ଗତ ୨୪ ଘଣ୍ଟାରେ ୧୦ ହଜାର ସଂକ୍ରମିତ, ୮ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଥିବା ବେଳେ ଦେଶର ରାଜଧାନୀ ପାଲଟିଛି କରୋନାର ହଟସ୍ପଟ୍ । ବର୍ଷ ଆରମ୍ଭରୁ ବଢ଼ିଛି ସଂକ୍ରମଣ । ସଂକ୍ରମଣକୁ ଦୃଷ୍ଟିରେ ରଖି ଲାଗୁକରାଯାଉଛି କଟକଣା । ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୧୦ ହଜାର ୬ ଶହ ୬୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସଂକ୍ରମଣ ସ୍ତର ୧୧.୮୮ ପ୍ରତିଶତ ବଢ଼ୁଥିବା ଜଣାପଡ଼ିଛି । ଭାରତରେ ୨୩ ହଜାର ୩ ଶହ ୭ ଜଣ କୋଭିଡ ସଂକ୍ରମିତ ସକ୍ରିୟ ଥିବା ରିପୋର୍ଟରୁ ପ୍ରକାଶ ।

ଜାନୁଆରୀ ୧ରେ ୨ ହଜାର ୭ ଶହ ୯୬ଟି କୋଭିଡ ମାମଲା ଚିହ୍ନଟ ହୋଇଥିବା ବେଳେ ୨ ଜାନୁଆରୀରେ ୩ ହଜାର ଶହେ ୯୪, ଜାନୁଆରୀ ୩ ରେ ୪ ହଜାର ୯୯ ଏବଂ ୪ ଜାନୁଆରୀରେ ୫ ହଜାର ୪ ଶହ ୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୧୦ ହଜାର ୬ ଶହ ୬୫ ମାମଲା ଦେଖାଯାଇଛି । ଗତକାଲି ୫ ହଜାର ୪ ଶହ ୮୧ ମାମଲା ଦେଖାଯାଇଥିବା ବେଳେ ୨୦୨୧ ମେ ୧୨ରେ ସବୁଠୁ ଅଧିକ ମାମଲା ଦେଖାଯାଇଥିଲା । ଗତ ୨୪ ଘଣ୍ଟାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହା ପୂର୍ବରୁ ଜୁନ୍ ୨୬ରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା ।

Leave a Reply