ବଡ଼ ଘୋଷଣା: ଫେରିଲା ନାଇଟ କର୍ଫ୍ୟୁ, ବନ୍ଦ ହେଲା ସ୍କୁଲ

1 min read

ଭୁବନେଶ୍ୱର: ନୂଆ କୋଭିଡ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର  । ଆସନ୍ତା ୭ ତାରିଖରୁ ଜାରି ହେବ ଗାଇଡଲାଇନ  ।  ସହରାଞ୍ଚଳରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ  । ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରେ ଲାଗୁ କରାଯିବ ରାତ୍ରି କାଳୀନ କର୍ଫ୍ୟୁ  । କଟକଣା ସମୟରେ ଅତ୍ୟାବଶକୀୟ ସୁବିଧା ପୂର୍ବପରି ଉପଲବ୍ଧ ରହିବ  ।  ଜାନୁଆରୀ ମାସରେ ଦଶମ ଶ୍ରେଣୀ ଆସେସମେଣ୍ଟ ପରୀକ୍ଷା ଜାରି ରହିବ  । ସେପଟେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଅଫଲାଇନ କ୍ଲାସ ବନ୍ଦ ରହିବ  । ଏହି ସମୟରେ କେବଳ ଡାଉଟ କ୍ଲିଅର କ୍ଲାସ ମଧ୍ୟ ଜାରି ରହିବ । ଅଭିଭାବକ ମାନଙ୍କ ପରାମର୍ଶ କ୍ରମେ ଡାଉଟକ୍ଲିଅର କ୍ଲାସ କାର୍ଯ୍ୟକ୍ରମ କରାଯିବ  । ସେପଟେ ସକାଳ ୫ଟା ରୁ ରାତ୍ରି ୯ଟା ପର୍ଯ୍ୟନ୍ତ ଦୋକାନ, ବଜାର, ହାଟ ଆଦି ଖୋଲା ରହିବ । କିନ୍ତୁ ୫୦ ପ୍ରତିଶତ ଲୋକରେ ସଂଖ୍ୟା ସିମୀତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର  ।

କିନ୍ତୁ ଦୋକାନ-ମଲ ଆଦି ମାଲିକ ମାନେ ଏହି ସମୟରେ କୋଭିଡ ଗାଇଡଲାଇନ ପାଳନ କରିବେ  । ଯଦି ଏଥିରେ ଖିଲାପ ସୃଷ୍ଟି ହୁଏ ତେବେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ  । ଅର୍ଥାତ ପ୍ରଶାସନ ପକ୍ଷରୁ ଖିଲାପକାରୀଙ୍କ ଦୋକାନ-ମଲ ଆଦି ସାତ ଦିନ ପାଇଁ ବନ୍ଦ କରିବେ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର  । ହୋଟେଲ-ବାର- ଢାବା ପାଇଁ କଟକଣା ଜାରି କଲେ ସରକାର  । ରାତି ୯ ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଥିବାବେଳେ ୫୦ ପ୍ରତିଶତ ସିଟରେ ବସି ପାରିବେ ଗ୍ରାହକ  । ସେପଟେ କୋଭିଡର ସମସ୍ତ ଗାଇଡଲାଇନ ଅନୁପାଳନ କରିବାକୁ ନିର୍ଦ୍ଦେଶ ରହିଛି  ।

ସେହିପରି ରାସ୍ତା କଡ଼ରେ ବସୁଥିବା ଉଠା ଦୋକାନୀ ମଧ୍ୟ ଅଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ବ୍ୟବସାୟ କରିବେ  । ଏବଂ ଅତିକମରେ ଏହି ସମୟରେ ସଭିଙ୍କ ମଧ୍ୟରେ ଦୂରତା ୬ ଫୁଟ ରହିବାକୁ କହିଛନ୍ତି ପ୍ରଦୀପ ଜେନା  । ପୂର୍ବରୁ ଯାତ୍ରା ପାଇଁ ସରକାର ଦୁଇ ହଜାର ଦର୍ଶକ ଅନୁମତି ଦେଇଥିବାବେଳେ ବର୍ତ୍ତମାନ ତାହାକୁ ହ୍ରାସ ଘଟାଇ ଏକ ହଜାର ଲୋକରେ ରଖିଛନ୍ତି  । ଥିଏଟର ଓ ଫିଲ୍ମ ହଲ ମାନଙ୍କରେ ଏଥର ଦର୍ଶକ ଶତ ପ୍ରତିଶତ ବସି ପାରିବେ ନାହିଁ । ଅର୍ଥାତ ୫୦ ପ୍ରତିଶତ ଦର୍ଶକରେ ଖୋଲାଯିବ । ସେପଟେ ସାମାଜିକ କାର୍ଯ୍ୟକ୍ରମ, ଧାର୍ମିକ କାର୍ଯ୍ୟକ୍ରମ ଓ ସଭା ସମିତି ଉପରେ ମଧ୍ୟ କଟକଣା ଜାରି କରାଯାଇଛି  ।

ବିବାହ ଉତ୍ସବରେ ମାତ୍ର ୧୦୦ ଜଣଙ୍କୁ ଅନୁମତି ରହିଛି । ୩୦ ଜଣ ବରଯାତ୍ରୀଙ୍କୁ ମଧ୍ୟ ମିଳିଛି ଅନୁମତି । ଅନ୍ତେଷ୍ଟି କାର୍ଯ୍ୟରେ ସର୍ବାଧିକ ୫୦ ଲୋକଙ୍କୁ ଅନୁମତି ଦିଆଯାଇଛି । ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଯାଇଛି । କୌଣସି ଶିକ୍ଷାନୁଷ୍ଠାନ ପିକ୍‌ନିକ୍‌ ଆୟୋଜନ କରିପାରିବେ ନାହିଁ । ମକର ସଂକ୍ରାନ୍ତି କେବଳ ନୀତି ହେବ, ଗହଳି ହେବ ନାହିଁ । ସ୍ଥାନୀୟ ମୁରବୀ ମାନେ ପରିସ୍ଥିତି ଉପରେ ନଜର ରଖି ନିଷ୍ପତି ନେବେ  ।  କୌଣସି ଶିକ୍ଷାନୁଷ୍ଠାନ ପିକ୍‌ନିକ୍‌ ଆୟୋଜନ କରିପାରିବେ ନାହିଁ । ନନ୍ଦନକାନନ ଯିବା ପାଇଁ ହେଲେ ଅନ୍‌ଲାଇନ୍‌ ଟିକେଟ କାଟିବେ ପର୍ଯ୍ୟଟକ । ତେବେ କଟକଣାରେ ଇନଡୋର ଏବଂ ଆଉଟଡୋର ଫିଲ୍ମ ସୁଟିଂ ହୋଇପାରିବ । ୫୦ ଜଣ ଲୋକଙ୍କୁ ନେଇ ସୁଟିଂ କରିପାରିବେ ।

ଅନ୍ୟପଟେ ଆସନ୍ତା ସପ୍ତାହରୁ ସରକାରୀ ଅଫିସ୍‌ ପାଇଁ ଗାଇଡଲାଇନ୍‌ ଆସିବ । କେନ୍ଦ୍ରୀୟ କାର୍ଯ୍ୟାଳୟକୁ ମଧ୍ୟ ଅନୁରୋଧ କରାଯିବ ବୋଲି ଏସଆରସି କହିଛନ୍ତି । ତେବେ କଟକଣାରେ ଜାରି ରହିବ ଦଶମ ଶ୍ରେଣୀ ଆସେସମେଣ୍ଟ ପରୀକ୍ଷା ।  ଓମିକ୍ରନ ଭୂତାଣୁ ଅଧିକାଂଶ ଦେଶରେ ବ୍ୟାପିଛି  । ଅନେକ ଲୋକେ ଏଥିରେ ସଂକ୍ରମିତ ହୋଇଛନ୍ତି  । ତେବେ ଏପରିସ୍ଥଳେ ସଭିଙ୍କ ଉଦ୍ୟମ ଏକାନ୍ତ ଆବଶ୍ୟକତା ରହିଛି  । ତେଣୁ ରାଜ୍ୟ ବାସୀଙ୍କୁ ସରକାରଙ୍କ ନିୟମକୁ ଅନୁପାଳନ କରିବାକୁ ଅନୁରୋଧ କରିଛନ୍ତି   ଏସଆରସି ପ୍ରଦୀପ ଜେନା  ।

Leave a Reply