ୍, ହଲ୍ ଉପରେ କଟକଣା ଜାରି କରାଯାଇପାରେ । ୫୦ ପ୍ରତିଶତ କ୍ଷମତାରେ ହୋଟେଲ ଖୋଲିବାକୁ ଜାରି ହୋଇପାରେ ଗାଇଡଲାଇନ୍ । ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ଆଜି ୧୦ଟି ସ୍ଥାନକୁ କଣ୍ଟେନମେଣ୍ଟ କରାଯାଇଛି । ଭୁବନେଶ୍ୱରରେ ବଢ଼ୁଥିବା ସଂକ୍ରମଣକୁ ଦେଖି କଟକଣା କଡ଼ାକଡ଼ି କରାଯାଇପାରେ ।

Odisha SRC To Issue New Corona Guidelines Shortly
FILE

ରାଜ୍ୟରେ ଜାନୁଆରୀ ୧ ତାରିଖରେ ୨୯୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଓ ୩ ତାରିଖରେ ୪୨୪ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୪ ତାରିଖରେ ଦୈନିକ ସଂକ୍ରମଣ ୬୮୦କୁ ବୃଦ୍ଧି ପାଇଥିଲା । ସେହିଭଳି ଗତ ୨୪ ଘଣ୍ଟାରେ ୧୨୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଜାନୁଆରୀ ଆରମ୍ଭରୁ ମାତ୍ର ୫ ଦିନ ମଧ୍ୟରେ ଦୈନିକ ସଂକ୍ରମଣ ମାମଲା ୬ ଗୁଣ ବଢ଼ିଛି । ସଂକ୍ରମଣ ସହ ତାଳ ଦେଇ ରାଜ୍ୟରେ ମାଡ଼ି ଚାଲିଛି ଓମିକ୍ରନ୍ । ଆଜି ୨୪ ଜଣ ଓମିକ୍ରନ୍ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୬୧ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଣେ ଓମିକ୍ରନ୍ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏବେ ସଂକ୍ରମଣ ହାର ୧.୭୭ ପ୍ରତିଶତ ରହିଛି । ଦୈନିକ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ବାହାରୁଥିବା ବେଳେ ସଂକ୍ରମଣ ହାର ୫.୪୧ ପ୍ରତିଶତ ରହିଛି ।

Leave a Reply