ହାଇକୋର୍ଟ ବାରରୁ ଓକିଲଙ୍କ ହେଲମେଟ୍ ଚୋରି ନେଇ କୋର୍ଟରେ ମାମଲା

Lawyer Helmet Robbery From Odisha High Court Bar

କଟକ: ଓଡ଼ିଶା ହାଇକୋର୍ଟ ବାର ଭିତରୁ ହେଲମେଟ ଚୋରି । ସବୁଦିନ ଭଳି ଗତ ଡିସମ୍ବେର ୧୫ରେ ଯୁବ ଆଇନଜୀବୀ ସୌମେନ୍ଦ୍ର ରଥ ବାରରେ ହେଲମେଟ୍ ରଖି କୋର୍ଟ କାର୍ଯ୍ୟରେ ବ୍ୟସ୍ତ ଥିଲେ । କାମ ସାରି ଆସି ଦିନ ୨ଟା ୩୦ରେ ଦେଖନ୍ତି ତ ହେଲମେଟ୍ ନାହିଁ । ସିସିଟିଭି ଦେଖିବାରୁ ଜଣାପଡ଼ିଲା ଦିନ ୨ଟା ବେଳେ ଜଣେ ଲୋକେ ଆସି ହେଲମେଟ୍ ନେଇ ଯାଇଛି ।

ଏନେଇ ସୌମେନ୍ଦ୍ର ସେହିଦିନ ଲାଲବାଗ ଥାନାରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏତଲା ନରଖିବାରୁ ଆଇଆଇସିଙ୍କୁ ୧୨ ତାରିଖରେ ପୋଷ୍ଟ ମାଧ୍ୟମରେ ଅଭିଯୋଗ କରିଥିଲେ । ପରେ ୨୨ ତାରିଖରେ ଡିସିପିଙ୍କୁ ମଧ୍ୟ ଜଣାଇଥିଲେ । ସମସ୍ତେ ଘଟଣାକୁ ହାଲକା ଭାବରେ ନେଇଥିଲେ । କୌଣସି  ଜାଗାରୁ ନ୍ୟାୟ ନ ମିଳିବାରୁ ବ୍ୟୋମକେଶ ତ୍ରିପାଠୀ ଆଇନୀଜୀବୀଙ୍କ ମାଧ୍ୟମରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୌମେନ୍ଦ୍ର ।

ଉକ୍ତ ମାମଲାର ବିଚାର କାରି ଆଜି ଖଣ୍ଡପୀଠ କଟକ ଡିସିପିଙ୍କୁ ଜବାବ ତଲବ କରିଛନ୍ତି । ଆଇନ୍ ଅନୁଯାୟୀ ୨ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କ’ଣ କାର୍ଯ୍ୟାନୁଷ୍ଠାନ ନେଲେ ଆବେଦନକାରୀଙ୍କୁ ଜଣାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply